ଇନ୍ଦ୍ରମାରିଷ

ଉଇକିପିଡ଼ିଆ‌ରୁ

ଇନ୍ଦ୍ରମାରିଷ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms]]
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Rosids
ଗଣ: Malpighiales
କୁଳ: Euphorbiaceae
ପ୍ରଜାତି: Acalypha
ଜାତି: A. indica
ବାଇନୋମିଆଲ ନାମ
Acalypha indica

ଇନ୍ଦ୍ରମାରିସ (ଭଦ୍ଭିଦିକ ନାମ Acalypha indica) ହେଉଛି ଏକ ଗୁଳ୍ମଜାତୀୟ ସପୁଷ୍ପକ ଉଦ୍ଭିଦ। ଏହି ଗୁଳ୍ମ ଭାରତର ସମତଳ ଭୂମି ଅଞ୍ଚଳରେ ବିଶେଷକରି ପଡ଼ିଆ, ରାସ୍ତାପାଖ ଓ ଘରର ଆଖପାଖ ଅଞ୍ଚଳରେ ଦେଖାଯାଏ ।

ବିବିଧ ଭାଷାରେ ନାମ[ସମ୍ପାଦନା]

ଭାଷା ନାମ
ଓଡ଼ିଆ ଇନ୍ଦ୍ର ମାରିସ
ସଂସ୍କୃତ ହରି ମଞ୍ଜରୀ
ହିନ୍ଦୀ କୁପ୍ପି, ଖୋକଲୀ
କନ୍ନଡ଼ କୁପ୍ପିଗିଡ଼ା
ଗୁଜରାଟୀ ବେଂଛକିଂଟୋ, ଚରରଜୀ-ଝାଡ, ରୁଂଛାଡୋ-ଦାଦରୀ
ତାମିଲ କୁପ୍ପେମଣୀ[୧]
ତେଲୁଗୁ କୁପ୍ପେମଣୀ
ବଙ୍ଗଳା ମୁକ୍ତଝୁରି, ମୁକ୍ତବର୍ଷି
ମରାଠି ଖୋକଲୀ
ମାଲୟାଲମ କୁପ୍ପାମଣି
ଫରାସୀ Ricinelle des Indes, oreille de chatte, herbe chatte[୨]
ଇଂରାଜୀ Indian acalypha, Indian nettle, three-seeded mercury

ଭୌଗୋଳିକ ବ୍ୟାପ୍ତି[ସମ୍ପାଦନା]

ଇନ୍ଦ୍ରମାରିସ କ୍ରାନ୍ତିୟ ଅଞ୍ଚଳରେ ସାରା ପୃଥିବୀରେ ଦେଖିବାକୁ ମିଳେ। ପଶ୍ଚିମ ଆଫ୍ରିକାର ନାଇଜେରିଆ ଓ ଭାରତ ମହାସାଗରୀୟ ଅଞ୍ଚଳ, ଭାରତ, ଦକ୍ଷିଣ ପୂର୍ବ ଏସିଆ, ଦକ୍ଷିଣ ପଶ୍ଚିମ ଏସିଆ, ପାକିସ୍ଥାନ, ୟେମେନ ଆଦି ଅଞ୍ଚଳରେ ମଧ୍ୟ ଏହା ପରିଦୃଷ୍ଟ ହୋଇଥାଏ । [୨]

ପ୍ରୟୋଗ[ସମ୍ପାଦନା]

ଅନ୍ୟାନ୍ୟ ପ୍ରୟୋଗ[ସମ୍ପାଦନା]

ଦକ୍ଷିଣ ଆଫ୍ରିକାରେ ଏହାର ପତ୍ରକୁ ଲୋକେ ପରିବା ଆକାରରେ ଉପଯୋଗ କରିଥାନ୍ତି । ଗୋ ମହିଷାଦି ପଶୁମାନଙ୍କର ମଧ୍ୟ ଏହା ଆହାର୍ଯ୍ୟ । [୩] ଏହାର ପତ୍ର ଏହାର ଚେରଠାରୁ ଅଧିକ ସ୍ୱାଦିଷ୍ଠ ।

ଔଷଧୀୟ[ସମ୍ପାଦନା]

  • ପାରମ୍ପରିକ ତାମିଲ ସିଦ୍ଧ ଚିକିତ୍ସା ଶାସ୍ତ୍ର ଅନୁସାରେ ଏହା ଶରୀରକୁ ନବଯୌବନ ପ୍ରଦାନ କରୁଥିବା ଏକ ଔଷଧ ।[୧]ଛାଞ୍ଚ:Rs
  • ଏଇ ଗଛରେ ଫୁଲ ଆସିଲେ ଏହାକୁ ସମୂଳେ ଉପାଡ଼ିନେଇ ଖରାରେ ଶୁଖାଯାଏ । ଏହି ସର୍ବାଂଗକୁ ଔଷଧୀ ରୂପରେ ବ୍ୟବହାର କରାଯାଏ । ଏହା ବ୍ରୋଂକାଇଟିସ (ଶ୍ୱାସ ନଳୀର ଫୁଲା), ଶ୍ୱାସରୋଗ, ଦମା, ନିମୁନିଆ ଓ ଗଣ୍ଠିବାତ ଆଦିରେ ଉପଯୋଗୀ ।
  • ଏହାର ପତ୍ରର ରସ ବାନ୍ତି କରାଏ ।
  • ଏହାର ତାଜା ପତ୍ରକୁ ଦଳି ଘା’ରେ ଲଗାଯାଏ ।

ଆଉମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ Dr.J.Raamachandran, HERBS OF SIDDHA MEDICINES-The First 3D book on HERBS
  2. ୨.୦ ୨.୧ Schmelzer, G.H.; A. Gurib-Fakim (2007). "Acalypha indica L." PROTA (Plant Resources of Tropical Africa / Ressources végétales de l’Afrique tropicale). Wageningen, Netherlands: Prota Foundation. Archived from the original ([Internet] Record from Protabase) on 27 July 2011. Retrieved 29 March 2011.
  3. Schmelzer, G.H. & Gurib-Fakim, A. (2008). Plant Resources of Tropical Africa 11(1). Medicinal plants 1. PROTA Foundation, Wageningen, Netherlands.