ବିନାଇନ ପ୍ରୋସ୍ଟାଟିକ ହାଇପରପ୍ଲାସିଆ

ଉଇକିପିଡ଼ିଆ‌ରୁ
ବିନାଇନ ପ୍ରୋସ୍ଟାଟିକ ହାଇପରପ୍ଲାସିଆ (benign prostatic hyperplasia)
Benign enlargement of the prostate (BEP, BPE), adenofibromyomatous hyperplasia, benign prostatic hypertrophy,[୧] benign prostatic obstruction[୧]
ଚିତ୍ର - ସାଧାରଣ ପ୍ରୋସ୍ଟେଟ prostate (ବାମ) ଓ ବିନାଇନ ପ୍ରୋସ୍ଟାଟିକ ହାଇପରପ୍ଲାସିଆ (ଡାହାଣ)
ବିଭାଗUrology
ଲକ୍ଷଣବାରମ୍ବାର ମୂତ୍ରତ୍ୟାଗ, ପରିସ୍ରା ଆରମ୍ଭ କରିବାରେ କଷ୍ଟ, ସ୍ୱଳ୍ପ ପରିସ୍ରା ଧାର, ଅସମ୍ପୁର୍ଣ୍ଣ ମୂତ୍ରତ୍ୟାଗ (inability to urinate), ଅନିୟନ୍ତ୍ରିତ ମୂତ୍ରାଶୟ (loss of bladder control)[୧]
ଆକ୍ରାନ୍ତ ସମୟ୪୦ ବର୍ଷ ବୟସ ପରେ [୧]
କାରଣଅସ୍ପଷ୍ଟ[୧]
ବିପଦ କାରକପାରିବାରିକ ଇତିହାସ, ମୋଟାପଣ, ଟାଇପ୨ ମଧୁମେହ (type 2 diabetes), ବ୍ୟାୟାମ ଅଭାବ, ଇରେକ୍ଟାଇଲ ଡିସଫଙ୍କସନ (erectile dysfunction)[୧]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଓ ଶାରୀରିକ ପରୀକ୍ଷା (examination) ତ‌ଥା ସମସ୍ତ ସମ୍ଭାବ୍ୟ କାରଣ ଖାରଜ କରିବା ।[୨]
ସଠିକ ରୋଗ ନିର୍ଣ୍ଣୟହୃଦ୍‌ପାତ, ମଧୁମେହ, ପ୍ରୋସ୍ଟେଟ କର୍କଟ[୨]
ଔଷଧଆଲଫା ବ୍ଲକର (Alpha blockers) ଯେପରିକି ଟେରାଜୋସିନ (terazosin) ଓ ୫ଆଲଫା-ରିଡକ୍ଟେଜ ଇନହିବିଟର (5α-reductase inhibitors) ଯେପରିକି ଫିନାସ୍ଟେରାଇଡ (finasteride)[୧]
ଚିକିତ୍ସାଜୀବନ‌ଚର୍ଯ୍ୟା ପରିବର୍ତ୍ତନ, ଔଷଧ, ଅପରେଶନ ଓ କେତେକ ଉପଚାର [୧][୨]
ପୁନଃପୌନିକପୃଥିବୀରେ ୧୦୫ ନିୟୁତ (୨୦୧୫)[୩]

ବିନାଇନ ପ୍ରୋସ୍ଟାଟିକ ହାଇପରପ୍ଲାସିଆ (ଇଂରାଜୀ ଭାଷାରେ benign prostatic hyperplasia/ BPH, ଅନ୍ୟ ନାମ prostate enlargement) ନାମ ଦିଆଯାଏ ଯେତେବେଳେ ପ୍ରୋସ୍ଟେଟର (prostate) ଆକାର ବଢ଼ିଯାଏ ଓ ଯାହା କର୍କଟ ରୋଗ ନୁହେଁ । [୧] ଏହି ରୋଗ ହେଲେ ବାରମ୍ବାର ମୂତ୍ରତ୍ୟାଗ, ପରିସ୍ରା ଆରମ୍ଭ କରିବାରେ କଷ୍ଟ, ସ୍ୱଳ୍ପ ପରିସ୍ରା ଧାର, ଅସମ୍ପୁର୍ଣ୍ଣ ମୂତ୍ରତ୍ୟାଗ (inability to urinate), ଅନିୟନ୍ତ୍ରିତ ମୂତ୍ରାଶୟ (loss of bladder control) ଇତ୍ୟାଦି ଲକ୍ଷଣ ଦେଖାଯାଏ ।[୧] ରୋଗ ଜଟିଳ ହେଲେ ମୂତ୍ରାଙ୍ଗ ସଂକ୍ରମଣs, ମୂତ୍ରାଶୟ ପଥର (bladder stones), କ୍ରନିକ ବୃକ୍‌କ ସମସ୍ୟା (chronic kidney problems) ଇତ୍ୟାଦି ସମସ୍ୟା ସୃଷ୍ଟି ହୁଏ ।[୨]

ଏହି ରୋଗର କାରଣ ଅଦ୍ୟାବଧି ଅସ୍ପଷ୍ଟ ଅଛି ।[୧] ସଙ୍କଟ କାରକମାନ ଯଥାକ୍ରମେ ପାରିବାରିକ ଇତିହାସ, ମୋଟାପଣ, ଟାଇପ୨ ମଧୁମେହ (type 2 diabetes), ବ୍ୟାୟାମ ଅଭାବ, ଇରେକ୍ଟାଇଲ ଡିସଫଙ୍କସନ (erectile dysfunction) ହୋଇପାରେ ।[୧] ସୁଡୋଏଫିଡ୍ରିନ (pseudoephedrine), ଆଣ୍ଟିକଲିନର୍ଜିକ (anticholinergics), ଓ କ୍ୟାଲସିଅମ ଚ୍ୟାନେଲ ବ୍ଲକର (calcium channel blockers) ଆଦି ଔଷଧ ଦେଲେ ଲକ୍ଷଣମାନଙ୍କର ଆହୁରି ଅବନତି ହୁଏ ।[୨] ପ୍ରୋସ୍ଟେଟ ଆକାର ବୃଦ୍ଧି ହେବାରୁ ମୂତ୍ରନଳୀ (urethra) ଉପରେ ଚାପ ପଡ଼େ ଓ ମୂତ୍ରାଶୟରୁ (bladder) ମୂତ୍ର ତ୍ୟାଗ କରିବାରେ ବାଧା ହୁଏ ।[୧] ଲକ୍ଷଣ ଓ ଶାରୀରିକ ପରୀକ୍ଷା (examination) କରି ରୋଗ ସନ୍ଦେହ କରିବା ପରେ ଅନ୍ୟ ସମସ୍ତ ସମ୍ଭାବ୍ୟ କାରଣ ଖାରଜ କରି ନିର୍ଣ୍ଣୟ କରାଯାଏ ।[୨]

ଜୀବନ‌ଚର୍ଯ୍ୟା ପରିବର୍ତ୍ତନ, ଔଷଧ, ଅପରେଶନ ଓ କେତେକ ଉପଚାର ଦେଇ ଏହି ରୋଗର ଚିକିତ୍ସା କରାଯାଏ ।[୧][୨] ସ୍ୱଳ୍ପ ଲକ୍ଷଣ ଥିଲେ ଓଜନ ହ୍ରାସ, ବ୍ୟାୟାମ ଓ ଅଳ୍ପ କେଫିନ‌ caffeine ଖାଇବାକୁ ଉପଦେଶ ଦିଆଯାଏ ।[୨] ଲକ୍ଷଣ ଅଧିକ ଥିଲେ ଆଲଫା ବ୍ଲକର (Alpha blockers) ଯେପରିକି ଟେରାଜୋସିନ (terazosin) ଓ ୫ଆଲଫା-ରିଡକ୍ଟେଜ ଇନହିବିଟର (5α-reductase inhibitors) ଯେପରିକି ଫିନାସ୍ଟେରାଇଡ (finasteride) ଔଷଧ ଦିଆଯାଏ ।[୧] ଏହି ଉପଚାର ସତ୍ତ୍ୱେ ଉପଶମ ନହେଲେ ଅପରେଶନ କରାଯାଏ । [୨]

ସାରା ପୃଥିବୀରେ ପ୍ରାୟ ୧୦୫ ନିୟୁତ ଲୋକ ଏହି ରୋଗର ଶିକାର ହୁଅନ୍ତି । [୩] ଚାଳିଶ ବର୍ଷ ବୟସ ପରେ ଏ ରୋଗ ଆରମ୍ଭ ହୁଏ । [୧] ଅର୍ଦ୍ଧେକ ରୋଗୀ ୫୦ ବର୍ଷ ବୟସ ପରେ ଆକ୍ରାନ୍ତ ହୁଅନ୍ତି ।[୨] ଅଶୀ ବର୍ଷ ପରେ ପ୍ରାୟ ୯୦% ଲୋକ ଆକ୍ରାନ୍ତ ହୁଅନ୍ତି ।[୧] ପ୍ରୋସ୍ଟେଟ ସ୍ପେସିଫିକ ଆଣ୍ଟିଜେନ (prostate specific antigen) ବୃଦ୍ଧି ହୋଇଥିଲେ ମଧ୍ୟ ପ୍ରୋସ୍ଟେଟ କର୍କଟ ସଙ୍କଟ ନଥାଏ ।[୪]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ "Prostate Enlargement (Benign Prostatic Hyperplasia)". NIDDK. ସେପ୍ଟେମ୍ବର 2014. Archived from the original on 4 ଅକ୍ଟୋବର 2017. Retrieved 19 ଅକ୍ଟୋବର 2017.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ Kim, EH; Larson, JA; Andriole, GL (2016). "Management of Benign Prostatic Hyperplasia". Annual Review of Medicine (Review). 67: 137–51. doi:10.1146/annurev-med-063014-123902. PMID 26331999.
  3. ୩.୦ ୩.୧ GBD 2015 Disease and Injury Incidence and Prevalence, Collaborators. (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990–2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282. {{cite journal}}: |first1= has generic name (help)CS1 maint: numeric names: authors list (link)
  4. Chang, RT; Kirby, R; Challacombe, BJ (Apr 2012). "Is there a link between BPH and prostate cancer?". Practitioner. 256: 13–6, 2. PMID 22792684.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ