ଲିପି ଶିକ୍ଷାକେନ୍ଦ୍ର

ଉଇକିପିଡ଼ିଆ‌ରୁ

ଲିପି ଶିକ୍ଷାକେନ୍ଦ୍ର, ଓଡ଼ିଶା ସରକାରଙ୍କଦ୍ୱାରା ୨୦୦୩ ମସିହାରେ ପ୍ରତିଷ୍ଠିତ ଏକ ଶିକ୍ଷାନୁଷ୍ଠାନ । ଏହା ଓଡ଼ିଶାର ସୀମାନ୍ତବର୍ତ୍ତୀ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମ ବଙ୍ଗଆନ୍ଧ୍ର ପ୍ରଦେଶରେ କାର୍ଯ୍ୟ କରେ ।[୧] ଏଠାରେ ଓଡ଼ିଆ ଭାଷା କେବଳ କହିପାରୁଥିବା ଓ ଲେଖିପଢି ପାରୁନଥିବା ଲୋକଙ୍କୁ ଲିପି ଶିଖାଯାଇ, ସେମାନଙ୍କୁ ଓଡ଼ିଆ ପଢ଼ିବା ଲେଖିବାରେ ସମର୍ଥ କରାଯାଏ । ଉତ୍କଳ ସମ୍ମିଳନୀ ଏହି ଅନୁଷ୍ଠାନର ପରିଚାଳନା ଦାୟିତ୍ୱରେ ଅଛି ।[୨]

ସମୁଦାୟ ୫୯୪ଟି କେନ୍ଦ୍ର ମଧ୍ୟରୁ ବର୍ତ୍ତମାନ ଝାଡ଼ଖଣ୍ଡରେ ୧୪୫ଟି, ଛତିଶଗଡ଼ରେ ୧୯୨ଟି, ପଶ୍ଚିମ ବଙ୍ଗରେ ୧୩୫ଟି ଓ ଆନ୍ଧ୍ର ପ୍ରଦେଶରେ ୧୨୨ଟି ଲିପି ଶିକ୍ଷାକେନ୍ଦ୍ର ଚାଲୁଅଛି । ଏହି ଅନୁଷ୍ଠାନର ପରିଚାଳନା ପାଇଁ ଅର୍ଥ ଓଡ଼ିଶା ସରକାର ଦେଇଥାନ୍ତି ଓ ପ୍ରତ୍ୟେକ ରାଜ୍ୟ ପାଇଁ ବିଧାନ ସଭା ପକ୍ଷରୁ ଭିନ୍ନ ଭିନ୍ନ କମିଟି ରହିଛି । ଏହି କେନ୍ଦ୍ରରେ ଶିକ୍ଷାର୍ଥୀମାନଙ୍କ ପାଇଁ କୌଣସି ବୟସ ସୀମା ନାହିଁ । ଦୈନିକ ଏକ ଘଣ୍ଟା ଶିକ୍ଷାଦାନ କରାଯାଏ । ଶିକ୍ଷାଦାନ କରୁଥିବା ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ମାସକୁ ୩୦୦୦ଟଙ୍କା ଦରମା ଦିଆଯାଏ ।[୩]

ଆଧାର[ସମ୍ପାଦନା]

  1. http://www.newindianexpress.com/states/odisha/article331081.ece[permanent dead link]
  2. "ଆର୍କାଇଭ୍ କପି". Archived from the original on 2013-04-21. Retrieved 2016-05-10. {{cite web}}: Cite has empty unknown parameter: |1= (help)
  3. "ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଶିଖାଉଛି ଲିପି ଶିକ୍ଷାକେନ୍ଦ୍ର". ପ୍ରମେୟ ୦୮/୦୫/୨୦୧୬ ପୃଷ୍ଠା ୧୪. {{cite news}}: |access-date= requires |url= (help)