ମାଗନେସିଅମ ଅଭାବ

ଉଇକିପିଡ଼ିଆ ରୁ
Jump to navigation Jump to search
ମାଗନେସିଅମ ଅଭାବ (Magnesium deficiency)
ହାଇପୋମାଗନେସିଆ (Hypomagnesia), ହାଇପୋମାଗନେସେମିଆ (hypomagnesemia)
Mg-TableImage.svg
ମାଗନେସିଅମ (Magnesium)
ବିଭାଗଅନ୍ତସ୍ରାବୀ ବିଜ୍ଞାନ (Endocrinology)
ଲକ୍ଷଣକମ୍ପନ (Tremor), ଦରିଦ୍ର ଶାରୀରିକ ନିୟନ୍ତ୍ରଣ, ନିସ୍ଟାଗମସ (nystagmus), ବାତ (seizures).[୧]
କାରଣମଦ୍ୟାତ୍ୟୟ, ଅନଶନ, ତରଳ ଝାଡ଼ା, ଅଧିକ ମୂତ୍ର ହାନୀ (urinary loss), କୁଅବଶୋଷଣ (poor absorption from the intestines), କେତେକ ଔଷଧ[୧][୨]
ରୋଗ ନିର୍ଣ୍ଣୟ ପଦ୍ଧତିରକ୍ତରେ ମାଗନେସିଅମ ମାତ୍ରା < ୦.୬ ମିମୋଲ/ଲି (୧.୪୬ ମିଗ୍ରା/ଡେଲି)[୧]
ଚିକିତ୍ସାମାଗନେସିଅମ ଲବଣ (Magnesium salts)[୨]
ପୌନଃପୁନିକଅପେକ୍ଷକୃତ ସାଧାରଣ (ଡାକ୍ତରଖାନାରେ ଆଡମିଶନ ହୋଇଥିବା ରୋଗୀ)[୨]

ମାଗନେସିଅମ ଅଭାବ (ଇଂରାଜୀ ଭାଷାରେ Magnesium deficiency) ଏକ ଇଲେକ୍ଟ୍ରୋଲାଇଟ ଗୋଳମାଳ (electrolyte disturbance) ଯେଉଁଥିରେ ଶରୀରରେ ଥିବା ମାଗନେସିଅମ ମାତ୍ରା କମ୍ ଥାଏ । ଏହା ଫଳରେ ଅନେକ ଲକ୍ଷଣ ମିଳେ ।[୩] କମ୍ପନ (Tremor), ଦରିଦ୍ର ଶାରୀରିକ ନିୟନ୍ତ୍ରଣ, ମାଂସପେଶୀ ସ୍ପାଜ୍ମ , ଅରୁଚି, ବ୍ୟକ୍ତିତ୍ୱ ପରିବର୍ତ୍ତନ ଓ ନିସ୍ଟାଗମସ (nystagmus) ଆଦି ଲକ୍ଷଣ ଦେଖାଯାଏ ।[୧][୨] ଜଟିଳ ରୋଗ ହେଲେ ବାତ (Seizures, ହୃଦ୍‌ପାତ (torsade de pointes), ସ୍ୱଳ୍ପ ପୋଟାସିଅମ (low potassium) ଲକ୍ଷଣମାନ ଦେଖାଯାଏ ।[୧] ସ୍ୱଳ୍ପ ମାଗନେସିଅମ ଥିବା ରୋଗୀର ପ୍ରାୟ ଅଳ୍ପ ପୋଟାସିଅମ (low potassium) ଥାଏ ।[୧]

ମଦ୍ୟାତ୍ୟୟ, ଅନଶନ, ତରଳ ଝାଡ଼ା, ଅଧିକ ମୂତ୍ର ହାନୀ (urinary loss), କୁଅବଶୋଷଣ (poor absorption from the intestines), ମଧୁମେହ କେତେକ ଔଷଧ ଇତ୍ୟାଦି ବିବିଧ କାରଣ ଯୋଗୁ ଏହି ଅବସ୍ଥା ଉପୁଜେ ।[୧][୪] ପ୍ରୋଟୋନ ପମ୍ପ ଇନହିବିଟର (proton pump inhibitors) ଓ ଫୁରୋସେମାଇଡ (furosemide) ଭଳି ଔଷଧ ଯୋଗୁ ମାଗନେସିଅମ ଅଭାବ ହୋଇପାରେ ।[୨] ରକ୍ତରେ ମାଗନେସିଅମ ସ୍ତର କମ୍ ଥିଲେ ଏହି ରୋଗ (ହାଇପୋମାଗନେସେମିଆ) ନିର୍ଣ୍ଣୟ କରାଯାଏ ।[୫] ସାଧାରଣତଃ ରକ୍ତରେ ମାଗନେସିଅମ ସ୍ତର ୦.୬-୧.୧ ମିମୋଲ/ଲି (୧.୪୬–୨.୬୮ ମିଗ୍ରା/ଡେଲି) ଥାଏ ଓ ରକ୍ତରେ ମାଗନେସିଅମ ମାତ୍ରା ୦.୬ ମିମୋଲ/ଲି (୧.୪୬ ମିଗ୍ରା/ଡେଲି)ରୁ କମ୍ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୧] ନିର୍ଦ୍ଦଷ୍ଟ ଇସିଜି (electrocardiogram/ ECG) ପରିବର୍ତ୍ତନ ଦେଖାଯାଏ ।[୧]

ଏହି ରୋଗ ଚିକିତ୍ସାରେ ପାଟିରେ ବା ଶିରାଭ୍ୟନ୍ତରରେ ମାଗନେସିଅମ (magnesium ଦିଆଯାଏ ।[୨] ସାଂଘାତିକ ଲକ୍ଷଣ ଥିଲେ ଶିରାଭ୍ୟନ୍ତର ମାଗନେସିଅମ ସଲଫେଟ (magnesium sulfate) ଦିଆଯାଏ ।[୧] ରୋଗୀର କ୍ୟାଲସିଅମ (low calcium) ବା ପୋଟାସିଅମ ମାତ୍ରା କମ୍ ଥିଲେ ତାହାର ଚିକିତ୍ସା ମଧ୍ୟ କରାଯାଏ ।[୨] ଡାକ୍ତରଖାନାରେ ଆଡମିଶନ ହୋଇଥିବା ରୋଗୀଙ୍କର ଏହି ଅବସ୍ଥା ହେବା ସାଧାରଣତଃ ଦେଖାଯାଏ ।[୨]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ ୧.୯ Soar, J; Perkins, GD; Abbas, G; Alfonzo, A; Barelli, A; Bierens, JJ; Brugger, H; Deakin, CD; Dunning, J; Georgiou, M; Handley, AJ; Lockey, DJ; Paal, P; Sandroni, C; Thies, KC; Zideman, DA; Nolan, JP (October 2010). "European Resuscitation Council Guidelines for Resuscitation 2010 Section 8. Cardiac arrest in special circumstances: Electrolyte abnormalities, poisoning, drowning, accidental hypothermia, hyperthermia, asthma, anaphylaxis, cardiac surgery, trauma, pregnancy, electrocution". Resuscitation. 81 (10): 1400–33. doi:10.1016/j.resuscitation.2010.08.015. PMID 20956045.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Hypomagnesemia". Merck Manuals Professional Edition. Retrieved 27 October 2018.
  3. "Definition of Magnesium Deficiency". MedicineNet.com. Retrieved 31 May 2014.
  4. Gommers LM, Hoenderop JG, Bindels RJ, de Baaij JH (January 2016). "Hypomagnesemia in Type 2 Diabetes: A Vicious Circle?". Diabetes. 65 (1): 3–13. doi:10.2337/db15-1028. PMID 26696633.
  5. Goldman, Lee; Schafer, Andrew I. (2015). Goldman-Cecil Medicine E-Book (in ଇଂରାଜୀ). Elsevier Health Sciences. p. 775. ISBN 9780323322850.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ