ହର୍ପିସ ଲେବିଆଲିସ

ଉଇକିପିଡ଼ିଆ‌ରୁ
ହର୍ପିସ ଲେବିଆଲିସ
କୋଲ୍ଡ ସୋର (Cold sore) ବା ଥଣ୍ଡା ଘାଆ,[୧] ଫିଭର ବ୍ଲିସ୍ଟର (fever blisters),[୧] ହର୍ପିସ ସିମ୍ପ୍ଲେକ୍ସ ଲେବିଆଲିସ (herpes simplex labialis),[୨] ରିକରେଣ୍ଟ ହର୍ପିସ ଲେବିଆଲିସ (Recurrent herpes labialis),[୩] ଓ ଓରୋଲେବିଆଲ ହର୍ପିସ (orolabial herpes)[୪]
ତଳ ଓଠରେ ହର୍ପିସ ଲେବିଆଲିସ ରୋଗ- ତୀର ଚିହ୍ନ ଦିଆଯାଇଛି ।
ବିଭାଗସଂକ୍ରାମକ ରୋଗ (Infectious disease)
ଲକ୍ଷଣପୋଡ଼ା ଯନ୍ତ୍ରଣା ପରେ ଫୋଟକା (blisters) ଓ ଘାଆ (sores) ହୁଏ ।[୧]
ଆକ୍ରାନ୍ତ ସମୟ୨୦ ବର୍ଷ ବୟସରୁ କମ୍[୧]
ଅବଧି୧୦ ଦିନରେ ଆରୋଗ୍ୟ ହୋଇଯାଏ ।[୧]
କାରଣହର୍ପିସ ସିମ୍ପ୍ଲେକ୍ସ ଭୁତାଣୁ ଟାଇପ ୧ (herpes simplex virus type 1) (ସଂସ୍ପର୍ଶ)[୫][୧]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[୧]
ସଠିକ ରୋଗ ନିର୍ଣ୍ଣୟହର୍ପାଞ୍ଜିଓମା (Herpangina), ଆଫଥସ ସ୍ଟୋମାଟାଇଟିସ (aphthous stomatitis), ଚର୍ମସ୍ଫୋଟ (impetigo, ମୋନୋନ୍ୟୁକ୍ଲିଓସିସ (mononucleosis[୬]
ପ୍ରତିକାରସଂସ୍ପର୍ଶରେ ନ ଆସନ୍ତୁ, ଆଣ୍ଟିଭାଇରାଲ ଔଷଧ (antiviral medication)[୭][୩]
ଚିକିତ୍ସାଜିଙ୍କ ଅକ୍ସାଇଡ (Zinc oxide, ନିଶ୍ଚେତକ (anesthetic), ବା ଆଣ୍ଟିଭାଇରାଲ କ୍ରିମ (antiviral cream),[୧] ପାଟିରେ ଆଣ୍ଟିଭାଇରାଲ ଔଷଧ ।[୩]
PrognosisGood[୧]
ପୁନଃପୌନିକବାର୍ଷିକ ପ୍ରତି ୧,୦୦୦ରେ ୨.୫ ଜଣକୁ ଏହି ରୋଗ ହୁଏ ।[୧]

ହର୍ପିସ ଲେବିଆଲିସ (ଇଂରାଜୀ ଭାଷାରେ Herpes labialis, ଅନ୍ୟ ନାମ cold sores) ରୋଗ ହର୍ପିସ ସିମ୍ପ୍ଲେକ୍ସ ଭୁତାଣୁ (herpes simplex virus) ସଂକ୍ରମଣ ଯୋଗୁ ହୁଏ ଓ ମୁଖ୍ୟତଃ ଓଠରେ ଏହି ରୋଗ ହୁଏ ।[୧] ଏଥିରେ ଜ୍ୱଳନ ଯନ୍ତ୍ରଣା ହେବା ପରେ ଫୋଟକା (blisters) ବା ଘାଆ (sores) ଦେଖାଯାଏ ।[୧] ପ୍ରଥମ ରୋଗ ଆକ୍ରମଣରେ ଜ୍ୱର, ତଣ୍ଟି ଘାଆ ଓ ଲସିକା ଗ୍ରନ୍ଥି ବୃଦ୍ଧି ହୁଏ ।[୧][୮] ଏହି ରାସ୍ ସାଧାରଣତଃ ୧୦ ଦିନ ଭିତରେ ଭଲ ହୋଇଯାଏ କିନ୍ତୁ ଫେସିଆଲ ସ୍ନାୟୁ (facial nerve) ମଧ୍ୟରେ ଏହି ଭୁତାଣୁ ସୁଶୁପ୍ତ (dormant) ଅବସ୍ଥାରେ ରହିଥାଏ ।[୧] ଭୁତାଣୁ ସମୟକ୍ରମେ ଆଉ ଥରେ ସକ୍ରିୟ ହୋଇ ପାଟି ଓ ଓଠରେ ଘାଆ ସୃଷ୍ଟି କରିପାରନ୍ତି । [୧]

ହର୍ପିସ ସିମ୍ପ୍ଲେକ୍ସ ଭୁତାଣୁ ଟାଇପ ୧ (herpes simplex virus type 1) ବା (HSV-1) ଯୋଗୁ ମୁଖ୍ୟତଃ ଏହି ରୋଗ ହୁଏ ଓ ବେଳେ ବେଳେ ହର୍ପିସ ସିମ୍ପ୍ଲେକ୍ସ ଭୁତାଣୁ ଟାଇପ ୨ (herpes simplex virus type 2) ବା (HSV-2) ଯୋଗୁ ହୁଏ ।[୧] ଏହି ସଂକ୍ରମଣ ଅଣ‌ଯୌନ ସଂସ୍ପର୍ଶରୁ ହୁଏ ।[୫] ସୂର୍ଯ୍ୟାଲୋକ (sunlight), ଜ୍ୱର, ମାନସିକ ଚାପ (psychological stress) ଓ ଋତୁସ୍ରାବ ଯୋଗୁ ଏହି ରୋଗ ଟ୍ରିଗର ହୋଇପାରେ ।[୧][୮] ଯୌନାଙ୍ଗ (genitals) ସଂସ୍ପର୍ଶରୁ ଯୌନାଙ୍ଗ ହର୍ପିସ (genital herpes) ରୋଗ ହୋଇପାରେ ।[୧] ଲକ୍ଷଣ ଦେଖି ରୋଗ ଚିହ୍ନଟ କରାଯାଏ ଓ ନିର୍ଦ୍ଦିଷ୍ଟ ଟେଷ୍ଟ କରି ନିଧାର୍ଯ୍ୟ କରାଯାଏ ।[୧][୮]

ସଂକ୍ରମିତ ବ୍ୟକ୍ତିର ବ୍ୟକ୍ତିଗତ ଜିନିଷ ନ ଛୁଇଁଲେ ବା ବ୍ୟବ‌ହାର ନ କଲେ ଓ ଚୁମ୍ବନ ନଦେଲେ ଏହି ରୋଗ ପ୍ରତିରୋଧ କରିହୁଏ ।[୭] ଜିଙ୍କ ଅକ୍ସାଇଡ (zinc oxide), ନିଶ୍ଚେତକ (anesthetic) ଓ ଆଣ୍ଟିଭାଇରାଲ କ୍ରିମ (antiviral cream) ବ୍ୟବ‌ହାର କଲେ କିଛି ପରିମାଣର ଲକ୍ଷଣ କମିଯାଏ ।[୧] ଆଣ୍ଟିଭାଇରାଲ ଔଷଧ ଦେଲେ ପୁନଃପୌନିକ ଆକ୍ରମଣ କମିଯାଏ । [୧][୩]

ବର୍ଷକୁ ପ୍ରତି ଏକ ହଜାର ଲୋକରେ ପ୍ରାୟ ୨.୫ଜଣ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[୧] ଥରେ ରୋଗ ହୋଇଗଲେ ଆଉ ଥରେ ଏହି ରୋଗ ୩୩% ଲୋକଙ୍କୁ ହୁଏ ।[୧] କୋଡ଼ିଏ ବର୍ଷ ବୟସ ତଳେ ପ୍ରାୟ ଏହି ରୋଗ ହୁଏ ।[୧] ବର୍ଷକୁ ପ୍ରାୟ ୩ ଥର ହୁଏ ।[୯] ସମୟ କ୍ରମେ ଏହି ଆକ୍ରମଣ ହାର କମିଯାଏ । [୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ ୧.୨୨ ୧.୨୩ ୧.୨୪ Opstelten W, Neven AK, Eekhof J (December 2008). "Treatment and prevention of herpes labialis". Can Fam Physician. 54 (12): 1683–1687. PMC 2602638. PMID 19074705. Archived from the original on 2010-10-28.
  2. "Oral Herpes - National Library of Medicine". PubMed Health. Archived from the original on 10 September 2017. Retrieved 29 May 2017.
  3. ୩.୦ ୩.୧ ୩.୨ ୩.୩ Rahimi H, Mara T, Costella J, Speechley M, Bohay R (May 2012). "Effectiveness of antiviral agents for the prevention of recurrent herpes labialis: a systematic review and meta-analysis". Oral surgery, oral medicine, oral pathology and oral radiology. 113 (5): 618–27. doi:10.1016/j.oooo.2011.10.010. PMID 22668620.
  4. James, William D.; Berger, Timothy G.; et al. (2006). Andrews' Diseases of the Skin: clinical Dermatology. Saunders Elsevier. p. 368. ISBN 0-7216-2921-0.
  5. ୫.୦ ୫.୧ "STD Facts - Genital Herpes". www.cdc.gov (in ଆମେରିକୀୟ ଇଂରାଜୀ). Archived from the original on 28 May 2017. Retrieved 29 May 2017.
  6. Buttaro, Terry Mahan (2013). Primary Care: A Collaborative Practice (in ଇଂରାଜୀ). Elsevier Health Sciences. p. 257. ISBN 0323075010. Archived from the original on 2017-09-10.
  7. ୭.୦ ୭.୧ "Cold Sores / Herpes". www.bccdc.ca (in କାନାଡିୟ ଇଂରାଜୀ). Archived from the original on 6 June 2017. Retrieved 29 May 2017.
  8. ୮.୦ ୮.୧ ୮.୨ Stoopler, ET; Sollecito, TP (November 2014). "Oral mucosal diseases: evaluation and management". The Medical clinics of North America. 98 (6): 1323–52. PMID 25443679.
  9. Craft, Noah; Fox, Lindy P.; Goldsmith, Lowell A.; Papier, Art; Birnbaum, Ron; Mercurio, Mary Gail (2011). VisualDx: Essential Adult Dermatology (in ଇଂରାଜୀ). Lippincott Williams & Wilkins. p. 349. ISBN 9781451148282. Archived from the original on 2017-09-10.

External links[ସମ୍ପାଦନା]

ଶ୍ରେଣୀବିଭାଗ