ହାଇପୋପାରାଥାଇରଏଡିଜ୍ମ

ଉଇକିପିଡ଼ିଆ‌ରୁ
Hypoparathyroidism
Parathyroid hormone deficiency[୧]
Location of the four parathyroid glands
ବିଭାଗEndocrinology
ଲକ୍ଷଣMuscle cramps, muscle twitching, tingling of the hands and feet, depression, rough skin, loss of hair[୨]
କାରଣComplication of thyroid removal, DiGeorge syndrome, immune system-related damage, hemochromatosis, radiation therapy, low magnesium[୧]
ରୋଗ ନିର୍ଣ୍ଣୟ ପଦ୍ଧତିLow blood calcium and PTH[୩]
ସଠିକ ରୋଗ ନିର୍ଣ୍ଣୟPseudohypoparathyroidism[୧]
ଔଷଧRecombinant parathyroid hormone (rhPTH)[୩]
ଚିକିତ୍ସାCalcium and vitamin D supplementation[୩]
ପୁନଃପୌନିକRare[୨]

ହାଇପୋପାରାଥାଇରଏଡିଜ୍ମ ନାମ ଦିଆଯାଏ ଯେତେବେଳେ ପାରାଥାଇରଏଡ୍ ଗ୍ରନ୍ଥିଗୁଡିକରୁ ପାରାଥାଇରଏଡ୍ ହରମୋନ (PTH) ଉତ୍ପାଦନ କମିଯାଏ ।[୨] ଏହା ଫଳରୁ କମ୍ ରକ୍ତ କ୍ୟାଲସିୟମ୍ ଏବଂ ଉଚ୍ଚ ରକ୍ତ ଫସଫରସ୍ ସୃଷ୍ଟି ହୁଏ, ମାଂସପେଶୀ ଫଡ଼ଫଡ଼ ହୁଏ ଏବଂ ମାଂସପେଶୀ କ୍ରାମ୍ପ ହୋଇପାରେ ।[୨] ଅନ୍ୟାନ୍ୟ ଲକ୍ଷଣଗୁଡ଼ିକରେ ହାତ ଏବଂ ପାଦ ଝିମ ଝିମ ହୁଏ ଏବଂ ଅବସାଦ ହୋଇପାରେ ।[୨] ଖରାପ ବିକଶିତ ଦାନ୍ତ, ଖଦଡ଼ା କାତି ଥିବା ଚର୍ମ, ଭଙ୍ଗା ନଖ ଏବଂ ଅଳ୍ପ କେଶ ବୃଦ୍ଧି ହୋଇପାରେ ।[୪] ଜଟିଳତାରେ ଓଷ୍ଟିଓପୋରୋସିସ ଏବଂ ବୃକ୍‌କ ପଥର ରୋଗ ହୋଇପାରେ ।[୩][୧]

ଥାଇରଏଡ ଅପସାରଣ କିମ୍ବା ବେକରେ ଅନ୍ୟ କୌଣସି ଅସ୍ତ୍ରୋପଚାର ଯୋଗୁ ସାଧାରଣତଃ ଏହି ଜଟିଳତା ହୋଇପାରେ ।[୧] [୨] ଅନ୍ୟାନ୍ୟ କାରଣ ମଧ୍ୟରେ ଜେନେଟିକ୍ ବ୍ୟାଧି ଡାଇଜର୍ଜ ସିଣ୍ଡ୍ରୋମ, ପ୍ରତିରକ୍ଷା ପ୍ରଣାଳୀ ସମ୍ବନ୍ଧୀୟ କ୍ଷତି, ହେମୋକ୍ରୋମାଟୋସିସ୍, ବିକିରଣ ଚିକିତ୍ସା ଏବଂ କମ୍ ମ୍ୟାଗ୍ନେସିୟମ ହୋଇପାରେ ।[୧] ପିଟିଏଚ (PTH) ଏବଂ ରକ୍ତ କ୍ୟାଲସିୟମ ସ୍ତର ଉପରେ ରୋଗ ନିର୍ଣ୍ଣୟ କରାଯାଏ ।[୩]

ପ୍ରାଥମିକ ଚିକିତ୍ସା ହେଉଛି କ୍ୟାଲସିୟମ୍ ଏବଂ ଭିଟାମିନ୍ ଡି ପରିପୂରଣ ।[୩] ପ୍ରାରମ୍ଭରେ ବହୁ ପରିମାଣର କ୍ୟାଲସିୟମ୍ ଗ୍ଲୁକୋନାଟ୍ ଇଞ୍ଜେକ୍ସନ‌ଦ୍ୱାରା ଦିଆଯାଇପାରେ ।[୩] [୧] ଯଦି ଏହା ପର୍ଯ୍ୟାପ୍ତ ହୁଏନି ତେବେ ରିକମ୍ବିନାଣ୍ଟ ପାରାଥାଇରଏଡ୍ ହରମୋନ୍ (rhPTH) ବ୍ୟବହାର କରାଯାଇପାରେ ।[୩] ଅଧିକ କ୍ୟାଲସିୟମ ଏବଂ କମ ଫସଫରସରେ ଖାଦ୍ୟ ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଏ ।[୨] ଉପ‌ଯୁକ୍ତ ଚିକିତ୍ସା କଲେ ଫଳାଫଳ ଭଲ ହୁଏ ।[୧]

ହାଇ ପୋପାରାଥାଇରଏଡିଜ୍ମ ଏକ ବିରଳ ରୋଗ ଅଟେ ।[୨] ଯୁକ୍ତରାଷ୍ଟ୍ରରେ ପ୍ରତି ୧୦,୦୦୦ ଲୋକରେ ପ୍ରାୟ ୩ ଜଣ ପ୍ରଭାବିତ ହୁଅନ୍ତି ।[୧] ପୁରୁଷ ଏବଂ ସ୍ତ୍ରୀ ସମାନ ଭାବରେ ବାରମ୍ବାର ପ୍ରଭାବିତ ହୁଅନ୍ତି ।[୫] ଥାଇରଏଡ ଅପସାରଣ ଏବଂ ମାଂସପେଶୀ ସ୍ପାଜ୍ମ ମଧ୍ୟରେ ସମ୍ପର୍କକୁ ୧୮୮୪ ମସିହାରେ ବର୍ଣ୍ଣନା କରାଯାଇଥିଲା ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ Hans, SK; Levine, SN (January 2022). "Hypoparathyroidism". PMID 28722928. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Hypoparathyroidism". nhs.uk (in ଇଂରାଜୀ). 27 February 2018. Archived from the original on 24 March 2022. Retrieved 12 May 2022.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ "Hypoparathyroidism - Endocrine and Metabolic Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 22 March 2022. Retrieved 13 May 2022.
  4. James, William D.; Elston, Dirk; Treat, James R.; Rosenbach, Misha A.; Neuhaus, Isaac (2020). "24. Endocrine diseases". Andrews' Diseases of the Skin: Clinical Dermatology (in ଇଂରାଜୀ) (13th ed.). Edinburgh: Elsevier. p. 499. ISBN 978-0-323-54753-6. Archived from the original on 2022-06-14. Retrieved 2022-06-07.
  5. "Hypoparathyroidism". NORD (National Organization for Rare Disorders). Archived from the original on 6 December 2018. Retrieved 14 May 2022.
  6. Feldman, Edward C.; Nelson, Richard William (1 January 2004). Canine and Feline Endocrinology and Reproduction (in ଇଂରାଜୀ). Elsevier Health Sciences. p. 716. ISBN 978-0-7216-9315-6. Archived from the original on 14 May 2022. Retrieved 14 May 2022.