ହାଇଡ୍ରୋକ୍ଲୋରୋଥିଆଜାଇଡ

ଉଇକିପିଡ଼ିଆ‌ରୁ
(Hydrochlorothiazideରୁ ଲେଉଟି ଆସିଛି)
ହାଇଡ୍ରୋକ୍ଲୋରୋଥିଆଜାଇଡ
Clinical data
Trade namesApo-hydro, Aquazide h, Dichlotride among others, Oretic
AHFS/Drugs.commonograph
MedlinePlusa682571
Pregnancy
category
  • B (D if used to treat pregnancy-induced hypertension)
Routes of
administration
Oral (capsules, tablets, oral solution)
ATC code
Legal status
Legal status
  • ℞ (Prescription only)
Pharmacokinetic data
BioavailabilityVariably absorbed from GI tract. Bioavailability ~ 70%
Metabolismdoes not undergo significant metabolism (>95% excreted unchanged in urine)[୧]
Elimination half-life5.6–14.8 h
ExcretionPrimarily excreted unchanged in urine
Identifiers
  • 6-chloro-1,1-dioxo-3,4-dihydro-2H-1,2,4-benzothiadiazine-7-sulfonamide
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.367 Edit this at Wikidata
Chemical and physical data
FormulaC7H8ClN3O4S2
Molar mass297.74 g/mol
3D model (JSmol)
  • O=S(=O)(c1c(Cl)cc2c(c1)S(=O)(=O)NCN2)N
  • InChI=1S/C7H8ClN3O4S2/c8-4-1-5-7(2-6(4)16(9,12)13)17(14,15)11-3-10-5/h1-2,10-11H,3H2,(H2,9,12,13) checkY
  • Key:JZUFKLXOESDKRF-UHFFFAOYSA-N checkY
 ☒NcheckY (what is this?)  (verify)

ହାଇଡ୍ରୋକ୍ଲୋରୋଥିଆଜାଇଡ (ଇଂରାଜୀରେ Hydrochlorothiazide, ସଂକ୍ଷେପରେ ଏଚ.ସି.ଟି.ଜେଡ୍., HCTZ, HCT, or HZT), ଏକ ମୂତ୍ରସ୍ରାବ ବର୍ଦ୍ଧକ ଔଷଧ ଯାହା ଉଚ୍ଚ ରକ୍ତଚାପ ରୋଗରେ ଓ ତରଳ ପଦାର୍ଥ ଜମିଥିଲେ ଦିଆଯାଏ । [୨] ଅନ୍ୟ ରୋଗ ଯଥା ଡାଏବେଟିସ ଇନସିପିଡସ୍, ରେନାଲ ଟ୍ୟୁବୁଲାର ଏସିଡୋସିସ୍ ଓ ପରିସ୍ରାରେ ଅଧିକ କ୍ୟାଲସିଅମ ଥିଲେ ବୃକ୍‌କ ପଥର ସଙ୍କଟ ଏଡ଼େଇବା ନିମନ୍ତେ ଏହି ଔଷଧ ଦିଆଯାଏ । [୨] ଉଚ୍ଚ ରକ୍ତଚାପ ନିମନ୍ତେ ଅନେକ ସମୟରେ ଏହାକୁ ପ୍ରଥମ ଧାଡ଼ି ଔଷଧ ରୂପେ ଦିଆଯାଏ । [୨][୩] ଏଚ.ସି.ଟି.ଜେଡ୍.ପାଟିରେ ଖିଆଯାଏ ଓ ଉଚ୍ଚ ରକ୍ତଚାପ ରୋଗର ବ୍ୟବ‌ହୃତ ଅନ୍ୟ ଔଷଧ ସାଥୀରେ ମିଶେଇ ଗୋଟିଏ ପିଲ ଆକାରରେ ଦିଆଯାଏ । [୨]

ସମ୍ଭାବ୍ୟ ପାର୍ଶ୍ୱପ୍ରତିକ୍ରିୟା ମଧ୍ୟରେ ବୃକ୍‌କ କର୍ମ ଅଭାବ, ନିମ୍ନ ରକ୍ତ ପଟାସିଅମ ଓ ଅଳ୍ପ ପାର୍ଶ୍ୱପ୍ରତିକ୍ରିୟା ମଧ୍ୟରେ ସ୍ୱଳ୍ପ ରକ୍ତ ସୋଡ଼ିଅମ, ଗାଉଟ, ଅଧିକ ରକ୍ତ ଶର୍କରାଠିଆ ହୋଇପଡ଼ିଲାବେଳେ ଚେତା ବୁଡ଼ିବା ଅନୁଭବ ଇତ୍ୟାଦି । [୨] ରୋଗୀର ସଲ୍‌ଫା ଔଷଧ ଆଲର୍ଜି ଥିଲେ ଏହି ଔଷଧ ପ୍ରତି ଆଲର୍ଜି ହେଉଥିବାର ରିପୋର୍ଟ ମିଳୁଥିଲେ ମଧ୍ୟ ସମ୍ପୁର୍ଣ୍ଣ ପ୍ରମାଣ ମିଳୁନି । [୨] ଗର୍ଭାବସ୍ଥାରେ ଏହା ବ୍ୟବ‌ହାର କରାଯାଇପାରେ ମାତ୍ର ଏହା ପ୍ରଥମ ଧାଡ଼ିର ଚିକିତ୍ସା ନୁହେଁ । [୨]

ଏହି ଔଷଧ ଥିଆଜାଇଡ ଶ୍ରେଣୀର ଅନ୍ତର୍ଭୁକ୍ତ; ଏହା ବୃକ୍‌କର ଜଳ ରୋକିବା କ୍ଷମତା କମେଇଦିଏ । [୨] ପ୍ରାରମ୍ଭିକ ଭାବରେ ଏହା ରକ୍ତ ପରିମାଣ କମେଇଦିଏ, ହୃତ୍‌ପିଣ୍ଡକୁ ଆସୁଥିବା ରକ୍ତ କମିଯାଏ ଫଳରେ କାର୍ଡ଼ିଆକ ଆଉଟପୁଟ କମିଯାଏ । [୪] ଦୀର୍ଘକାଳୀନ ବ୍ୟବ‌ହାର ଫଳରେ ଏହା ପେରିଫେରାଲ ଭାସ୍କୁଲାର ରେଜିସ୍ଟାନସ କମେଇଦିଏ । [୪]

ମର୍କସିବା କମ୍ପାନୀଦ୍ୱୟ ଏହି ଔଷଧ ଆବିଷ୍କାର କରିଥିବା ଦାବି କରନ୍ତି ଯାହା ୧୯୫୯ ମସିହାରେ ବଜାରରେ ମିଳିଲା । [୫] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୌଳିକ ସ୍ୱାସ୍ଥ୍ୟ ସେବା ନିମନ୍ତେ ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ଥିବା ନାମ ମଧ୍ୟରେ ଏହି ନାମ ଅଛି । [୬] ଆମେରିକାରେ ୨୦୦୮ ମସିହାରେ ରକ୍ତଚାପ ନିମନ୍ତେ ବ୍ୟବ‌ହୃତ ହେଉଥିବା ଔଷଧମାନଙ୍କ ମଧ୍ୟରେ ଏହା ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା । [୪] ଏହା ଜେନେରିକ ଔଷଧ ନାମରେ ମିଳେ [୨] ଓ ଦାମିକା ନୁହେଁ । [୭]

ଆଧାର[ସମ୍ପାଦନା]

  1. Beermann B, Groschinsky-Grind M, Rosén A. (1976). "Absorption, metabolism, and excretion of hydrochlorothiazide". Clin Pharmacol Ther. 19 (5 (Pt 1)): 531–7.{{cite journal}}: CS1 maint: multiple names: authors list (link)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Hydrochlorothiazide". The American Society of Health-System Pharmacists. Retrieved Jan 2015. {{cite web}}: Check date values in: |accessdate= (help)
  3. Wright, JM; Musini, VM (8 July 2009). "First-line drugs for hypertension". The Cochrane database of systematic reviews (3): CD001841. doi:10.1002/14651858.CD001841.pub2. PMID 19588327.
  4. ୪.୦ ୪.୧ ୪.୨ Duarte JD, Cooper-DeHoff RM (June 2010). "Mechanisms for blood pressure lowering and metabolic effects of thiazide and thiazide-like diuretics". Expert Rev Cardiovasc Ther. 8 (6): 793–802. doi:10.1586/erc.10.27. PMC 2904515. PMID 20528637.
  5. Ravina, Enrique (2011). The evolution of drug discovery : from traditional medicines to modern drugs (1 ed.). Weinheim: Wiley-VCH. p. 74. ISBN 9783527326693.
  6. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  7. "Best drugs to treat high blood pressure The least expensive medications may be the best for many people". www.consumerreports.org/. November 2014. Retrieved 10 January 2015.