ହାଇଡ୍ରୋକ୍ଲୋରଥିଆଜାଇଡ/ଟ୍ରାୟାମଟେରିନ

ଉଇକିପିଡ଼ିଆ‌ରୁ
ହାଇଡ୍ରୋକ୍ଲୋରଥିଆଜାଇଡ/ଟ୍ରାୟାମଟେରିନ
Combination of
HydrochlorothiazideThiazide diuretic
TriamterenePotassium-sparing diuretic
Clinical data
Trade namesMaxzide, Dyazide, others
Routes of
administration
By mouth
Legal status
Legal status
  • ℞ (Prescription only)

ହାଇଡ୍ରୋକ୍ଲୋରଥିଆଜାଇଡ/ଟ୍ରାୟାମଟେରିନ (ଇଂରାଜୀ ଭାଷାରେ Hydrochlorothiazide/triamterene, ଅନ୍ୟ ନାମ କୋଟ୍ରାୟାମଟର୍ଜାଇଡ ଏକ ମିଶ୍ରିତ ଔଷଧ ଯେଉଁଥିରେ ହାଇଡ୍ରୋକ୍ଲୋରୋଥିଆଜାଇଡଟ୍ରାୟାନଟେରିନ (triamterene) ଥାଏ ।[୧] ଉଚ୍ଚ ରକ୍ତଚାପଇଡିମାର (swelling) ଚିକିତ୍ସା ନିମନ୍ତେ ଏହା ଦିଆଯାଇପାରେ ।[୧] କେବଳ ହାଇଡ୍ରୋକ୍ଲୋରଥିଆଜାଇଡ ବ୍ୟବ‌ହାର କରୁଥିବା ଲୋକର ଅଳ୍ପ ରକ୍ତ ପୋଟାସିଅମ (low blood potassium) ହେଲେ ଏହା ଦିଆଯାଇପାରେ ।[୨] ଏହା ପାଟିରେ ଦିଆଯାଏ । [୧]

ଏହି ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ନିଦ୍ରା ସମସ୍ୟା, ମୁଣ୍ଡ ଓଜନିଆ, ଠିଆହେଲେ ମୁଣ୍ଡ ହାଲୁକା ଲାଗିବା (feeling light headed with standing), ବୃକ୍‌କ ସମସ୍ୟା, ଆଲର୍ଜି ଓ ମାଂସପେଶୀ କ୍ରାମ୍ପ ହୋଇପାରେ । allergies [୨] ପ୍ରତିକ୍ରିୟା ସାଂଘାତିକ ହେଲେ ଅଧକ ରକ୍ତ ପୋଟାସିଅମ (high blood potassium) ହୋଇପାରେ ।[୨] ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହା ଦିଆଯାଏ ନାହିଁ । [୨] ଉଲ୍ଲେଖନୀୟ ବୃକ୍‌କ ସମସ୍ୟା ଥିଲେ ଦିଆଯାଏ ନାହିଁ । [୨] ହାଇଡ୍ରୋକ୍ଲୋରଥିଆଜାଇଡ ଯୋଗୁ ରକ୍ତଚାପ କମିଯାଏ ଓ ପୋଟାସିଅମ କ୍ଷତିକୁ ଟ୍ରାୟାମଟେରିନ କମେଇଦିଏ । [୨]

ସନ ୧୯୬୫ରେ ଏହା ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୨] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୦.୯୫ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୩.୯୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ । 3.90 USD.[୩] ସନ ୨୦୧୬ରେ ଏହାର ୧୨ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୬୦ତମ ସ୍ଥାନରେ ଥଲା ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ British national formulary : BNF 76 (76 ed.). Pharmaceutical Press. 2018. p. 76. ISBN 9780857113382.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Triamterene and Hydrochlorothiazide - FDA prescribing information, side effects and uses". Drugs.com (in ଇଂରାଜୀ). Retrieved 5 March 2019.
  3. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  4. "The Top 300 of 2019". clincalc.com. Retrieved 22 December 2018.