Jump to content

ସ୍ପାଇନାଲ ସ୍ଟେନୋସିସ

ଉଇକିପିଡ଼ିଆ‌ରୁ
ସ୍ପାଇନାଲ ସ୍ଟେନୋସିସ (Spinal stenosis)
ସ୍ପାଇନାଲ ସ୍ଟେନୋସିସ
ବିଭାଗଅସ୍ଥିଶଲ୍ୟ ବିଜ୍ଞାନ (Orthopedics), ସ୍ନାୟୁଶଲ୍ୟ ବିଜ୍ଞାନ (neurosurgery)
ଲକ୍ଷଣଯନ୍ତ୍ରଣା, କାଲୁଆ (numbness) ଓ ବାହୁ ବା ଗୋଡ଼ର ଦୁର୍ବଳତା []
ଆକ୍ରାନ୍ତ ସମୟକ୍ରମିକ[]
କାରଣଓଷ୍ଟିଓଆର୍ଥ୍ରାଇଟିସ, ରିଉମାଟଏଡ ଆର୍ଥ୍ରାଇଟିସ, ସ୍ପାଇନାକ ଟ୍ୟୁମର (spinal tumors), ଆଘାତ, ହାଡ଼ର ପାଜେଟ ଡିଜିଜ (Paget's disease of the bone), ସ୍କୋଲିଓସିସ, ସ୍ପୋଣ୍ଡିଲୋଲିସଥେସିସ (spondylolisthesis), ଆକଣ୍ଡ୍ରୋପ୍ଲାସିଆ[]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଓ ମେଡିକାଲ ଇମେଜିଙ୍ଗ (medical imaging)[]
ସଠିକ ରୋଗ ନିର୍ଣ୍ଣୟକଡା ଇକୁଇନା ସିଣ୍ଡ୍ରୋମ, ଓଷ୍ଟିଓମାୟେଲାଇଟିସ, ପେରିଫେରାଲ ଭାସ୍କୁଲାର ଡିଜିଜ (peripheral vascular disease), ଫାଇବ୍ରୋମ୍ୟାଲ୍‌ଜିଆ[]
ଔଷଧଏନଏସଏଆଇଡି (NSAIDs), ପାରାସେଟାମୋଲ, ସ୍ଟିରଏଡ ଇଞ୍ଜେକସନ (steroid injections)[]
ଚିକିତ୍ସାଔଷଧ, ବ୍ୟାୟାମ, ପିଠି ବ୍ରେସ, ଅପରେଶନ []
ପୁନଃପୌନିକ୮% ଲୋକ []

ସ୍ପାଇନାଲ ସ୍ଟେନୋସିସ (ଇଂରାଜୀ ଭାଷାରେ Spinal stenosis) ଏକ ରୋଗ ଯେଉଁଥିରେ ସ୍ପାଇନାଲ କେନାଲ ବା ନିଉରାଲ ଫୋରାମେନ (neural foramen) ସରୁ (abnormal narrowing) ହୋଇଯିବା ଫଳରେ ସୁଷୁମ୍ନା କାଣ୍ଡ (spinal cord) ଓ ସ୍ନାୟୁ (nerve roots) ଉପରେ ଚାପ ପଡ଼େ ।[] ଯନ୍ତ୍ରଣା, କାଲୁଆ (numbness) ଓ ବାହୁ ବା ଗୋଡ଼ର ଦୁର୍ବଳତା ଆଦି ଲକ୍ଷଣ ଦେଖାଯାଏ ।[] ଧୀରେ ଧୀରେ ଆରମ୍ଭ ହୁଏ ଓ ଆଗକୁ ନଇଁଗଲେ ଅଧିକ କଷ୍ଟ ହୁଏ ।[] ରୋଗ ସାଂଘାତିକ ହେଲେ ଅନିୟନ୍ତ୍ରିତ ମୂତ୍ରାଶୟ (Loss of bladder control), ଅନିୟନ୍ତ୍ରିତ ମଳାଶୟ (loss of bowel control) ଓ ଯୌନକ୍ରିୟା ହାନୀ (sexual dysfunction) ହୁଏ ।[]

ଓଷ୍ଟିଓଆର୍ଥ୍ରାଇଟିସ, ରିଉମାଟଏଡ ଆର୍ଥ୍ରାଇଟିସ, ସ୍ପାଇନାକ ଟ୍ୟୁମର (spinal tumors), ଆଘାତ, ହାଡ଼ର ପାଜେଟ ଡିଜିଜ (Paget's disease of the bone), ସ୍କୋଲିଓସିସ, ସ୍ପୋଣ୍ଡିଲୋଲିସଥେସିସ (spondylolisthesis), ଆକଣ୍ଡ୍ରୋପ୍ଲାସିଆ ଭଳି ଜେନେଟିକ ରୋଗ ଥିବା କାରଣ‌ଯୋଗୁ ଏହି ରୋଗ ସୃଷ୍ଟି ହୁଏ ।[] ତିନି ପ୍ରକାର ଏହାର ବର୍ଗୀକରଣ କରାଯାଏ ଯଥା:- ସର୍ଭାଇକାଲ ସ୍ଟେନୋସିସ, ଲମ୍ବର ସ୍ପାଇନାଲ ସ୍ଟେନୋସିସ ଓ ଥୋରାସିକ ଭର୍ଟିବ୍ରା ସ୍ଟେନୋସିସ (thoracic[] ଲମ୍ବର ସ୍ଟେନୋସିସ ଏକ ସାଧାରଣ ରୋଗ ଓ ତା ପଛକୁ ସର୍ଭାଇକାଲ ସ୍ଟେନୋସିସ ସାଧାରଣ ରୋଗ । [] ଲକ୍ଷଣ ଓ ମେଡିକାଲ ଇମେଜିଙ୍ଗ (medical imaging) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[]

ଔଷଧ, ବ୍ୟାୟାମ, ପିଠି ବ୍ରେସ (bracing|), ଅପରେଶନ ସାହାଯ୍ୟରେ ଏହି ରୋଗର ଚିକତ୍ସା କରାଯାଏ ।[] ଏନଏସଏଆଇଡି (NSAIDs), ପାରାସେଟାମୋଲ, ସ୍ଟିରଏଡ ଇଞ୍ଜେକସନ (steroid injections) ଇତ୍ୟାଦି ଔଷଧ ଦିଆଯାଏ ।[] ଶକ୍ତିବର୍ଦ୍ଧକ ଓ ଭିଡ଼ିବା ବ୍ୟାୟାମ ଉପକାରରେ ଆସେ ।[] କେତେକ କାର୍ଯ୍ୟ କମ୍ କରିବାକୁ ଉପଦେଶ ଦିଆଯାଏ ।[] ଏ ସମସ୍ତ ଚିକିତ୍ସା ଫଳପ୍ରଦ ନହେଲେ ଡିକମ୍ପ୍ରେସିଭ ଲାମିନେକ୍ଟୋମି (decompressive laminectomy) ଅପରେଶନ କରାଯାଇପାରେ ।[]

ଜନସଂଖ୍ୟାର ପ୍ରାୟ ୮% ଲୋକଙ୍କର ଏହି ରୋଗ ହୁଏ । [] ପଚାଶ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କୁ ଏହି ରୋଗ ହୁଏ ।[] ପୁରୁଷ ଓ ମହିଳାମାନେ ସମ ଭାବରେ ଆକ୍ରାନ୍ତ ହୁଅନ୍ତି । [] ପ୍ରଥମେ ଆଣ୍ଟଏନ ପୋର୍ଟାଲ (Antoine Portal) ଏହି ରୋଗର ଆଧୁନିକ ବର୍ଣ୍ଣନା ସନ ୧୮୦୩ରେ କରିଥିଲେ ।[୧୦] ପୁରାତନ ମିଶର (Ancient Egypt) ରାଜ୍ୟରେ ଏହି ରୋଗ ଥିବାର ପ୍ରମାଣ ମିଳୁଛି ।[୧୦]

  1. 1 2 3 4 5 6 "Spinal Stenosis". National Institute of Arthritis and Musculoskeletal and Skin Diseases (in ଇଂରାଜୀ). 11 April 2017. Retrieved 19 December 2017.
  2. 1 2 "Spinal Stenosis". National Institute of Arthritis and Musculoskeletal and Skin Diseases (in ଇଂରାଜୀ). 11 April 2017. Retrieved 19 December 2017.
  3. 1 2 3 4 Domino, Frank J. (2010). The 5-Minute Clinical Consult 2011 (in ଇଂରାଜୀ). Lippincott Williams & Wilkins. p. 1224. ISBN 9781608312597.
  4. Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 1202. ISBN 9780323529570.
  5. 1 2 3 "Spinal Stenosis". National Institute of Arthritis and Musculoskeletal and Skin Diseases (in ଇଂରାଜୀ). 11 April 2017. Retrieved 19 December 2017.
  6. 1 2 3 4 "Spinal Stenosis". National Institute of Arthritis and Musculoskeletal and Skin Diseases (in ଇଂରାଜୀ). 11 April 2017. Retrieved 19 December 2017.
  7. 1 2 Canale, S. Terry; Beaty, James H. (2012). Campbell's Operative Orthopaedics E-Book (in ଇଂରାଜୀ). Elsevier Health Sciences. p. 1994. ISBN 978-0323087186.
  8. "Spinal Stenosis". National Institute of Arthritis and Musculoskeletal and Skin Diseases (in ଇଂରାଜୀ). 11 April 2017. Retrieved 19 December 2017.
  9. "Lumbar Spinal Stenosis". OrthoInfo - AAOS. December 2013. Retrieved 19 December 2017.
  10. 1 2 Boos, Norbert; Aebi, Max (2008). Spinal Disorders: Fundamentals of Diagnosis and Treatment (in ଇଂରାଜୀ). Springer Science & Business Media. pp. 21–22. ISBN 9783540690917.