କଡା ଇକୁଇନା ସିଣ୍ଡ୍ରୋମ
କଡା ଇକୁଇନା ସିଣ୍ଡ୍ରୋମ (Cauda equina syndrome) | |
---|---|
ବିଭାଗ | ସ୍ନାୟୁଶଲ୍ୟ ବିଜ୍ଞାନ (Neurosurgery), ଅସ୍ଥିଶଲ୍ୟ ବିଜ୍ଞାନ (orthopedics) |
ଲକ୍ଷଣ | କଟି ଯନ୍ତ୍ରଣା, ସିଆଟିକ ଯନ୍ତ୍ରଣା (pain that radiates down the leg), ମଳ ଦ୍ୱାର ମୁହଁରେ କାଲୁଆ ଅନୁଭବ, ପରିସ୍ରା ଓ ମଳତ୍ୟାଗ ନିୟନ୍ତ୍ରଣ ଅଭାବ [୧] |
ଆକ୍ରାନ୍ତ ସମୟ | ଦୃତ ବା ଧୀର ହୋଇପାରେ ।[୧] |
କାରଣ | ଡିସ୍କ ହାର୍ନିଏସନ (Disc herniation), ସ୍ପାଇନାଲ ସ୍ଟେନୋସିସ (spinal stenosis), କର୍କଟ ରୋଗ, ବଡ଼ ଆଘାତ (trauma), ଏପିଡୁରାଲ ଆବସେସ (epidural abscess), ଏପିଡୁରାଲ ହେମାଟୋମା (epidural hematoma)[୧][୨] |
ରୋଗ ନିର୍ଣ୍ଣୟ ପଦ୍ଧତି | ମେଡିକାଲ ଇମେଜିଙ୍ଗ (Medical imaging) ଯଥା: ଏମଆରଆଇ MRI ଓ ସିଟି ସ୍କାନ (CT scan)[୧][୩] |
ଚିକିତ୍ସା | ଅପରେଶନ ଲାମିନେକ୍ଟୋମି (laminectomy)[୧] |
Prognosis | ୨୦% ଫଳ ଖରାପ |
ପୁନଃପୌନିକ | ପ୍ରତିବର୍ଷ ୭୦,୦୦୦ରେ ଜଣେ । |
କଡା ଇକୁଇନା ସିଣ୍ଡ୍ରୋମ ବା ଇସିଏସ (ଇଂରାଜୀ ଭାଷାରେ Cauda equina syndrome/ CES) ଏକ ରୋଗ ଯେଉଁଥିରେ ମେରୁଦଣ୍ଡ (spinal cord) ଶେଷ ସ୍ଥାନରୁ ବାହାରୁଥିବା କଡା ଇକୁଇନା (cauda equina) ବା ସ୍ନାୟୁ (nerves) ଗୁଚ୍ଛ ନଷ୍ଟ ହେବା ଯୋଗୁ ହୁଏ ।[୨] ଏହି ରୋଗ ହେଲେ କଟି ଯନ୍ତ୍ରଣା, ସିଆଟିକ ଯନ୍ତ୍ରଣା (pain that radiates down the leg), ମଳ ଦ୍ୱାର ଚାରିପାଖ କାଲୁଆ ହୋଇଯିବା ଓ ମୂତ୍ରାଶୟ ତଥା ମଳାଶୟ ନିୟନ୍ତ୍ରଣ କମିଯାଏ । [୧] ଏହାର ପ୍ରାରମ୍ଭ ଦୃତ ବା ଧୀର ହୋଇପାରେ । [୧]
କଟି (lower region of the back) ସ୍ଥାନରେ ଥିବା ମେରୁ ସ୍ଥାନରେ ଡିସ୍କ ହାର୍ନିଆ (disc herniation) ହେବା ଯୋଗୁ ଏହି ରୋଗ ହୁଏ ।[୧] ଅନ୍ୟ କାରଣମାନଙ୍କ ମଧ୍ୟରେ ସ୍ପାଇନାଲ ସ୍ଟେନୋସିସ, କର୍କଟ ରୋଗ, ସାଂଘାତିକ ଆଘାତ (trauma|), ଏପିଡୁରାଲ ଆବସେସ (epidural abscess) ଓ ଏପିଡୁରାଲ ହେମାଟୋମା (epidural hematoma) ରୋଗ ଯୋଗୁ ଏହି ଅବସ୍ଥା ସୃଷ୍ଟି ହୋଇପାରେ ।[୧][୨] ଏମଆରଆଇ (MRI) ଓ ସିଟି ସ୍କାନ (CT scan) ଭଳି ମେଡିକାଲ ଇମେଜିଙ୍ଗ (medical imaging) କରି ରୋଗ ନିର୍ଣ୍ଣୟ କରାଯାଏ ।[୧][୩]
ସାଧାରଣତଃ ଏହି ରୋଗ ଲାମିନେକ୍ଟୋମି (laminectomy) ଅପରେଶନ କରି ଚିକିତ୍ସା କରାଯାଏ ।[୧] ମୂତ୍ରାଶୟ ସମସ୍ୟା, ଯୌନ ସମସ୍ୟା (sexual dysfunction) ଓ କାଲୁଆ ଅନୁଭବ ଆଦି ଅନେକ ସମସ୍ୟା କେତେକ ରୋଗୀଙ୍କର ରହିଯାଏ ।[୧][୩] ଚିକିତ୍ସା ସତ୍ତ୍ୱେ ୨୦% ରୋଗୀଙ୍କର ଫଳାଫଳ ହୀନ ରହେ ।[୧] ସତୁରି ହଜାର ଲୋକଙ୍କ ମଧ୍ୟରୁ ଜଣକର ଏହି ରୋଗ ହୁଏ ।[୧] ସର୍ବ ପ୍ରଥମେ ସନ ୧୯୩୪ ମସିହାରେ ରୋର ବର୍ଣ୍ଣନା କରାଯାଇଥିଲା ।[୪]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ Gardner, A; Gardner, E; Morley, T (May 2011). "Cauda equina syndrome: a review of the current clinical and medico-legal position". European spine journal : official publication of the European Spine Society, the European Spinal Deformity Society, and the European Section of the Cervical Spine Research Society. 20 (5): 690–7. doi:10.1007/s00586-010-1668-3. PMC 3082683. PMID 21193933.
- ↑ ୨.୦ ୨.୧ ୨.୨ "Cauda equina syndrome". Genetic and Rare Diseases Information Center (GARD) (in ଇଂରାଜୀ). 2015. Archived from the original on 9 November 2017. Retrieved 9 November 2017.
- ↑ ୩.୦ ୩.୧ ୩.୨ "Cauda Equina Syndrome-OrthoInfo - AAOS". orthoinfo.aaos.org. March 2014. Retrieved 9 November 2017.
- ↑ Chau, AM; Xu, LL; Pelzer, NR; Gragnaniello, C (2014). "Timing of surgical intervention in cauda equina syndrome: a systematic critical review". World neurosurgery. 81 (3–4): 640–50. doi:10.1016/j.wneu.2013.11.007. PMID 24240024.
ବାହ୍ୟ ଲିଙ୍କ
[ସମ୍ପାଦନା]ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |