ହର୍ପେସ ଭୂତାଣୁ ଏନସେଫାଲାଇଟିସ

ଉଇକିପିଡ଼ିଆ‌ରୁ
Herpesviral encephalitis
Herpes simplex encephalitis (HSV encephalitis)
Coronal T2-weighted MR image shows high signal in the temporal lobes including hippocampal formations and parahippogampal gyrae, insulae, and right inferior frontal gyrus due to HSV encephalitis.
ବିଭାଗEmergency medicine, neurology
ଲକ୍ଷଣHeadache, fever, confusion, weakness[୧]
କାରଣHerpes simplex virus[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, cerebral spinal fluid analysis, MRI[୨]
ସଠିକ ରୋଗ ନିର୍ଣ୍ଣୟOther causes of encephalitis, meningitis, neurosyphilis[୧]
ଚିକିତ୍ସାAcyclovir[୨]
Prognosis66% have ongoing disability[୩]
ପୁନଃପୌନିକRare[୧]

ହର୍ପେସ ଭୂତାଣୁ ଏନସେଫାଲାଇଟିସ ହେଉଛି ହର୍ପେସ ଭୂତାଣୁ ଜନିତ ମସ୍ତିଷ୍କ ପ୍ରଦାହ । [୧] ଏହାର ଲକ୍ଷଣରେ ସାଧାରଣତଃ ମୁଣ୍ଡ ବିନ୍ଧା, ଜ୍ୱର, ଦ୍ୱନ୍ଦ୍ୱ ଏବଂ ଦୁର୍ବଳତା ଅନୁଭବ ହୁଏ ।[୧] ବେଳେ ବେଳେ ବେକ କଠିନତା ଏବଂ ଅସ୍ୱାଭାବିକ ବକ୍ତବ୍ୟ ହୋଇପାରେ ।[୧] ଆରମ୍ଭ ସାଧାରଣତ ଦୁଇ ଦିନ ମଧ୍ୟରେ ହୁଏ ।[୧] ରୋଗ ଜଟିଳ ହେଲେ ବାତ, ମଧୁମେହ ଇନସିପିଡସ ଏବଂ ଅଟୋଇମ୍ମ୍ୟୁନ ଏନସେଫାଲାଇଟିସ ହୋଇପାରେ । [୪] [୨]

ହର୍ପିସ୍ ସିମ୍ପଲେକ୍ସ ଭୂତାଣୁ-୧ (HSV-1) ହେତୁ ଏହା ସାଧାରଣତଃ ଦେଖାଯାଏ, ହର୍ପିସ୍ ସିମ୍ପଲେକ୍ସ ଭାଇରସ୍-୨ (HSV-2) ହେତୁ ୧୦%ରୁ କମ ରୋଗ ହୋଇଥାଏ ।[୧] [୪] ପ୍ରାୟ ଏକ ତୃତୀୟାଂଶ ରୋଗୀଙ୍କର ପ୍ରାରମ୍ଭିକ ସଂକ୍ରମଣ ଭାବରେ ଘଟିଥିବାବେଳେ ଦୁଇ ତୃତୀୟାଂଶ ପୁନରାବୃତ୍ତି ଭାବରେ ଘଟିଥାଏ; ଯଦିଓ କେବଳ ୧୦% କ୍ଷେତ୍ରରେ ଥଣ୍ଡା ଘା’ର ଇତିହାସ ଥାଏ।[୩] ଲକ୍ଷଣ ଉପରେ ରୋଗ ନିର୍ଣ୍ଣୟ ଆଧାରିତ ହୁଏ ଓ ସେରେବ୍ରୋସ୍ପାଇନାଲ ତରଳ ପଦାର୍ଥ ବିଶ୍ଳେଷଣ ଏବଂ ଏମଆରଆଇ ବିଶ୍ଳେଷଣଦ୍ୱାରା ସମର୍ଥିତ ହୁଏ ।[୨]

ଆସାଇକ୍ଲୋଭିର ଔଷଧ ଦେଇ ଏହା ଚିକିତ୍ସା କରାଯାଏ ।[୨] ବାତ ଆଶଙ୍କା କମାଇବା ପାଇଁ ଆଣ୍ଟିକନଭଲସାଣ୍ଟ ବ୍ୟବହାର କରାଯାଇପାରେ ।[୧] ଏହି ରୋଗ ଯୁବକ ଓ ବୃଦ୍ଧମାନଙ୍କଠାରେ ଅଧିକ ଭୟଙ୍କର ହୁଏ ।[୪] ପ୍ରାୟ ୨୦% ଦୀର୍ଘକାଳୀନ ଅକ୍ଷମତା ଅନୁଭବ କରନ୍ତି ।[୪] ମୃତ୍ୟୁ ହେବାର ଆଶଙ୍କା ୧%ରୁ ୮% ମଧ୍ୟରେ ଥାଏ । [୨]

ହର୍ପେସଭୂତାଣୁ ଏନସେଫାଲାଇଟିସ ଏକ ବିରଳ ରୋଗ ଯାହା ଯୁକ୍ତରାଷ୍ଟ୍ରରେ ୧୦୦,୦୦୦ ନବଜାତ ଶିଶୁଙ୍କ ମଧ୍ୟରୁ ଜଣକୁ, ୪,୦୦୦ ପିଲାଙ୍କ ମଧ୍ୟରୁ ଜଣକୁ ଏବଂ ୧୫୦,୦୦୦ ବୟସ୍କଙ୍କ ମଧ୍ୟରୁ ଜଣଙ୍କୁ ପ୍ରଭାବିତ କରିଥାଏ ।[୨][୧] ପୁରୁଷ ଏବଂ ସ୍ତ୍ରୀ ସମ ଭାବରେ ପ୍ରଭାବିତ ହୁଅନ୍ତି । [୧] ପ୍ରାୟ ଅର୍ଦ୍ଧେକ ରୋଗ ୫୦ ବର୍ଷରୁ ଅଧିକ ବୟସ୍କଙ୍କଠାରେ ବିକଶିତ ହୁଏ ।[୫] ବିକଶିତ ଦେଶରେ ସଂକ୍ରାମକ ଏନସେଫାଲାଇଟିସ ସଂକ୍ରମଣର ଏହା ସବୁଠାରୁ ସାଧାରଣ କାରଣ ।[୨] ଏହି ରୋଗ ପ୍ରଥମେ ମଣିଷମାନଙ୍କଠାରେ ୧୯୩୫ ମସିହାରେ ବର୍ଣ୍ଣନା କରାଯାଇଥିଲା ।[୬]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Encephalitis, Herpes Simplex". NORD (National Organization for Rare Disorders). Archived from the original on 21 March 2021. Retrieved 13 June 2021.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Stahl, JP; Mailles, A (June 2019). "Herpes simplex virus encephalitis update". Current opinion in infectious diseases. 32 (3): 239–243. doi:10.1097/QCO.0000000000000554. PMID 30921087.
  3. ୩.୦ ୩.୧ Whitley RJ (September 2006). "Herpes simplex encephalitis: adolescents and adults". Antiviral Research. 71 (2–3): 141–8. doi:10.1016/j.antiviral.2006.04.002. PMID 16675036.
  4. ୪.୦ ୪.୧ ୪.୨ ୪.୩ AK, AK; Mendez, MD (January 2021). "Herpes Simplex Encephalitis". PMID 32491575. {{cite journal}}: Cite journal requires |journal= (help)
  5. Whitley RJ, Gnann JW (February 2002). "Viral encephalitis: familiar infections and emerging pathogens". Lancet. 359 (9305): 507–13. doi:10.1016/S0140-6736(02)07681-X. PMID 11853816.
  6. Grove, David (2013-12-19). Tapeworms, Lice, and Prions: A compendium of unpleasant infections (in ଇଂରାଜୀ). OUP Oxford. p. 496. ISBN 978-0-19-165344-5. Archived from the original on 2021-08-29. Retrieved 2021-06-13.