Jump to content

ରାସେଶ୍ୱରୀ ପାଣିଗ୍ରାହୀ

ଉଇକିପିଡ଼ିଆ‌ରୁ
ରାସେଶ୍ୱରୀ ପାଣିଗ୍ରାହୀ
ବିଧାୟିକା: ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ୨୦୧୯
ପୂର୍ବ ଅଧିକାରୀଜୟନାରାୟଣ ମିଶ୍ର
ନିର୍ବାଚନ ମଣ୍ଡଳୀସମ୍ବଲପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1946-10-28)୨୮ ଅକ୍ଟୋବର ୧୯୪୬
ମୃତ୍ୟୁ୧୬ ଫେବୃଆରୀ ୨୦୨୬(2026-02-16) (ବୟସ ୭୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ସମ୍ପର୍କଶ୍ରୀବଲ୍ଲଭ ପାଣିଗ୍ରାହୀ (ଭାଇ)
ବାପା/ବୋଉନୃସିଂହ ପାଣିଗ୍ରାହୀ (ବାପା)
ବୃତ୍ତିରାଜନୀତିଜ୍ଞ

ରାସେଶ୍ୱରୀ ପାଣିଗ୍ରାହୀ (୨୮ ଅକ୍ଟୋବର ୧୯୪୬ – ୧୬ ଫେବୃଆରୀ ୨୦୨୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ।[] ସେ ୨୦୧୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସମ୍ବଲପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାର ୧୫ଶ ସଭାକୁ ନିର୍ବାଚିତ ହୋଇଥିଲେ ।[][]

ଜନ୍ମ ଓ ପରିବାର

[ସମ୍ପାଦନା]

ରାସେଶ୍ୱରୀ ପାଣିଗ୍ରାହୀ ୧୯୪୬ ମସିହାର ଅକ୍ଟୋବର ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନୃସିଂହ ପାଣିଗ୍ରାହୀ ।[] ତାଙ୍କ ଭାଇ ଶ୍ରୀବଲ୍ଲଭ ପାଣିଗ୍ରାହୀ ମଧ୍ୟ ଜଣେ ରାଜନେତା ଥିଲେ ।

ଶିକ୍ଷା ଓ ପେଷା

[ସମ୍ପାଦନା]

ରାସେଶ୍ୱରୀ ପାଣିଗ୍ରାହୀ ରାଉରକେଲାର ଇସ୍ପାତ ବିଦ୍ୟାଳୟରୁ ତାଙ୍କର ଦଶମ ଶ୍ରେଣୀ ପାଶ୍ କରିଥିଲେ । ଦଶମ ଶ୍ରେଣୀ ପରୀକ୍ଷା ପାଶ୍ ପରେ ସେ ସମ୍ବଲପୁରଜିଏମ୍ କଲେଜରେ ପାଠ ପଢ଼ିଥିଲେ ।[] ପିଲାବେଳୁ ତାଙ୍କର ଜଣେ ଡାକ୍ତର ହେବାର ଇଚ୍ଛା ଥିଲା ଏବଂ ପରବର୍ତ୍ତୀ ସମୟରେ ସେ ଚିକିତ୍ସା ବିଭାଗରେ ପାଠ ପଢ଼ିଥିଲେ ।[] ରାସେଶ୍ୱରୀ ସମ୍ବଲପୁରର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରେ ଯୋଗ ଦେଇଥିଲେ ଏବଂ ସେଠାରୁ ସେ ଏମ୍‌ବିବିଏସ୍ ପାଠ ପଢ଼ା ଶେଷ କରି ୧୯୭୨ ମସିହାରେ ଓଡ଼ିଶା ସରକାରଙ୍କ ଅଧିନରେ ଜଣେ ଡାକ୍ତର ଭାବରେ ଚାକିରୀରେ ଯୋଗ ଦେଇଥିଲେ ।[] ସେ ପ୍ରଥମ ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବରେ ଚାକିରୀରେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ମେଡିକାଲ କଲେଜରେ ଜଣେ ପ୍ରଫେସର ଭାବରେ ଯୋଗ ଦେଇଥିଲେ, ଯେଉଁଠାରେ ସେ ତାଙ୍କର ଅବସର ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।[]

ରାଜନୈତିକ ଜୀବନ

[ସମ୍ପାଦନା]

ରାସେଶ୍ୱରୀ ପାଣିଗ୍ରାହୀ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳ ରାଜନୈତିକ ଦଳ ସହ ସକ୍ରିୟ ଥିଲେ । ତାଙ୍କ ଭାଇ ଶ୍ରୀବଲ୍ଲଭ ପାଣିଗ୍ରାହୀ ଭାରତୀୟ ଜାତୀୟ କଂଗ୍ରେସର ଜଣେ ବରିଷ୍ଠ ନେତା ଥିଲେ । ମାତ୍ର ରାସେଶ୍ୱରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ପ୍ରତିଷ୍ଠାତା, ନବୀନ ପଟ୍ଟନାୟକଙ୍କର ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।[]

ସେ ୨୦୧୪ ଓଡ଼ିଶା ସାଧାରଣ ନିର୍ବାଚନରେ ରାସେଶ୍ୱରୀ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ ।[] ପୂର୍ବରୁ ୨୦୦୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ବିଜୁ ଜନତା ଦଳ ସମ୍ବଲପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ କୌଣସି ପ୍ରାର୍ଥୀ ଛିଡ଼ା କରିନଥିଲା । ୨୦୧୪ରେ ରାସେଶ୍ୱରୀଙ୍କୁ ସମ୍ବଲପୁରୁ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବାର ସୁଯୋଗ ମିଳିଥିଲା । ଏହି ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ଲଗାତାର ତିନିଥର ବିଧାୟକ ଭାବରେ ଓଡ଼ିଶା ବିଧାନ ସଭାର ୧୨ଶ, ୧୩ଶ ଓ ୧୪ଶ ସଭାକୁ ନିର୍ବାଚିତ ହୋଇଥିଲେ ଜୟ ନାରାୟଣ ମିଶ୍ର । ୨୦୧୪ ନିର୍ବାଚନରେ ମଧ୍ୟ ଜୟ ନାରାୟଣ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ପୁଣିଥରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ଜୟ ନାରାୟଣ ସମୁଦାୟ ୩୮, ୪୦୪ ଖଣ୍ଡ ଭୋଟ ପାଇଥିଲେ, ଯାହାକି ସମୁଦାୟ ଭୋଟର ୩୩.୯୩ ପ୍ରତିଶତ ଥିଲା । ରାସେଶ୍ୱରୀ ଏହି ନିର୍ବାଚନରେ ସମୁଦାୟ ୪୮,୩୬୨ ଖଣ୍ଡ ଅର୍ଥାତ ୪୨.୭୩ ପ୍ରତିଶତ ଭୋଟ ପାଇ ପ୍ରଥମ ସ୍ଥାନରେ ରହି ବିଜୟୀ ହୋଇ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[] ଏହି ନିର୍ବାଚନରେ ରାସେଶ୍ୱରୀ ୯,୯୫୮ ଖଣ୍ଡ ଭୋଟରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଜୟ ନାରାୟଣ ମିଶ୍ରଙ୍କୁ ହରାଇଥିଲେ ।[][][୧୦]

ସମ୍ବଲପୁରରେ ଆଇ ଆଇ ଏମ୍ ପ୍ରତିଷ୍ଠାବେଳେ ରାସେଶ୍ୱରୀ ବିଧାୟିକା ପଦରୁ ଇସ୍ତଫା ଦେବାସହ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ ବୋଲି କେହି ଜଣେ ମିଥ୍ୟା ଖବର ମିଡ଼ିଆରେ ପଠାଇଥିଲା, ଫଳରେ ବିବାଦର ସୁତ୍ରପାତ ହୋଇଥିଲା ।[] ମାତ୍ର ରାସେଶ୍ୱରୀ ଗଣମାଧ୍ୟମରେ ସତ୍ୟାସତ୍ୟ କହିବାପରେ ଏହି ବିବାଦ ବନ୍ଦ ହୋଇଥିଲା ।[]

ମୃତ୍ୟୁ

[ସମ୍ପାଦନା]

ରାସେଶ୍ୱରୀ ୨୦୨୬ ମସିହାର ଫେବୃଆରୀ ୧୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧୧] ସେ ସ୍ନାୟୁଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ଥିଲେ ଏବଂ ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା ।[୧୨]

  1. "ମହାନଦୀ ପାଣି ବିବାଦ : ଝାରସୁୁଗୁଡାରୁ ବାହାରିଲା ୧୫ ଜଣିଆ ଟିମ". Kanak News (in ଆମେରିକୀୟ ଇଂରାଜୀ). 2016-08-09. Retrieved 2019-02-27.
  2. "Ms. Raseswari Panigrahi". odishaassembly.nic.in. Retrieved 2019-02-26.
  3. Dharitri; Panda, Ankita (2026-02-16). "ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Retrieved 2026-02-17.
  4. "Dr. Raseswari Panigrahi". ଓଡିଶା ବିଧାନ ସଭା (in ଇଂରାଜୀ). Archived from the original on 2026-02-17. Retrieved 2026-02-17.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ "'(Some people) wanted to defame me' Hot seat - Raseswari Panigrahi BJD MLA, Sambalpur". www.telegraphindia.com (in ଇଂରାଜୀ). Archived from the original on 27 February 2018. Retrieved 2019-02-27.
  6. "MLA Ms. Raseswari Panigrahi Profile | SAMBALPUR Constituency". www.naveenpatnaik.com. Archived from the original on 2019-01-13. Retrieved 2019-02-26.
  7. "Dr. Raseswari Panigrahi(BJD):Constituency- SAMBALPUR(SAMBALPUR) - Affidavit Information of Candidate:". www.myneta.info. Retrieved 2019-02-26.
  8. "Constituency Wise odisha Assembly Election result 2014". Leadtech.in. Archived from the original on 18 August 2014. Retrieved 9 June 2014.
  9. "Odisha - Sambalpur". Election Commission of India. Archived from the original on 18 May 2014. Retrieved 9 June 2014.
  10. "Orissa Assembly Election 2014, Constituency: Sambalpur (17)". EmpoweringIndia.org. Archived from the original on 14 July 2014. Retrieved 9 June 2014.
  11. Sahu, Mahendra (2026-02-16). "ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ". Sambad. Retrieved 2026-02-17.
  12. Desk, Kanak Digital (2026-02-16). "ଆରପାରିରେ ରାସେଶ୍ୱରୀ ପାଣିଗ୍ରାହୀ". Kanak. Retrieved 2026-02-17.