ଜନ୍ମଗତ ଆଡ୍ରେନାଲ୍ ହାଇପରପ୍ଲାସିଆ

ଉଇକିପିଡ଼ିଆ‌ରୁ
Congenital adrenal hyperplasia
Adult female with untreated congenital adrenal hyperplasia from 1865
ବିଭାଗEndocrinology
ଲକ୍ଷଣDehydration, vomiting, diarrhea, short stature, abnormal sexual development[୧]
ଆକ୍ରାନ୍ତ ସମୟBirth to early adulthood[୧]
ଅବଧିLifetime[୧]
କାରଣGenetic disorder (autosomal recessive)[୧]
ରୋଗ ନିର୍ଣ୍ଣୟ ପଦ୍ଧତିNewborn screening, blood hormone testing, genetic testing[୧]
ସଠିକ ରୋଗ ନିର୍ଣ୍ଣୟAddison disease, disorder of sex development[୧]
ଚିକିତ୍ସାHydrocortisone, fludrocortisone, surgery[୨]
ପୁନଃପୌନିକClassic: Rare[୧]
Nonclassic: 1%[୧]

ଜନ୍ମଗତ ଆଡ୍ରେନାଲ୍ ହାଇପରପ୍ଲାସିଆ ( CAH ) ହେଉଛି ଏକ ଜେନେଟିକ ରୋଗ ଯାହା ଆଡ୍ରେନାଲ୍ ଗ୍ରନ୍ଥି ଉପରେ ପ୍ରଭାବ ପକାଇଥାଏ ।[୩] ରୋଗର ପ୍ରକାର ଉପରେ ଭିନ୍ନ ଭିନ୍ନ ଲକ୍ଷଣ ପ୍ରଦର୍ଶିତ ହୋଇଥାଏ ।[୧] ଏଥିରେ ନିର୍ଜଳନ, ବାନ୍ତି, ତରଳ ଝାଡ଼ା, କ୍ଷୁଦ୍ର ଆକାର, ଏବଂ ଅସ୍ୱାଭାବିକ ପ୍ରାଥମିକ କିମ୍ବା ଦ୍ୱିତୀୟକ ଯୌନ ଅବସ୍ଥା ଦେଖା ଯାଇପାରେ । [୧] ରୋଗ ଜଟିଳ ହେଲେ ଆଡ୍ରେନାଲ୍ ସଙ୍କଟ ହୋଇପାରେ । [୧] ଜନ୍ମରୁ ବୟସ୍କ ହେବା ପର୍ଯ୍ୟନ୍ତ ଲକ୍ଷଣ ଭିନ୍ନ ଭିନ୍ନ ହୋଇଥାଏ ।[୧]

ଆଡ୍ରେନାଲ୍ କର୍ଟେକ୍ସରେ କର୍ଟିସୋଲ୍ ତିଆରି କରିବା ପାଇଁ ଆବଶ୍ୟକ ଏକ ଏନଜାଇମର ଅଭାବରୁ ଏହା ଫଳାଫଳ ହୁଏ ।[୪] ଏହାଦ୍ୱାରା ନିମ୍ନ ସ୍ତରର କର୍ଟିସୋଲ, ନିମ୍ନ ସ୍ତରର ଆଲଡୋଷ୍ଟେରନ୍, କିମ୍ବା ଉଚ୍ଚ ସ୍ତରର ଆଣ୍ଡ୍ରୋଜେନ୍ ଆବଶ୍ୟକ ହୋଇପାରେ ।[୩] ସେଗୁଡିକ ଏକ ଅଟୋସୋମାଲ୍ ରିସେସିଭ୍ ପ୍ରଣାଳୀରେ ଉତ୍ତରାଧିକାର ସୂତ୍ରରେ ମିଳିଥାଏ ।[୪] ନବଜାତ ଶିଶୁ ସ୍କ୍ରିନିଂ ପ୍ରୋଗ୍ରାମର ଏକ ଅଂଶ ଭାବରେ କେତେକ ପରୀକ୍ଷା କରାଯାଏ ।[୧]

ଏହାର କୌଣସି ଉପଶମ ନାହିଁ କିନ୍ତୁ ପ୍ରଭାବଶାଳୀ ଚିକିତ୍ସା ବିଦ୍ୟମାନ ଅଛି ।[୧] ପାରମ୍ପରିକ ରୋଗରେ ଆକ୍ରାନ୍ତ ଥିଲେ ଜନ୍ମ ପରେ ଶୀଘ୍ର ଚିକିତ୍ସା ଆବଶ୍ୟକ କରନ୍ତି ଓ ସେମାନଙ୍କୁ ହାଇଡ୍ରୋକର୍ଟିଜୋନ ଏବଂ ଫ୍ଲୁଡ୍ରୋକୋର୍ଟିଜୋନ ଦିଆଯାଏ ।[୨] ଅଧିକ ଚାପଗ୍ରସ୍ତ ହେଉଥିବା ସମୟରେ ବର୍ଦ୍ଧିତ ମାତ୍ରା ଆବଶ୍ୟକ ହୁଏ ।[୨] କେତେକ ରୋଗୀଙ୍କର ଅସ୍ତ୍ରୋପଚାର ମଧ୍ୟ ଆବଶ୍ୟକ ହୋଇପାରେ । [୨] ଅଣ-ପାରମ୍ପରିକ ରୋଗରେ ଆକ୍ରାନ୍ତ ହୋଇଥିଲେ ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ହୁଏନି କିମ୍ବା କମ୍ ମାତ୍ରାର ହାଇଡ୍ରୋକୋର୍ଟିଜୋନ ବ୍ୟବହାର କରିପାରନ୍ତି ।[୨]

ଗମ୍ଭୀର ଜନ୍ମଗତ ଆଡ୍ରେନାଲ୍ ହାଇପରପ୍ଲାସିଆ ଏକ ବିରଳ ରୋଗ, ପ୍ରାୟ ୧୦,୦୦୦ ଲୋକଙ୍କ ମଧ୍ୟରୁ ୧ଜଣକୁ ପ୍ରଭାବିତ କରେ; ୧୦୦ ଜଣଙ୍କ ମଧ୍ୟରୁ ଜଣକର ସାମାନ୍ୟ ରୋଗ ହୁଏ । [୧] ଉତ୍ତରାଧିକାରୀ ମେଟାବୋଲିକ୍ ବ୍ୟାଧି ମଧ୍ୟରେ ଏହା ଏକ ଅପେକ୍ଷାକୃତ ସାଧାରଣ ରୋଗ ।[୫] ୧୮୬୫ ମସିହାରେ ଲୁଗି ଡି କ୍ରେଚିଓ ଏହି ରୋଗର ଅବସ୍ଥା ପ୍ରଥମେ ସ୍ପଷ୍ଟ ଭାବରେ ବର୍ଣ୍ଣନା କରିଥିଲେ; ଏକ ଶରୀରକୁ ଡିସେକ୍ଟ କଲାବେଳେ ଦେଥିରେ କେଶ ଥିଲା ଓ ପୁରୁଷ ଜଣାପଡ଼ୁଥିଲା, କିନ୍ତୁ ସେଥିରେ ଗର୍ଭାଶୟ, ଏକ ବହୁତ ବଡ଼ ଆଡ୍ରେନାଲ୍ ଗ୍ରନ୍ଥି ବାହାରିଲା ।[୬]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ "Congenital Adrenal Hyperplasia". NORD (National Organization for Rare Disorders). Archived from the original on 14 June 2020. Retrieved 23 June 2022.
  2. ୨.୦ ୨.୧ ୨.୨ ୨.୩ ୨.୪ "What are the treatments for congenital adrenal hyperplasia (CAH)?". nichd (in ଇଂରାଜୀ). Archived from the original on 14 April 2022. Retrieved 23 June 2022.
  3. ୩.୦ ୩.୧ "About Congenital Adrenal Hyperplasia". nichd (in ଇଂରାଜୀ). Archived from the original on 7 May 2022. Retrieved 23 June 2022.
  4. ୪.୦ ୪.୧ El-Maouche D, Arlt W, Merke DP (November 2017). "Congenital adrenal hyperplasia" (PDF). Lancet. 390 (10108): 2194–2210. doi:10.1016/S0140-6736(17)31431-9. PMID 28576284. Archived from the original (PDF) on 2022-04-06. Retrieved 2022-06-11.
  5. Krone N, Arlt W (April 2009). "Genetics of congenital adrenal hyperplasia". Best Practice & Research. Clinical Endocrinology & Metabolism. 23 (2): 181–92. doi:10.1016/j.beem.2008.10.014. PMC 5576025. PMID 19500762.
  6. Ghizzoni, Lucia; Cappa, M.; Chrousos, G. P.; Loche, S.; Maghnie, M. (2011). Pediatric Adrenal Diseases: Workshop, May 16-18, 2010, Turin (Italy) (in ଇଂରାଜୀ). Karger Medical and Scientific Publishers. p. 202. ISBN 978-3-8055-9643-5. Archived from the original on 2022-06-27. Retrieved 2022-06-23.