Jump to content

ବିନାଇନ ପ୍ରୋସ୍ଟାଟିକ ହାଇପରପ୍ଲାସିଆ

ଉଇକିପିଡ଼ିଆ‌ରୁ
ବିନାଇନ ପ୍ରୋସ୍ଟାଟିକ ହାଇପରପ୍ଲାସିଆ (benign prostatic hyperplasia)
Benign enlargement of the prostate (BEP, BPE), adenofibromyomatous hyperplasia, benign prostatic hypertrophy,[] benign prostatic obstruction[]
ଚିତ୍ର - ସାଧାରଣ ପ୍ରୋସ୍ଟେଟ prostate (ବାମ) ଓ ବିନାଇନ ପ୍ରୋସ୍ଟାଟିକ ହାଇପରପ୍ଲାସିଆ (ଡାହାଣ)
ବିଭାଗUrology
ଲକ୍ଷଣବାରମ୍ବାର ମୂତ୍ରତ୍ୟାଗ, ପରିସ୍ରା ଆରମ୍ଭ କରିବାରେ କଷ୍ଟ, ସ୍ୱଳ୍ପ ପରିସ୍ରା ଧାର, ଅସମ୍ପୁର୍ଣ୍ଣ ମୂତ୍ରତ୍ୟାଗ (inability to urinate), ଅନିୟନ୍ତ୍ରିତ ମୂତ୍ରାଶୟ (loss of bladder control)[]
ଆକ୍ରାନ୍ତ ସମୟ୪୦ ବର୍ଷ ବୟସ ପରେ []
କାରଣଅସ୍ପଷ୍ଟ[]
ବିପଦ କାରକପାରିବାରିକ ଇତିହାସ, ମୋଟାପଣ, ଟାଇପ୨ ମଧୁମେହ (type 2 diabetes), ବ୍ୟାୟାମ ଅଭାବ, ଇରେକ୍ଟାଇଲ ଡିସଫଙ୍କସନ (erectile dysfunction)[]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଓ ଶାରୀରିକ ପରୀକ୍ଷା (examination) ତ‌ଥା ସମସ୍ତ ସମ୍ଭାବ୍ୟ କାରଣ ଖାରଜ କରିବା ।[]
ସଠିକ ରୋଗ ନିର୍ଣ୍ଣୟହୃଦ୍‌ପାତ, ମଧୁମେହ, ପ୍ରୋସ୍ଟେଟ କର୍କଟ[]
ଔଷଧଆଲଫା ବ୍ଲକର (Alpha blockers) ଯେପରିକି ଟେରାଜୋସିନ (terazosin) ଓ ୫ଆଲଫା-ରିଡକ୍ଟେଜ ଇନହିବିଟର (5α-reductase inhibitors) ଯେପରିକି ଫିନାସ୍ଟେରାଇଡ (finasteride)[]
ଚିକିତ୍ସାଜୀବନ‌ଚର୍ଯ୍ୟା ପରିବର୍ତ୍ତନ, ଔଷଧ, ଅପରେଶନ ଓ କେତେକ ଉପଚାର [][]
ପୁନଃପୌନିକପୃଥିବୀରେ ୧୦୫ ନିୟୁତ (୨୦୧୫)[]
Patient UKବିନାଇନ ପ୍ରୋସ୍ଟାଟିକ ହାଇପରପ୍ଲାସିଆ (benign prostatic hyperplasia)

ବିନାଇନ ପ୍ରୋସ୍ଟାଟିକ ହାଇପରପ୍ଲାସିଆ (ଇଂରାଜୀ ଭାଷାରେ benign prostatic hyperplasia/ BPH, ଅନ୍ୟ ନାମ prostate enlargement) ନାମ ଦିଆଯାଏ ଯେତେବେଳେ ପ୍ରୋସ୍ଟେଟର (prostate) ଆକାର ବଢ଼ିଯାଏ ଓ ଯାହା କର୍କଟ ରୋଗ ନୁହେଁ । [] ଏହି ରୋଗ ହେଲେ ବାରମ୍ବାର ମୂତ୍ରତ୍ୟାଗ, ପରିସ୍ରା ଆରମ୍ଭ କରିବାରେ କଷ୍ଟ, ସ୍ୱଳ୍ପ ପରିସ୍ରା ଧାର, ଅସମ୍ପୁର୍ଣ୍ଣ ମୂତ୍ରତ୍ୟାଗ (inability to urinate), ଅନିୟନ୍ତ୍ରିତ ମୂତ୍ରାଶୟ (loss of bladder control) ଇତ୍ୟାଦି ଲକ୍ଷଣ ଦେଖାଯାଏ ।[] ରୋଗ ଜଟିଳ ହେଲେ ମୂତ୍ରାଙ୍ଗ ସଂକ୍ରମଣs, ମୂତ୍ରାଶୟ ପଥର (bladder stones), କ୍ରନିକ ବୃକ୍‌କ ସମସ୍ୟା (chronic kidney problems) ଇତ୍ୟାଦି ସମସ୍ୟା ସୃଷ୍ଟି ହୁଏ ।[]

ଏହି ରୋଗର କାରଣ ଅଦ୍ୟାବଧି ଅସ୍ପଷ୍ଟ ଅଛି ।[] ସଙ୍କଟ କାରକମାନ ଯଥାକ୍ରମେ ପାରିବାରିକ ଇତିହାସ, ମୋଟାପଣ, ଟାଇପ୨ ମଧୁମେହ (type 2 diabetes), ବ୍ୟାୟାମ ଅଭାବ, ଇରେକ୍ଟାଇଲ ଡିସଫଙ୍କସନ (erectile dysfunction) ହୋଇପାରେ ।[] ସୁଡୋଏଫିଡ୍ରିନ (pseudoephedrine), ଆଣ୍ଟିକଲିନର୍ଜିକ (anticholinergics), ଓ କ୍ୟାଲସିଅମ ଚ୍ୟାନେଲ ବ୍ଲକର (calcium channel blockers) ଆଦି ଔଷଧ ଦେଲେ ଲକ୍ଷଣମାନଙ୍କର ଆହୁରି ଅବନତି ହୁଏ ।[] ପ୍ରୋସ୍ଟେଟ ଆକାର ବୃଦ୍ଧି ହେବାରୁ ମୂତ୍ରନଳୀ (urethra) ଉପରେ ଚାପ ପଡ଼େ ଓ ମୂତ୍ରାଶୟରୁ (bladder) ମୂତ୍ର ତ୍ୟାଗ କରିବାରେ ବାଧା ହୁଏ ।[] ଲକ୍ଷଣ ଓ ଶାରୀରିକ ପରୀକ୍ଷା (examination) କରି ରୋଗ ସନ୍ଦେହ କରିବା ପରେ ଅନ୍ୟ ସମସ୍ତ ସମ୍ଭାବ୍ୟ କାରଣ ଖାରଜ କରି ନିର୍ଣ୍ଣୟ କରାଯାଏ ।[]

ଜୀବନ‌ଚର୍ଯ୍ୟା ପରିବର୍ତ୍ତନ, ଔଷଧ, ଅପରେଶନ ଓ କେତେକ ଉପଚାର ଦେଇ ଏହି ରୋଗର ଚିକିତ୍ସା କରାଯାଏ ।[][] ସ୍ୱଳ୍ପ ଲକ୍ଷଣ ଥିଲେ ଓଜନ ହ୍ରାସ, ବ୍ୟାୟାମ ଓ ଅଳ୍ପ କେଫିନ‌ caffeine ଖାଇବାକୁ ଉପଦେଶ ଦିଆଯାଏ ।[] ଲକ୍ଷଣ ଅଧିକ ଥିଲେ ଆଲଫା ବ୍ଲକର (Alpha blockers) ଯେପରିକି ଟେରାଜୋସିନ (terazosin) ଓ ୫ଆଲଫା-ରିଡକ୍ଟେଜ ଇନହିବିଟର (5α-reductase inhibitors) ଯେପରିକି ଫିନାସ୍ଟେରାଇଡ (finasteride) ଔଷଧ ଦିଆଯାଏ ।[] ଏହି ଉପଚାର ସତ୍ତ୍ୱେ ଉପଶମ ନହେଲେ ଅପରେଶନ କରାଯାଏ । []

ସାରା ପୃଥିବୀରେ ପ୍ରାୟ ୧୦୫ ନିୟୁତ ଲୋକ ଏହି ରୋଗର ଶିକାର ହୁଅନ୍ତି । [] ଚାଳିଶ ବର୍ଷ ବୟସ ପରେ ଏ ରୋଗ ଆରମ୍ଭ ହୁଏ । [] ଅର୍ଦ୍ଧେକ ରୋଗୀ ୫୦ ବର୍ଷ ବୟସ ପରେ ଆକ୍ରାନ୍ତ ହୁଅନ୍ତି ।[] ଅଶୀ ବର୍ଷ ପରେ ପ୍ରାୟ ୯୦% ଲୋକ ଆକ୍ରାନ୍ତ ହୁଅନ୍ତି ।[] ପ୍ରୋସ୍ଟେଟ ସ୍ପେସିଫିକ ଆଣ୍ଟିଜେନ (prostate specific antigen) ବୃଦ୍ଧି ହୋଇଥିଲେ ମଧ୍ୟ ପ୍ରୋସ୍ଟେଟ କର୍କଟ ସଙ୍କଟ ନଥାଏ ।[]

  1. 1 2 3 4 5 6 7 8 9 10 11 12 13 14 15 16 17 "Prostate Enlargement (Benign Prostatic Hyperplasia)". NIDDK. ସେପ୍ଟେମ୍ବର 2014. Archived from the original on 4 ଅକ୍ଟୋବର 2017. Retrieved 19 ଅକ୍ଟୋବର 2017.
  2. 1 2 3 4 5 6 7 8 9 10 Kim, EH; Larson, JA; Andriole, GL (2016). "Management of Benign Prostatic Hyperplasia". Annual Review of Medicine (Review). 67: 137–51. doi:10.1146/annurev-med-063014-123902. PMID 26331999.
  3. 1 2 GBD 2015 Disease and Injury Incidence and Prevalence, Collaborators. (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990–2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282. {{cite journal}}: |first1= has generic name (help)CS1 maint: numeric names: authors list (link)
  4. Chang, RT; Kirby, R; Challacombe, BJ (Apr 2012). "Is there a link between BPH and prostate cancer?". Practitioner. 256: 13–6, 2. PMID 22792684.

ବାହ୍ୟ ଲିଙ୍କ

[ସମ୍ପାଦନା]

ଲୁଆ ତ୍ରୁଟି: bad argument #2 to 'title.new' (unrecognized namespace name 'Portal') ।

ଶ୍ରେଣୀବିଭାଗ
ବାହାର ଉତ୍ସ