ପାରୋକ୍ସିସମାଲ ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ

ଉଇକିପିଡ଼ିଆ‌ରୁ
ପାରୋକ୍ସିସମାଲ ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ
ଇଂରାଜୀ ପ୍ରତିଶବ୍ଦ - supraventricular tachycardia, paroxysmal atrial tachycardia (PAT)[୧]
Lead II electrocardiogram strip showing PSVT with a heart rate of about 180.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିCardiology
ଆଇସିଡ଼ି-୧୦I47.1
ଆଇସିଡ଼ି-୯-ସିଏମ୍427.0
MeSHD013617

ପାରୋକ୍ସିସମାଲ ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ (ଇଂରାଜୀ ଭାଷାରେ Paroxysmal supraventricular tachycardia ବା PSVT) ଏକ ପ୍ରକାର ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ (supraventricular tachycardia).[୨] କୌଣସି ଲକ୍ଷଣ ଅଧିକାଂଶ ସମୟରେ ଏହି ରୋଗରେ ନ ଥାଏ ।[୧] ଅନ୍ୟଥା ଏହାର ଲକ୍ଷଣ: ଖର ସ୍ପନ୍ଦନ(palpitations) ,ମୁଣ୍ଡ ହାଲୁକା ଲାଗିବା, ଝାଳ ବୋହିବା, ଅଣନିଶ୍ୱାସୀ (shortness of breath) ଓ ଛାତି ଯନ୍ତ୍ରଣା (chest pain) ।[୩] ରୋଗ ଆକ୍ରମଣ ହଠାତ ଆରମ୍ଭ ଓ ହଠାତ ଶେଷ ହୋଇଯାଏ ।[୪]

ଏହାର କାରଣ ଅଦ୍ୟାବଧି ଅଜ୍ଞାତ ଅଛି । ଏହାର ସଙ୍କଟ କାରକମାନଙ୍କର ନାମ ମଦ, କେଫିନ (caffeine), ନିକୋଟିନ (nicotine), ମାନସିକ ଚାପ (psychological stress) ଓ ବଂଶାନୁକ୍ରମିକ ରୋଗ ଉଲ୍ଫ-ପାର୍କିନସନ-ହ୍ୱାଇଟ (Wolff-Parkinson-White) ସିଣ୍ଡ୍ରୋମ । ଇସିଜି (electrocardiogram ବା ECG) ଚିତ୍ର ଦେଖି ରୋଗ ନିର୍ଣ୍ଣୟ କରାଯାଏ ଯେଉଁଥିରେ ଅଣଓସାରିଆ କ୍ୟୁଆରଏସ କମ୍ପ୍ଲେକ୍ସ ଓ ଦୃତ ହୃତ ସ୍ପନ୍ଦନ ଦେଖାଯାଏ ଯାହା ୧୫୦ରୁ ୨୪୦/ମିନିଟ ହୋଇଥାଏ । [୪]

ପ୍ରାରମ୍ଭିକ ଚିକିତ୍ସାରେ ଭାଗାଲ ମାନୋଭର (Vagal maneuver) ଯେପରିକି ଭାଲସଲଭା ମାନୋଭର (valsalva maneuver) କରାଯାଏ । ଏହ କାର୍ଯ୍ୟକାରୀ ନ ହେଲେ ଓ ସାଧାରଣ ରକ୍ତଚାପ ଥିଲେ ଆଡେନୋସିନ (adenosine) ଔଷଧ ଦିଆଯାଏ । ଆଡେନୋସିନ କାର୍ଯ୍ୟକ୍ଷମ ନ ହେଲେ କ୍ୟାଲସିଅମ ଚ୍ୟାନେଲ ବ୍ଲକର (calcium channel blockers) ବା ବିଟା ବ୍ଲକର (beta blocker) ଦିଆଯାଇପାରେ । ଏ ସମସ୍ତ କାର୍ଯକ୍ଷମ ନ ହେଲେ ସିଙ୍କ୍ରୋନାଇଜ୍ଡ କାର୍ଡ଼ିଓଭରସନ (synchronized cardioversion) ଚିକିତ୍ସା କରାଯାଏ ।[୫] କାଥେଟର ଆବ୍ଲାସନ (catheter ablation) ପଦ୍ଧତିରେ ଭବିଷ୍ୟତ ଆକ୍ରମଣ ପ୍ରତିଷେଧ କରାଯାଇପାରେ ।[୪]

ପ୍ରତି ୧୦୦୦ ଲୋକରେ ପ୍ରାୟ ୨.୩ ଜଣଙ୍କୁ ଏହି ରୋଗ ହୁଏ ।[୬] ୧୨ରୁ ୪୫ ବର୍ଷ ବୟସ ମଧ୍ୟରେ ଏହି ରୋଗ ସମସ୍ୟା ଆରମ୍ଭ ହୁଏ ।[୪][୬] ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଅଧିକ ହୁଏ । ଅନ୍ୟଥା ସାଧାରଣ ହୃତପିଣ୍ଡ ଥିବା ଲୋକଙ୍କର ଫଳାଫଳ ଭଲ ହୁଏ । [୪] ଇକୋକାର୍ଡ଼ିଓଗ୍ରାମ (ultrasound of the heart) ସାହାଯ୍ୟରେ ଅନ୍ୟ ସମ୍ଭାବ୍ୟ ସମସ୍ୟା ଖୋଜି ସମାଧାନ କରିବାକୁ ହୁଏ । [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Ferri, Fred F. (2012). Ferri's Clinical Advisor 2013,5 Books in 1, Expert Consult - Online and Print,1: Ferri's Clinical Advisor 2013 (in ଇଂରାଜୀ). Elsevier Health Sciences. p. 807. ISBN 0323083730.
  2. "Types of Arrhythmia". NHLBI. July 1, 2011.
  3. "What Are the Signs and Symptoms of an Arrhythmia?". NHLBI. July 1, 2011. Retrieved 27 September 2016.
  4. ୪.୦ ୪.୧ ୪.୨ ୪.୩ ୪.୪ Al-Zaiti, SS; Magdic, KS (September 2016). "Paroxysmal Supraventricular Tachycardia: Pathophysiology, Diagnosis, and Management". Critical care nursing clinics of North America. 28 (3): 309–16. PMID 27484659.
  5. Neumar, RW; Shuster, M; Callaway, CW; Gent, LM; Atkins, DL; Bhanji, F; Brooks, SC; de Caen, AR; Donnino, MW; Ferrer, JM; Kleinman, ME; Kronick, SL; Lavonas, EJ; Link, MS; Mancini, ME; Morrison, LJ; O'Connor, RE; Samson, RA; Schexnayder, SM; Singletary, EM; Sinz, EH; Travers, AH; Wyckoff, MH; Hazinski, MF (3 November 2015). "Part 1: Executive Summary: 2015 American Heart Association Guidelines Update for Cardiopulmonary Resuscitation and Emergency Cardiovascular Care". Circulation. 132 (18 Suppl 2): S315-67. doi:10.1161/cir.0000000000000252. PMID 26472989.
  6. ୬.୦ ୬.୧ Katritsis, Demosthenes G.; Camm, A. John; Gersh, Bernard J. (2016). Clinical Cardiology: Current Practice Guidelines (in ଇଂରାଜୀ). Oxford University Press. p. 538. ISBN 9780198733324.