ହାଇଡ୍ରୋକ୍ଲୋରୋଥିଆଜାଇଡ
| Clinical data | |
|---|---|
| Trade names | Apo-hydro, Aquazide h, Dichlotride among others, Oretic |
| AHFS/Drugs.com | monograph |
| MedlinePlus | a682571 |
| Pregnancy category |
|
| Routes of administration | Oral (capsules, tablets, oral solution) |
| ATC code | |
| Legal status | |
| Legal status |
|
| Pharmacokinetic data | |
| Bioavailability | Variably absorbed from GI tract. Bioavailability ~ 70% |
| Metabolism | does not undergo significant metabolism (>95% excreted unchanged in urine)[୧] |
| Elimination half-life | 5.6–14.8 h |
| Excretion | Primarily excreted unchanged in urine |
| Identifiers | |
| |
| CAS Number | |
| PubChem CID | |
| DrugBank | |
| ChemSpider | |
| UNII | |
| KEGG | |
| ChEBI | |
| ChEMBL | |
| ECHA InfoCard | 100.000.367 |
| Chemical and physical data | |
| Formula | C7H8ClN3O4S2 |
| Molar mass | 297.74 g/mol |
| 3D model (JSmol) | |
| |
| |
| | |
ହାଇଡ୍ରୋକ୍ଲୋରୋଥିଆଜାଇଡ (ଇଂରାଜୀରେ Hydrochlorothiazide, ସଂକ୍ଷେପରେ ଏଚ.ସି.ଟି.ଜେଡ୍., HCTZ, HCT, or HZT), ଏକ ମୂତ୍ରସ୍ରାବ ବର୍ଦ୍ଧକ ଔଷଧ ଯାହା ଉଚ୍ଚ ରକ୍ତଚାପ ରୋଗରେ ଓ ତରଳ ପଦାର୍ଥ ଜମିଥିଲେ ଦିଆଯାଏ । [୨] ଅନ୍ୟ ରୋଗ ଯଥା ଡାଏବେଟିସ ଇନସିପିଡସ୍, ରେନାଲ ଟ୍ୟୁବୁଲାର ଏସିଡୋସିସ୍ ଓ ପରିସ୍ରାରେ ଅଧିକ କ୍ୟାଲସିଅମ ଥିଲେ ବୃକ୍କ ପଥର ସଙ୍କଟ ଏଡ଼େଇବା ନିମନ୍ତେ ଏହି ଔଷଧ ଦିଆଯାଏ । [୨] ଉଚ୍ଚ ରକ୍ତଚାପ ନିମନ୍ତେ ଅନେକ ସମୟରେ ଏହାକୁ ପ୍ରଥମ ଧାଡ଼ି ଔଷଧ ରୂପେ ଦିଆଯାଏ । [୨][୩] ଏଚ.ସି.ଟି.ଜେଡ୍.ପାଟିରେ ଖିଆଯାଏ ଓ ଉଚ୍ଚ ରକ୍ତଚାପ ରୋଗର ବ୍ୟବହୃତ ଅନ୍ୟ ଔଷଧ ସାଥୀରେ ମିଶେଇ ଗୋଟିଏ ପିଲ ଆକାରରେ ଦିଆଯାଏ । [୨]
ସମ୍ଭାବ୍ୟ ପାର୍ଶ୍ୱପ୍ରତିକ୍ରିୟା ମଧ୍ୟରେ ବୃକ୍କ କର୍ମ ଅଭାବ, ନିମ୍ନ ରକ୍ତ ପଟାସିଅମ ଓ ଅଳ୍ପ ପାର୍ଶ୍ୱପ୍ରତିକ୍ରିୟା ମଧ୍ୟରେ ସ୍ୱଳ୍ପ ରକ୍ତ ସୋଡ଼ିଅମ, ଗାଉଟ, ଅଧିକ ରକ୍ତ ଶର୍କରା ଓ ଠିଆ ହୋଇପଡ଼ିଲାବେଳେ ଚେତା ବୁଡ଼ିବା ଅନୁଭବ ଇତ୍ୟାଦି । [୨] ରୋଗୀର ସଲ୍ଫା ଔଷଧ ଆଲର୍ଜି ଥିଲେ ଏହି ଔଷଧ ପ୍ରତି ଆଲର୍ଜି ହେଉଥିବାର ରିପୋର୍ଟ ମିଳୁଥିଲେ ମଧ୍ୟ ସମ୍ପୁର୍ଣ୍ଣ ପ୍ରମାଣ ମିଳୁନି । [୨] ଗର୍ଭାବସ୍ଥାରେ ଏହା ବ୍ୟବହାର କରାଯାଇପାରେ ମାତ୍ର ଏହା ପ୍ରଥମ ଧାଡ଼ିର ଚିକିତ୍ସା ନୁହେଁ । [୨]
ଏହି ଔଷଧ ଥିଆଜାଇଡ ଶ୍ରେଣୀର ଅନ୍ତର୍ଭୁକ୍ତ; ଏହା ବୃକ୍କର ଜଳ ରୋକିବା କ୍ଷମତା କମେଇଦିଏ । [୨] ପ୍ରାରମ୍ଭିକ ଭାବରେ ଏହା ରକ୍ତ ପରିମାଣ କମେଇଦିଏ, ହୃତ୍ପିଣ୍ଡକୁ ଆସୁଥିବା ରକ୍ତ କମିଯାଏ ଫଳରେ କାର୍ଡ଼ିଆକ ଆଉଟପୁଟ କମିଯାଏ । [୪] ଦୀର୍ଘକାଳୀନ ବ୍ୟବହାର ଫଳରେ ଏହା ପେରିଫେରାଲ ଭାସ୍କୁଲାର ରେଜିସ୍ଟାନସ କମେଇଦିଏ । [୪]
ମର୍କ ଓ ସିବା କମ୍ପାନୀଦ୍ୱୟ ଏହି ଔଷଧ ଆବିଷ୍କାର କରିଥିବା ଦାବି କରନ୍ତି ଯାହା ୧୯୫୯ ମସିହାରେ ବଜାରରେ ମିଳିଲା । [୫] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୌଳିକ ସ୍ୱାସ୍ଥ୍ୟ ସେବା ନିମନ୍ତେ ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ଥିବା ନାମ ମଧ୍ୟରେ ଏହି ନାମ ଅଛି । [୬] ଆମେରିକାରେ ୨୦୦୮ ମସିହାରେ ରକ୍ତଚାପ ନିମନ୍ତେ ବ୍ୟବହୃତ ହେଉଥିବା ଔଷଧମାନଙ୍କ ମଧ୍ୟରେ ଏହା ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା । [୪] ଏହା ଜେନେରିକ ଔଷଧ ନାମରେ ମିଳେ [୨] ଓ ଦାମିକା ନୁହେଁ । [୭]
ଆଧାର
[ସମ୍ପାଦନା]- ↑ Beermann B, Groschinsky-Grind M, Rosén A. (1976). "Absorption, metabolism, and excretion of hydrochlorothiazide". Clin Pharmacol Ther. 19 (5 (Pt 1)): 531–7.
{{cite journal}}: CS1 maint: multiple names: authors list (link) - ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Hydrochlorothiazide". The American Society of Health-System Pharmacists. Retrieved Jan 2015.
{{cite web}}: Check date values in:|accessdate=(help) - ↑ Wright, JM; Musini, VM (8 July 2009). "First-line drugs for hypertension". The Cochrane database of systematic reviews (3): CD001841. doi:10.1002/14651858.CD001841.pub2. PMID 19588327.
- ↑ ୪.୦ ୪.୧ ୪.୨ Duarte JD, Cooper-DeHoff RM (June 2010). "Mechanisms for blood pressure lowering and metabolic effects of thiazide and thiazide-like diuretics". Expert Rev Cardiovasc Ther. 8 (6): 793–802. doi:10.1586/erc.10.27. PMC 2904515. PMID 20528637.
- ↑ Ravina, Enrique (2011). The evolution of drug discovery : from traditional medicines to modern drugs (1 ed.). Weinheim: Wiley-VCH. p. 74. ISBN 9783527326693.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ "Best drugs to treat high blood pressure The least expensive medications may be the best for many people". www.consumerreports.org/. November 2014. Retrieved 10 January 2015.