ଉଲ୍ଫ-ପାର୍କିନସନ-ହ୍ୱାଇଟ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
ଉଲ୍ଫ-ପାରକିନସନ-ହ୍ୱାଇଟ ସିଣ୍ଡ୍ରୋମ/ Wolff–Parkinson–White syndrome
ଡବ୍ଲ୍ୟୁପିଡବ୍ଲ୍ୟୁ ପ୍ୟାଟର୍ଣ୍ଣ/ WPW pattern, ଭେଣ୍ଟ୍ରିକୁଲାର ପ୍ରି-ଏକସାଇଟେସନ ଉଇଥ ଆରିଦମିଆ/ Ventricular pre-excitation with arrhythmia, ଅରିକୁଲୋଭେଣ୍ଟ୍ରିକୁଲାର ଆକସେସରି ପାଥ‌ୱେ ସିଣ୍ଡ୍ରୋମ/ auriculoventricular accessory pathway syndrome[୧][୨]
ଉଲ୍ଫ -ପାରକିନସନ-ହ୍ୱାଇଟ ସିଣ୍ଡ୍ରୋମରେ ଡେଲଟା ୱେଭ ଦେଖାଯାଉଛି । ଛୋଟ ପିଆର ଇଣ୍ଟରଭାଲ ଥାଏ ।
ବିଭାଗହୃଦରୋଗ ବିଭାଗ Cardiology
ଲକ୍ଷଣଅସାଧାରଣ ହୃତ ସ୍ପନ୍ଦନ (Abnormally fast heartbeat), ଦ୍ରୁତ ହୃତ ସ୍ପନ୍ଦନ (palpitations), ସିଙ୍କୋପି (loss of consciousness), ଅଣନିଶ୍ୱାସୀ (shortness of breath), ମୁଣ୍ଡ ହାଲୁକା ଅନୁଭବ ।[୧][୨]
ଆକ୍ରାନ୍ତ ସମୟଜନ୍ମ [୧]
କାରଣହୃତପିଣ୍ଡରେ ଉପସାଧନ ରାସ୍ତା/ Accessory pathway in the heart[୧]
ରୋଗ ନିର୍ଣ୍ଣୟ ପଦ୍ଧତିଲେଲେକ୍ଟ୍ରୋକାର୍ଡିଓଗ୍ରାମରେ ଛୋଟ ପିଆର ଇଣ୍ଟରଭାଲ ସହ ଡେଲ୍ଟା ୱେଭ/ (Electrocardiogram shows a short PR interval and delta wave)[୩]
ଚିକିତ୍ସାସଜାଗ ଅପେକ୍ଷା (Watchful waiting), ଔଷଧ, ରେଡିଓଫ୍ରିକ୍ୱେନ୍ସି କ୍ୟାଥେଟର ଆବ୍ଲାସନ /radiofrequency catheter ablation[୪][୫]
Prognosisଲକ୍ଷଣ ନଥିଲେ ବର୍ଷକୁ ପିଲାଙ୍କ ମୃତ୍ୟୁ ସଙ୍କଟ ୦.୫% ଓ ବଡ଼ ମଣିଷଙ୍କ ମୃତ୍ୟୁ ସଙ୍କଟ ୦.୧% [୫]
ପୁନଃପୌନିକ୦.୨%[୧]

ଉଲ୍ଫ-ପାର୍କିନସନ-ହ୍ୱାଇଟ ସିଣ୍ଡ୍ରୋମ/ Wolff–Parkinson–White syndrome ବା WPW) ଏକ ବେମାରୀ ଯେଉଁଥିରେ ହୃତ୍‌ପିଣ୍ଡର ବୈଦ୍ୱୁତିକ ମଣ୍ଡଳରେ ସମସ୍ୟା ଦେଖାଯିବା ଫଳରେ ଲକ୍ଷଣ ଦେଖାଯାଏ ।[୩][୨] ବୈଦ୍ୟୁତିକ ସମସ୍ୟା ଥିଲେ ମଧ୍ୟ ୪୦% ଲୋକଙ୍କର କୌଣସି ଲକ୍ଷଣ ଦେଖାଯାଏନାହିଁ ।[୫] ଅସାଧାରଣ ହୃତ ସ୍ପନ୍ଦନ (Abnormally fast heartbeat), ଦ୍ରୁତ ହୃତ ସ୍ପନ୍ଦନ (palpitations), ସିଙ୍କୋପି (loss of consciousness), ଅଣନିଶ୍ୱାସୀ (shortness of breath), ମୁଣ୍ଡ ହାଲୁକା ଅନୁଭବ ଆଦି ଲକ୍ଷଣମାନ ଦେଖାଯାଏ ।[୧] ଅନିୟମିତ ହୃତ୍‌ସ୍ପନ୍ଦନ (irregular heartbeat) ମଧ୍ୟରେ ପାରୋକ୍ସିସମାଲ ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ (paroxysmal supraventricular tachycardia) ସାଧାରଣତଃ ଅଧିକ ଦେଖାଯାଏ ।[୧]

ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[୨] ଅଳ୍ପ ସଂଖ୍ୟକ କେତେକ କେଶ୍‌ରେ ପିଆରକେଏଜି୨ (PRKAG2) ଜିନର ମ୍ୟୁଟେସନ (mutation) ହୋଇ ଉତ୍ତରାଧିକାର ସୂତ୍ରରେ ପିତାମାତାଙ୍କଠାରୁ ଅଟୋସୋମାଲ ଡୋମିନାଣ୍ଟ (autosomal dominant) ଫେସନରେ ଇନହେରିଟ (inherited) ହୋଇଥାଏ ।[୨] ଏଥିରେ ଅଳିନ୍ଦ (atria) ଓ ନିଳୟ (ventricles) ମଧ୍ୟରେ ଏକ ଅଧିକ ଇଲେକଟ୍ରିକାଲ ପାଥ‌ୱେ (accessory electrical conduction pathway) ତିଆରି ହୋଇଥାଏ ।[୧] ଏହା ଏବସ୍ଟେନ ଆନୋମାଲି (Ebstein anomaly) ଓ ହାଇପୋକାଲେମିକ ପିରିଓଡିକ ପାରାଲିସିସ (hypokalemic periodic paralysis) ସ‌ହ ସ‌ହାବସ୍ଥାନ କରିଥାଏ ।[୧] ଇଲେକଟ୍ରୋକାର୍ଡ଼ିଓଗ୍ରାମ electrocardiogram (ECG) ଚିତ୍ରରେ ଛୋଟ ପିଆର ଇଣ୍ଟରଭାଲ (PR interval) ଓ ଡେଲଟା ୱେଭ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୩] ଏହା ଏକ ପ୍ରକାର ପ୍ରି-ଏକସାଇଟେସନ ସିଣ୍ଡ୍ରୋମ (pre-excitation syndrome) ।[୩]

ଏହି ରୋଗକୁ ଔଷଧ ବା ରେଡିଓଫ୍ରିକ୍ୱେନ୍ସି କାଥେଟର ଆବ୍ଲାସନ (radiofrequency catheter ablation) ସାହାଯ୍ୟରେ ଚିକିତ୍ସା କରାଯାଏ ।[୪] ଜନସଂଖ୍ୟାର ୦.୧ରୁ ୦.୩% ଲୋକଙ୍କର ଏହି ରୋଗ ଥାଏ ।[୧] ଲକ୍ଷଣ ନଥିଲେ ବର୍ଷକୁ ପିଲାଙ୍କ ମୃତ୍ୟୁ ସଙ୍କଟ ୦.୫% ଓ ବଡ଼ ମଣିଷଙ୍କ ମୃତ୍ୟୁ ସଙ୍କଟ ୦.୧% ରହେ ।[୫] ଲକ୍ଷଣବିହୀନ କେଶ୍‌ରେ କେବଳ ପର୍ଯ୍ୟବେକ୍ଷଣ କଲେ ଯଥେଷ୍ଟ ହୁଏ ।[୫] ଆଟ୍ରିଆଲ ଫିବ୍ରିଲେସନ (atrial fibrillation) ଥାଇ କେଶ୍ ଜଟିଳ ହୋଇଥିଲେ କାର୍ଡ଼ିଓଭର୍ସନ (cardioversion) ବା ପ୍ରୋକେନାମାଇଡ (procainamide) ଔଷଧ ଦିଆଯାଇପାରେ ।[୬] ଲୁଇ ଉଲ୍ଫ (Louis Wolff), ଜନ ପାର୍କିନସନ (John Parkinson), ଓ ପଲ୍ ଡୁଡଲି ହ୍ୱାଇଟଙ୍କ (Paul Dudley White) ନାମାନୁସାରେ ଏହି ରୋଗର ନାମକରଣ ହୋଇଛି ଯେଉଁମାନେ ଏ ରୋଗର ଇସିଜି ଚିତ୍ର ବିଷୟ ସନ ୧୯୩୦ରେ ବର୍ଣ୍ଣନା କରିଥିଲେ । [୩]

Video explanation

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ Reference, Genetics Home (March 2017). "Wolff-Parkinson-White syndrome". Genetics Home Reference (in ଇଂରାଜୀ). Archived from the original on 27 April 2017. Retrieved 30 April 2017.
  2. ୨.୦ ୨.୧ ୨.୨ ୨.୩ ୨.୪ "Wolff-Parkinson-White syndrome". rarediseases.info.nih.gov (in ଇଂରାଜୀ). 31 December 2012. Archived from the original on 21 April 2017. Retrieved 30 April 2017.
  3. ୩.୦ ୩.୧ ୩.୨ ୩.୩ ୩.୪ Bhatia, A; Sra, J; Akhtar, M (March 2016). "Preexcitation Syndromes". Current problems in cardiology. 41 (3): 99–137. PMID 26897561.
  4. ୪.୦ ୪.୧ Liu, A; Pusalkar, P (29 June 2011). "Asymptomatic Wolff-Parkinson-White syndrome: incidental ECG diagnosis and a review of literature regarding current treatment". BMJ case reports. 2011. PMID 22693197.
  5. ୫.୦ ୫.୧ ୫.୨ ୫.୩ ୫.୪ Kim, SS; Knight, BP (May 2017). "Long term risk of Wolff-Parkinson-White pattern and syndrome". Trends in cardiovascular medicine. 27 (4): 260–268. PMID 28108086.
  6. Simonian, SM; Lotfipour, S; Wall, C; Langdorf, MI (October 2010). "Challenging the superiority of amiodarone for rate control in Wolff-Parkinson-White and atrial fibrillation". Internal and emergency medicine. 5 (5): 421–6. PMID 20437113.