ଶଙ୍ଖଚିଲ

ଉଇକିପିଡ଼ିଆ‌ରୁ

ଶଙ୍ଖଚିଲ
ଶଙ୍ଖଚିଲ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Accipitriformes
Family: Accipitridae
Genus: Haliastur
ଜାତି: H. indus
ବାଇନୋମିଆଲ ନାମ
Haliastur indus
ପିଟର୍ ବୋଡେର୍ଟ୍, ୧୭୮୩

ଶଙ୍ଖଚିଲ ବା ଶଙ୍ଖଚିଲ୍ଲ (ଜୀବବିଜ୍ଞାନ ନାମ: Haliastur indus) ଏକ୍ସିପିଟ୍ରିଡେ ପରିବାରର ଏକ ମଧ୍ୟମାକାର ଶିକାରୀ ପକ୍ଷୀ। ଏକ୍ସିପିଟ୍ରିଡେ ପରିବାରର ଅନ୍ୟ ପକ୍ଷୀଗୁଡ଼ିକ ହେଉଛନ୍ତି ବହିରା, ବାଜ, ଶାଗୁଣା ଇତ୍ୟାଦି । ଭାରତୀୟ ଉପମହାଦେଶ, ଦକ୍ଷିଣ-ପୂର୍ବ ଏସିଆ ଓ ଅଷ୍ଟ୍ରେଲିଆରେ ଶଙ୍ଖଚିଲ ଦେଖିବାକୁ ମିଳନ୍ତି । ଉପକୂଳ କିମ୍ବା ଭୂଭାଗର ଆର୍ଦ୍ରଭୂମି ଓ ଜଳାଶୟ ପ୍ରଭୃତି ଅଞ୍ଚଳରେ ଏମାନେ ଦେଖାଯାନ୍ତି । ମୃତ ମାଛ ଓ ଅନ୍ୟାନ୍ୟ ଛୋଟ ଜୀବ ଏମାନଙ୍କ ମୁଖ୍ୟ ଆହାର । ଶଙ୍ଖଚିଲର ମୁଣ୍ଡ ଓ ଛାତି ଧଳା ରଙ୍ଗର ହୋଇଥିବା ବେଳେ ଏମାନଙ୍କ ଶରୀରର ଅନ୍ୟ ଭାଗ ଈଷତ୍ ଲାଲ୍-ମାଟିଆ ରଙ୍ଗର ହୋଇଥାଏ । ଏହି ଶାରୀରିକ ବିଶେଷତା ପାଇଁ ଅନ୍ୟ ଶିକାରୀ ପକ୍ଷୀଙ୍କ ମଧ୍ୟରେ ଏମାନଙ୍କୁ ସହଜରେ ଚିହ୍ନିହୁଏ ।

ବର୍ଣ୍ଣନା[ସମ୍ପାଦନା]

ଉଡ଼ୁଥିବା ଅବସ୍ଥାରେ ଏକ ଶଙ୍ଖଚିଲ ; ମାଟିଆ ରଙ୍ଗର ଶରୀରରୁ ଏମାନଙ୍କୁ ସହଜରେ ଚିହ୍ନିହେବ

ଲାଲ୍ ମିଶା ମାଟିଆ ଶରୀର ଓ ଧଳା ରଙ୍ଗର ମୁଣ୍ଡ ଓ ଛାତି ଶଙ୍ଖଚିଲର ଶାରୀରିକ ବୈଶିଷ୍ଟ୍ୟ । ଏମାନଙ୍କ ଡେଣାର ଅଗଗୁଡ଼ିକ ସାମାନ୍ୟ କଳା ରଙ୍ଗର । କିଶୋର ଶଙ୍ଖଚିଲର ଶରୀର ଅପେକ୍ଷାକୃତ ଅଧିକ ମାଟିଆ ରଙ୍ଗର ହୋଇଥାଏ । କିନ୍ତୁ ଶାରୀରିକ ବୈଶିଷ୍ଟ୍ୟ ହେତୁ ଏସିଆରେ ଦେଖାଯାଉଥିବା କଳା ରଙ୍ଗର ସ୍ଥାନୀୟ ଓ ପ୍ରବାସୀ ଅନ୍ୟ ଚିଲ ପ୍ରଜାତିଙ୍କଠାରୁ ଏମାନଙ୍କୁ ସହଜରେ ବାରି ହୁଏ ।

ଶଙ୍ଖଚିଲର ଥଣ୍ଟ ଓ ନାକପୁଡ଼ା

ଶଙ୍ଖଚିଲ ଓ ସାଧାରଣ କଳା ଚିଲର ଆକାର ପ୍ରାୟ ସମାନ । ଉଭୟଙ୍କ ଉଡ଼ିବା ଶୈଳୀ ମଧ୍ୟ ଏକା ପରି (ଡେଣା ଟିକେ ତେର୍‍ଛା ଭାବେ ଖୋଲା ରଖି ଉଡ଼ିବା) କିନ୍ତୁ ଏମାନଙ୍କ ଲାଞ୍ଜରେ ଅଳ୍ପ ତଫାତ ରହିଛି । ଶଙ୍ଖଚିଲର ଲାଞ୍ଜର ଅଗ ଗୋଲାକାର ହୋଇଥିବା ବେଳେ ସାଧାରଣ ଚିଲର ଲାଞ୍ଜର ଅଗ ଦୋମୁହାଁ କଣ୍ଟା ଚାମଚ ପରି ।[୨] କିନ୍ତୁ ଏହି ଦୁଇ ପ୍ରଜାତି ପରସ୍ପରର ଅତି ନିକଟତର ।[୩]

ଶଙ୍ଖଚିଲର ଡାକ ଏକ ଲମ୍ବା କ୍ୟେଁ ବା କ୍ୟୂ ପରି ଶୁଭେ[୨] ଓ ବିଲେଇର ମ୍ୟାଉଁ ବୋବାଇବା ପରି ଲାଗେ ।

ବର୍ଗୀକରଣ[ସମ୍ପାଦନା]

ଚିଲିକା ହ୍ରଦର ନଳବଣ ଉପରେ ଉଡ଼ୁଥିବା ଶଙ୍ଖଚିଲ

ଫରାସୀ ପକ୍ଷୀବିଜ୍ଞାନୀ ମାଥୁରିନ୍ ଜାକ୍ୟୁସ୍ ବ୍ରିଶନ୍ ୧୭୬୦ ମସିହାରେ ଶଙ୍ଖଚିଲ ବିଷୟରେ ବିବରଣୀ ପ୍ରଦାନ କରି ଏହାକୁ l'Aigle Pondicery (ଇଏଲ୍ ପୋଣ୍ଡିଚେରୀ) ବୋଲି ସାଧାରଣ ନାମ ଓ Aquila pondiceriana (ଏକ୍ୱିଲା ପଣ୍ଡିଚେରିଆନା) ବୋଲି ବାଇନୋମିଆଲ୍ ନାମ ଦେଇଥିଲେ । ଓଲନ୍ଦାଜ ପ୍ରକୃତିବିତ୍ ପିଟର୍ ବୋଡେର୍ଟ୍ ୧୭୮୩ ମସିହାରେ ଶଙ୍ଖଚିଲ ପାଇଁ Falco indus (ଫାଲ୍କୋ ଇଣ୍ଡସ୍) ନାମର ପ୍ରୟୋଗ କରିଥିଲେ ।

ଶଙ୍ଖଚିଲର ଚାରୋଟି ଉପପ୍ରଜାତି ହେଲେ :

  • ଦକ୍ଷିଣ ଏସିଆରେ ଦେଖାଯାଉଥିବା H. i. indus (ବୋଡେର୍ଟ୍, ୧୭୮୩)
  • ସୋଲୋମୋନ୍ ଦ୍ୱୀପରେ ଦେଖାଯାଉଥିବା H. i. flavirostris (କଣ୍ଡନ୍ ଓ ଏମାଡନ୍, ୧୯୫୪)
  • ନ୍ୟୁ ଗିନି, ବିସ୍‍ମାର୍କ୍ ଦ୍ୱୀପପୁଞ୍ଜ ଓ ଅଷ୍ଟ୍ରେଲିଆରେ ଦେଖାଯାଉଥିବା H. i. girrenera (ଭିଲଟ୍, ୧୮୨୨)
  • ମାଳୟ, ସୁଣ୍ଡା, ସୁଲାୱେସି ଓ ଫିଲିପାଇନ୍‍ସ୍ ପ୍ରଭୃତି ସ୍ଥାନରେ ଦେଖାଯାଉଥିବା H. i. intermedius (ଏଡ୍‍ୱାର୍ଡ୍ ବ୍ଲାଇଥ୍, ୧୮୬୫)

ଭୌଗୋଳିକ ବିତରଣ ଓ ସଂରକ୍ଷଣ ସ୍ଥିତି[ସମ୍ପାଦନା]

ଶଙ୍ଖଚିଲ

ଶ୍ରୀଲଙ୍କା, ନେପାଳ, ପାକିସ୍ତାନ, ବଙ୍ଗଳାଦେଶ, ଦକ୍ଷିଣ-ପୂର୍ବ ଏସିଆର ଅନେକ ଦେଶ ଓ ଅଷ୍ଟ୍ରେଲିଆର ସ୍ଥାନୀୟ ପକ୍ଷୀ ତଥା ଏହି ସବୁ ଅଞ୍ଚଳରେ ପରିବ୍ୟାପ୍ତ । ବୃଷ୍ଟିପାତ ହୋଇ ଋତୁ ପରିବର୍ତ୍ତନ ହେଲେ ଏମାନେ କେତେକାଂଶରେ ରହିବା ସ୍ଥାନ ପରିବର୍ତ୍ତନ କରିବା ଦେଖାଯାଏ ।[୪]

ଅନୁଚ୍ଚ ସମତଳ ଭୂମିରେ ଏମାନେ ସାଧାରଣତଃ ବସବାସ କରନ୍ତି, ତେବେ ହିମାଳୟରେ ସମୁଦ୍ର ପତନରୁ ୫୦୦୦ ଫୁଟ୍ ଉଚ୍ଚତା ପର୍ଯ୍ୟନ୍ତ ଅଞ୍ଚଳରେ ମଧ୍ୟ ଶଙ୍ଖଚିଲ ଦେଖିବାକୁ ମିଳନ୍ତି ।[୫]

IUCN ତାଲିକାରେ ଶଙ୍ଖଚିଲକୁ ’’least concern’’ (ବର୍ତ୍ତମାନ ସମୟରେ ସଂରକ୍ଷଣ ପାଇଁ ପଦକ୍ଷେପ ନେବା ଅନାବଶ୍ୟକ) ଶ୍ରେଣୀରେ ସ୍ଥାନ ଦିଆଯାଇଛି । କିନ୍ତୁ କିଛି ସ୍ଥାନରେ (ଯଥା : ଜାଭା ଦ୍ୱୀପରେ) ଏହି ପ୍ରଜାତିର ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇଛି ।[୬]

ଏକ ତରୁଣ ଶଙ୍ଖଚିଲ

ପରିସ୍ଥିତିକ ବ୍ୟବହାର[ସମ୍ପାଦନା]

ଶଙ୍ଖଚିଲଟି ସମ୍ଭବତଃ ଖରା ପୋଉଁଛି ବା ଦେହରେ ପିମ୍ପୁଡ଼ି ଇତ୍ୟାଦି ପୋକଙ୍କୁ ଦଳିଚକଟି ଘସି ହେଉଛି

ଡିସେମ୍ବର ମାସରୁ ନେଇ ଅପ୍ରେଲ୍ ମାସ ହେଉଛି ଦକ୍ଷିଣ ଏସିଆର ଶଙ୍ଖଚିଲମାନଙ୍କ ପାଇଁ ପ୍ରଜନନ ସମୟ ।[୭] ଦକ୍ଷିଣ ଓ ପୂର୍ବ ଅଷ୍ଟ୍ରେଲିଆରେ ବାସ କରୁଥିବା ଶଙ୍ଖଚିଲଙ୍କ ପ୍ରଜନନ ଋତୁ ହେଉଛି ଅଗଷ୍ଟରୁ ଅକ୍ଟୋବର ଏବଂ ଉତ୍ତର ଓ ପଶ୍ଚିମ ଅଷ୍ଟ୍ରେଲିଆରେ ଏହି ସମୟ ଅପ୍ରେଲ୍ ମାସରୁ ଜୁନ୍ ମାସ ପର୍ଯ୍ୟନ୍ତ ।[୮] ଛୋଟ ଡାଳ, ନଡ଼ା, ଡାଙ୍ଗ ଇତ୍ୟାଦି ବ୍ୟବହାର କରି ଶଙ୍ଖଚିଲ ନିଜର ବସା ତିଆରି କରେ ଯାହାର ଆକାର ଗିନା ପରି ଓ ଭିତର ପଟଟି ପତ୍ରରେ ଆଚ୍ଛାଦିତ । ବିଭିନ୍ନ ଗଛରେ, ମୁଖ୍ୟତଃ ଜୁଆରିଆ ଅରଣ୍ୟରେ ଏମାନଙ୍କ ବସା ଦେଖିବାକୁ ମିଳେ ।[୮] ଏମାନେ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସବୁବେଳେ ବସା ବାନ୍ଧିବା ପସନ୍ଦ କରନ୍ତି । ଶଙ୍ଖଚିଲମାନେ ଗଛ ତଳେ ବସା ବାନ୍ଧିବାର ଉଦାହରଣ ଅତି ବିରଳ ।[୯][୧୦] ମାଈ ଶଙ୍ଖଚିଲ ବସାରେ ୫୨ × ୪୧ ମିଲିମିଟର୍ ମାପର ନୀଳମିଶା ଧଳା ବା ମଇଳା ଧଳା ରଙ୍ଗର ଦୁଇଟି ଅଣ୍ଡା ଦିଏ । ବସା ବାନ୍ଧିବା ଓ ଛୁଆଙ୍କ ଯତ୍ନ ନେବାରେ ଉଭୟ ମାଈ ଓ ଅଣ୍ଡିରା ଶଙ୍ଖଚିଲ ଯୋଗଦାନ କରନ୍ତି କିନ୍ତୁ ଅଣ୍ଡା ଉଷୁମାଇବା କାମ କେବଳ ମାଈମାନେ କରିଥାନ୍ତି । ୨୬ରୁ ୨୭ ଦିନ ପର୍ଯ୍ୟନ୍ତ ଏମାନେ ଅଣ୍ଡା ଉଷୁମାନ୍ତି ।[୧୧]

ଆର୍ଦ୍ର ଓ ସନ୍ତସନ୍ତିଆ ଅଞ୍ଚଳରେ ମରି ପଡ଼ିଥିବା ମାଛ, କଙ୍କଡ଼ା ଇତ୍ୟାଦି ଶଙ୍ଖଚିଲମାନଙ୍କ ମୁଖ୍ୟ ଆହାର ।[୭] ତେବେ ବେଳେବେଳେ ଏମାନେ ବାଦୁଡ଼ି, ଠେକୁଆ ପରି ଜୀବଙ୍କ ଶିକାର କରି ଖାଇବା ମଧ୍ୟ ଦେଖାଯାଇଛି ।[୧୨][୧୩] ଶଙ୍ଖଚିଲମାନେ ଅନ୍ୟ ପକ୍ଷୀଙ୍କଠାରୁ ଯୋର ଜବରଦସ୍ତି ଆହାର ଛଡ଼ାଇନେବା ମଧ୍ୟ ଦେଖାଯାଏ ।[୧୪] ମେକଂଗ୍ ନଦୀରେ ଈରାବତୀ ଡଲ୍‍ଫିନ୍‍ମାନେ ମାଛଙ୍କୁ ଅଡ଼ାଇବା ବେଳେ ଶଙ୍ଖଚିଲମାନେ ମାଛ ଧରିବାର ସୁଯୋଗର ଫାଇଦା ଉଠାଇବା ମଧ୍ୟ ଦେଖାଯାଇଛି ।[୧୫] ଶଙ୍ଖଚିଲମାନେ ସକ୍ରିୟ ମହୁମାଛି ଫେଣାରୁ ମହୁ ଖାଇବା ମଧ୍ୟ ଦେଖାଯାଇଛି ।[୧୬]

ତରୁଣ ଶଙ୍ଖଚିଲମାନେ ଉଡ଼ିବା ବେଳେ ପତ୍ର ପକାଇ ପୁଣି ସେହି ପତ୍ରକୁ ଭୂମିରେ ପଡ଼ିବା ପୂର୍ବରୁ ଧରିବାର କ୍ରୀଡ଼ାଭ୍ୟାସ କରିବା ଦେଖାଯାଇଛି ।[୧୭] ମାଛ ଧରିବା ବେଳେ କେବେକେବେ ଏମାନଙ୍କୁ ପାଣି ଉପରେ ଓହ୍ଲାଇବାକୁ ପଡ଼ିଥାଏ, କିନ୍ତୁ ଏମାନେ ଅଳ୍ପ ସମୟ ପାଇଁ ପହଁରି ବା ଭାସି ପୁଣି ଉଡ଼ି ପଳାଇପାରନ୍ତି ।[୧୮]

ବହୁ ସଂଖ୍ୟାରେ ଏମାନେ ଏକ ସମାଜରେ ବସା ବାନ୍ଧି ରହନ୍ତି ; କେତେକ ସ୍ଥାନରେ ୬୦୦ ଶଙ୍ଖଚିଲ ଏକାଠୀ ବାସ କରିବା ମଧ୍ୟ ଦେଖାଯାଇଛି ।[୧୯]

ଅନ୍ୟ ଏକ୍ୱିଲା ଛଞ୍ଚାଣ ଓ ଚିଲମାନଙ୍କୁ ଏମାନେ ଦଳବଦ୍ଧ ଆକ୍ରମଣ କରିବାର ଉଦାହରଣ ମଧ୍ୟ ରହିଛି ।[୨୦]

ଶଙ୍ଖଚିଲଙ୍କ ଶରୀରରେ ବିଭିନ୍ନ ପ୍ରକାରର ଯୋକ ବା ଟିଙ୍କ ଲାଗିବା ମଧ୍ୟ ଦେଖାଯାଇଛି ।[୨୧]

ସଂସ୍କୃତିରେ ଶଙ୍ଖଚିଲର ଛାପ[ସମ୍ପାଦନା]

ଇଣ୍ଡୋନେସୀୟ ଭାଷାରେ ଏଲାଂଗ୍ ବୋନ୍ଦୋଲ୍ ରୂପେ ପରିଚିତ ଶଙ୍ଖଚିଲ ଜାକର୍ତ୍ତାର ମାସ୍କଟ୍ ଭାବେ ଗୃହୀତ । ହିନ୍ଦୁ ଧର୍ମରେ ଭଗବାନ ବିଷ୍ଣୁଙ୍କ ବାହନ ଗରୁଡ଼ଙ୍କ ସହିତ ଶଙ୍ଖଚିଲକୁ ଯୋଡ଼ାଯାଏ ଓ ଉଭୟ ଏକା ବେଲି ଅନେକ ଲୋକ ବିଶ୍ୱାସ କରନ୍ତି । ମାଲେସିଆରେ ଥିବା ଲାଂକାୱି ଦ୍ୱୀପଟି ଏହି ପକ୍ଷୀ ପରେ ନାମିତ । ମାଳୟ ଭାଷାରେ “ଲାଂ” ଚିଲ ପାଇଁ ବ୍ୟବହୃତ “ଏଲାଂଗ୍” ଶବ୍ଦର କ୍ଷୁଦ୍ରରୂପ ଓ “କାୱି” ହେଉଛି ଏକ ପ୍ରକାରର ଲାଲ୍ ପଥର । ତେଣୁ ଏହି ପରିପ୍ରେକ୍ଷୀରେ ଲାଂକାୱି ଶବ୍ଦଟି “ଶଙ୍ଖଚିଲର ଦେଶ” ବୁଝାଏ ।

ବୁଗେନ୍‍ଭିଲ୍ ଦ୍ୱୀପର ଏକ ଲୋକକଥା ଅନୁଯାୟୀ[୨୨] ଜଣେ ମା’ ବଗିଚାରେ କାମ କରୁଥିବା ବେଳେ ତାହାର ଛୁଆକୁ ଏକ କଦଳୀ ଗଛ ତଳେ ରଖିଯାଇଥିବା, ଛୁଆଟି କାନ୍ଦି ଆକାଶରେ ଭାସିବାକୁ ଲାଗିବା ଓ କାନାଂଗ୍‍ରେ (ଶଙ୍ଖଚିଲରେ) ପରିଣତ ହୋଇଯିବା, ଛୁଆର ବେକର ହାର ତାହାର ସୁନ୍ଦର ପରରେ ପରିଣତ ହେବା ଇତ୍ୟାଦି ବିଷୟ ବର୍ଣ୍ଣିତ ।[୨୩]

ଉପର ରାଜାଂଗ୍, ସାରାୱକ୍, ବୋର୍ଣ୍ଣିଓ ପ୍ରଭୃତି ଅଞ୍ଚଳରେ ବାସ କରୁଥିବା ଇବାନ୍ ଲୋକଙ୍କ ପାଇଁ ଶଙ୍ଖଚିଲ ଅତି ପବିତ୍ର ଓ ଶଙ୍ଖଚିଲ ରୂପରେ ତାଙ୍କ ଦେବତା “ସିଂଗାଲାଂଗ୍ ବୁରୁଂଗ୍” ଧରାବତରଣ କରିଛନ୍ତି ବୋଲି ସେମାନଙ୍କର ବିଶ୍ୱାସ । ଅତୁଳନୀୟ ଗୁଣ ଓ ସର୍ବୋପରି ଦକ୍ଷତା ବା ଶକ୍ତିର ଅଧିକାରୀ “ସିଂଗାଲାଂଗ୍ ବୁରୁଂଗ୍” ହେଉଛନ୍ତି ଇବାନ୍ ଲୋକଙ୍କ ପାଇଁ ଯୁଦ୍ଧର ଦେବତା ଓ ସବୁଠାରୁ ମହାନ ଦେବତା ।[୨୪]

ଆଧାର[ସମ୍ପାଦନା]

  1. "Haliastur indus". IUCN Red List of Threatened Species. Version 2013.2. International Union for Conservation of Nature. 2012. Retrieved 26 November 2013. {{cite web}}: Invalid |ref=harv (help)
  2. ୨.୦ ୨.୧ Rasmussen, PC; JC Anderton (2005). Birds of South Asia: The Ripley Guide. Volume 2. Smithsonian Institution and Lynx Edicions. p. 86. {{cite book}}: Unknown parameter |lastauthoramp= ignored (|name-list-style= suggested) (help)
  3. Wink M, Sauer-Gürth H (2000). "Advances in the molecular systematics of African Raptors". In Chancellor RD, Meyburg B-U (eds.). Raptors at Risk (PDF). WWGBP/HancockHouse. pp. 135–147.
  4. Hill, LA (1966). "Heralders of the monsoon". Newsletter for Birdwatchers. 6 (8): 6–7.
  5. Dodsworth, PTL (1912). "Extension of the habitat of the brahminy kite (Haliastur indus)". J. Bombay Nat. Hist. Soc. 21 (2): 665–666.
  6. van Balen, B. S.; I. S. Suwelo; D. S. Hadi; D. Soepomo; R. Marlon; Mutiarina (1993). "Decline of the Brahminy Kite Haliastur indus on Java". Forktail. 8: 83–88. {{cite journal}}: Unknown parameter |last-author-amp= ignored (|name-list-style= suggested) (help)
  7. ୭.୦ ୭.୧ Whistler, Hugh (1949). Popular Handbook of Indian Birds. Gurney and Jackson. pp. 370–371.
  8. ୮.୦ ୮.୧ Beruldsen, G (2003). Australian Birds: Their Nests and Eggs. Kenmore Hills, Qld: self. p. 200. ISBN 0-646-42798-9.
  9. Balachandran, S; Sakthivel, R (1994). "Site-fidelity to the unusual nesting site of Brahminy Kite Haliastur indus (Boddaert)". J. Bombay Nat. Hist. Soc. 91 (1): 139.
  10. Morrison, William; Rosalind, Lima; Balachandran, S (1992). "Unusual nesting site of Brahminy Kite Haliastur indus". J. Bombay Nat. Hist. Soc. 89 (1): 117–118.
  11. Ali, S; S D Ripley (1978). Handbook of the birds of India and Pakistan. Vol. 1 (2nd ed.). Oxford University Press. pp. 230–232. {{cite book}}: Unknown parameter |lastauthoramp= ignored (|name-list-style= suggested) (help)
  12. Manakadan, Ranjit; Natarajan, V (1992). "Brahminy Kite Haliastur indus (Boddaert) preying on bats". J. Bombay Nat. Hist. Soc. 89 (3): 367.
  13. Mikula, P.; Morelli, F.; Lučan, R. K.; Jones, D. N.; Tryjanowski, P. (2016). "Bats as prey of diurnal birds: a global perspective". Mammal Review. doi:10.1111/mam.12060.
  14. Kalsi, R S; Rahul Kaul (1992). "Kleptoparasitism by Brahminy Kite on Purple Herons". Newsletter for Birdwatchers. 32 (12): 8. {{cite journal}}: Unknown parameter |lastauthoramp= ignored (|name-list-style= suggested) (help)
  15. Ryan, Gerard Edward (2012). "Brahminy Kites Haliastur indus fishing with Irrawaddy dolphins Orcaella brevirostris in the Mekong River". Forktail. 28 (1): 161.
  16. Nayak, Geetha (1999). "Brahminy Kite feeding on honey from an active bees hive". Newsletter for Birdwatchers. 39 (3): 52.
  17. Neelakantan, KK (1953). "Juvenile Brahminy Kites (Haliastus indus) learning things the modern way". J. Bombay Nat. Hist. Soc. 51 (3): 739.
  18. Prater, SH (1926). "Brahminy Kite Haliastur indus swimming". J. Bombay Nat. Hist. Soc. 31 (2): 526.
  19. Foulkes, R (1905). "A congregation of Brahminy Kites Haliastur indus". J. Bombay Nat. Hist. Soc. 16 (4): 757.
  20. Rajan, S Alagar; Balasubramanian, P; Natarajan, V (1992). "Eastern Steppe Eagle Aquila rapax nipalensis Hodgson killing mobbing Brahminy Kite Haliastur indus (Boddaert) at Pt. Calimere Wildlife Sanctuary, Tamil Nadu". J. Bombay Nat. Hist. Soc. 89 (2): 247–248.
  21. Emerson KC, Ward RA (1958). "Notes on Philippine Mallophaga. I. Species from Ciconiiformes, Anseriformes, Falconiformes, Galliformes, Gruiformes and Charadriiformes". Fieldiana Zoology. 42 (4). {{cite journal}}: Unknown parameter |lastauthoramp= ignored (|name-list-style= suggested) (help)
  22. Hadden, Don (2004). Birds and Bird Lore of Bougainville and the North Solomons. Alderley, Qld: Dove Publications. ISBN 0-9590257-5-8.
  23. Hadden, p. 244
  24. Sutlive & Sutlive (eds.), 2001, The Encyclopaedia of Iban Studies, Tun Jugah Foundation, volume 2, p. 938

ଆହୁରି ପଢ଼ିପାରିବେ[ସମ୍ପାଦନା]

  • Jayabalan, JA (1995) Breeding ecology of Brahminy Kite Haliastur indus in Cauvery Delta, south India. Ph.D. Dissertation, Bharathidasan University. Mannampandal, Tamil Nadu.
  • Raghunathan, K (1985) Miscellaneous notes: a peculiar feeding habit of Brahminy Kite. Blackbuck. 1(3), 26-28.
  • Jayakumar, S (1987) Feeding ecology of wintering Brahminy Kite (Haliastur indus) near Point Calimere Wildlife Sanctuary. M.Sc. Thesis, Bharathidasan University, Tiruchirapalli.
  • Hicks, R. K. 1992. Brahminy Kite Haliastur indus fishing? Muruk 5:143-144.
  • van Balen, B. S., and W. M. Rombang. 2001. Nocturnal feeding by Brahminy Kites. Australian Bird Watcher 18:126.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]

ଐତିହାସିକ ଦସ୍ତାବିଜ[ସମ୍ପାଦନା]

  • Pondicherry eagle, colour drawing by Thomas Watling, between 1792 and 1797.
  • Description of Pondicherry eagle or Malabar eagle by Buffon. The natural history of birds from the French of the Count de Buffon, vol. 1. Translated by Anonymous. London. 1793. pp. 96–97.
  • "Aigle des grandes Indes", by Francois Nicolas Martinet. Plate 416 of Planches enluminées d'histoire naturelle.
  • First use of "Falco indus", by Boddaert: Table des planches enluminéez d'histoire naturelle de M. D'Aubenton : avec les denominations de M.M. de Buffon, Brisson, Edwards, Linnaeus et Latham, precedé d'une notice des principaux ouvrages zoologiques enluminés, page 25. The entire entry is "416. Aigle de Pondichery, Buff. I. p. 490. Briss. Ornith. p. 450. pl. XXXV. Falco Indus mihi Linn. Gen. 42. o. Lath. birds I. p. 41."