Jump to content

ହର୍ପିସ ଲେବିଆଲିସ

ଉଇକିପିଡ଼ିଆ‌ରୁ
ହର୍ପିସ ଲେବିଆଲିସ
କୋଲ୍ଡ ସୋର (Cold sore) ବା ଥଣ୍ଡା ଘାଆ,[] ଫିଭର ବ୍ଲିସ୍ଟର (fever blisters),[] ହର୍ପିସ ସିମ୍ପ୍ଲେକ୍ସ ଲେବିଆଲିସ (herpes simplex labialis),[] ରିକରେଣ୍ଟ ହର୍ପିସ ଲେବିଆଲିସ (Recurrent herpes labialis),[] ଓ ଓରୋଲେବିଆଲ ହର୍ପିସ (orolabial herpes)[]
ତଳ ଓଠରେ ହର୍ପିସ ଲେବିଆଲିସ ରୋଗ- ତୀର ଚିହ୍ନ ଦିଆଯାଇଛି ।
ବିଭାଗସଂକ୍ରାମକ ରୋଗ (Infectious disease)
ଲକ୍ଷଣପୋଡ଼ା ଯନ୍ତ୍ରଣା ପରେ ଫୋଟକା (blisters) ଓ ଘାଆ (sores) ହୁଏ ।[]
ଆକ୍ରାନ୍ତ ସମୟ୨୦ ବର୍ଷ ବୟସରୁ କମ୍[]
ଅବଧି୧୦ ଦିନରେ ଆରୋଗ୍ୟ ହୋଇଯାଏ ।[]
କାରଣହର୍ପିସ ସିମ୍ପ୍ଲେକ୍ସ ଭୁତାଣୁ ଟାଇପ ୧ (herpes simplex virus type 1) (ସଂସ୍ପର୍ଶ)[][]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[]
ସଠିକ ରୋଗ ନିର୍ଣ୍ଣୟହର୍ପାଞ୍ଜିଓମା (Herpangina), ଆଫଥସ ସ୍ଟୋମାଟାଇଟିସ (aphthous stomatitis), ଚର୍ମସ୍ଫୋଟ (impetigo, ମୋନୋନ୍ୟୁକ୍ଲିଓସିସ (mononucleosis[]
ପ୍ରତିକାରସଂସ୍ପର୍ଶରେ ନ ଆସନ୍ତୁ, ଆଣ୍ଟିଭାଇରାଲ ଔଷଧ (antiviral medication)[][]
ଚିକିତ୍ସାଜିଙ୍କ ଅକ୍ସାଇଡ (Zinc oxide, ନିଶ୍ଚେତକ (anesthetic), ବା ଆଣ୍ଟିଭାଇରାଲ କ୍ରିମ (antiviral cream),[] ପାଟିରେ ଆଣ୍ଟିଭାଇରାଲ ଔଷଧ ।[]
PrognosisGood[]
ପୁନଃପୌନିକବାର୍ଷିକ ପ୍ରତି ୧,୦୦୦ରେ ୨.୫ ଜଣକୁ ଏହି ରୋଗ ହୁଏ ।[]

ହର୍ପିସ ଲେବିଆଲିସ (ଇଂରାଜୀ ଭାଷାରେ Herpes labialis, ଅନ୍ୟ ନାମ cold sores) ରୋଗ ହର୍ପିସ ସିମ୍ପ୍ଲେକ୍ସ ଭୁତାଣୁ (herpes simplex virus) ସଂକ୍ରମଣ ଯୋଗୁ ହୁଏ ଓ ମୁଖ୍ୟତଃ ଓଠରେ ଏହି ରୋଗ ହୁଏ ।[] ଏଥିରେ ଜ୍ୱଳନ ଯନ୍ତ୍ରଣା ହେବା ପରେ ଫୋଟକା (blisters) ବା ଘାଆ (sores) ଦେଖାଯାଏ ।[] ପ୍ରଥମ ରୋଗ ଆକ୍ରମଣରେ ଜ୍ୱର, ତଣ୍ଟି ଘାଆ ଓ ଲସିକା ଗ୍ରନ୍ଥି ବୃଦ୍ଧି ହୁଏ ।[][] ଏହି ରାସ୍ ସାଧାରଣତଃ ୧୦ ଦିନ ଭିତରେ ଭଲ ହୋଇଯାଏ କିନ୍ତୁ ଫେସିଆଲ ସ୍ନାୟୁ (facial nerve) ମଧ୍ୟରେ ଏହି ଭୁତାଣୁ ସୁଶୁପ୍ତ (dormant) ଅବସ୍ଥାରେ ରହିଥାଏ ।[] ଭୁତାଣୁ ସମୟକ୍ରମେ ଆଉ ଥରେ ସକ୍ରିୟ ହୋଇ ପାଟି ଓ ଓଠରେ ଘାଆ ସୃଷ୍ଟି କରିପାରନ୍ତି । []

ହର୍ପିସ ସିମ୍ପ୍ଲେକ୍ସ ଭୁତାଣୁ ଟାଇପ ୧ (herpes simplex virus type 1) ବା (HSV-1) ଯୋଗୁ ମୁଖ୍ୟତଃ ଏହି ରୋଗ ହୁଏ ଓ ବେଳେ ବେଳେ ହର୍ପିସ ସିମ୍ପ୍ଲେକ୍ସ ଭୁତାଣୁ ଟାଇପ ୨ (herpes simplex virus type 2) ବା (HSV-2) ଯୋଗୁ ହୁଏ ।[] ଏହି ସଂକ୍ରମଣ ଅଣ‌ଯୌନ ସଂସ୍ପର୍ଶରୁ ହୁଏ ।[] ସୂର୍ଯ୍ୟାଲୋକ (sunlight), ଜ୍ୱର, ମାନସିକ ଚାପ (psychological stress) ଓ ଋତୁସ୍ରାବ ଯୋଗୁ ଏହି ରୋଗ ଟ୍ରିଗର ହୋଇପାରେ ।[][] ଯୌନାଙ୍ଗ (genitals) ସଂସ୍ପର୍ଶରୁ ଯୌନାଙ୍ଗ ହର୍ପିସ (genital herpes) ରୋଗ ହୋଇପାରେ ।[] ଲକ୍ଷଣ ଦେଖି ରୋଗ ଚିହ୍ନଟ କରାଯାଏ ଓ ନିର୍ଦ୍ଦିଷ୍ଟ ଟେଷ୍ଟ କରି ନିଧାର୍ଯ୍ୟ କରାଯାଏ ।[][]

ସଂକ୍ରମିତ ବ୍ୟକ୍ତିର ବ୍ୟକ୍ତିଗତ ଜିନିଷ ନ ଛୁଇଁଲେ ବା ବ୍ୟବ‌ହାର ନ କଲେ ଓ ଚୁମ୍ବନ ନଦେଲେ ଏହି ରୋଗ ପ୍ରତିରୋଧ କରିହୁଏ ।[] ଜିଙ୍କ ଅକ୍ସାଇଡ (zinc oxide), ନିଶ୍ଚେତକ (anesthetic) ଓ ଆଣ୍ଟିଭାଇରାଲ କ୍ରିମ (antiviral cream) ବ୍ୟବ‌ହାର କଲେ କିଛି ପରିମାଣର ଲକ୍ଷଣ କମିଯାଏ ।[] ଆଣ୍ଟିଭାଇରାଲ ଔଷଧ ଦେଲେ ପୁନଃପୌନିକ ଆକ୍ରମଣ କମିଯାଏ । [][]

ବର୍ଷକୁ ପ୍ରତି ଏକ ହଜାର ଲୋକରେ ପ୍ରାୟ ୨.୫ଜଣ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[] ଥରେ ରୋଗ ହୋଇଗଲେ ଆଉ ଥରେ ଏହି ରୋଗ ୩୩% ଲୋକଙ୍କୁ ହୁଏ ।[] କୋଡ଼ିଏ ବର୍ଷ ବୟସ ତଳେ ପ୍ରାୟ ଏହି ରୋଗ ହୁଏ ।[] ବର୍ଷକୁ ପ୍ରାୟ ୩ ଥର ହୁଏ ।[] ସମୟ କ୍ରମେ ଏହି ଆକ୍ରମଣ ହାର କମିଯାଏ । []

  1. 1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 Opstelten W, Neven AK, Eekhof J (December 2008). "Treatment and prevention of herpes labialis". Can Fam Physician. 54 (12): 1683–1687. PMC 2602638. PMID 19074705. Archived from the original on 2010-10-28.
  2. "Oral Herpes - National Library of Medicine". PubMed Health. Archived from the original on 10 September 2017. Retrieved 29 May 2017.
  3. 1 2 3 4 Rahimi H, Mara T, Costella J, Speechley M, Bohay R (May 2012). "Effectiveness of antiviral agents for the prevention of recurrent herpes labialis: a systematic review and meta-analysis". Oral surgery, oral medicine, oral pathology and oral radiology. 113 (5): 618–27. doi:10.1016/j.oooo.2011.10.010. PMID 22668620.
  4. James, William D.; Berger, Timothy G.; et al. (2006). Andrews' Diseases of the Skin: clinical Dermatology. Saunders Elsevier. p. 368. ISBN 0-7216-2921-0.
  5. 1 2 "STD Facts - Genital Herpes". www.cdc.gov (in ଆମେରିକୀୟ ଇଂରାଜୀ). Archived from the original on 28 May 2017. Retrieved 29 May 2017.
  6. Buttaro, Terry Mahan (2013). Primary Care: A Collaborative Practice (in ଇଂରାଜୀ). Elsevier Health Sciences. p. 257. ISBN 0323075010. Archived from the original on 2017-09-10.
  7. 1 2 "Cold Sores / Herpes". www.bccdc.ca (in କାନାଡିୟ ଇଂରାଜୀ). Archived from the original on 6 June 2017. Retrieved 29 May 2017.
  8. 1 2 3 Stoopler, ET; Sollecito, TP (November 2014). "Oral mucosal diseases: evaluation and management". The Medical clinics of North America. 98 (6): 1323–52. PMID 25443679.
  9. Craft, Noah; Fox, Lindy P.; Goldsmith, Lowell A.; Papier, Art; Birnbaum, Ron; Mercurio, Mary Gail (2011). VisualDx: Essential Adult Dermatology (in ଇଂରାଜୀ). Lippincott Williams & Wilkins. p. 349. ISBN 9781451148282. Archived from the original on 2017-09-10.
[ସମ୍ପାଦନା]
ଶ୍ରେଣୀବିଭାଗ