ରାସେଶ୍ୱରୀ ପାଣିଗ୍ରାହୀ

ଉଇକିପିଡ଼ିଆ‌ରୁ
ରାସେଶ୍ୱରୀ ପାଣିଗ୍ରାହୀ
ବିଧାୟିକା: ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ୨୦୧୯
ପୂର୍ବ ଅଧିକାରୀଜୟନାରାୟଣ ମିଶ୍ର
ନିର୍ବାଚନ ମଣ୍ଡଳୀସମ୍ବଲପୁର
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ବୃତ୍ତିରାଜନୀତିଜ୍ଞ

ରାସେଶ୍ୱରୀ ପାଣିଗ୍ରାହୀ ଜଣେ ଓଡ଼ିଆ ରାଜନୀତିଜ୍ଞ ।[୧] ସେ ୨୦୧୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସମ୍ବଲପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାର ୧୫ଶ ସଭାକୁ ନିର୍ବାଚିତ ହୋଇଥିଲେ ।[୨]

ଶିକ୍ଷା ଓ ପେଶା[ସମ୍ପାଦନା]

ରାସେଶ୍ୱରୀ ପାଣିଗ୍ରାହୀ ରାଉରକେଲାର ଇସ୍ପାତ ବିଦ୍ୟାଳୟରୁ ତାଙ୍କର ଦଶମ ଶ୍ରେଣୀ ପାଶ୍ କରିଥିଲେ । ଦଶମ ଶ୍ରେଣୀ ପରୀକ୍ଷା ପାଶ୍ ପରେ ସେ ସମ୍ବଲପୁରଜିଏମ୍ କଲେଜରେ ପାଠ ପଢ଼ିଥିଲେ ।[୩] ପିଲାବେଳୁ ତାଙ୍କର ଜଣେ ଡାକ୍ତର ହେବାର ଇଚ୍ଛା ଥିଲା ଏବଂ ପରବର୍ତ୍ତୀ ସମୟରେ ସେ ଚିକିତ୍ସା ବିଭାଗରେ ପାଠ ପଢ଼ିଥିଲେ ।[୩] ରାସେଶ୍ୱରୀ ସମ୍ବଲପୁରର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରେ ଯୋଗ ଦେଇଥିଲେ ଏବଂ ସେଠାରୁ ସେ ଏମ୍‌ବିବିଏସ୍ ପାଠ ପଢ଼ା ଶେଷ କରି ୧୯୭୨ ମସିହାରେ ଓଡ଼ିଶା ସରକାରଙ୍କ ଅଧିନରେ ଜଣେ ଡାକ୍ତର ଭାବରେ ଚାକିରୀରେ ଯୋଗ ଦେଇଥିଲେ ।[୩] ସେ ପ୍ରଥମ ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବରେ ଚାକିରୀରେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ମେଡିକାଲ କଲେଜରେ ଜଣେ ପ୍ରଫେସର ଭାବରେ ଯୋଗ ଦେଇଥିଲେ, ଯେଉଁଠାରେ ସେ ତାଙ୍କର ଅବସର ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।[୩]

ରାଜନୈତିକ ଜୀବନ[ସମ୍ପାଦନା]

ରାସେଶ୍ୱରୀ ପାଣିଗ୍ରାହୀ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳ ରାଜନୈତିକ ଦଳ ସହ ସକ୍ରିୟ ଅଛନ୍ତି । ତାଙ୍କ ଭାଇ ଶ୍ରୀ ବଲ୍ଲଭ ପାଣିଗ୍ରାହୀ ଭାରତୀୟ ଜାତୀୟ କଂଗ୍ରେସର ଜଣେ ବରିଷ୍ଠ ନେତା । ମାତ୍ର ରାସେଶ୍ୱରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ପ୍ରତିଷ୍ଠାତା, ନବୀନ ପଟ୍ଟନାୟକଙ୍କର ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।[୩]

ସେ ୨୦୧୪ ଓଡ଼ିଶା ସାଧାରଣ ନିର୍ବାଚନରେ ରାସେଶ୍ୱରୀ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ ।[୪] ପୂର୍ବରୁ ୨୦୦୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ବିଜୁ ଜନତା ଦଳ ସମ୍ବଲପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ କୌଣସି ପ୍ରାର୍ଥୀ ଛିଡ଼ା କରିନଥିଲା । ୨୦୧୪ରେ ରାସେଶ୍ୱରୀଙ୍କୁ ସମ୍ବଲପୁରୁ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବାର ସୁଯୋଗ ମିଳିଥିଲା । ଏହି ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ଲଗାତାର ତିନିଥର ବିଧାୟକ ଭାବରେ ଓଡ଼ିଶା ବିଧାନ ସଭାର ୧୨ଶ, ୧୩ଶ ଓ ୧୪ଶ ସଭାକୁ ନିର୍ବାଚିତ ହୋଇଥିଲେ ଜୟ ନାରାୟଣ ମିଶ୍ର । ୨୦୧୪ ନିର୍ବାଚନରେ ମଧ୍ୟ ଜୟ ନାରାୟଣ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ପୁଣିଥରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ଜୟ ନାରାୟଣ ସମୁଦାୟ ୩୮, ୪୦୪ ଖଣ୍ଡ ଭୋଟ ପାଇଥିଲେ, ଯାହାକି ସମୁଦାୟ ଭୋଟର ୩୩.୯୩ ପ୍ରତିଶତ ଥିଲା । ରାସେଶ୍ୱରୀ ଏହି ନିର୍ବାଚନରେ ସମୁଦାୟ ୪୮,୩୬୨ ଖଣ୍ଡ ଅର୍ଥାତ ୪୨.୭୩ ପ୍ରତିଶତ ଭୋଟ ପାଇ ପ୍ରଥମ ସ୍ଥାନରେ ରହି ବିଜୟୀ ହୋଇ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫] ଏହି ନିର୍ବାଚନରେ ରାସେଶ୍ୱରୀ ୯,୯୫୮ ଖଣ୍ଡ ଭୋଟରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଜୟ ନାରାୟଣ ମିଶ୍ରଙ୍କୁ ହରାଇଥିଲେ ।[୬][୭][୮]

ସମ୍ବଲପୁରରେ ଆଇ ଆଇ ଏମ୍ ପ୍ରତିଷ୍ଠାବେଳେ ରାସେଶ୍ୱରୀ ବିଧାୟିକା ପଦରୁ ଇସ୍ତଫା ଦେବାସହ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ ବୋଲି କେହି ଜଣେ ମିଥ୍ୟା ଖବର ମିଡ଼ିଆରେ ପଠାଇଥିଲା, ଫଳରେ ବିବାଦର ସୁତ୍ରପାତ ହୋଇଥିଲା ।[୩] ମାତ୍ର ରାସେଶ୍ୱରୀ ଗଣମାଧ୍ୟମରେ ସତ୍ୟାସତ୍ୟ କହିବାପରେ ଏହି ବିବାଦ ବନ୍ଦ ହୋଇଥିଲା ।[୩]

ଆଧାର[ସମ୍ପାଦନା]

  1. "ମହାନଦୀ ପାଣି ବିବାଦ : ଝାରସୁୁଗୁଡାରୁ ବାହାରିଲା ୧୫ ଜଣିଆ ଟିମ". Kanak News (in ଆମେରିକୀୟ ଇଂରାଜୀ). 2016-08-09. Retrieved 2019-02-27.
  2. "Ms. Raseswari Panigrahi". odishaassembly.nic.in. Retrieved 2019-02-26.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "'(Some people) wanted to defame me' Hot seat - Raseswari Panigrahi BJD MLA, Sambalpur". www.telegraphindia.com (in ଇଂରାଜୀ). Archived from the original on 27 February 2018. Retrieved 2019-02-27.
  4. "MLA Ms. Raseswari Panigrahi Profile | SAMBALPUR Constituency". www.naveenpatnaik.com. Archived from the original on 2019-01-13. Retrieved 2019-02-26.
  5. "Dr. Raseswari Panigrahi(BJD):Constituency- SAMBALPUR(SAMBALPUR) - Affidavit Information of Candidate:". www.myneta.info. Retrieved 2019-02-26.
  6. "Constituency Wise odisha Assembly Election result 2014". Leadtech.in. Archived from the original on 18 August 2014. Retrieved 9 June 2014.
  7. "Odisha - Sambalpur". Election Commission of India. Archived from the original on 18 May 2014. Retrieved 9 June 2014.
  8. "Orissa Assembly Election 2014, Constituency: Sambalpur (17)". EmpoweringIndia.org. Retrieved 9 June 2014.