ନେକ୍ରୋଟାଇଜିଙ୍ଗ ଫାସାଇଟିସ

ଉଇକିପିଡ଼ିଆ ରୁ
Jump to navigation Jump to search
ନେକ୍ରୋଟାଇଜିଙ୍ଗ ଫାସାଇଟିସ
ଇଂରାଜୀ ପ୍ରତିଶବ୍ଦ - flesh-eating bacteria, flesh-eating bacteria syndrome,[୧] necrotizing soft tissue infection (NSTI)[୨]
Necrotizing fasciitis left leg.JPEG
ଏକ ନେକ୍ରୋଟାଇଜିଙ୍ଗ ଫାସାଇଟିସ ରୋଗୀ । ବାମ ଗୋଡ଼ ଲାଲ ଦେଖାଯାଉଛି ଓ ତନ୍ତୁ ନଷ୍ଟ ହୋଇଯାଇଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣ /ˈnɛkrəˌtzɪŋ ˌfæʃiˈtɪs/ or /ˌfæsʔ/
ସ୍ପେଶାଲିଟିInfectious disease
ଆଇସିଡ଼ି-୧୦M72.6
ଆଇସିଡ଼ି-୯-ସିଏମ୍728.86
ରୋଗ ଡାଟାବେସ31119
ମେଡ଼ିସିନ-ପ୍ଲସ001443
ଇ-ମେଡ଼ିସିନemerg/332 derm/743
MeSHD019115

ନେକ୍ରୋଟାଇଜିଙ୍ଗ ଫାସାଇଟିସ (ଇଂରାଜୀ ଭାଷାରେ Necrotising fasciitis ବା ଏନଏଫ/NF) ରୋଗକୁ ସାଧାରଣ କଥିତ ଭାଷାରେ ମାଂସଖିଆ ରୋଗ (flesh-eating disease) କୁହାଯାଏ ଓ ଏହା ଏକ ସଂକ୍ରମଣ ଯାହା ଫଳରେ ଦେହର ନରମ ତନ୍ତୁ (soft tissue) ମୃତ୍ୟୁ (death) ହୋଇଯାଏ ।[୩] ଏହି ସାଂଘାତିକ ରୋଗ ହଠାତ୍ ଆରମ୍ଭ ହୋଇ ଅତିଶୀଘ୍ର ବ୍ୟାପିଯାଏ । ପ୍ରଭାବିତ ସ୍ଥାନରେ ଚର୍ମ ଲାଲ ଦେଖାଯାଏ, ତୀବ୍ର କଷ୍ଟ ହୁଏ, ଜ୍ୱର ଓ ବାନ୍ତି ହୁଏ ।[୩] ସାଧାରଣତଃ ଅବୟବ (limb) ଓ ପେରିନିଅମ (perineum) ସ୍ଥାନମାନଙ୍କରେ ଏହି ରୋଗ ହୁଏ ।[୨]

ଚର୍ମ କଟିଗଲେ ବା ପୋଡ଼ା ଘାଆ ଥିଲେ ତାହା ମଧ୍ୟ ଦେଇ ସଂକ୍ରମଣ ପ୍ରବେଶ କରେ ।[୩] ମୋଟାପଣ, ମଦ୍ୟାସକ୍ତି (alcoholism), ଶିରାଭ୍ୟନ୍ତର ଡ୍ରଗ ବ୍ୟବ‌ହାର, ପ୍ରାନ୍ତୀୟ ଧମନୀ ରୋଗ ଓ ଇମ୍ମ୍ୟୁନିଟି କମ୍ କରୁଥିବା ଡାଏବେଟିସ ବା କର୍କଟ ରୋଗ ହେଲେ ଏହି ନେକ୍ରୋଟାଇଜିଙ୍ଗ ଫାସାଇଟିସ ରୋଗ ସଙ୍କଟ ସୃଷ୍ଟି ହୁଏ ।[୩][୨] ଏହା ବ୍ୟକ୍ତି-ବ୍ୟକ୍ତି ଭାବରେ ବ୍ୟାପେନାହିଁ ।[୩] ଏହି ରୋଗକୁ ସଂକ୍ରାମକ ଜୀବାଣୁ ଅନୁସାରେ ୫ଶ୍ରେଣୀରେ ବିଭକ୍ତ କରାଯାଇଛି । ପ୍ରାୟ ୫୫-୮୦% କେଶ୍‌ରେଏକାଧିକ ଜୀବାଣୁ ଯୋଗୁ ରୋଗ ହୁଏ । ପ୍ରାୟ ଏକ ତୃତୀୟାଂଶ କେଶ୍‌ରେ ମେଥିସିଲିନରୋଧୀ ସ୍ଟାଫିଲୋକୋକସ ଅରିଅସ (Methicillin-resistant Staphylococcus aureus) ବା ଏମଆରଏସଏ/MRSA) ଯୋଗୁ ଏ ରୋଗ ହୁଏ । ରୋଗର ନିଧାର୍ଯ୍ୟ କାରଣ ଜାଣିବା ନିମନ୍ତେ ମେଡିକାଲ ଇମେଜିଙ୍ଗ (Medical imaging) ସାହାଯ୍ୟ କରେ ।[୪]

ଉତ୍ତମରୂପେ ହାତ ଧୋଇ (handwashing) ଓ ଘାଆର ଯତ୍ନ ନେଇ ଏହି ରୋଗର ପ୍ରତିଷେଧ କରାଯାଏ ।[୩] ମୃତ ତନ୍ତୁମାନଙ୍କୁ ଡିବ୍ରାଇଡମେଣ୍ଟ ଅପରେଶନ କରି (surgery to remove the infected tissue) କାଢ଼ିଦିଆଯାଏ ଓ ଶିରାଭ୍ୟନ୍ତର ଆଣ୍ଟିବାୟୋଟିକ ଇଞ୍ଜେକସନ ଦେଇ ଚିକିତ୍ସା କରାଯାଏ ।[୩][୨] ପେନିସିଲିନ ଜି, କ୍ଲିଣ୍ଡାମାଇସିନ, ଭାଙ୍କୋମାଇସିନଜେଣ୍ଟାମାଇସିନ ଇତ୍ୟାଦି ଆଣ୍ଟିବାୟୋଟିକ ମଧ୍ୟରୁ ଏକାଧିକ ଆଣ୍ଟିବାୟୋଟିକ ଏକାବେଳେ ଦିଆଯାଏ ।[୨] ଅପରେଶନ ବିଳମ୍ବ ହେଲେ ମୃତ୍ୟୁ ସଙ୍କଟ ଅଧିକ ହୁଏ ।[୪] ଉଚ୍ଚମାନର ଚିକିତ୍ସା ସତ୍ତ୍ୱେ ମୃତ୍ୟୁ ହାର ୩୫ରୁ ୩୫% ହୁଏ ।[୨]

ପ୍ରତିବର୍ଷ ନେକ୍ରୋଟାଇଜିଙ୍ଗ ଫାସାଇଟିସ ରୋଗରେ ପ୍ରତି ଏକ ଲକ୍ଷ ଲୋକରେ ୦.୪-୧ ଜଣ ଲୋକ ଆକ୍ରାନ୍ତ ହୁଅନ୍ତି । [୪] ପୁରୁଷ ଓ ମହିଳା ସମ ଭାବରେ ଆକ୍ରାନ୍ତ ହୁଅନ୍ତି ।[୨] ବୟସ୍କ ଲୋକଙ୍କୁ ଏ ରୋଗ ଅଧିକ ଓ ପିଲାଙ୍କୁ କ୍ୱଚିତ ଆକ୍ରମଣ କରେ ।[୪] ହିପୋକ୍ରାଟିସଙ୍କ (Hippocrates) ସମୟରୁ ନେକ୍ରୋଟାଇଜିଙ୍ଗ ଫାସାଇଟିସ ରୋଗର ବର୍ଣ୍ଣନା ଲିପିବଦ୍ଧ ହୋଇ ରହିଛି ।[୨] ଏହି ନେକ୍ରୋଟାଇଜିଙ୍ଗ ଫାସାଇଟିସ ନାମର ବ୍ୟବ‌ହାର ସନ ୧୯୫୨ରେ ପ୍ରଥମେ ବ୍ୟବ‌ହାର କରାଗଲା ।[୪][୫]

ଆଧାର[ସମ୍ପାଦନା]

  1. Rakel, David; Rakel, Robert E. (2015). Textbook of Family Medicine (in ଇଂରାଜୀ). Elsevier Health Sciences. p. 193. ISBN 9780323313087.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Hakkarainen, Timo W.; Kopari, Nicole M.; Pham, Tam N.; Evans, Heather L. (2014). "Necrotizing soft tissue infections: Review and current concepts in treatment, systems of care, and outcomes". Current Problems in Surgery. 51 (8): 344–62. doi:10.1067/j.cpsurg.2014.06.001. PMC 4199388. PMID 25069713.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Necrotizing Fasciitis: A Rare Disease, Especially for the Healthy". CDC. June 15, 2016. Retrieved 13 August 2016.
  4. ୪.୦ ୪.୧ ୪.୨ ୪.୩ ୪.୪ Paz Maya, S; Dualde Beltrán, D; Lemercier, P; Leiva-Salinas, C (May 2014). "Necrotizing fasciitis: an urgent diagnosis". Skeletal radiology. 43 (5): 577–89. doi:10.1007/s00256-013-1813-2. PMID 24469151.
  5. Wilson, B (1952). "Necrotizing fasciitis". The American Surgeon. 18 (4): 416–31. PMID 14915014.