କ୍ଲୋରପ୍ରୋମାଜିନ
Clinical data | |
---|---|
Trade names | Largactil, Thorazine, others |
AHFS/Drugs.com | monograph |
MedlinePlus | a682040 |
data |
|
Pregnancy category | |
Routes of administration | Oral (tablets and syrup available), rectal, IM, IV infusion |
ATC code | |
Legal status | |
Legal status | |
Pharmacokinetic data | |
Bioavailability | 10-80% (Oral; large interindividual variation)[୧] |
Protein binding | 90-99%[୧] |
Metabolism | Liver, mostly CYP2D6-mediated[୧] |
Elimination half-life | 30 hours[୨] |
Excretion | Urine (43-65% in 24 hrs)[୧] |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.000.042 |
Chemical and physical data | |
Formula | C17H19ClN2S |
Molar mass | 318.86 g/mol (free base) 355.33 g/mol (hydrochloride) |
3D model (JSmol) | |
| |
| |
(verify) |
କ୍ଲୋରପ୍ରୋମାଜିନ (ସିପିଜେଡ୍), ବ୍ୟବସାୟୀକ ନାମ ଥୋରାଜିନ ଓ ଲାର୍ଗାକ୍ଟିଲ ଏକ ମନୋବିକାରି ପ୍ରଭାବକାରୀ ଔଷଧ । ପ୍ରାଥମିକ ଭାବେ ଏହା ମନୋବିକାର ରୋଗ ଯେପରିକି ସିଜୋଫ୍ରେନିଆ ରୋଗରେ ବ୍ୟବହୃତ ହେଉଥିଲା । ବ୍ୟବହୃତ ହେଉଥିବା ଅନ୍ୟାନ୍ୟ ରୋଗମାନଙ୍କ ନାମ: ବାଇପୋଲାର ଡିଜଅର୍ଡ଼ର, ଆଟେନସନ ଡେଫିସିଟ ହାଇପରଆକ୍ଟିଭିଟି ଡିଜଅର୍ଡ଼ର, ଅଇ ଓ ବାନ୍ତି, ଅପରେଶନ ପୂର୍ବ ଉତ୍କଣ୍ଠା ଓ ଅନ୍ୟ ଚିକିତ୍ସାରେ ଉପଶମ ହୋଇ ନ ଥିବା ହିକ୍କା । ଏହା ପାଟିରେ, ମାଂସପେଶୀ ଇଞ୍ଜେକସନ ଓ ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ ।[୨]
ଶୁଖିଲା ପାଟି, ଠିଆ ହେଲେ କମ ରକ୍ତଚାପ, ଅଧିକ ଓଜନ ଓ ଚଳପ୍ରଚଳ ସମସ୍ୟା ଇତ୍ୟାଦି ପାର୍ଶ୍ୱ ପ୍ରତିକ୍ରିୟା ଏଥିରେ ଦେଖାଯାଏ । ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ସ୍ଥାୟୀ ଚଳପ୍ରଚଳ ଅସୁବିଧା, ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ, ଓ କମ ଶ୍ୱେତ ରଲ୍ତ କଣିକା ଇତ୍ୟାଦି ଅସୁବିଧା ଦେଖାଯାଏ । ବୟସ୍କ ଲୋକଙ୍କର ଡିମେନ୍ସିଆ ଯୋଗୁ ସାଇକୋସିସ ହେଲେ ମୃତ୍ୟୁ ସଙ୍କଟ ବଢ଼ିଯାଏ । ଗର୍ଭାବସ୍ଥାରେ ଏହାର ସୁରକ୍ଷା ବିଷୟ ସନ୍ଦିହାନ ଅଛି । ଟିପିକାଲ ଆଣ୍ଟିସାଇକୋଟିକ ଶ୍ରେଣୀର କ୍ଲୋରପ୍ରୋମାଜିନ ଏକ ଔଷଧ । ଏହାର କାର୍ଯ୍ୟପ୍ରଣାଳୀ ସ୍ପଷ୍ଟ ନ ଥିଲେ ମଧ୍ୟ ଏହା ଡୋପାମିନ ଆଣ୍ଟାଗୋନିସ୍ଟ ଭାବରେ କାମ କରୁଥିବା ବିଶ୍ୱାସ କରାଯାଏ । ଏହାର ଆଣ୍ଟି-ସେରୋଟୋନର୍ଜିକ ଓ ଆଣ୍ଟିହିସ୍ଟାମିନର୍ଜିକ ଗୁଣ ଅଛି ।[୨]
କ୍ଲୋରପ୍ରୋମାଜିନ ପ୍ରଥମ ଆଣ୍ଟିସାଇକୋଟିକ ଭାବରେ ସନ ୧୯୫୧ରେ ଆବିଷ୍କୃତ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ମାନସିକ ରୋଗ ଇତିହାସରେ ଏହାକୁ ଏକ ବିରାଟ ପ୍ରଗତି ରୂପେ ବିବେଚନା କରାଯାଏ ।[୫][୬] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[୨] ଏହାର ଦୈନିକ ହୋଲସେଲ ମୂଲ୍ୟ ୦.୦୨ରୁ ୦.୧୨ ଆମେରିକୀୟ ଡଲାର ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଦିନକର ଖର୍ଚ୍ଚ ପ୍ରାୟ ୨ ଡଲାର ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "PRODUCT INFORMATION LARGACTIL" (PDF). TGA eBusiness Services. Sanofi Aventis Pty Ltd. 28 ଅଗଷ୍ଟ 2012. Retrieved 8 ଡିସେମ୍ବର 2013.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Chlorpromazine Hydrochloride". The American Society of Health-System Pharmacists. Retrieved 1 ଡିସେମ୍ବର 2015.
- ↑ Ban, TA (ଅଗଷ୍ଟ 2007). "Fifty years chlorpromazine: a historical perspective". Neuropsychiatric disease and treatment. 3 (4): 495–500. PMID 19300578.
- ↑ "WHO Model List of Essential Medicines" (PDF). World Health Organization. ଅକ୍ଟୋବର 2013. Retrieved 22 ଅପ୍ରେଲ 2014.
- ↑ López-Muñoz, F; Alamo, C; Cuenca, E; Shen, WW; Clervoy, P; Rubio, G (2005). "History of the discovery and clinical introduction of chlorpromazine". Annals of clinical psychiatry : official journal of the American Academy of Clinical Psychiatrists. 17 (3): 113–35. PMID 16433053.
- ↑ Shorter, Edward (2005). A historical dictionary of psychiatry. New York: Oxford University Press. p. 6. ISBN 9780198039235.
- ↑ "Chlorpromazine HCL". International Drug Price Indicator Guide. Archived from the original on 29 ମାର୍ଚ୍ଚ 2017. Retrieved 1 ଡିସେମ୍ବର 2015.