ହାଇପରପାରାଥାଇରଏଡିଜ୍ମ

ଉଇକିପିଡ଼ିଆ ରୁ
Jump to navigation Jump to search
ହାଇପରପାରାଥାଇରଏଡିଜ୍ମ
Illu thyroid parathyroid.jpg
ଥାଇରଏଡ ଓ ପାରାଥାଇରଏଡ ଗ୍ରନ୍ଥି
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି Endocrinology
ଆଇସିଡ଼ି-୧୦ E21.
ଆଇସିଡ଼ି-୯-ସିଏମ୍ 252.0
ରୋଗ ଡାଟାବେସ 20710
ମେଡ଼ିସିନ-ପ୍ଲସ 001215
ଇ-ମେଡ଼ିସିନ emerg/265 med/3200
Patient UK ହାଇପରପାରାଥାଇରଏଡିଜ୍ମ
MeSH D006961

ହାଇପରପାରାଥାଇରଏଡିଜ୍ମ (ଇଂରାଜୀ ଭାଷାରେ hyperparathyroidism) ନାମ ଦିଆଯାଏ ଯେତେବେଳେ ରକ୍ତରେ ପାରାଥାଇରଏଡ ହରମୋନ, ଅନ୍ୟ ନାମ ପିଟିଏଚ (parathyroid hormone) ମାତ୍ରା ବଢ଼ିଯାଏ ।[୧] ପାରାଥାଇରଏଡ ଗ୍ରନ୍ଥି (parathyroid glands) ଆବଶ୍ୟକତାଠାରୁ ଅଧିକ ହରମୋନ ତିଆରି କଲେ ବା ଅନ୍ୟ କୌଣସି ଅବସ୍ଥାରେ ଏହି ଗ୍ରନ୍ଥି ଅଧିକ ହରମୋନ ତିଆରି କରିବା ଫଳରେ ଏହି ରୋଗ ହୁଏ ଓ ଏହାକୁ ଯଥାକ୍ରମେ ପ୍ରାଥମିକ ଓ ସେକଣ୍ଡାରୀ ହାଇପରପାରାଥାଇରଏଡିଜ୍ମ କୁହାଯାଏ ।[୨] ରୋଗ ନିର୍ଣ୍ଣୟ ସମୟରେ ଅଧିକାଂଶ ପ୍ରାଥମିକ ରୋଗରେ କୌଣସି ଲକ୍ଷଣ ନ ଥାଏ ।[୩] ଅଧିକାଂଶ ଲକ୍ଷଣ ପ୍ରକାଶ କରୁଥିବା ରୋଗୀଙ୍କର '''ବୃକ୍‌କ ପଥର ରୋଗ''' ଥାଏ; ଦୁର୍ବଳତା, ଅବସାଦ, ଅସ୍ଥି ଯନ୍ତ୍ରଣା, ଦ୍ୱନ୍ଦ ଓ ଅଧିକ ପରିସ୍ରା ଇତ୍ୟାଦି ସମ୍ଭାବ୍ୟ ଲକ୍ଷଣ ଦେଖାଯାଇପାରେ । [୨][୪] ଏହି ଦୁଇ ପ୍ରକାର ବେମାରୀରେ '''ଓଷ୍ଟିଓପୋରୋସିସ''' ରୋଗ ହେବା ସଙ୍କଟ ଅଧିକ ରହେ । [୪][୩]

ପ୍ରାୟ ୮୦% ଲୋକଙ୍କର ପାରାଥାଇରଏଡ ଆଡେନୋମା (parathyroid adenoma) ନାମକ ଏକ ସୁଦମ୍ୟ/ବିନାଇନ (benign tumor) ଅର୍ବୁଦ ଯୋଗୁ ପ୍ରାଥମିକ ହାଇପରପାରାଥାଇରଏଡିଜ୍ମ ହୁଏ ଓ ଅନ୍ୟ ୨୦% ଲୋକଙ୍କର ଏକାଧିକ ବିନାଇନ ଅର୍ବୁଦ ଯୋଗୁ ହୁଏ ।[୪][୨] ପାରାଥାଇରଏଡ କର୍କଟ (parathyroid cancer) ରୋଗ ଯୋଗୁ କ୍ୱଚିତ ଏହି ରୋଗ ହୁଏ ।[୪] ଜୀବସାର ଘ/ ଭିଟାମିନ ଡି ଅଭାବ (vitamin D deficiency), କ୍ରନିକ ବୃକ୍‌କ ରୋଗ (chronic kidney disease) ଓ ଅନ୍ୟାନ୍ୟ ସ୍ୱଳ୍ପ ରକ୍ତ କ୍ୟାଲସିଅମ (low blood calcium) ସୃଷ୍ଟିକାରୀ ରୋଗମାନଙ୍କଦ୍ୱାରା ସେକେଣ୍ଡାରୀ ହାଇପରପାରାଥାଇରଏଡିଜ୍ମ ରୋଗ ହୁଏ ।[୨] ରକ୍ତ ପରୀକ୍ଷାରେ ଅଧିକ ରକ୍ତ କ୍ୟାଲସିଅମ (high blood calcium) ଓ ଅଧିକ ପିଟିଏଚ ମିଳିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୪]

ଆଡେନୋମା ବା ଅତି ସକ୍ରିୟ ପାରାଥାଇରଏଡ ଗ୍ରନ୍ଥିକୁ ଅପରେଶନ କରି ବାହାର କରିଦେଲେ ପ୍ରାଥମିକ ହାଇପରପାରାଥାଇରଏଡିଜ୍ମ ଆରୋଗ୍ୟ ହୋଇଯାଏ ।[୨][୪] ରୋଗ ଲକ୍ଷଣ ବିହୀନ ହୋଇଥିଲେ ଚିକିତ୍ସା କରି ସାମାନ୍ୟ ଅଧିକ ରକ୍ତ କ୍ୟାଲସିଅମ, ସାଧାରଣ ବୃକ୍‌କ ଓ ଅସ୍ଥି ସାନ୍ଦ୍ରତା ନିୟନ୍ତ୍ରଣ କରି ରଖିବାକୁ ଚେଷ୍ଟା କରାଯାଏ । ପିଟିଏଚ ସ୍ତର କମେଇବା ନିମନ୍ତେ ସିନାକ୍ୟାଲସେଟ (cinacalcet) ଔଷଧ ଦିଆଯାଏ ।[୪] ଅତ୍ୟଧିକ ରକ୍ତ କ୍ୟାଲସିଅମ ଥିଲେ ବୃହତ ପରିମାଣର ଶିରାଭ୍ୟନ୍ତର ସାଧାରଣ ସାଲାଇନ ଦିଆଯାଏ ।[୨] ଜୀବସାର ଘ କମ ଥିଲେ ବଢ଼େଇବାକୁ ହୁଏ ।[୪]

ପ୍ରାଥମିକ ହାଇପରପାରାଥାଇରଏଡିଜ୍ମ ସାଧାରଣତଃ ଅଧିକ ଦେଖାଯାଏ ।[୨] ବିକଶିତ ଦେଶମାନଙ୍କରେ (developed world) ପ୍ରତି ୧୦୦୦ ଲୋକରେ ଜଣେ ଏହି ରୋଗରେ ଆକ୍ରାନ୍ତ ହୁଏ ।[୩] ପୁରୁଷ ସଂଖ୍ୟା ଅପେକ୍ଷା ୩ ଗୁଣ ମହିଳାଙ୍କର ରୋଗ ହୁଏ ଓ ୫୦ରୁ ୬୦ ବର୍ଷ ବୟସ ମଧ୍ୟରେ ସ୍ୱାଭାବିକ ଭାବରେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୪] ଏହି ରୋଗ ବିଷୟରେ ପ୍ରଥମେ ସନ ୧୭୦୦ରେ ବର୍ଣ୍ଣନା କରାଯାଇଥିଲା ଓ ପାରାଥାଇରଏଡ ଗ୍ରନ୍ଥି ଯୋଗୁ ଏ ରୋଗ ହେଉଥିବା କଥା ୧୮୦୦ ଶତାବ୍ଦୀର ଶେଷ ଭାଗରେ ଜଣାଯାଇଥିଲା । ଏକ ଚିକିତ୍ସା ଭାବରେ ସନ ୧୯୨୫ରେ ପ୍ରଥମେ ଅପରେଶନ କରାଯାଇଥିଲା ।[୫]

ଆଧାର[ସମ୍ପାଦନା]

  1. Allerheiligen, DA; Schoeber, J; Houston, RE; Mohl, VK; Wildman, KM (15 April 1998). "Hyperparathyroidism.". American family physician 57 (8): 1795–802, 1807–8. PMID 9575320. 
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Fraser WD (July 2009). "Hyperparathyroidism". Lancet 374 (9684): 145–58. PMID 19595349. doi:10.1016/S0140-6736(09)60507-9. 
  3. ୩.୦ ୩.୧ ୩.୨ Michels, TC; Kelly, KM (15 August 2013). "Parathyroid disorders.". American family physician 88 (4): 249–57. PMID 23944728. 
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ ୪.୮ "Primary Hyperparathyroidism". NIDDK. August 2012. Retrieved 27 September 2016. 
  5. Gasparri, Guido; Camandona, Michele; Palestini, Nicola (୨୦୧୫). Primary, Secondary and Tertiary Hyperparathyroidism: Diagnostic and Therapeutic Updates. Springer. ISBN ୯୭୮୮୮୪୭୦୫୭୫୮୬.