ଶାନ୍ତି ଦେବୀ (ଓଡ଼ିଆ ରାଜନୀତିଜ୍ଞ)

ଉଇକିପିଡ଼ିଆ‌ରୁ
ଶାନ୍ତି ଦେବୀ
ବିଧାୟିକା: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀଶରତ ଚନ୍ଦ୍ର ପଣ୍ଡା
ପର ଅଧିକାରୀଅନନ୍ତ ନାରାୟଣ ସିଂହ ଦେଓ
ନିର୍ବାଚନ ମଣ୍ଡଳୀସୋରଡ଼ା
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୪ ଜୁନ ୨୦୦୯
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀଅନନ୍ତ ନାରାୟଣ ସିଂହଦେଓ
ସନ୍ତାନକିଶୋର ଚନ୍ଦ୍ର ସିଂହ ଦେଓ (ପୁଅ)
ସମ୍ପର୍କୀୟନନ୍ଦିନୀ ଦେବୀ (ବୋହୂ)
ବୃତ୍ତିରାଜନୀତିଜ୍ଞ

ଶାନ୍ତି ଦେବୀ (ମୃତ୍ୟୁ: ୪ ଜୁନ ୨୦୦୯) ଜଣେ ଓଡ଼ିଆ ରାଜନୀତିଜ୍ଞ ତଥା ଗଞ୍ଜାମ ଜିଲ୍ଲାର ଧରାକୋଟ ରାଜାବାଟୀର ରାଣୀ ଥିଲେ । ସେ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଶାନ୍ତି ଦେବୀ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟା ଭାବରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଜନତା ଦଳର ପ୍ରତିନିଧି ଭାବରେ ସୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ଏବଂ ୧୪,୮୦୬ ଖଣ୍ଡ ଭୋଟରେ ଆଗାଅ ହୋଇ ବିଜୟୀ ହୋଇଥିଲେ[୧] ଏବଂ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨]

ପରିବାର[ସମ୍ପାଦନା]

ଶାନ୍ତି ଦେବୀ ଗଞ୍ଜାମ ଜିଲ୍ଲାର ଧରାକୋଟ ରାଜବାଟୀର ରାଣୀ ଥିଲେ । ସେ ଧରାକୋଟର ରାଜା ଅନନ୍ତ ନାରାୟଣ ସିଂହଦେଓଙ୍କୁ ବିବାହ କରିଥିଲେ । ରାଜା ଅନନ୍ତ ନାରାୟଣ ସିଂହଦେଓ ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ୧୯୭୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ପାର୍ଟିର ପ୍ରତିନିଧି ଭାବରେ ବିଜୟୀ ହୋଇ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରେ ୧୯୯୫ ମସିହାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ପୁଣିଥରେ ସୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଶାନ୍ତି ଦେବୀଙ୍କର ତିନିଜଣ ଝିଅ ଓ ଜଣେ ପୁଅ ଅଛନ୍ତି । ତାଙ୍କ ପୁଅ କିଶୋର ଚନ୍ଦ୍ର ସିଂହଦେଓ ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଭାରତୀୟ ଜନତା ପାର୍ଟିର ଜଣେ କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ ଓ ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏବଂ ତାଙ୍କ ପୁତ୍ରବଧୂ ନନ୍ଦିନୀ ଦେବୀ ମଧ୍ୟ ଜଣେ ଓଡ଼ିଆ ରାଜନୀତିଜ୍ଞା । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ କାର୍ଯ୍ୟ କରୁଛନ୍ତି । ନନ୍ଦିନୀ ଦେବୀ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସାନଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୫ଶ ଓଡ଼ିଶା ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଶାନ୍ତି ଦେବୀଙ୍କର ନାତୁଣୀ ଗୀତାଞ୍ଜଳୀ ଦେବୀ ତାଙ୍କ ପିତା କିଶୋର ଚନ୍ଦ୍ର ସିଂହଦେଓଙ୍କର ମୃତ୍ୟପରେ ଧରାକୋଟ ରାଜବାଟୀର ରାଜ ସିଂହାସନରେ ବସିଥିଲେ ଏବଂ ସେ ମାତ୍ର ୨୧ ବର୍ଷ ବୟସରେ ରାଜନୀତିରେ ପ୍ରବେଶ କରିଛନ୍ତି ।

ରାଜନୈତିକ ଜୀବନ[ସମ୍ପାଦନା]

ଶାନ୍ତି ଦେବୀ ଓଡ଼ିଶା ରାଜନୀତିରେ ଜନତା ଦଳର ଜଣେ କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟା ଭାବରେ କାର୍ଯ୍ୟ କରିଥିଲେ । ଏହା ପୂର୍ବରୁ ସେ ଧରାକୋଟ ପଞ୍ଜାୟତ ସମିତିର ସଭାପତି ଭାବରେ କାର୍ଯ୍ୟ କରିଥିଲେ ।[୩]

୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସେ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪][୫] ଏହି ନିର୍ବାଚନରେ ଶାନ୍ତି ଦେବୀ ସମୁଦାୟ ୪୫,୨୦୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ ଏବଂ ଭାରତୀୟ ଜାତୀୟ କଂଗ୍ରସ ଦଳର ପ୍ରାର୍ଥୀ ଉଷାରାଣୀ ପଣ୍ଡ ସମୁଦାୟ ୩୦,୩୯୫ ଖଣ୍ଡ ଭୋଟ ପାଇ ପରସ୍ତ ହୋଇଥିଲେ ।[୧] ଶାନ୍ତି ଦେବୀ ଏହି ବିଧାନ ସଭାରେ ୧୯୯୦ ମସିହାରୁ ୧୯୯୫ ମସିହାରେ ବିଧାନ ସଭାର କାର୍ଯ୍ୟକାଳ ଶେଷହେବାଯାଏଁ କାର୍ଯ୍ୟ କରିଥିଲେ ।

ମୃତ୍ୟୁ[ସମ୍ପାଦନା]

ଶାନ୍ତି ଦେବୀ ୨୦୦୯ ମସିହାର ଜୁନ ମାସ ୪ ତାରିଖ ଦିନ ମୃତ୍ୟୁବରଣ କରିଥିଲେ ।[୩] ତାଙ୍କ ବିୟୋଗରେ ୨୦୦୯ ମସିହା ଜନୁ ମାସ ୮ ତାରିଖରେ ଓଡ଼ିଶା ବିଧାନ ସଭା ଗୃହରେ ଶୋକ ସଭାର ଆୟୋଜନ କରାଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ Prakash, M. "Entranceindia | Suruda 1990 Assembly MLA Election Odisha | Entranceindia" (in ଆମେରିକୀୟ ଇଂରାଜୀ). Archived from the original on 2019-03-23. Retrieved 2019-03-23.
  2. ୨.୦ ୨.୧ "Late Shanti Devi". odishaassembly.nic.in. Odisha Assembly. Retrieved 23 March 2019.
  3. ୩.୦ ୩.୧ "MLA Shanti Devi Profile | SURUDA Constituency". naveenpatnaik.com. Archived from the original on 2019-03-23. Retrieved 2019-03-23.
  4. "MLA Shanti Devi Profile | SURUDA Constituency". www.odishahelpline.com. Retrieved 2019-03-23.
  5. "Orissa Assembly Election Results in 1990". www.elections.in. Retrieved 2019-03-23.