ଶାନ୍ତିଲତା ବାରିକ
ଶାନ୍ତିଲତା ବାରିକ | |
---|---|
ଜନ୍ମ | ୧୯୫୮ |
ମୃତ୍ୟୁ | ୧ ଅପ୍ରେଲ ୨୦୨୪ | (ବୟସ ୬୫–୬୬)
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | (ଓଡ଼ିଆ) କଣ୍ଠଶିଳ୍ପୀ |
ବୈବାହିକ-ସାଥୀ | ବସନ୍ତ ଛୋଟରାୟ |
ପୁରସ୍କାର | ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର |
ଶାନ୍ତିଲତା ବାରିକ (୧୯୫୮ – ୧ ଅପ୍ରେଲ ୨୦୨୪) ଜଣେ ଭାରତୀୟ ଓଡ଼ିଆ-ଭାଷୀ କଣ୍ଠଶିଳ୍ପୀ ଥିଲେ ।[୧] ଜଣେ ଭଜନ ଗାୟିକା ଭାବରେ ସେ ବେଶୀ ପରିଚିତ ଥିଲେ । ସେ ଆକାଶବାଣୀ କଟକର ଜଣେ ସ୍ୱୀକୃତିପ୍ରାପ୍ତ ଗାୟିକା ଥିଲେ ।[୨] ତାଙ୍କର ଜଣାଶୁଣା ଗୀତ ମଧ୍ୟରେ "ଥକାମନ ଚାଲ ଯିବା", "ଭଜି ଭଜି ତୋ ନାମ", "ହେ ଚନାନୟନ" ଏବଂ "ବାଲିରେଣୁ ମହାବନ୍ଧ" ଆଦି ଅନ୍ୟତମ । ସଂଗୀତକୁ ତାଙ୍କର ଅବଦାନ ପାଇଁ ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଶାନ୍ତିଲତା ବାରିକ ୧୯୫୮ ମସିହାରେ ପୁରୀ ଜିଲ୍ଲା ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତାଙ୍କ ନାମ କମଳା ଦେବୀ ଓ ପିତାଙ୍କ ନାମ ବାସୁଦେବ ବାରିକ । [୩] ସେ ବ୍ରହ୍ମଗିରି ଅଞ୍ଚଳର କୁନାବେଣ୍ଟି ଗାଆଁର ବାସିନ୍ଦା ବସନ୍ତ ଛୋଟରାୟଙ୍କୁ ବିବାହ କରିଥିଲେ ।[୪] ଏହି ଦମ୍ପତ୍ତିଙ୍କର ଦୁଇଟି ପୁଅ ଅଛନ୍ତି ।[୨]
ସଙ୍ଗୀତ ଜୀବନ
[ସମ୍ପାଦନା]ଶାନ୍ତିଲତା ବାରିକ ବାଳକୃଷ୍ଣ ଦାଶ, ମାର୍କଣ୍ଡେୟ ମହାପାତ୍ର, ସିଂହାରୀ ଶ୍ୟାମସୁନ୍ଦର କର ପ୍ରମୁଖ ସଙ୍ଗୀତ ଗୁରୁମାନଙ୍କଠାରୁ ସଙ୍ଗୀତ ଶିକ୍ଷା ନେବା ସହିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ସ୍ନାତକ (ଆଚାର୍ଯ୍ୟ) କରିଥିଲେ ।[୫] ୧୯୮୭ ମସିହାରେ, ସେ ଗାଇଥିବା ଜଗନ୍ନାଥ ଭଜନ ହେ ଚକାନୟନଦ୍ୱାରା ତାଙ୍କୁ ଲୋକପ୍ରିୟତା ମିଳିଥିଲା ।[୨] "ଥକାମନ ଚାଲ ଯିବା", "ଭଜି ଭଜି ତୋ ନାମ", "ଜଗନ୍ନାଥ ତୁମେ ବଡ଼ ଛଳିଆ" ଆଦି ଲୋକପ୍ରିୟ ଓଡ଼ିଆ ଭଜନ ଗାୟିକା ଭାବରେ ସେ ଜଣାଶୁଣା ।[୬]
କଥାଚିତ୍ର
[ସମ୍ପାଦନା]- ୧୯୮୨: ବାସନ୍ତୀ ଅପା - ପ୍ରଚ୍ଛଦପଟ ଗାୟିକା
ପୁରସ୍କାର
[ସମ୍ପାଦନା]ମୃତ୍ୟୁ
[ସମ୍ପାଦନା]୨୦୧୧ ମସିହାରୁ କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେବା ସହ ୨୦୨୦ପରଠାରୁ କରୋନାରେ ଆକ୍ରାନ୍ତ ହେବା ପରେ ସେ ଅସୁସ୍ଥ ରହୁଥିଲେ ।[୨][୭] ୨୦୨୪ ଅପ୍ରେଲ ୧ରେ ତାଙ୍କ କର୍କଟ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Popular Odia Bhajan singer Shantilata Barik Chhotray dies at 65". The Times of India. 1 April 2024. Retrieved 2 April 2024.
- ↑ ୨.୦ ୨.୧ ୨.୨ ୨.୩ "ଆରପାରିରେ ଶାନ୍ତିଲତା ବାରିକ: ଆଜି ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର". Sambad (in ଆମେରିକୀୟ ଇଂରାଜୀ). 2024-04-02. Retrieved 2024-04-02.
- ↑ "Odisha: Noted devotional singer Shantilata Barik Chotray passes away". UNI Indian. Retrieved 2024-04-02.
- ↑ "Odia singer Shantilata Barik passes away". www.prameyanews.com (in ଇଂରାଜୀ). Retrieved 2024-04-02.
- ↑ ୫.୦ ୫.୧ PTI. "Odisha: Noted devotional singer Santilata Barik dies after battle with cancer at 64". Deccan Herald (in ଇଂରାଜୀ). Retrieved 2024-04-02.
- ↑ "Bhajan singer dies of cancer at 65". The Times of India. 2024-04-02. ISSN 0971-8257. Retrieved 2024-04-02.
- ↑ "Devotional singer Shantilata Barik to be accorded full state honour: Naveen". www.prameyanews.com (in ଇଂରାଜୀ). Retrieved 2024-04-02.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଶାନ୍ତିଲତା ବାରିକ