ହାଣ୍ଡି ଚଞ୍ଛା ପକ୍ଷୀ

ଉଇକିପିଡ଼ିଆ ରୁ
Jump to navigation Jump to search

ହାଣ୍ଡି ଚଞ୍ଛା ପକ୍ଷୀ
ଟଙ୍କା ଚୋରଣୀ ପକ୍ଷୀ
କୁଟୁରି ପକ୍ଷୀ
Indian Tree Pie (Hanrichacha) - panoramio.jpg
ହାଣ୍ଡି ଚଞ୍ଛାର ଡାକ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Passeriformes
Family: Corvidae
Genus: Dendrocitta
ଜାତି: D. vagabunda
ବାଇନୋମିଆଲ ନାମ
Dendrocitta vagabunda
(ଜନ୍ ଲାଥାମ୍, ୧୭୯୦)
Dendrocitta vagabunda subspecies distribution.jpg
ବିଭିନ୍ନ ହାଣ୍ଡି ଚଞ୍ଛା ଉପପ୍ରଜାତିମାନଙ୍କ ଭୌଗୋଳିକ ବିତରଣ
Synonyms

ଡେଣ୍ଡ୍ରୋସିଟା ରୁଫା (Dendrocitta rufa)

ହାଣ୍ଡି ଚଞ୍ଛା ପକ୍ଷୀ ବା ଟଙ୍କା ଚୋରଣୀ (ଇଂରାଜୀ ଭାଷାରେ Rufous Treepie ବା Indian Treepie, ଜୀବବିଜ୍ଞାନ ନାମ Dendrocitta vagabunda) ଭାରତୀୟ ଉପମହାଦେଶ ଓ ତତ୍-ସଂଲଗ୍ନ ଦକ୍ଷିଣ-ପୂର୍ବ ଏସୀୟ ଦେଶମାନଙ୍କରେ ପରିଲକ୍ଷିତ ଏକ ପକ୍ଷୀ । ଏମାନେ କାଉ ପରି କୋର୍ଭିଡାଏ ପରିବାରର ସଦସ୍ୟ । ଲମ୍ବା ଲାଞ୍ଜବିଶିଷ୍ଟ ଏହି ପକ୍ଷୀ ଉଚ୍ଚ ସ୍ୱରରେ ରାବି ନିଜ ଉପସ୍ଥିତି ଜଣାଇଥାଏ । ଘଞ୍ଚ ଜଙ୍ଗଲ, ବୁଦାଳିଆ ଜଙ୍ଗଲ, କୃଷିକ୍ଷେତ୍ର, ତୋଟା ଓ ନଗରର ଉଦ୍ୟାନମାନଙ୍କରେ ମଧ୍ୟ ଏହି ପକ୍ଷୀ ଦେଖିବାକୁ ମିଳନ୍ତି । ନିଜ ପରିବାରର ଅନ୍ୟ ସଦସ୍ୟ ପକ୍ଷୀଙ୍କ ପରି ଏମାନେ ସର୍ବଭକ୍ଷୀ, ସୁବିଧାବାଦୀ ଖାଦକ ଓ ପରିସ୍ଥିତି ସହ ଉତ୍ତମ ରୂପେ ଖାପ ଖୁଆଇ ଚଳିପାରନ୍ତି । ଓଡ଼ିଶାରେ ଏହି ପକ୍ଷୀକୁ ତରୁପିକକରକରା ବୋଲି ମଧ୍ୟ କୁହାଯାଏ ।

ବିବରଣୀ[ସମ୍ପାଦନା]

Indian tree pie-Three type calls

ହାଣ୍ଡି ଚଞ୍ଛା ମାଈ ଓ ଅଣ୍ଡିରା ଦେଖିବାକୁ ଏକା ପରି । ଏମାନଙ୍କ ଦେହର ରଙ୍ଗ ଡାଲଚିନି ପରି ମାଟିଆ ଓ ମୁଣ୍ଡଟିର ରଙ୍ଗ କଳା । ଲମ୍ବା ଲାଞ୍ଜଟି ନୀଳ ମିଶା ପାଉଁଶିଆ ରଙ୍ଗର ଓ ତାହାର ଅଗ ଭାଗଟି କଳା । ଏମାନଙ୍କ ଡେଣାରେ ଏକ ଧଳା ପଟି ରହିଥାଏ । ହିମାଳୟ ହାଣ୍ଡିଚଞ୍ଛା ଦେଖିବାକୁ ସାଧାରଣ ହାଣ୍ଡିଚଞ୍ଛା ପରି କିନ୍ତୁ ସେମାନଙ୍କ ରଙ୍ଗ ଟିକେ ପାଉଁଶିଆ ଓ ସାଧାରଣ ହାଣ୍ଡିଚଞ୍ଛା ପରି ନାଲିମିଶା ମାଟିଆ ନୁହେଁ । ହାଣ୍ଡି ଚଞ୍ଛାର ଥଣ୍ଟ ମୋଟା ଓ ଆଗ ପଟକୁ ସାମାନ୍ୟ ବଙ୍କା । ପେଟ ତଳ ଓ ପିଠିର ଶେଷ ଅଂଶ ଫିକା ମାଟିଆ କିମ୍ବା କମଳାମିଶା ମାଟିଆ ରଙ୍ଗର । ଏମାନଙ୍କ ଡେଣାରେ କଳା ଓ ଧଳା ରଙ୍ଗର ପର ରହିଥାଏ । ଏହି ପକ୍ଷୀର ଥଣ୍ଟ, ଗୋଡ଼ ଓ ପଞ୍ଝା କଳା ରଙ୍ଗର ।[୨]

ସୁବିସ୍ତୃତ ଏହି ପକ୍ଷୀର ଅନେକ ଉପପ୍ରଜାତି ରହିଛନ୍ତି । ମୂଳ ପ୍ରଜାତି ହାଇଦ୍ରାବାଦର ଦକ୍ଷିଣକୁ ଭାରତୀୟ ଉପଦ୍ୱୀପର ଉତ୍ତର-ପୂର୍ବରେ ଦେଖିବାକୁ ମିଳନ୍ତି । ମରୁ ଅଞ୍ଚଳରେ ଦେଖାଯାଉଥିବା ହାଣ୍ଡି ଚଞ୍ଛାର ରଙ୍ଗ ଅଧିକ ଫିକା ଯାହାଙ୍କ ଉପପ୍ରଜାତିକୁ ପେଲିଡା (pallida) ବୋଲି ଚିହ୍ନଟ କରାଯାଇଥାଏ । ପୂର୍ବ ଘାଟ ପର୍ବତମାଳାରେ ଦେଖାଯାଉଥିବା ଉଜ୍ଜ୍ୱଳ ରଙ୍ଗର ଉପପ୍ରଜାତିକୁ ୱେର୍ଣ୍ଣାଇ (vernayi) ଓ ପଶ୍ଚିମ ଘାଟ ପର୍ବତମାଳାରେ ଦେଖାଯାଉଥିବା ସାମାନ୍ୟ ଛୋଟ ଆକାରର ଉପପ୍ରଜାତିକୁ ପାର୍ଭୁଲା (parvula) ବୋଲି ନାମିତ କରାଯାଇଛି ।[୨] ଆଫଗାନିସ୍ତାନପାକିସ୍ତାନରେ ବ୍ରିଷ୍ଟୋଲି (bristoli) ଉପପ୍ରଜାତି ଦେଖାଯାଉଥିବା ବେଳେ ଦକ୍ଷିଣ ଥାଇଲ୍ୟାଣ୍ଡରେ ପରିଲକ୍ଷିତ ହାଣ୍ଡିଚଞ୍ଛା ଉପପ୍ରଜାତିର ନାମ ସାଚୁରେଟିଅର୍ (saturatior) । ଏଡ୍ୱାର୍ଡ୍ ଚାର୍ଲସ୍ ଷ୍ଟୁଆର୍ଟ୍ ବେକର୍‍ ଉପର ଚିଣ୍ଡ୍ୱିନରୁ ଚିନ ଉଚ୍ଚଭୂମି ପର୍ଯ୍ୟନ୍ତ ରହିଥିବା ଉପପ୍ରଜାତିକୁ ସ୍କ୍ଲାଟେରି (sclateri) ଏବଂ ଦକ୍ଷିଣ-ବ୍ରହ୍ମଦେଶ ଓ ଉତ୍ତର-ପଶ୍ଚିମ ଥାଇଲ୍ୟାଣ୍ଡର ଉପପ୍ରଜାତିକୁ କିନ୍ନ୍ୟାରି (kinneari) ବୋଲି ନାମିତ କରିଥିଲେ ।[୩] ପୂର୍ବ ଥାଇଲ୍ୟାଣ୍ଡ ଓ ଇଣ୍ଡୋଚୀନର ଉପପ୍ରଜାତିକୁ ସାକେରାଟେନ୍ସିସ୍ (sakeratensis) ବୋଲି କୁହାଯାଏ ।[୪]

ଭୌଗୋଳିକ ବିତରଣ[ସମ୍ପାଦନା]

ଏହି ପକ୍ଷୀର ଭୌଗୋଳିକ ବ୍ୟାପ୍ତି ଅତି ବିସ୍ତୃତ । ହିମାଳୟ ସମେତ ସମଗ୍ର ଭାରତ ଭୂଖଣ୍ଡ, ପାକିସ୍ତାନ, ବଙ୍ଗଳାଦେଶ, ବ୍ରହ୍ମଦେଶ, ଲାଓସ ଓ ଥାଇଲ୍ୟାଣ୍ଡ ପ୍ରଭୃତି ଦେଶରେ ବଣ, ବୁଦାଳିଆ ଜଙ୍ଗଲ, ତୋଟା ଓ ଉଦ୍ୟାନମାନଙ୍କରେ ଏହି ପକ୍ଷୀ ଦେଖିବାକୁ ମିଳନ୍ତି । ହିମାଳୟ ପର୍ବତମାଳାରେ ଋତୁ ଅନୁସାରେ ଏମାନେ ସମୁଦ୍ର ପତନରୁ ଅଳ୍ପ ବା ଅଧିକ ଉଚ୍ଚତାରେ ବିଚରଣ କରିବା ଦେଖାଯାଇଛି ।[୫]

ପରିସଂସ୍ଥା ଓ ବ୍ୟବହାର[ସମ୍ପାଦନା]

ହାଣ୍ଡି ଚଞ୍ଛା ପକ୍ଷୀ ମୁଖ୍ୟତଃ ଗଛ ଉପରେ ରୁହନ୍ତି । ଗଛର ଫଳ, ଶିମିଳି ଗଛର ମହୁ[୬]), ମଞ୍ଜି[୭], ବିଭିନ୍ନ ଅମେରୁଦଣ୍ଡୀ ଜୀବ, ସାନ ସରୀସୃପ ଓ ଛୋଟ ପକ୍ଷୀ ଶାବକଙ୍କୁ ଆହରଣ କରିଥାନ୍ତି ।[୮] ଏମାନେ ପଡ଼ି ରହିଥିବା ସଦ୍ୟ ଶବରୁ ମଧ୍ୟ ମାଂସ ଖୁଣ୍ଟି ଖାଇବା ଦେଖାଯାଏ । ଏମାନେ ଅତି ଚଞ୍ଚଳିଆ ସ୍ୱଭାବର, ଗଛ ଡାଳରେ ତଳ-ଉପର ହେଉଥାନ୍ତି । ବେଳେବେଳେ ଏମାନେ କଜଳପାତିକୁଣ୍ଡାଖିଆ ଚଢ଼େଇଙ୍କ ପରି ଅନ୍ୟ ପକ୍ଷୀଙ୍କ ସହିତ ମିଶି ଖାଇବା ମଧ୍ୟ ଲକ୍ଷ୍ୟ କରାଯାଇଛି । ଏହି ପକ୍ଷୀ ହରିଣମାନଙ୍କ ଦେହରୁ ପୋକ ଖୁଣ୍ଟି ଖାଇବା ମଧ୍ୟ ଦେଖାଯାଏ । ସମ୍ବର ହରିଣମାନେ ନିଜ ଦେହର ବିଭିନ୍ନ ଅଂଶ ପ୍ରଦର୍ଶନ କରି ପକ୍ଷୀଙ୍କୁ ତାହା ଉପରେ ବସି କୀଟପୋକ ଆଦି ଖାଇବାକୁ ଆମନ୍ତ୍ରିତ କରିଥାନ୍ତି ।[୯][୧୦] ଅନ୍ୟ କର୍ଭିଡ୍ ପକ୍ଷୀଙ୍କ ପରି ଏମାନେ ମଧ୍ୟ ଖାଦ୍ୟ ଗଚ୍ଛିତ କରି ରଖିପାରନ୍ତି ।[୧୧] ବିଭିନ୍ନ ପ୍ରକାରର ବୃକ୍ଷନାଶକ କୀଟଙ୍କୁ ଆହରଣ କରୁଥିବାରୁ ଦକ୍ଷିଣ ଭାରତରେ ତାଳ ତୋଟା ମାଲିକଙ୍କ ପାଇଁ ଏମାନେ ଅତି ଉପକାରୀ ।[୧୨] ହାଣ୍ଡି ଚଞ୍ଛା ପକ୍ଷୀ ଶଲରା ଗଛର ଫଳ ଖାଆନ୍ତି ଯାହା ଅନ୍ୟ ସ୍ତନ୍ୟପାୟୀ ଜୀବଙ୍କ ପାଇଁ ବିଷାକ୍ତ ହୋଇପାରେ ।[୧୩]


ଭାରତରେ ଅପ୍ରେଲ୍‍ରୁ ନେଇ ଜୁନ୍ ମାସ ପର୍ଯ୍ୟନ୍ତ ଏହି ପକ୍ଷୀଙ୍କ ମିଳନ ଋତୁ । ପଶ୍ଚିମ ବଙ୍ଗରେ ଅପ୍ରେଲ୍ ଓ ମଇ ମାସରେ ପିନିୟଲ୍ ଗ୍ରନ୍ଥି କାର୍ଯ୍ୟକଳାପ ଓ ସେରୋଟୋନିନ୍ କ୍ଷରଣରେ ବୃଦ୍ଧି ଘଟିଥାଏ ।[୧୪] ଗଛ ଓ ବୁଦାରେ ରହିଥିବା ଏମାନେ ଏକ ଅଗଭୀର ବସା ନିର୍ମାଣ କରନ୍ତି । ମାଈ ହାଣ୍ଡି ଚଞ୍ଛା ୩-୫ଟି ଅଣ୍ଡା ଦେଇଥାଏ ।[୧୫][୧୬]


ଏହି ପକ୍ଷୀ ବାରମ୍ବାର ଉଚ୍ଚ ସ୍ୱରରେ ଡାକ ଦିଏ ଯାହା ବବ୍-ଓ-ଲିଂକ୍ ବା ଗୋ-ଟ୍ରି ପରି ଶୁଣାଯାଏ ।[୨] ଗୋଟ୍‍ରି ଗୋଟ୍‍ରି ଡାକ ଦେଉଥିବାରୁ ଏହି ପକ୍ଷୀକୁ ସ୍ଥାନୀୟ ଭାବେ କୁଟୁରା, କୁଟୁରି ବା କୋଟ୍‍ରି ବୋଲି ମଧ୍ୟ ଡକାଯାଏ ।[୧୭] ଏହି ପକ୍ଷୀର ଆଉ ଏକ ସ୍ଥାନୀୟ ନାମ ହେଲା ଟାକା ଚୋର୍ ବା ଟଙ୍କା ଚୋରଣୀ । ହାଣ୍ଡିରୁ ଚଞ୍ଛା ହେବା କଳା ପରି ଏହାର ରଙ୍ଗ ହୋଇଥିବାରୁ ଏହାକୁ ହାଣ୍ଡି ଚଞ୍ଛା ବୋଲି କୁହାଯାଏ ।[୧୩][୧୮][୧୭]


ଏହି ପକ୍ଷୀ ଦେହରେ ବିଭିନ୍ନ ପରଜୀବୀ ବାସ କରିବା ବୈଜ୍ଞାନିକ ଅନୁଶୀଳନରୁ ଜଣାପଡ଼ିଛି । ଟ୍ରାଇପାନୋସୋମା କୋର୍ଭି[୧୯] ଓ ବାବେସିଆ ପରି ପରଭକ୍ଷୀ ହାଣ୍ଡି ଚଞ୍ଛାମାନଙ୍କ ଦେହରେ ଦେଖିବାକୁ ମିଳିଛନ୍ତି ।[୨୦] ତାଙ୍କ ଅନ୍ତନାଳିରେ ଟ୍ରେମାଟୋଡ୍ ଓ ହାପ୍ଲୋର୍କିସ୍ ଭାଗାବଣ୍ଡି ପରି ପରଜୀବୀ ମଧ୍ୟ ଲକ୍ଷ୍ୟ କରାଯାଇଛି ।[୨୧] ସେଣ୍ଟ୍ରୋରିଂକସ୍ ଲାନ୍ସିଆ ନାମକ ଆଉ ଏକ ପାରାସାଇଟ୍ ମଧ୍ୟ ଏହି ପକ୍ଷୀର ଦେହରେ ରହିପାରେ ।[୨୨] ହାଣ୍ଡି ଚଞ୍ଛାର ପରରେ ସିରିଞ୍ଜୋଫାଇଲୋଇଡସ୍ ଡେଣ୍ଡ୍ରୋସିଟ୍ଟାଏ ନାମକ ଏକ ପରଜୀବୀ ମଧ୍ୟ ଦେଖିବାକୁ ମିଳିଥାଏ ।[୨୩]

ଆଧାର[ସମ୍ପାଦନା]

  1. "Dendrocitta vagabunda". IUCN Red List of Threatened Species. Version 2013.2. International Union for Conservation of Nature. 2012. Retrieved 26 November 2013.CS1 maint: ref=harv (link)
  2. ୨.୦ ୨.୧ ୨.୨ Rasmussen, PC & JC Anderton (2005). Birds of South Asia: The Ripley guide. Volume 2. Smithsonian Institution & Lynx Edicions. p. 595. Cite uses deprecated parameter |lastauthoramp= (help)
  3. Baker, EC Stuart (1922). The Fauna of British India, Including Ceylon and Burma. Birds. Volume 1. Taylor and Francis, London. pp. 48–52.
  4. Dickinson, E.C.; R.W.R.J. Dekker; S. Eck & S. Somadikarta (2004). "Systematic notes on Asian birds. 45. Types of the Corvidae". Zool. Verh. Leiden. 350: 111–148. Cite uses deprecated parameter |last-author-amp= (help)
  5. Naithani, Archana; Bhatt, Dinesh (2012-01-01). "Bird community structure in natural and urbanized habitats along an altitudinal gradient in Pauri district (Garhwal Himalaya) of Uttarakhand state, India". Biologia. 67 (4). doi:10.2478/s11756-012-0068-z. ISSN 1336-9563.
  6. Raju, Aluri J. S.; Rao, Srungavarapu P.; Rangaiah. K. (2005). "Pollination by bats and birds in the obligate outcrosser Bombax ceiba L. (Bombacaceae), a tropical dry season flowering tree species in the Eastern Ghats forests of India". Ornithol. Sci. 4: 81–87.
  7. Sharma, Satish Kumar (1992). "Tree Pie Dendrocitta vagabunda (Latham) feeding on aril of seeds of Pithecellobium dulce". J. Bombay Nat. Hist. Soc. 89 (3): 374.
  8. Begbie, A (1905). "Curious ferocity of the Indian Tree-pie Dendrocitta rufa". J. Bombay Nat. Hist. Soc. 16 (3): 502–503.
  9. Bharucha, EK (1987). "An observation on the relationship between a Sambar and a Tree-Pie". J. Bombay Nat. Hist. Soc. 84 (3): 675.
  10. Sazima, Ivan (2011). "Cleaner birds: a worldwide overview" (PDF). Revista Brasileira de Ornitologia. 19 (1): 32–47.
  11. de Kort, Selvino R & Nicola S. Clayton (2006). "An evolutionary perspective on caching by corvids". Proceedings of the Royal Society B. 273 (1585): 417–423. doi:10.1098/rspb.2005.3350. PMC 1560201. PMID 16615207. Cite uses deprecated parameter |lastauthoramp= (help)
  12. Krishnakumar R.; Sudha G. (2002). "Indian tree pie Dendrocitta vagabunda parvula (Whistler and Kinnear) (Corvidae). A predatory bird of red palm weevil Rhynchophorus ferrugineus (Oliv.)". Insect Environment. 8: 133.
  13. ୧୩.୦ ୧୩.୧ Ali, S & SD Ripley (1986). Handbook of the birds of India and Pakistan. Volume 5 (2nd ed.). Oxford University Press. pp. 216–221. Cite uses deprecated parameter |lastauthoramp= (help)
  14. Chaudhuri, Santasri; Maiti, B.R. (1989). "Pineal activity during the seasonal gonadal cycle in a wild avian species, the tree pie (Dendrocitta vagabunda)". General and Comparative Endocrinology (in ଇଂରାଜୀ). 76 (3): 346–349. doi:10.1016/0016-6480(89)90128-7.
  15. Whistler, Hugh (1949). Popular Handbook of Indian Birds (4th ed.). Gurney and Jackson. pp. 12–14.
  16. Hume, AO (1889). The nests and eggs of Indian birds. Volume 1. R H Porter, London. pp. 19–22.
  17. ୧୭.୦ ୧୭.୧ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ.
  18. Finn, Frank (1904). The Birds of Calcutta. Thacker, Spink & co. pp. 10–13.
  19. Nandi N. C.; Bennett G. F. (1994). "Re-description of Trypanosoma corvi Stephens and Christophers, 1908 emend Baker, 1976 and remarks on the trypanosomes of the avian family Corvidae". Mem. Inst. Oswaldo Cruz. 89 (2): 145–151. doi:10.1590/S0074-02761994000200005.
  20. Peirce MA (2000). "A taxonomic review of avian piroplasms of the genus Babesia Starcovici, 1893 (Apicomplexa: Piroplasmorida: Babesiidae)". J. Nat. Hist. 34 (3): 317–32. doi:10.1080/002229300299507.
  21. Baugh, S.C. (1963). "Contributions to our knowledge of digenetic trematodes VI". Parasitology Research. 22 (4): 303–315. doi:10.1007/BF00260191. PMID 13966962.
  22. Duggal, C. L.; Solomon, S.; Ambardar, S. (1986). "On some acanthocephalans parasitizing birds of Punjab". Research Bulletin of the Panjab University (Science). 37 (3–4): 25–31.
  23. Fain A; Bochkov, A.; Mironov, S. (2000). "New genera and species of quill mites of the family Syringophilidae (Acari, Prostigmata)". Bulletin van Het Koninlijk Belgisch Instituut voor Natuurwetenschappen - Entomologie. 70: 33–70.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]