ହାଇଡ୍ରୋକ୍ଲୋରଥିଆଜାଇଡ/ଟ୍ରାୟାମଟେରିନ
Combination of | |
---|---|
Hydrochlorothiazide | Thiazide diuretic |
Triamterene | Potassium-sparing diuretic |
Clinical data | |
Trade names | Maxzide, Dyazide, others |
Routes of administration | By mouth |
Legal status | |
Legal status |
|
ହାଇଡ୍ରୋକ୍ଲୋରଥିଆଜାଇଡ/ଟ୍ରାୟାମଟେରିନ (ଇଂରାଜୀ ଭାଷାରେ Hydrochlorothiazide/triamterene, ଅନ୍ୟ ନାମ କୋଟ୍ରାୟାମଟର୍ଜାଇଡ ଏକ ମିଶ୍ରିତ ଔଷଧ ଯେଉଁଥିରେ ହାଇଡ୍ରୋକ୍ଲୋରୋଥିଆଜାଇଡ ଓ ଟ୍ରାୟାନଟେରିନ (triamterene) ଥାଏ ।[୧] ଉଚ୍ଚ ରକ୍ତଚାପ ଓ ଇଡିମାର (swelling) ଚିକିତ୍ସା ନିମନ୍ତେ ଏହା ଦିଆଯାଇପାରେ ।[୧] କେବଳ ହାଇଡ୍ରୋକ୍ଲୋରଥିଆଜାଇଡ ବ୍ୟବହାର କରୁଥିବା ଲୋକର ଅଳ୍ପ ରକ୍ତ ପୋଟାସିଅମ (low blood potassium) ହେଲେ ଏହା ଦିଆଯାଇପାରେ ।[୨] ଏହା ପାଟିରେ ଦିଆଯାଏ । [୧]
ଏହି ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ନିଦ୍ରା ସମସ୍ୟା, ମୁଣ୍ଡ ଓଜନିଆ, ଠିଆହେଲେ ମୁଣ୍ଡ ହାଲୁକା ଲାଗିବା (feeling light headed with standing), ବୃକ୍କ ସମସ୍ୟା, ଆଲର୍ଜି ଓ ମାଂସପେଶୀ କ୍ରାମ୍ପ ହୋଇପାରେ । allergies [୨] ପ୍ରତିକ୍ରିୟା ସାଂଘାତିକ ହେଲେ ଅଧକ ରକ୍ତ ପୋଟାସିଅମ (high blood potassium) ହୋଇପାରେ ।[୨] ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହା ଦିଆଯାଏ ନାହିଁ । [୨] ଉଲ୍ଲେଖନୀୟ ବୃକ୍କ ସମସ୍ୟା ଥିଲେ ଦିଆଯାଏ ନାହିଁ । [୨] ହାଇଡ୍ରୋକ୍ଲୋରଥିଆଜାଇଡ ଯୋଗୁ ରକ୍ତଚାପ କମିଯାଏ ଓ ପୋଟାସିଅମ କ୍ଷତିକୁ ଟ୍ରାୟାମଟେରିନ କମେଇଦିଏ । [୨]
ସନ ୧୯୬୫ରେ ଏହା ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୨] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୦.୯୫ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୩.୯୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ । 3.90 USD.[୩] ସନ ୨୦୧୬ରେ ଏହାର ୧୨ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୬୦ତମ ସ୍ଥାନରେ ଥଲା ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ British national formulary : BNF 76 (76 ed.). Pharmaceutical Press. 2018. p. 76. ISBN 9780857113382.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Triamterene and Hydrochlorothiazide - FDA prescribing information, side effects and uses". Drugs.com (in ଇଂରାଜୀ). Retrieved 5 March 2019.
- ↑ "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
- ↑ "The Top 300 of 2019". clincalc.com. Retrieved 22 December 2018.