ଶୁଭେନ୍ଦୁ ମୁଣ୍ଡ

ଉଇକିପିଡ଼ିଆ‌ରୁ
ଶୁଭେନ୍ଦୁ ମୁଣ୍ଡ
ଜନ୍ମ(1951-05-16)୧୬ ମଇ ୧୯୫୧
ମୃତ୍ୟୁ୨୮ ମଇ ୨୦୨୧(2021-05-28) (ବୟସ ୭୦)
ମୃତ୍ୟୁର କାରଣହୃଦ୍‌ଘାତ
ଶିକ୍ଷାପିଏଚଡ଼ି (ଉତ୍କଳ ବିଶ୍ୱବିଦ୍ୟାଳୟ)
ବୃତ୍ତିଶିକ୍ଷାବିତ ଓ ସାହିତ୍ୟିକ
ବୈବାହିକ-ସାଥୀପ୍ରଣତି
ସନ୍ତାନଆକାଶ, ରାଜା, ବର୍ଷା ପ୍ରିୟଦର୍ଶିନୀ
ପିତାମାତା(s)ପର୍ଶୁରାମ ମୁଣ୍ଡ, ପ୍ରଭାମୟୀ ମୁଣ୍ଡ

ଶୁଭେନ୍ଦୁ ମୁଣ୍ଡ ( ୧୬ ମଇ ୧୯୫୧ - ୨୮ ମଇ ୨୦୨୧) ଜଣେ ଶିକ୍ଷାବିତ, ସାହିତ୍ୟିକ ଓ ସଂଗଠକ ଥିଲେ ।[୧]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଶୁଭେନ୍ଦୁ ମୁଣ୍ଡ, ୧୯୫୧ ମସିହାରେ ଭବାନୀପାଟଣାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ପର୍ଶୁରାମ ମୁଣ୍ଡ ଜଣେ ସାହିତ୍ୟିକ ଥିଲେ । ମାତାଙ୍କ ନାମ ଥିଲା ପ୍ରଭାମୟୀ । ତାଙ୍କ ପତ୍ନୀଙ୍କ ନାମ ପ୍ରଣତି । ଆକାଶ ଓ ରାଜା ନାମରେ ତାଙ୍କର ଦୁଇଟି ପୁଅ ଓ ବର୍ଷା ପ୍ରିୟଦର୍ଶିନୀ ନାମରେ ଏକମାତ୍ର କନ୍ୟା ଅଛନ୍ତି । ସେ ବ୍ରହ୍ମପୁରରୁ ନିଜର ସ୍ନାତକ, ସମ୍ବଲପୁରରୁ ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ହାସଲ କରିଥିଲେ ।[୨]

ଶିକ୍ଷାବିତ ଜୀବନ[ସମ୍ପାଦନା]

୧୯୭୩ ମସିହାରେ ଶୁଭେନ୍ଦୁ ଓଡ଼ିଶା ଶିକ୍ଷାସେବାରେ ଯୋଗ ଦେଇଥିଲେ । ଭବାନୀପାଟଣାର ସରକାରୀ ମହାବିଦ୍ୟାଳୟ, ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ, କଟକର ରେଭେନ୍ସା ମହାବିଦ୍ୟାଳୟ ଆଦି ବିଭିନ୍ନ ମହାବିଦ୍ୟାଳୟରେ ୩୬ ବର୍ଷ କାଳ ଅଧ୍ୟାପନ କରି ସେ ୨୦୦୯ ମସିହାରେ ଭୁବନେଶ୍ୱରସ୍ଥ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ଅବସର ଗ୍ରହଣ କରିଥିଲେ । ସେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ଓ ଆଇଆଇଟି ଭୁବନେଶ୍ୱରରେ ଅତିଥି ଅଧ୍ୟାପକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଓଡ଼ିଆ, ଇଂରାଜୀ ଭାଷା ଓ ସଂସ୍କୃତି ଉପରେ ସେ ୧୦୦ରୁ ଅଧିକ ଶୋଧପତ୍ର ରଚନା କରିଥିଲେ । ସେ ଇଣ୍ଡିଆନ ଜର୍ଣ୍ଣାଲ ଅଫ ୱାର୍ଲଡ଼ ଲିଟରେଚର ଆଣ୍ଡ କଲ୍ଚରର ସମ୍ପାଦକ, ଇଣ୍ଡିଆନ ଆସୋସିଏସନ ଅଫ କମନୱେଲ୍ଠ ଲିଟରେଚର ଆଣ୍ଡ ଲାଙ୍ଗୁଏଜ ଷ୍ଟଡ଼ିଜର ଉପାଧ୍ୟକ୍ଷ, ଆସୋସିଏସନ ଅଫ ଷ୍ଟଡ଼ିଜ ଇନ ଲିଟରେଚର ଆଣ୍ଡ କଲ୍ଚରର ଅଧ୍ୟକ୍ଷ ଏବଂ ଆଇଆଇଟି ଭୁବନେଶ୍ୱରର ସିନେଟ ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୩]

ସାହିତ୍ୟ ସର୍ଜନା[ସମ୍ପାଦନା]

ଶୁଭେନ୍ଦୁ ୧୯୬୮ ମସିହାରୁ ଲେଖିବା ଆରମ୍ଭ କରିଥିଲେ । ୧୯୬୯-୭୦ରୁ ସେ ଜୟପୁରଠାରୁ ସେ ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ କାର୍ଯ୍ୟ କରି ଆସୁଥିଲେ । ୧୯୭୨-୭୩ ବର୍ଷ ପାଇଁ ସେ ଓଡ଼ିଆ ଯୁବଲେଖକ ସମ୍ମେଳନର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ତାଙ୍କର ପ୍ରଥମ କବିତା ସଂକଳନ ଶବ୍ଦ ନିଃଶବ୍ଦ ୧୯୮୦ ମସିହାରେ ପ୍ରକାଶ ପାଇଥିଲା ।

ରଚନାବଳୀ[ସମ୍ପାଦନା]

କବିତା ସଂକଳନ[ସମ୍ପାଦନା]

  • ଶବ୍ଦ ନିଃଶବ୍ଦ - ୧୯୮୦
  • ମୁମୁହୂର୍ତ୍ତଟିଏ, ମୋହିନୀ
  • ସ୍ୱପ୍ନାବର୍ତ୍ତ
  • ଶବ୍ଦଫେଣା
  • ସ୍ଥିର ଉଡ଼ାଣ
  • ଅନ୍ତରଙ୍ଗ ଉଚ୍ଚାରଣ - ୨୦୧୬

ଗଳ୍ପ ସଂକଳନ[ସମ୍ପାଦନା]

  • ଛକ
  • ସୀମାବନ୍ଧ

ପ୍ରବନ୍ଧ ଓ ସମାଲୋଚନା[ସମ୍ପାଦନା]

  • କବି ପଦ୍ମଚରଣ ପଟ୍ଟନାୟକ
  • ନାଟକ ଜିଜ୍ଞାସା
  • ଓଡ଼ିଆ ସାହିତ୍ୟ ଓ ସାହିତ୍ୟିକ: ନବମୂଲ୍ୟାୟନ
  • ସାହିତ୍ୟ ଓ ସାଂସ୍କୃତିକ ଅଧ୍ୟୟନ: କୋତୋଟି ଚିନ୍ତନ
  • ପଶ୍ଚିମ ଓଡ଼ିଶାର ସଂସ୍କୃତି ଓ ପରମ୍ପରା
  • The making of Indian English Literature[୪]

ଅନୁବାଦ[ସମ୍ପାଦନା]

  • ଲୋଭୀ ବାଛୁରୀ (କେନ୍ଦ୍ର ସାହିତ୍ୟ ଏକାଡେମୀଦ୍ୱାରା ପ୍ରକାଶିତ)
  • ତ୍ୟାଗରାଜ (ନେସନାଲ ବୁକଟ୍ରଷ୍ଟଦ୍ୱାରା ପ୍ରକାଶିତ)

ଭ୍ରମଣ ସାହିତ୍ୟ[ସମ୍ପାଦନା]

  • ଦେଶ ଦେଶ ମଣିଷ ମଣିଷ

ଅଭିଧାନିକ ତଥା ଓଡ଼ିଆ ଭାଷା ସମ୍ପର୍କିତ[ସମ୍ପାଦନା]

  • ଚଳନ୍ତି ଓଡ଼ିଆ ଅଭିଧାନ (ସମ୍ପାଦନା ଓ ସଂକଳନ)
  • ସମ୍ବଲପୁରୀ ଓଡ଼ିଆ ଶବ୍ଦକୋଷ(ସଂକଳନ)
  • ବ୍ୟୁରୋସ୍‌ ଇଂଲିସ୍‌-ଓଡ଼ିଆ ଡିକ୍‌ସନାରି
  • କମ୍ପ୍ୟୁଟର ବିଜ୍ଞାନ ପରିଭାଷା[୫]

ଆଧାର[ସମ୍ପାଦନା]

  1. "Odia poet, translator Subhendu Mund dies at 70". www.timesofindia.indiatimes.com. The Times of India. Retrieved 29 May 2021.
  2. "ଲେଖକ ଶୁଭେନ୍ଦୁ ମୁଣ୍ଡଙ୍କ ପରଲୋକ". www.nitidin.com. ନିତିଦିନ. Archived from the original on 29 May 2021. Retrieved 29 May 2021.
  3. "Noted Academic, Writer Subhendu Mund No More". www.odishabytes.com. odisha bytes. Archived from the original on 29 May 2021. Retrieved 29 May 2021.
  4. "ଅଧା ସ୍ୱପ୍ନରେ ଭାଙ୍ଗିଛି ନିଦ". No. ଧରିତ୍ରୀ ୧୫/୦୭/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୨. ଧରିତ୍ରୀ. Retrieved 15 July 2021.
  5. "ସାହିତ୍ୟିକ ଶୁଭେନ୍ଦୁ ମୁଣ୍ଡଙ୍କ ପରଲୋକ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 29 May 2021. Retrieved 29 May 2021.