ସ୍ପାଇନାଲ ସ୍ଟେନୋସିସ

ଉଇକିପିଡ଼ିଆ‌ରୁ
ସ୍ପାଇନାଲ ସ୍ଟେନୋସିସ (Spinal stenosis)
ସ୍ପାଇନାଲ ସ୍ଟେନୋସିସ
ବିଭାଗଅସ୍ଥିଶଲ୍ୟ ବିଜ୍ଞାନ (Orthopedics), ସ୍ନାୟୁଶଲ୍ୟ ବିଜ୍ଞାନ (neurosurgery)
ଲକ୍ଷଣଯନ୍ତ୍ରଣା, କାଲୁଆ (numbness) ଓ ବାହୁ ବା ଗୋଡ଼ର ଦୁର୍ବଳତା [୧]
ଆକ୍ରାନ୍ତ ସମୟକ୍ରମିକ[୧]
କାରଣଓଷ୍ଟିଓଆର୍ଥ୍ରାଇଟିସ, ରିଉମାଟଏଡ ଆର୍ଥ୍ରାଇଟିସ, ସ୍ପାଇନାକ ଟ୍ୟୁମର (spinal tumors), ଆଘାତ, ହାଡ଼ର ପାଜେଟ ଡିଜିଜ (Paget's disease of the bone), ସ୍କୋଲିଓସିସ, ସ୍ପୋଣ୍ଡିଲୋଲିସଥେସିସ (spondylolisthesis), ଆକଣ୍ଡ୍ରୋପ୍ଲାସିଆ[୨]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଓ ମେଡିକାଲ ଇମେଜିଙ୍ଗ (medical imaging)[୩]
ସଠିକ ରୋଗ ନିର୍ଣ୍ଣୟକଡା ଇକୁଇନା ସିଣ୍ଡ୍ରୋମ, ଓଷ୍ଟିଓମାୟେଲାଇଟିସ, ପେରିଫେରାଲ ଭାସ୍କୁଲାର ଡିଜିଜ (peripheral vascular disease), ଫାଇବ୍ରୋମ୍ୟାଲ୍‌ଜିଆ[୪]
ଔଷଧଏନଏସଏଆଇଡି (NSAIDs), ପାରାସେଟାମୋଲ, ସ୍ଟିରଏଡ ଇଞ୍ଜେକସନ (steroid injections)[୫]
ଚିକିତ୍ସାଔଷଧ, ବ୍ୟାୟାମ, ପିଠି ବ୍ରେସ, ଅପରେଶନ [୬]
ପୁନଃପୌନିକ୮% ଲୋକ [୩]

ସ୍ପାଇନାଲ ସ୍ଟେନୋସିସ (ଇଂରାଜୀ ଭାଷାରେ Spinal stenosis) ଏକ ରୋଗ ଯେଉଁଥିରେ ସ୍ପାଇନାଲ କେନାଲ ବା ନିଉରାଲ ଫୋରାମେନ (neural foramen) ସରୁ (abnormal narrowing) ହୋଇଯିବା ଫଳରେ ସୁଷୁମ୍ନା କାଣ୍ଡ (spinal cord) ଓ ସ୍ନାୟୁ (nerve roots) ଉପରେ ଚାପ ପଡ଼େ ।[୬] ଯନ୍ତ୍ରଣା, କାଲୁଆ (numbness) ଓ ବାହୁ ବା ଗୋଡ଼ର ଦୁର୍ବଳତା ଆଦି ଲକ୍ଷଣ ଦେଖାଯାଏ ।[୧] ଧୀରେ ଧୀରେ ଆରମ୍ଭ ହୁଏ ଓ ଆଗକୁ ନଇଁଗଲେ ଅଧିକ କଷ୍ଟ ହୁଏ ।[୧] ରୋଗ ସାଂଘାତିକ ହେଲେ ଅନିୟନ୍ତ୍ରିତ ମୂତ୍ରାଶୟ (Loss of bladder control), ଅନିୟନ୍ତ୍ରିତ ମଳାଶୟ (loss of bowel control) ଓ ଯୌନକ୍ରିୟା ହାନୀ (sexual dysfunction) ହୁଏ ।[୧]

ଓଷ୍ଟିଓଆର୍ଥ୍ରାଇଟିସ, ରିଉମାଟଏଡ ଆର୍ଥ୍ରାଇଟିସ, ସ୍ପାଇନାକ ଟ୍ୟୁମର (spinal tumors), ଆଘାତ, ହାଡ଼ର ପାଜେଟ ଡିଜିଜ (Paget's disease of the bone), ସ୍କୋଲିଓସିସ, ସ୍ପୋଣ୍ଡିଲୋଲିସଥେସିସ (spondylolisthesis), ଆକଣ୍ଡ୍ରୋପ୍ଲାସିଆ ଭଳି ଜେନେଟିକ ରୋଗ ଥିବା କାରଣ‌ଯୋଗୁ ଏହି ରୋଗ ସୃଷ୍ଟି ହୁଏ ।[୨] ତିନି ପ୍ରକାର ଏହାର ବର୍ଗୀକରଣ କରାଯାଏ ଯଥା:- ସର୍ଭାଇକାଲ ସ୍ଟେନୋସିସ, ଲମ୍ବର ସ୍ପାଇନାଲ ସ୍ଟେନୋସିସ ଓ ଥୋରାସିକ ଭର୍ଟିବ୍ରା ସ୍ଟେନୋସିସ (thoracic[୭] ଲମ୍ବର ସ୍ଟେନୋସିସ ଏକ ସାଧାରଣ ରୋଗ ଓ ତା ପଛକୁ ସର୍ଭାଇକାଲ ସ୍ଟେନୋସିସ ସାଧାରଣ ରୋଗ । [୭] ଲକ୍ଷଣ ଓ ମେଡିକାଲ ଇମେଜିଙ୍ଗ (medical imaging) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[୩]

ଔଷଧ, ବ୍ୟାୟାମ, ପିଠି ବ୍ରେସ (bracing|), ଅପରେଶନ ସାହାଯ୍ୟରେ ଏହି ରୋଗର ଚିକତ୍ସା କରାଯାଏ ।[୬] ଏନଏସଏଆଇଡି (NSAIDs), ପାରାସେଟାମୋଲ, ସ୍ଟିରଏଡ ଇଞ୍ଜେକସନ (steroid injections) ଇତ୍ୟାଦି ଔଷଧ ଦିଆଯାଏ ।[୫] ଶକ୍ତିବର୍ଦ୍ଧକ ଓ ଭିଡ଼ିବା ବ୍ୟାୟାମ ଉପକାରରେ ଆସେ ।[୧] କେତେକ କାର୍ଯ୍ୟ କମ୍ କରିବାକୁ ଉପଦେଶ ଦିଆଯାଏ ।[୬] ଏ ସମସ୍ତ ଚିକିତ୍ସା ଫଳପ୍ରଦ ନହେଲେ ଡିକମ୍ପ୍ରେସିଭ ଲାମିନେକ୍ଟୋମି (decompressive laminectomy) ଅପରେଶନ କରାଯାଇପାରେ ।[୫]

ଜନସଂଖ୍ୟାର ପ୍ରାୟ ୮% ଲୋକଙ୍କର ଏହି ରୋଗ ହୁଏ । [୩] ପଚାଶ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କୁ ଏହି ରୋଗ ହୁଏ ।[୮] ପୁରୁଷ ଓ ମହିଳାମାନେ ସମ ଭାବରେ ଆକ୍ରାନ୍ତ ହୁଅନ୍ତି । [୯] ପ୍ରଥମେ ଆଣ୍ଟଏନ ପୋର୍ଟାଲ (Antoine Portal) ଏହି ରୋଗର ଆଧୁନିକ ବର୍ଣ୍ଣନା ସନ ୧୮୦୩ରେ କରିଥିଲେ ।[୧୦] ପୁରାତନ ମିଶର (Ancient Egypt) ରାଜ୍ୟରେ ଏହି ରୋଗ ଥିବାର ପ୍ରମାଣ ମିଳୁଛି ।[୧୦]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Spinal Stenosis". National Institute of Arthritis and Musculoskeletal and Skin Diseases (in ଇଂରାଜୀ). 11 April 2017. Retrieved 19 December 2017.
  2. ୨.୦ ୨.୧ "Spinal Stenosis". National Institute of Arthritis and Musculoskeletal and Skin Diseases (in ଇଂରାଜୀ). 11 April 2017. Retrieved 19 December 2017.
  3. ୩.୦ ୩.୧ ୩.୨ ୩.୩ Domino, Frank J. (2010). The 5-Minute Clinical Consult 2011 (in ଇଂରାଜୀ). Lippincott Williams & Wilkins. p. 1224. ISBN 9781608312597.
  4. Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 1202. ISBN 9780323529570.
  5. ୫.୦ ୫.୧ ୫.୨ "Spinal Stenosis". National Institute of Arthritis and Musculoskeletal and Skin Diseases (in ଇଂରାଜୀ). 11 April 2017. Retrieved 19 December 2017.
  6. ୬.୦ ୬.୧ ୬.୨ ୬.୩ "Spinal Stenosis". National Institute of Arthritis and Musculoskeletal and Skin Diseases (in ଇଂରାଜୀ). 11 April 2017. Retrieved 19 December 2017.
  7. ୭.୦ ୭.୧ Canale, S. Terry; Beaty, James H. (2012). Campbell's Operative Orthopaedics E-Book (in ଇଂରାଜୀ). Elsevier Health Sciences. p. 1994. ISBN 978-0323087186.
  8. "Spinal Stenosis". National Institute of Arthritis and Musculoskeletal and Skin Diseases (in ଇଂରାଜୀ). 11 April 2017. Retrieved 19 December 2017.
  9. "Lumbar Spinal Stenosis". OrthoInfo - AAOS. December 2013. Retrieved 19 December 2017.
  10. ୧୦.୦ ୧୦.୧ Boos, Norbert; Aebi, Max (2008). Spinal Disorders: Fundamentals of Diagnosis and Treatment (in ଇଂରାଜୀ). Springer Science & Business Media. pp. 21–22. ISBN 9783540690917.