ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ

ଉଇକିପିଡ଼ିଆ‌ରୁ
ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ
ଇଂରାଜୀ ପ୍ରତିଶବ୍ଦ - supraventricular arrhythmia
Lead II electrocardiogram strip showing PSVT with a heart rate of about 180.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିCardiology
ଆଇସିଡ଼ି-୧୦I47.1
ଆଇସିଡ଼ି-୯-ସିଏମ୍427.89, 427.0
MeSHD013617

ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ (ଇଂରାଜୀ ଭାଷାରେ Supraventricular tachycardia ବା SVT) କ‌ହିଲେ ଅସାଧାରଣ ଦୃତ ହୃତ୍‌ସ୍ପନ୍ଦନ ବୁଝାଏ ଯାହା ହୃତ୍‌ପିଣ୍ଡର ଉପର ପାର୍ଶ୍ୱରେ ଥିବା ବିଦ୍ୟୁତ ସରବରାହ (electrical activity in upper part of the heart) ସଠିକ ଭାବରେ ନ ହେବା କାରଣରୁ ହୁଏ ।[୧] ଏହି ରୋଗ ମୂଖ୍ୟତଃ ଚାରି ପ୍ରକାର ଥାଏ ଯଥା:- ଆଟ୍ରିଆଲ ଫିବ୍ରିଲେସନ, ପାରୋକ୍ସିସମାଲ ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ, ଆଟ୍ରିଆଲ ଫ୍ଲଟର atrial flutter, ଓ ଉଲ୍ଫ-ପାର୍କିନସନ-ହ୍ୱାଇଟ ସିଣ୍ଡ୍ରୋମ (Wolff-Parkinson-White syndrome) ।[୧] ଦୃତ ହୃତ୍‌ସ୍ପନ୍ଦନ (palpitations) ମୂର୍ଚ୍ଛା ଅନୁଭବ, ଝାଳ ବୋହିବା, ଅଣନିଶ୍ୱାସୀ ଲାଗିବା (shortness of breath) ଓ ଛାତି ଯନ୍ତ୍ରଣା (chest pain) ଇତ୍ୟାଦି ଲକ୍ଷଣମାନ ଏହି ରୋଗରେ ଦେଖାଯାଏ ।[୨]

ଏହି ରୋଗ ଅଳିନ୍ଦରୁ (atria) ବା ଅଳିନ୍ଦନିଳୟ (atrioventricular node) ନୋଡରୁ ଆରମ୍ଭ ହୋଇପାରେ ।[୧] ଏହା ଦୁଇ ପ୍ରକାର କାର୍ଯ୍ୟବିଧିରୁ ଗୋଟିଏ ହୋଇପାରେ ଯଥା:- ପୁନଃପ୍ରବେଶ (re-entry) ଯୋଗୁ ବା ସ୍ୱୟଂଚାଳିତ ହୃତ୍‌ପିଣ୍ଡ ପେଶୀ ଯୋଗୁ (increased automaticity) ହୋଇପାରେ ।[୩] ଆଉ ଏକ ପ୍ରକାର ଦୃତସ୍ପନ୍ଦନ ଭେଣ୍ଟ୍ରିକୁଲାର ଆରିଦମିଆ (ventricular arrhythmia) ଯୋଗୁ ହୁଏ ଯାହା ନିଳୟରୁ (en:ventricle) ଆରମ୍ଭ ହୁଏ ।[୧] ଇସିଜି (en:electrocardiogram), ହୋଲ୍ଟର ମୋନିଟର (holter monitor) ବା ଇଭେଣ୍ଟ ମୋନିଟର (event monitor) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । ରକ୍ତ ପରୀକ୍ଷା Blood test କରି ଅନ୍ୟାନ୍ୟ ଅନ୍ତର୍ନିହିତ ରୋଗ ନିର୍ଣ୍ଣୟ କରାଯାଏ ଯେପରିକି ହାଇପରପାରାଥାଇରଏଡିଜ୍ମ ଓ ଇଲେକ୍ଟ୍ରୋଲାଇଟ ଆବନର୍ମାଲିଟି (electrolyte abnormalities) ।[୪]

ରୋଗର ପ୍ରକାର ଅନୁସାରେ ଚିକିତ୍ସା କରାଯାଏ । ଔଷଧ, ଡାକ୍ତରୀ ପ୍ରକ୍ରିୟା, ବା ଅପରେଶନ କରି ଚିକିତ୍ସା କରାଯାଏ । କେତେକ ରୋଗରେ ଭାଗାଲ ମାନୋଭର (Vagal maneuvers) ବା କାଥେଟର ଆବ୍ଲାସନ (catheter ablation) କାର୍ଯ୍ୟକ୍ଷମ ହୁଏ । ଆଟ୍ରିଆଲ ଫିବ୍ରିଲେସନ ନିମନ୍ତେ କ୍ୟାଲସିଅମ ଚ୍ୟାନେଲ ବ୍ଲକର (calcium channel blockers) ବା ବିଟା ବ୍ଲକର (beta blockers) ଦିଆଯାଏ । ଦୀର୍ଘକାଳୀନ ଭିତ୍ତିରେ କେତେକ ଲୋକଙ୍କର ଆସ୍ପିରିନ (aspirin) ବା ୱାରଫାରିନ (warfarin) ଔଷଧ ଉପକାରରେ ଆସେ ।[୫] ପ୍ରତି ୧୦୦୦ ଲୋକରେ ୫ ଜଣକୁ ଆଟ୍ରିଆଲ ଫିବ୍ରିଲେସନ ହୁଏ,[୬] ୨.୩ ଜଣକୁ ପାରୋକ୍ସିସମାଲ ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ ହୁଏ,[୭] ୨ ଜଣକୁ ଉଲ୍ଫ-ପାର୍କିନସନ-ହ୍ୱାଇଟ ସିଣ୍ଡ୍ରୋମ ହୁଏ,[୮] ଓ ଆଟ୍ରିଆଲ ଫ୍ଲଟର ପ୍ରତି ୧୦୦୦ରେ ୦.୮ଜଣକୁ ହୁଏ ।[୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Types of Arrhythmia". NHLBI. July 1, 2011.
  2. "What Are the Signs and Symptoms of an Arrhythmia?". NHLBI. July 1, 2011. Retrieved 27 September 2016.
  3. Al-Zaiti, SS; Magdic, KS (September 2016). "Paroxysmal Supraventricular Tachycardia: Pathophysiology, Diagnosis, and Management". Critical care nursing clinics of North America. 28 (3): 309–16. PMID 27484659.
  4. "How Are Arrhythmias Diagnosed?". NHLBI. July 1, 2011.
  5. "How Are Arrhythmias Treated?". NHLBI. July 1, 2011. Retrieved 27 September 2016.
  6. Zoni-Berisso, M; Lercari, F; Carazza, T; Domenicucci, S (2014). "Epidemiology of atrial fibrillation: European perspective". Clinical epidemiology. 6: 213–20. doi:10.2147/CLEP.S47385. PMID 24966695.{{cite journal}}: CS1 maint: unflagged free DOI (link)
  7. Katritsis, Demosthenes G.; Camm, A. John; Gersh, Bernard J. (2016). Clinical Cardiology: Current Practice Guidelines (in ଇଂରାଜୀ). Oxford University Press. p. 538. ISBN 9780198733324.
  8. Ferri, Fred F. (2016). Ferri's Clinical Advisor 2017: 5 Books in 1 (in ଇଂରାଜୀ). Elsevier Health Sciences. p. 1372. ISBN 9780323448383.
  9. Bennett, David H. (2012). Bennett's Cardiac Arrhythmias: Practical Notes on Interpretation and Treatment (in ଇଂରାଜୀ). John Wiley & Sons. p. 49. ISBN 9781118432402.