Jump to content

ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ (Long QT syndrome)
କ୍ୟୁଟି ଇଣ୍ଟରଭାଲ (QT interval) ସ‌ହିତ ସାଇନସ ରିଦ୍ମର ((sinus rhythm)) ଗୋଟିଏ ସାଧାରଣ ଇସିଜି (ECG) ଚିତ୍ର । (କ୍ୟୁଟି ଇଣ୍ଟରଭାଲ ନୀଳ ରଙ୍ଗରେ ଚିହ୍ନିତ କରାଯାଇଛି)
ବିଭାଗହୃଦ୍‌ରୋଗ ବିଜ୍ଞାନ (Cardiology)
ଲକ୍ଷଣମୂର୍ଚ୍ଛା (Fainting), ଶ୍ରବଣହାନୀ (hearing loss) []
କାରଣଜେନେଟିକ (Genetic), କେତେକ ଔଷଧ, ସ୍ୱଳ୍ପ ରକ୍ତ ପୋଟାସିଅମ, ସ୍ୱଳ୍ପ ରକ୍ତ କ୍ୟାଲସିଅମ, ହୃଦ୍‌ପାତ[]
ବିପଦ କାରକହଠାତ ମୃତ୍ୟୁର ପାରିବାରିକ ଇତିହାସ[]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ସ‌ହିତ ଇଲେକ୍ଟ୍ରୋକାର୍ଡ଼ିଓଗ୍ରାମ (Electrocardiogram) (ଇକେଜି) [][]
ସଠିକ ରୋଗ ନିର୍ଣ୍ଣୟବ୍ରୁଗାଡା ସିଣ୍ଡ୍ରୋମ, ଆରିଦମୋଜେନିକ ରାଇଟ ଭେଣ୍ଟ୍ରିକୁଲାର ଡିସପ୍ଲାସିଆ (arrhythmogenic right ventricular dysplasia)[]
ଚିକିତ୍ସାଯୋରଦାର ବ୍ୟାୟାମ, ଖାଦ୍ୟରେ ଯଥେଷ୍ଟ ପୋଟାସିଅମ (potassium), ବିଟା ବ୍ଲକରସ (beta blockers), ଇମ୍ପ୍ଲାଣ୍ଟେବ୍ଲ କାର୍ଡ଼ିଆକ ଡିଫିବ୍ରିଲେଟର (implantable cardiac defibrillator)[]
ପୁନଃପୌନିକ~ ୭,୦୦୦ ଲୋକରେ ଜଣେ[]
ମୃତ୍ୟୁ ସାନ୍ଦ୍ରତା~ବର୍ଷକୁ ୩,୫୦୦ ଲୋକ (USA)[]

Long QT syndrome (LQTS) ରୋଗରେ ହୃତ୍‌ପିଣ୍ଡସ୍ପନ୍ଦନର (heartbeat) ରିପୋଲାରାଇଜେସନ (repolarization) ହୋଇପାରେନି ।[] ଫଳରେ କାର୍ଡ଼ିଆକ ଆରିଦମିଆ ସଙ୍କଟ ଜାତ ହୋଇ ପାଲପିଟେସନ ବା ଦୃତ ହୃତ୍‌ସ୍ପନ୍ଦନ, ମୂର୍ଚ୍ଛା (Fainting), ପାଣିରେ ବୁଡ଼ିଯିବା ଓ ହୃଦ୍‌ପାତ (Sudden death) ହୋଇପାରେ । [] ଅଧିକ ବ୍ୟାୟାମ ବା ମାନସିକ ଚାପ ପଡ଼ିଲେ ଏହି ଘଟଣା ସୃଷ୍ଟି ହୁଏ । [] ଶ୍ରବଣହାନୀ (hearing loss) ଭଳି ଲକ୍ଷଣମାନ ମଧ୍ୟ ଦେଖାଯାଏ ।[]

ଜନ୍ମରୁ ବା ଜୀବନର ଅନ୍ୟ ସମୟରେ ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ ରୋଗ ହୋଇପାରେ । [] ଜେନେଟିକ ବେମାରୀର (genetic disorder) ଏକ ଅଂଶ ରୂପେ ଅନୁବଂଶୀକ (inherited) ରୋଗ ହୋଇପାରେ ।[] କେତେକ ଔଷଧ, ସ୍ୱଳ୍ପ ରକ୍ତ ପୋଟାସିଅମ, ସ୍ୱଳ୍ପ ରକ୍ତ କ୍ୟାଲସିଅମ ଯୋଗୁ ଜୀବନର ଅନ୍ୟ ସମୟରେ ଆରମ୍ଭ ହୋଇପାରେ ।[] ଆଣ୍ଟିଆରିଦମିଦ (antiarrhythmic), ଆଣ୍ଟିବାୟୋଟିକ (antibiotics), ଓ ଆଣ୍ଟିସାଇକୋଟିକ (antipsychotics) ଔଷଧ ବ୍ୟବ‌ହାର ଯୋଗୁ ମଧ୍ୟ ଏହା ଆରମ୍ଭ ହୋଇପାରେ ।[] ଲକ୍ଷଣ ସ‌ହିତ ଇଲେକ୍ଟ୍ରୋକାର୍ଡ଼ିଓଗ୍ରାମ (Electrocardiogram) (ଇକେଜି) ଚିତ୍ର (corrected QT interval >୪୪୦ରୁ ୫୦୦ ମି:ସେ:) ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[][]

ଯୋରଦାର ବ୍ୟାୟାମ, ଖାଦ୍ୟରେ ଯଥେଷ୍ଟ ପୋଟାସିଅମ (potassium), ବିଟା ବ୍ଲକରସ (beta blockers), ଇମ୍ପ୍ଲାଣ୍ଟେବ୍ଲ କାର୍ଡ଼ିଆକ ଡିଫିବ୍ରିଲେଟର (implantable cardiac defibrillator) ସାହାଯ୍ୟରେ ଚିକିତ୍ସା କରାଯାଏ । [] ଅଣଚିକିତ୍ସିତ ଓ ହୃଦ୍‌ପାତ ହୋଇଥିବା ରୋଗୀର ୧୫ ବର୍ଷ ମଧ୍ୟରେ ୫୦% ମୃତ୍ୟୁ ସଙ୍କତ ରହେ ।[][] ଉପ‌ଯୁକ୍ତ ଚିକିତ୍ସା ପାଇଲେ ୨୦ ବର୍ଷ ମଧ୍ୟରେ ୧% ମୃତ୍ୟୁ ସମ୍ଭାବନା ରହେ ।[]

ପ୍ରାୟ ୭,୦୦୦ ଲୋକରେ ଜଣକୁ ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ ରୋଗ ହେଉଥିବା ଲକ୍ଷ କରାଯାଇଛି ।[] ପୁରୁଷଙ୍କ ଅପେକ୍ଷା ମହିଳାଙ୍କର ଏହି ରୋଗ ଅଧିକ ହୁଏ ।[] ଚାଳିଶ ବର୍ଷ ବୟସ ପୂର୍ବରୁ ଅଧିକାଂଶ ଲୋକଙ୍କର ଏ ରୋଗ ହୁଏ ।[] ବ୍ରୁଗାଡା ସିଣ୍ଡ୍ରୋମ, ଆରିଦମୋଜେନିକ ରାଇଟ ଭେଣ୍ଟ୍ରିକୁଲାର ଡିସପ୍ଲାସିଆ (arrhythmogenic right ventricular dysplasia) ସ‌ହିତ ଏହି ରୋଗ ମୃତ୍ୟୁର ସାଧାରଣ କାରଣ ଭାବରେ ନିର୍ଣ୍ଣୟ କରାଯାଇଛି ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ଯୋଗୁ ପ୍ରତି ବର୍ଷ ପ୍ରାୟ ୩,୫୦୦ ଲୋକ ମୃତ୍ୟୁ ବରଣ କରନ୍ତି ।[] ସନ ୧୯୫୭ରେ ପ୍ରଥମେ ଏହି ରୋଗର ସ୍ପଷ୍ଟ ବର୍ଣ୍ଣନା କରାଯାଇଥିଲା ।[]

  1. 1 2 3 4 5 "Long QT syndrome". Genetic and Rare Diseases Information Center (GARD) – an NCATS Program (in ଇଂରାଜୀ). 2017. Archived from the original on 14 December 2017. Retrieved 14 December 2017.
  2. 1 2 3 Morita H, Wu J, Zipes DP (August 2008). "The QT syndromes: long and short". Lancet. 372 (9640): 750–63. doi:10.1016/S0140-6736(08)61307-0. PMID 18761222.
  3. 1 2 3 4 5 6 Ferri, Fred F. (2016). Ferri's Clinical Advisor 2017 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 736. ISBN 9780323448383.
  4. 1 2 3 Levine E, Rosero SZ, Budzikowski AS, Moss AJ, Zareba W, Daubert JP (August 2008). "Congenital long QT syndrome: considerations for primary care physicians". Cleve Clin J Med. 75 (8): 591–600. PMID 18756841.
  5. 1 2 3 4 5 6 7 8 9 10 "Long QT Syndrome". NHLBI, NIH (in ଇଂରାଜୀ). Retrieved 14 December 2017.
  6. Ackerman, MJ; Priori, SG; Dubin, AM; Kowey, P; Linker, NJ; Slotwiner, D; Triedman, J; Van Hare, GF; Gold, MR (January 2017). "Beta-blocker therapy for long QT syndrome and catecholaminergic polymorphic ventricular tachycardia: Are all beta-blockers equivalent?". Heart rhythm. 14 (1): e41–e44. doi:10.1016/j.hrthm.2016.09.012. PMID 27659101. Among patients who have experienced a LQTS-triggered cardiac event (arrhythmic syncope, arrhythmic syncope followed by seizures, or aborted cardiac arrest), the untreated natural history is grim, with >50% mortality at 15 years. open access publication – free to read
  7. Vincent, Jean-Louis; Abraham, Edward; Kochanek, Patrick; Moore, Frederick A.; Fink, Mitchell P. (2011). Textbook of Critical Care E-Book (in ଇଂରାଜୀ). Elsevier Health Sciences. p. 578. ISBN 1437715680.