ଶଲରା

ଉଇକିପିଡ଼ିଆ ରୁ
Jump to navigation Jump to search

ଶଲରା ଏକ ଲତା ଜାତୀୟ ଉଦ୍ଭିଦ। କେହି କେହି ଏହାକୁ ପାଞ୍ଚ ଆଙ୍ଗୁଳିଆ ଲତା ବୋଲି କହିଥାନ୍ତି, କାରଣ ଏହାର ପତ୍ର ଦେଖିବାକୁ ଠିକ୍ ହାତ ପାପୁଲି ପରି ଓ ଏଥିରେ ହାତର ଆଙ୍ଗୁଳି ପରି ପାଞ୍ଚଟି ଆକୃତି ମଧ୍ୟ ରହିଥାଏ। ଏଇ ପତ୍ର ଗୁଡ଼ିକ ଅଳ୍ପକେ କଲରାପତ୍ର ପରି ଦିଶେ। ଏହାର ଫଳଗୁଡ଼ିକ ଛୋଟ ବରକୋଳି ଆକାରର। ଏଗୁଡ଼ିକ ଶିବଲିଙ୍ଗପରି ଦିଶୁଥିବାରୁ ଏହାକୁ ଶିବଲିଙ୍ଗୀ ବୋଲି ମଧ୍ୟ କୁହାଯାଏ। ଏ ଗୁଡ଼ିକ ପାଚିଲେ ଲାଲ ଦେଖାଯାଏ। ଏ ଲତାର ସର୍ବାଙ୍ଗ ଦୁର୍ଗନ୍ଧମୟ। ବାଡ଼ ଓ ଅନ୍ୟାନ୍ୟ ଗଛ ଉପରେ ଏହା ମାଡ଼ିଥାଏ। ଭାରତରେ ସର୍ବତ୍ର ଏହା ଦେଖିବାକୁ ମିଳେ। ଓଡ଼ିଶାରେ କେତେକ ଅଞ୍ଚଳରେ ଲୋକେ ଛଞ୍ଚିଣାକୁ ଶଲରା ବୋଲି କହିଥାନ୍ତି, କିନ୍ତୁ ବାସ୍ତବରେ ଏ ଦୁଇଟି ଭିନ୍ନ ଭନ୍ନ।

ବିବିଧ ଭାରତୀୟ ପ୍ରାଦେଶିକ ନାମ[ସମ୍ପାଦନା]

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ଶଲରା, ଶିବଲିଙ୍ଗୀ, ପାଞ୍ଚଆଙ୍ଗୁଳିଆ
ସଂସ୍କୃତ ଶିବଲିଙ୍ଗୀ, ଲିଙ୍ଗୀକା, ଶିବଜା, ଦେବୀ ଲିଙ୍ଗଜା, ଈଶ୍ୱରୀ, ବହୁପତ୍ରୀ, ଚିତ୍ରପଳା, ଚଣ୍ଡା, ଚଣ୍ଡାଳୀ, ଚଣ୍ଡାବତୀ ଓ ଶିବ ମଲ୍ଲିକା କୁହାଯାଏ।
ହିନ୍ଦୀ ଶିବଲିଙ୍ଗୀ, ପଞ୍ଚାଗୁରିଆ
ତେଲୁଗୁ ପଞ୍ଚାଗୁଲ
ବଙ୍ଗଳା ଶିବଲିଙ୍ଗୀ, ଲିଙ୍ଗିନୀ

ଶାସ୍ତ୍ରୋକ୍ତ ଗୁଣ[ସମ୍ପାଦନା]

ପ୍ରବଳ କଟୁରସ, ରସାୟନ, ଉଷ୍ଣବୀର୍ଯ୍ୟ, ପୁଷ୍ଟିକର, ରକ୍ତ ଶୋଧକ, ଗର୍ଭଦାୟକ, ମସ୍ତିସ୍କ ବଳଦାୟକ, କ୍ଷୁଧାବର୍ଧକ, କାନ୍ତି ପ୍ରଦାୟକ, ଜ୍ୱର, ରକ୍ତବିକାର, କୁଷ୍ଠ, ଅମ୍ଳପିତ୍ତ, ଦଦ୍ରୁ, ବ୍ରଣ, କ୍ଷତ, ଉପଦଂଶ, ଅସ୍ତ୍ରାଘାତ, କୃମି, ବାତ ଓ ସର୍ପବିଷ ନାଶକ ଅଟେ।

ବ୍ୟବହାର[ସମ୍ପାଦନା]

ଏହାର ମଞ୍ଜିକୁ ସ୍ତ୍ରୀ ରୋଗ, ବିଶେଷକରି ବନ୍ଧ୍ୟାତ୍ୱ ପାଇଁ ଏହାର ଉପଯୋଗ କରାଯାଏ। ଏହାର କଞ୍ଚାଫଳ ଅଜୀର୍ଣ, ଆମାଶୟ, ରକ୍ତବିକାର, ମଳରୋଧ ଓ ଶୂଳ ଆଦିର ନିବାରଣ କରେ। ଏହାର ପତ୍ର ବିଭିନ୍ନ ପ୍ରକାର ଚର୍ମରୋଗର ଔଷଧ ରୂପେ ବ୍ୟବହାର କରାଯାଏ। ଏହାର ମୂଳ ଗୁଳ୍ମ, ପ୍ଳୀହା, ଅଗ୍ନିମାନ୍ଦ୍ୟ ଆଦି ଦୂରକରେ। ଏହାର ସର୍ବାଙ୍ଗ ମସ୍ତିସ୍କଭ୍ରମ, ରକ୍ତବିକାର ଓ ଅଜୀର୍ଣ ଆଦିର ଶାମକ ଅଟେ।

ବାହାର ଆଧାର[ସମ୍ପାଦନା]

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ