ହାଇପରଫସଫେଟେମିଆ
ହାଇପରଫସଫେଟେମିଆ (Hyperphosphatemia) | |
---|---|
ବିଭାଗ | ଅନ୍ତସ୍ରାବୀ ବିଜ୍ଞାନ (Endocrinology), (nephrology) |
ଲକ୍ଷଣ | ନାସ୍ତି, କ୍ୟାଲସିଅମ ଜମାଟ, ମାଂସପେଶୀ ଜମାଟ [୧] |
କାରଣ | ବୃକ୍କ ଫେଲ (Kidney failure), ସୁଡୋହାଇପୋପାରାଥାଇରଏଡିଜ୍ମ (pseudohypoparathyroidism, ହାଇପୋପାରାଥାଇରଏଡିଜ୍ମ (hypoparathyroidism), ଡାଏବେଟିକ କିଟୋଏସିଡୋସିସ, ଟ୍ୟୁମର ଲାଇସିସ ସିଣ୍ଡ୍ରୋମ (tumor lysis syndrome), ରାବଡୋମାୟୋଲାଇସିସ[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ରକ୍ତ ଫସଫେଟ > ୧.୪୬ ମିମୋଲ/ଲି (୪.୫ ମିଗ୍ରା/ଡେଲି)[୧] |
ସଠିକ ରୋଗ ନିର୍ଣ୍ଣୟ | ଅଧିକ ରକ୍ତ ଲିପିଡେମିଆ (High blood lipids), ହାଇପରପ୍ରୋଟିନେମିଆ (high blood protein), ହାଇପରବିଲିରୁବିନେମିଆ (high blood bilirubin)[୧] |
ଚିକିତ୍ସା | ଖାଦ୍ୟରେ କମ୍ ଫସଫେଟ୍, କ୍ୟାଲସିଅମ କାର୍ବୋନେଟ (calcium carbonate)[୧] |
ପୁନଃପୌନିକ | ଅସ୍ପଷ୍ଟ[୨] |
ହାଇପରଫସଫେଟେମିଆ (ଇଂରାଜୀ ଭାଷାରେ Hyperphosphatemia) ଏକ ଇଲେକ୍ଟ୍ରୋଲାଇଟ ବେମାରୀ (electrolyte disorder) ଯେଉଁଥିରେ ରକ୍ତର (blood) ଫସଫେଟ (phosphate) ମାତ୍ରା ବଢ଼ିଯାଇଥାଏ ।[୧] ଅଧିକାଂଶ ଲୋକଙ୍କର କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ ଓ ଅନ୍ୟ କେତେକଙ୍କର ନରମ ତନ୍ତୁମାନଙ୍କରେ ଅଥାନ କ୍ୟାଲସିଅମ (calcium deposits) ଜମା ହୋଇଯାଏ ।[୧] ଅଧିକାଂଶ ସମୟରେ ରକ୍ତ କ୍ୟାଲସିଅମ ମାତ୍ରା କମ୍ (en:low calcium) ଥିବାରୁ ପେଶୀ ସ୍ପାଜ୍ମ ହୁଏ ।[୧]
ବୃକ୍କ ଫେଲ (Kidney failure), ସୁଡୋହାଇପୋପାରାଥାଇରଏଡିଜ୍ମ (pseudohypoparathyroidism), ହାଇପୋପାରାଥାଇରଏଡିଜ୍ମ (hypoparathyroidism), ଡାଏବେଟିକ କିଟୋଏସିଡୋସିସ, ଟ୍ୟୁମର ଲାଇସିସ ସିଣ୍ଡ୍ରୋମ (tumor lysis syndrome), ରାବଡୋମାୟୋଲାଇସିସ ଇତ୍ୟାଦି କାରଣମାନଙ୍କ ଯୋଗୁ ଏହି ଅବସ୍ଥାର ସମ୍ମୁଖୀନ ହେବାକୁ ପଡ଼େ । [୧] ରକ୍ତ ଫସଫେଟ ୧.୪୬ ମିମୋଲ/ଲି (୪.୫ ମିଗ୍ରା/ଡେଲି)ରୁ ଅଧିକ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୧] ରକ୍ତ ଫସଫେଟ ସ୍ତର ୪.୫୪ ମିମୋଲ/ଲି (୧୪ ମିଗ୍ରା/ଡେଲି)ରୁ ଅଧିକ ଥିଲେ ସାଂଘାତିକ ବିବେଚନା କରାଯାଏ ।[୩] ଅଧିକ ରକ୍ତ ଲିପିଡେମିଆ (High blood lipids), ହାଇପରପ୍ରୋଟିନେମିଆ (high blood protein), ହାଇପରବିଲିରୁବିନେମିଆ (high blood bilirubin) ରୋଗ ଥିଲେ ଫସଫେଟ ଅଧିକ ଥିବା ମିଥ୍ୟାରେ ଜଣାଯାଏ ।[୧]
ଫସଫେଟ କମ୍ ଥିବା ଖାଦ୍ୟ ଓଖାଦ୍ୟରେ କମ୍ ଫସଫେଟ୍ ଓ କ୍ୟାଲସିଅମ କାର୍ବୋନେଟ (calcium carbonate) ଥିବା ଆଣ୍ଟାସିଡ ଦେଲେ ଦେହରେ ଥିବା ଅଧିକ ଫସଫେଟ ବାନ୍ଧି ହୋଇଯାଏ ।[୧] କ୍ୱଚିତ୍ ଶିରାଭ୍ୟନ୍ତର ନର୍ମାଲ ସାଲାଇନ (normal saline) ଦିଆଯାଏ ବା ଡାଏଲିସିସ (dialysis) ବ୍ୟବହାର କରାଯାଏ ।[୧] ଏହା କେତେ ଥର ଆକ୍ରମଣ କରେ ତା'ର ପରିସଂଖ୍ୟାନ ନାହିଁ । [୨]
ଏହା ମଧ୍ୟ ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ "Hyperphosphatemia". Merck Manuals Professional Edition. Retrieved 27 October 2018.
- ↑ ୨.୦ ୨.୧ Ronco, Claudio; Bellomo, Rinaldo; Kellum, John A. (2008). SPEC - Critical Care Nephrology Expert Consult (Book Program) Pincard (in ଇଂରାଜୀ). Elsevier Health Sciences. p. 533. ISBN 1437711111.
- ↑ Adams, James G. (2012). Emergency Medicine: Clinical Essentials (Expert Consult - Online and Print) (in ଇଂରାଜୀ). Elsevier Health Sciences. p. 1416. ISBN 1455733946.
ବାହ୍ୟ ଲିଙ୍କ
[ସମ୍ପାଦନା]ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |