ସରୱାତ ପର୍ବତମାଳା

ଉଇକିପିଡ଼ିଆ ରୁ
Jump to navigation Jump to search
ସରୱାତ ପର୍ବତମାଳା
جِبَالُ ٱلسَّرَوَاتِ
ସରାତ
Yemen Landscape (10488192406).jpg
ସରୱାତ ପର୍ବତମାଳାର ଅଂଶ
Elevation୩୬୬୬ m (୧୨,୦୨୮ ft)
Location
ସରୱାତ ପର୍ବତମାଳା is located in Saudi Arabia
ସରୱାତ ପର୍ବତମାଳା
جِبَالُ ٱلسَّرَوَاتِ

ସରୱାତ ପର୍ବତମାଳା (ଇଂରାଜୀ ଭାଷାରେ Sarawat Mountains ଆରବୀୟ ଭାଷାରେ جِبَالُ ٱلسَّرَوَاتِ) ସରାତ ନାମରେ ମଧ୍ୟ ପରିଚିତ ।[୧] ଆରବୀୟ ଉପଦ୍ୱୀପର ପଶ୍ଚିମଆଂଶରେ ଏହି ପର୍ବତମାଳା ଅବସ୍ଥିତ । ଲୋହିତ ସାଗରର ପୂର୍ବ ତଟ ସହିତ ଏହି ପର୍ବତମାଳା ସମାନ୍ତରାଳ ଭାବେ ବ୍ୟାପ୍ତ । ଫିଫା ପର୍ବତମାଳା[୨], ଆସିର ପର୍ବତମାଳା[୩] ଓ ହିଜାଜ ପର୍ବତମାଳା[୪][୫] ଓ ମିଦ୍ୟାନ ପର୍ବତମାଳାକୁ ମିଶାଇ[୬] ସରୱାତ ପର୍ବତମାଳା କୁହାଯାଇପାରିବ । ସରୱାତ ପର୍ବତମାଳା ଆସିରରୁ ଆରମ୍ଭ ହୋଇ ସାଉଦି ଆରବ ଦେଇ ଦକ୍ଷିଣରେ ଏଡେନ୍ ଉପସାଗର ପର୍ଯ୍ୟନ୍ତ ଓ ପୁଣି ୟେମେନର ପଶ୍ଚିମ ଭାଗରେ ଲମ୍ବି ଯାଇଛି ।[୧][୭]

ଭୂବୈଜ୍ଞାନିକ ତଥ୍ୟ[ସମ୍ପାଦନା]

ସାଉଦି ଆରବର ଅଭାସ୍ଥିତ ହବାଲା ଉପତ୍ୟକାରୁ ସରୱାତର ଦୃଶ୍ୟ

ସରୱାତ ପର୍ବତମାଳା ମୁଖ୍ୟତଃ ପଥୁରିଆ ଓ ଆଂଶିକ ରୂପେ ସବୁଜିମାରେ ପୂର୍ଣ୍ଣ । ଗଠନ କାଳ ହିସାବରେ ଏହାର ଅନେକ ଶୃଙ୍ଗ ନୂତନ ଓ ଦନ୍ତୁରିତ ଓ କିଛି ଶୃଙ୍ଗ ଅବକ୍ଷୟ କାରଣରୁ ଆଉ ଦନ୍ତୁରିତ ରହିନାହାନ୍ତି । ସାଉଦି ଆରବ ଓ ୟେମେନ ସୀମାରେ ସରୱାତ ପର୍ବତମାଳା ଖଣ୍ଡବିଖଣ୍ଡିତ ହୋଇ ସ୍ୱତନ୍ତ୍ର ଓ ଏକାକୀ ପର୍ବତମାନଙ୍କ ଆକାରରେ ଦେଖାଯାଏ । ହେଜାଜର ଭୂଗଠନ କ୍ରମଶଃ ପର୍ବତରୁ ୟେମେନୀ ମାଳଭୂମିରେ ରୂପାନ୍ତରିତ ହୋଇଛି । ୟେମେନର ଭୌଗୋଳିକ ସୀମା ମଧ୍ୟରେ ସରୱାତ ପର୍ବତଶ୍ରେଣୀ ଦୁଇ ଭାଗରେ ବିଭକ୍ତ ହୋଇ ପଶ୍ଚିମସ୍ଥ ଉଚ୍ଚଭୂମି ଓ କେନ୍ଦ୍ରୀୟ ଉଚ୍ଚଭୂମି ସୃଷ୍ଟି କରିଛି । ପଶ୍ଚିମସ୍ଥ ଉଚ୍ଚଭୂମି ଲୋହିତ ସାଗରର ନିକଟବର୍ତ୍ତୀ ଥିବାରୁ ଏହି ଅଞ୍ଚଳ ସମଗ୍ର ଆରବୀୟ ଉପଦ୍ୱୀପରେ ସବୁଠାରୁ ଅଧିକ ବୃଷ୍ଟିପାତ ଗ୍ରହଣ କରିଥାଏ । କେନ୍ଦ୍ରୀୟ ଉଚ୍ଚଭୂମିର ପର୍ବତମାନ ଏହି ଅଞ୍ଚଳରେ ଉଚ୍ଚତମ । ଜବାଲ ହରାଜ ୟେମେନୀୟ ସରୱାତ ପର୍ବତମାଳାର ଏକ ଅଂଶ ।[୮] ହରାଜ ପର୍ବତରେ କିଛି ଶୃଙ୍ଗର ଉଚ୍ଚତା ସମୁଦ୍ର ପତନରୁ ୩୦୦୦ ମିଟର ଉପରେ । ଏହି ସମସ୍ତ ଶୃଙ୍ଗରୁ ତଳ ଦେଶର ଦୃଶ୍ୟ ଅତ୍ୟନ୍ତ ମନୋମୁଗ୍‌ଧକର । ପାଦଦେଶର କିଛି ପର୍ବତର ହାରାହାରି ଉଚ୍ଚତା କେବଳ ୫୦୦ ମିଟର ହୋଇଥିଲେ ହେଁ ସେମାନଙ୍କ ଶୃଙ୍ଗ ୨୮୦୦-୩୦୦୦ ମିଟର ଉଚ୍ଚତାରେ ଅବସ୍ଥିତ । ୩୦୦୦ ମିଟରରୁ ଅଧିକ ଉଚ୍ଚତାବିଶିଷ୍ଟ ପର୍ବତଗୁଡ଼ିକ ୟେମେନରେ ଅବସ୍ଥିତ । ସେଠାକାର ସର୍ବୋଚ୍ଚ ଶୃଙ୍ଗର ନାମ ଜବାଲ ଅନ୍-ନବି ଶୋଏବ ଯାହା ରାଜଧାନୀ ସନା ନିକଟରେ ଅବସ୍ଥିତ । ଏହି ଶୃଙ୍ଗର ଉଚ୍ଚତା ସମୁଦ୍ର ପତନରୁ ୩୬୬୬ ମିଟର ।[୧][୭] ସ୍ଥାନୀୟ କିମ୍ବଦନ୍ତୀ ଅନୁସାରେ ନୋଆଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ଶେମ ଏହି ଜବାଲ ନୁକୁମ ପର୍ବତର ପାଦଦେଶରେ ଏକ ନଗରର ସ୍ଥାପନା କରିଥିଲେ ।[୯]

ଭବୈଜ୍ଞାନିକ ଦୃଷ୍ଟିକୋଣରୁ ସରୱାତ ପର୍ବତମାଳା ମୁଖ୍ୟତଃ ଆଗ୍ନେୟ ଶିଳାରେ ଗଠିତ । ପଶ୍ଚିମାଂଶରେ ପର୍ବତର ଢାଲୁ ହଠାତ୍ ଲୋହିତ ସାଗର ଉପକୂଳ ସହିତ ମିଳିତ ହୋଇଛନ୍ତି । ପୂର୍ବ ପଟରେ ପର୍ବତର ଢାଲୁ କ୍ରମଶଃ କମିଛି ଓ ଏହି ଅଞ୍ଚଳରେ କୃଷି କାର୍ଯ୍ୟ ମଧ୍ୟ କରାଯାଏ । ପର୍ବତମାଳାର ଦକ୍ଷିଣ ଭାଗ ମୌସୁମୀ ବାୟୁ ପ୍ରବାହ କ୍ଷେତ୍ରରେ ଅନ୍ତର୍ଭୁକ୍ତ । ସରୱାତ ପର୍ବତମାଳାରେ ୟେମେନର ରାଜଧାନୀ ସନା ଅବସ୍ଥିତ । ସନା ନଗର ନିକଟରେ ସରୱାତର ସର୍ବୋଚ୍ଚ ଓ ଅନ୍ୟ କେତେକ ଉଚ୍ଚ ଶୃଙ୍ଗ ମଧ୍ୟ ରହିଛି ।[୧][୭]

ବନ୍ୟ ଜୀବ ଓ ଉଦ୍ଭିଦ[ସମ୍ପାଦନା]

ହେଜାଜର ତାଇଫ୍ ନିକଟରେ ଏକ ହାମାଦ୍ର୍ୟାସ୍ ବବୁନ୍ ମାଙ୍କଡ଼

ଏହି ଅଞ୍ଚଳରେ ଆରବୀୟ କଲରାପତ୍ରିଆ ବାଘ ବସବାସ କରୁଥିବାର ପ୍ରମାଣ ମିଳିଛି ।[୧୦][୧୧] ସାଉଦି ଆରବ ଓ ୟେମେନରେ ସରୱାତ ଅଞ୍ଚଳରେ ହାମାଦ୍ର୍ୟାସ୍ ବବୁନ୍ ମାଙ୍କଡ଼ ମଧ୍ୟ ଦେଖାଯାନ୍ତି ।[୧୨]




ଚିତ୍ର ଗ୍ୟାଲେରୀ[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Robert D. Burrowes (2010). Historical Dictionary of Yemen. Rowman & Littlefield. pp. 5–340. ISBN 978-0-8108-5528-1.
  2. "ThePlace: Fifa Mountains in Jazan". Arab News. 2019-02-15. Retrieved 2019-02-17.
  3. Overstreet, William Courtney (1977). Tertiary laterite of the As Sarat Mountains, Asir Province, Kingdom of Saudi Arabia. 2. Directorate General of Mineral Resources. pp. iii–2.
  4. Mandal, Ram Bahadur (1990). "VI: A Regional Geography". Patterns of Regional Geography: World regions. New Delhi, India: Concept Publishing Company. p. 354. ISBN 8-1702-2292-3.
  5. Nasr, Seyyed Hossein (2013). "1: The Holiest Cities of Islam". Mecca the Blessed, Medina the Radiant: The Holiest Cities of Islam. Tuttle Publishing. ISBN 978-1-4629-1365-7.
  6. Scoville, Sheila A. (2006). "3". Gazetteer of Arabia: a geographical and tribal history of the Arabian Peninsula. 2. Akademische Druck- u. Verlagsanstalt. p. 288. ISBN 0-7614-7571-0.
  7. ୭.୦ ୭.୧ ୭.୨ McLaughlin, Daniel (2008). "1: Background". Yemen. Bradt Travel Guides. p. 3. ISBN 978-1-8416-2212-5.
  8. Cook, John; Farmer, G. Thomas (2013-01-12). "VI: Land and Its Climates". Climate Change Science: A Modern Synthesis. 1 – The Physical Climate. Springer Science & Business Media. p. 334. ISBN 978-9-4007-5757-8.
  9. McLaughlin, Daniel (2008). "3: Sana'a". Yemen. Bradt Travel Guides. p. 67. ISBN 978-1-8416-2212-5.
  10. Judas, J.; Paillat, P.; Khoja, A.; Boug, A. (2006). "Status of the Arabian leopard in Saudi Arabia" (PDF). Cat News. Special Issue 1: 11–19.
  11. Spalton, J. A. & Al-Hikmani, H. M. (2006). "The Leopard in the Arabian Peninsula – Distribution and Subspecies Status" (PDF). Cat News (Special Issue 1): 4–8.
  12. Teller, Matthew (1 November 2012). "The Happy Ones". Saudi Aramco World. Retrieved 10 December 2018.