ୟୁରିନାରି ରିଟେନସନ

ଉଇକିପିଡ଼ିଆ‌ରୁ
ୟୁରିନାରି ରିଟେନସନ (Urinary retention)
Ischuria, bladder failure
ୟୁରିନାରି ରିଟେନସନ ବା ମୂତ୍ର ଅବଧାରଣ ସ‌ହିତ ବର୍ଦ୍ଧିତ ଆକାରର ମୂତ୍ରାଶୟ ସିଟି ସ୍କାନ CT scan.
ବିଭାଗଆଶୁ ଚିକିତ୍ସା ବିଭାଗ Emergency medicine, urology
ଲକ୍ଷଣହଠାତ୍ ଆରମ୍ଭ: ମୂତ୍ର ତ୍ୟାଗ ଅକ୍ଷମତା, ନିମ୍ନ ଉଦର ଯନ୍ତ୍ରଣା [୧]
ଦୀର୍ଘକାଳୀନ: ବାରମ୍ବାର ମୂତ୍ରତ୍ୟାଗ, ମୂତ୍ରାଶୟ ଅନିୟନ୍ତ୍ରିତ ଓ ମୂତ୍ରନଳୀଶୈଳୀ ସଂକ୍ରମଣ (urinary tract infection)[୧]
କାରଣମୂତ୍ରମାର୍ଗ (urethra) ଅବରୋଧ, ସ୍ନାୟୁ ସମସ୍ୟା, କେତେକ ଔଷଧ, ଦୁର୍ବଳ ମୂତ୍ରାଶୟ ମାଂସପେଶୀ [୧]
ରୋଗ ନିର୍ଣ୍ଣୟ ପଦ୍ଧତିମୂତ୍ର ତ୍ୟାଗ ପରେ ଜମିରହିଥିବା ମୂତ୍ର ପରିମାଣ [୧]
ଔଷଧଆଲଫା ବ୍ଲକର (Alpha blockers) ଯେପରିକି ଟେରାଜୋସିନ (terazosin); ୫α-ରିଡକ୍ଟେଜ ଇନହିବିଟର (5α-reductase inhibitors) ଯେପରିକି ଫିନାସ୍ଟେରାଇଡ (finasteride)[୧]
ଚିକିତ୍ସାୟୁରିନାରି କାଥେଟେରାଇଜେସନ (Catheter), ସ୍ଫିତ ମୂତ୍ରମାର୍ଗ (urethral dilation), ୟୁରେଥ୍ରାଲ ସ୍ଟେଣ୍ଟ (urethral stents), ଅପରେଶନ[୧]
ପୁନଃପୌନିକ୧,୦୦୦ରେ ୬ ଜଣ (ପୁରୁଷ > ୪୦ ବର୍ଷ ବୟସ )[୧]

ମୂତ୍ର ଅବଧାରଣ ବା ୟୁରିନାରି ରିଟେନସନ (ଇଂରାଜୀ ଭାଷାରେ Urinary retention) ଏକ ରୋଗ ଯେଉଁଥିରେ ମୂତ୍ରାଶୟରୁ (bladder) ମୂତ୍ର ସମ୍ପୁର୍ଣ୍ଣ ରୂପେ ଖାଲି ହୋଇପାରେନାହିଁ । [୧] ଏହି ରୋଗ ହଠାତ୍ ବା ଧୀରେ ଆରମ୍ଭ ହୋଇପାରେ ।[୧] ହଠାତ୍ ଆରମ୍ଭ ହେଲେ ମୂତ୍ର ତ୍ୟାଗ ହୋଇପାରେନି ଓ ତଳିପେଟରେ ଯନ୍ତ୍ରଣା ହୁଏ ।[୧] ଧୀରେ ଆରମ୍ଭ ହେଲେ ମୂତ୍ରାଶୟର ନିୟନ୍ତ୍ରଣ ରୋଗୀ କରିପାରେନି ସାମାନ୍ୟ ଧରଣର ପେଟ ଯନ୍ତ୍ରଣା ହୁଏ ଓ ସରୁ ମୂତ୍ର ଧାର ବାହାରେ ।[୧] ଦୀର୍ଘ ଅବଧିର ରୋଗ ହେଲେ ମୂତ୍ରନଳୀ ଶୈଳୀ ସଂକ୍ରମଣ (urinary tract infections) ହୋଇପାରେ ।[୧]

ମୂତ୍ରମାର୍ଗ (urethra) ଅବରୋଧ, ସ୍ନାୟୁ ସମସ୍ୟା, କେତେକ ଔଷଧ ଓ ଦୁର୍ବାଳ ମୂତ୍ରାଶୟ ମାଂସପେଶୀ ଯୋଗୁ ଏହି ରୋଗ ହୁଏ ।[୧] ବିନାଇନ ପ୍ରୋସ୍ଟାଟିକ ହାଇପରପ୍ଲାସିଆ, ୟୁରେଥ୍ରାଲ ସ୍ଟ୍ରିକଚର ବା ମୂତ୍ରମାର୍ଗ ସଙ୍କୋଚନ (urethral strictures), ମୂତ୍ରାଶୟ ପଥର (bladder stones), ସିସ୍ଟୋସିଲ (cystocele), କୋଷ୍ଠକାଠିନ୍ୟ ଓ ଅର୍ବୁଦ (tumors) ଥିଲେ ଏହି ଅବରୋଧ ହୋଇପାରେ । [୧] ମଧୁମେହ, ଆଘାତ, ମେରୁଦଣ୍ଡ ଆଘାତ (spinal cord problems), ସ୍ଟ୍ରୋକ ଓ ହେଭି ମେଟାଲ ବିଷକ୍ରିୟା (heavy metal poisoning) ଯୋଗୁ ସ୍ନାୟୁ ସମସ୍ୟା ଉପୁଜିପାରେ ।[୧] ଏହି ରୋଗ କରାଉଥିବା ଔଷଧମାନଙ୍କର ନାମ: ଆଣ୍ଟିକଲିନର୍ଜିକ (anticholinergics), ଆଣ୍ଟିହିସ୍ଟାମିନସ (antihistamines), ଟ୍ରାଇସାଇକ୍ଲିକ ଆଣ୍ଟିଡିପ୍ରେସାଣ୍ଟ (tricyclic antidepressants), ଡିକଞ୍ଜେସ୍ଟାଣ୍ଟ (decongestants), ସାଇକ୍ଲୋବେଞ୍ଜାପ୍ରିନ (cyclobenzaprine), ଡାଏଜେପାମ, ଏନଏସଏଆଇଡି (NSAIDs), ଆମ୍ଫେଟାମିନଓପିଅଏଡ (opioid) ଇତ୍ୟାଦି ଔଷଧ ଯୋଗୁ ମଧ୍ୟ ଏ ରୋଗ ହୁଏ । [୧] ମୂତ୍ରତ୍ୟାଗ ପରେ ମୂତ୍ରାଶୟରେ ରହିଯାଉଥିବା ମୂତ୍ରର ପରିମାନ ଦେଖି ରୋଗ ନିର୍ଣ୍ଣୟ କରାଯାଏ । [୧]

ଗୋଟିଏ କାଥେଟର ସାହାଯ୍ୟରେ ମୂତ୍ରମାର୍ଗ ପଥରେ ବା ତଳି ପେଟ (lower abdomen) ମଧ୍ୟଦେଇ ମୂତ୍ର ନିଷ୍କାସନ କରାଯାଏ । [୧][୨] ଅନ୍ୟାନ୍ୟ ଚିକିତ୍ସା ମଧ୍ୟରେ ପ୍ରୋସ୍ଟେଟର ଆକାର କମେଇବାକୁ ଔଷଧ ଦିଆଯାଏ, ମୂତ୍ରମାର୍ଗ ସ୍ଫୀତ (urethral dilation) କରାଯାଏ, ୟୁରେଥ୍ରାଲ ସ୍ଟେଣ୍ଟ (urethral stent) ଦିଆଯାଏ ବା ଅପରେଶନ କରାଯାଏ ।[୧] ଏହି ରୋଗ ପୁରୁଷମାନଙ୍କର ମହିଳାଙ୍କ ଅପେକ୍ଷା ଅଧିକ ହୁଏ ।[୧] ଚାଳିଶ ବର୍ଷ ବ‌ୟସ ପରେ ବର୍ଷକୁ ପ୍ରତି ଏକ ହଜାରରେ ୬ ଜଣକୁ ଏ ରୋଗ ହୁଏ । [୧] ଅଶୀ ବର୍ଷ ବୟସ ପରେ ଏହି ରୋଗ ହାର ୩୦% ହୋଇଯାଏ । [୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ "Urinary Retention". National Institute of Diabetes and Digestive and Kidney Diseases. Aug 2014. Archived from the original on 4 October 2017. Retrieved 24 October 2017.
  2. Sliwinski, A; D'Arcy, FT; Sultana, R; Lawrentschuk, N (April 2016). "Acute urinary retention and the difficult catheterization: current emergency management". European journal of emergency medicine : official journal of the European Society for Emergency Medicine. 23 (2): 80–8. doi:10.1097/MEJ.0000000000000334. PMID 26479738.

External links[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ