Jump to content

ସୁରେନ୍ଦ୍ର ନାଥ ନାଏକ

ଉଇକିପିଡ଼ିଆ‌ରୁ
ସୁରେନ୍ଦ୍ର ନାଥ ନାଏକ
ବିଧାୟକ: ୧୧ଶ (ଉପ), ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୧ ମଇ ୧୯୯୬ – ୨୦୦୯
ପୂର୍ବ ଅଧିକାରୀବୈକୁଣ୍ଠ ନାଥ ସ୍ୱାଇଁ
ପର ଅଧିକାରୀରବି ମଲ୍ଲିକ
ନିର୍ବାଚନ ମଣ୍ଡଳୀକାକଟପୁର
ବିଧାୟକ: ୯ମ, ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୫
ପୂର୍ବ ଅଧିକାରୀବୈକୁଣ୍ଠ ନାଥ ସ୍ୱାଇଁ
ପର ଅଧିକାରୀବୈକୁଣ୍ଠ ନାଥ ସ୍ୱାଇଁ
ନିର୍ବାଚନ ମଣ୍ଡଳୀକାକଟପୁର
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୭ମ – ୧୯୪୬
ପୂର୍ବ ଅଧିକାରୀବୃନ୍ଦାବନ ପାତ୍ର
ପର ଅଧିକାରୀବୈକୁଣ୍ଠ ନାଥ ସ୍ୱାଇଁ
ନିର୍ବାଚନ ମଣ୍ଡଳୀକାକଟପୁର
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୩
ପୂର୍ବ ଅଧିକାରୀଗତିକୃଷ୍ଣ ସ୍ୱାଇଁ
ପର ଅଧିକାରୀବୃନ୍ଦାବନ ପାତ୍ର
ନିର୍ବାଚନ ମଣ୍ଡଳୀକାକଟପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1937-05-17)ମଇ ୧୭, ୧୯୩୭
ମୃତ୍ୟୁ୫ ଜୁଲାଇ ୨୦୨୪(2024-07-05) (ବୟସ ୮୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ, ଜନତା ପାର୍ଟି, ଉତ୍କଳ କଂଗ୍ରେସ
ଜୀବନ ସାଥୀଚାରୁବାଳା ଦେବୀ
ବାପା/ବୋଉନାରାୟଣ ନାଏକ (ବାପା)
ବୃତ୍ତିରାଜନୀତିଜ୍ଞ

ସୁରେନ୍ଦ୍ର ନାଥ ନାଏକ ( ୧୭ ମଇ ୧୯୩୭ - ୫ ଜୁଲାଇ ୨୦୨୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୭ଥର କାର୍ଯ୍ୟ କରିଥିଲେ । ୧୯୭୧, ୧୯୭୭, ୧୯୮୫, ୧୯୯୦, ୧୯୯୬ କାକଟପୁର ଉପ-ନିର୍ବାଚନ, ୨୦୦୦ ଓ ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କାକଟପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୭ମ, ୯ମ, ୧୦ମ, ୧୧ଶ (ଉପ), ୧୨ଶ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ସୁରେନ୍ଦ୍ର ନାଥ ନାଏକ ୧୯୩୭ ମସିହାର ମଇ ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନାରାୟଣ ନାଏକ ଓ ପତ୍ନୀଙ୍କ ନାମ ଚାରୁବାଳା ଦେବୀ ।[୧]

ରାଜନୈତିକ ଜୀବନ

[ସମ୍ପାଦନା]

ସୁରେନ୍ଦ୍ର ନାଥ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ପୂର୍ବରୁ ସେ ଜନତା ଦଳ, ଜନତା ପାର୍ଟି, ଉତ୍କଳ କଂଗ୍ରେସ ଆଦି ଦଳର କର୍ମକର୍ତ୍ତା ଭାବରେ ନିର୍ବାଚନ କରିଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ୭ଥର କାର୍ଯ୍ୟ କରିଛନ୍ତି । ସେ ୧୯୭୭ ମସିହାରୁ ୧୯୮୦ ମସିହାଯାଏଁ ଓଡ଼ିଶା ବିଧାନ ସଭାରେ ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ । ଏହାପରେ ସେ ୧୯୯୦ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ, ୨୦୦୦ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ

[ସମ୍ପାଦନା]
ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୧ ୧୯୭୩ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା କାକଟପୁର ଉତ୍କଳ କଂଗ୍ରେସ
୧୯୭୭ ୧୯୮୦ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା କାକଟପୁର ଜନତା ପାର୍ଟି
୧୯୮୫ ୧୯୯୦ ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା କାକଟପୁର ଜନତା ପାର୍ଟି
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା କାକଟପୁର ଜନତା ଦଳ
୧୧ ମଇ ୧୯୯୬ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା (ଉପ) କାକଟପୁର (ଉପ) ଜନତା ଦଳ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା କାକଟପୁର ବିଜୁ ଜନତା ଦଳ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା କାକଟପୁର ବିଜୁ ଜନତା ଦଳ

ମୃତ୍ୟୁ

[ସମ୍ପାଦନା]

ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁ, ୨୦୨୪ ମସିହା ଜୁଲାଇ ମାସ ୫ ତାରିଖରେ ସୁରେନ୍ଦ୍ର ନାଥଙ୍କର ଭୁବନେଶ୍ୱରଠାରେ ପରଲୋକ ଘଟିଥିଲା । [୨]

  1. ୧.୦ ୧.୧ "Shri Surendra Nath Naik". odishaassembly.nic.in. Odisha Assembly. Retrieved 19 March 2021.
  2. Ojha, Sibasankar (5 July 2024). "ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାୟକଙ୍କର ପରଲୋକ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ". Sambad. Retrieved 5 July 2024.