ଲାଇଚେନ ପ୍ଲାନସ

ଉଇକିପିଡ଼ିଆ‌ରୁ
Lichen planus
Lichen planus affecting the shins
ଉଚ୍ଚାରଣ
ବିଭାଗDermatology
ଲକ୍ଷଣItchy, flat-topped, small bumps and plaques, with fine white lines[୧]
ଅବଧିLong term[୧]
କାରଣUnknown, medications, metals[୨]
ବିପଦ କାରକHepatitis C[୨]
ରୋଗ ନିର୍ଣ୍ଣୟ ପଦ୍ଧତିConfirmed by skin biopsy[୨]
ସଠିକ ରୋଗ ନିର୍ଣ୍ଣୟLichenoid eruption, psoriasis, lupus, secondary syphilis, pityriasis rosea, lichen nitidus, graft versus host disease, lichen sclerosus[୨][୩]
ଚିକିତ୍ସାCorticosteroids, metronidazole, isotretinoin, methotrexate[୨]
PrognosisSkin lesions often resolve within 2 yrs[୧]
ପୁନଃପୌନିକRelatively common[୧]

ଲାଇଚେନ ପ୍ଲାନସ ( LP ) ଏକ ରୋଗ ଯେଉଁଥିରେ ଚର୍ମ, ନଖ ଓ ମ୍ୟୁକସ ସ୍ତରର ଦୀର୍ଘକାଳୀନ ପ୍ରଦାହ ହୋଇଥାଏ ।[୧] ଏହା ସାଧାରଣତଃ ଛୋଟ ଫୁଲା ପରି ଆରମ୍ଭ ହୁଏ ଯାହା ୧.୫ ସେମି ଚଉଡ଼ା ପର୍ଯ୍ୟନ୍ତ ବଢ଼ିଯାଏ ଓ ଉପର ଭାଗ ସମତଳ ରହେ ।[୧] ଏହାର ରଙ୍ଗ ଆରମ୍ଭରୁ ସାଧାରଣତଃ ଲାଲ ହୋଇଥାଏ ଓ ପରବର୍ତ୍ତୀ ସମୟରେ ବାଇଗଣୀ ହୁଏ ଓ ପରେ ଗାଢ଼ ହୋଇଯାଏ ।[୧] କଳା ଚର୍ମ ଥିଲେ ଏହା ଧୂସର-ବାଦାମୀ ହୋଇପାରେ ।[୪] ସେଗୁଡ଼ିକ ସାମାନ୍ୟ ଚମକଦାର ହୋଇପାରନ୍ତି ଓ ସେଥିରେ ପତଳା କାତି ଓ ଧଳା ଗାର ଦେଖାଯାଏ ।[୧] ହାତର ପଛ ପାଖ, କଚଟିର ପଛ ପାଖ, ଛାତି, ତଳ ଗୋଡର ଆଗ ପାଖ, ପାଟି ଏବଂ ଲିଙ୍ଗ ମୁଣ୍ଡରେ ଏହି ରୋଗ ହୋଇଥାଏ ।[୧] ଏହା ପ୍ରାୟ କୁଣ୍ଡେଇ ହୁଏ ।[୧]

ଏହାର କାରଣ ଜଣା ପଡି ନ ଥିବାବେଳେ ଏହା ଏକ ଅଟୋଇମ୍ୟୁନ ରୋଗ ଏବଂ ଏକ ଟ୍ରିଗର ପରେ ସକ୍ରିୟ ହେଉଥିବା ବିଶ୍ୱାସ କରାଯାଏ । [୨] ହେପାଟାଇଟିସ୍ ସି ରୋଗ ଯୋଗୁ ଏହି ସଙ୍କଟ ଆସିପାରେ । [୨] ପରିବାରରେ ଏହା କ୍ୱଚିତ ଚାଲିଥାଏ ।[୧] ଚର୍ମ ବାୟୋପ୍ସି କରି ଏହି ରୋଗ ନିର୍ଣ୍ଣୟ କରାଯାଇପାରେ । [୨] କେତେକ ଔଷଧ, ଦାନ୍ତରେ ବ୍ୟବହୃତ ଧାତୁ ଏବଂ ଗ୍ରାଫ୍ଟ ବନାମ ହୋଷ୍ଟ ରୋଗ ହେତୁ ଲାଇଚେନଏଡ ଇରପସନ ନାମକ ଏକ ସମାନ ଅବସ୍ଥା ସୃଷ୍ଟି ହୋଇପାରେ। [୨] [୩]

ଏହି ରୋଗ ଆରୋଗ୍ୟ ହୁଏ ନାହିଁ, ଯଦିଓ ଲକ୍ଷଣଗୁଡିକର ଉପଶମ ପାଇଁ ଔଷଧ ବ୍ୟବହାର କରାଯାଇପାରେ । ପ୍ରାରମ୍ଭିକ ଚିକିତ୍ସାରେ ସାଧାରଣତଃ କ୍ଲୋବେଟାସୋଲ ଭଳି ଷ୍ଟିରଏଡ କ୍ରିମ ଦୁଇରୁ ଚାରି ସପ୍ତାହ ପାଇଁ ଦିନକୁ ଦୁଇଥର ଦିଆଯାଏ ।[୨] ଏହା ପର୍ଯ୍ୟାପ୍ତ ନ ହେଲେ ଟ୍ରାଇଆମସିନୋଲୋନ୍ ଭଳି ଷ୍ଟେରଏଡ ଇଞ୍ଜେକସନ ଦିଆଯାଏ କିମ୍ବା ଏଗୁଡିକ ପାଟିରେ ଦିଆଯାଇପାରେ ।[୨] ମେଟ୍ରୋନିଡାଜୋଲ, ଆଇସୋଟ୍ରେଟିନଏନ କିମ୍ବା ମେଥୋଟ୍ରେକ୍ସେଟ୍ ଭଳି ଅନ୍ୟ ବିକଳ୍ପ ମଧ୍ୟ ଦିଆଯାଇପାରେ ।[୨] ନିର୍ଦ୍ଦିଷ୍ଟ ଚିକିତ୍ସା ବିନା ଅନେକ ଲୋକଙ୍କ ଏହି ଚର୍ମ ରୋଗର ୧ରୁ ୨ ବର୍ଷ ମଧ୍ୟରେ ସମାଧାନ ହୁଏ; ଯଦିଓ ଏହା ପୁନରାବୃତ୍ତି ହୋଇପାରେ ।[୧] ପାଟିରେ ଥିବା କ୍ଷତ ସାଧାରଣତଃଅଇ ସ୍ଥିର ରହିଥାଏ।[୨]

ଲାଇଚେନ ପ୍ଲାନସ ଅପେକ୍ଷାକୃତ ସାଧାରଣ ଏବଂ ବିଶ୍ୱ ସ୍ତରରେ ଘଟିଥାଏ ।[୧] ଏହି ଚର୍ମ ରୋଗଦ୍ୱାରା ୦.୩% ପୁରୁଷ ଏବଂ ୦.୧% ମହିଳା ପ୍ରଭାବିତ ହୁଅନ୍ତି; ଯେତେବେଳେ ପାଟିରେ ପ୍ରାୟ ୧.୫% ପୁରୁଷ ଏବଂ ୨.୩% ମହିଳାମାନଙ୍କଠାରେ ଦେଖାଯାଏ ।[୧] ସାଧାରଣତ ୨୦ ବର୍ଷ ବୟସ ପରେ ଆରମ୍ଭ ହୁଏ ଓ ୩୦ରୁ ୬୦ବର୍ଷ ବୟସ ମଧ୍ୟରେ ଅଧିକ ପ୍ରଭାବିତ ହୋଇଥାଏ ।[୧] [୩] ଏହାକୁ ପ୍ରଥମେ ୧୮୬୯ ମସିହାରେ ଏରାସମସ୍ ୱିଲସନ ବର୍ଣ୍ଣନା କରିଥିଲେ ।[୩] ଏହି ଶବ୍ଦଟି ଗ୍ରୀକ୍ ଭାଷାର "ଟ୍ରି ମସ୍" ଏବଂ ଲାଟିନ୍ ଭାଷାର "ଫ୍ଲାଟ"ରୁ ଅଣାହୋଇଛି ।[୫]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ James, William D.; Elston, Dirk; Treat, James R.; Rosenbach, Misha A.; Neuhaus, Isaac (2020). "12. Lichen planus and related conditions". Andrews' Diseases of the Skin: Clinical Dermatology (in ଇଂରାଜୀ) (13th ed.). Edinburgh: Elsevier. pp. 215–230. ISBN 978-0-323-54753-6. Archived from the original on 2022-04-02. Retrieved 2022-04-01.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ Arnold, DL; Krishnamurthy, K (January 2022). "Lichen Planus". PMID 30252382. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ ୩.୩ Zaidi, Zohra; Walton, Shernaz (30 August 2015). A Manual of Dermatology (in ଇଂରାଜୀ). JP Medical Ltd. pp. 274, 280. ISBN 978-93-5152-792-3. Archived from the original on 10 July 2022. Retrieved 22 June 2022.
  4. Onalaja, Amanda A.; Taylor, Susan C. (2021). "1. Defining skin color". In Li, Becky S.; Maibach, Howard I. (eds.). Ethnic Skin and Hair and Other Cultural Considerations (in ଇଂରାଜୀ). Switzerland: Springer. p. 10. ISBN 978-3-030-64829-9. Archived from the original on 2022-09-15. Retrieved 2022-08-30.
  5. Mysore, Venkataram (2007). Dermatalogical Diseases : A Practical Approach (in ଇଂରାଜୀ). BI Publications Pvt Ltd. p. 59. ISBN 978-81-7225-240-3. Archived from the original on 2022-07-10. Retrieved 2022-06-22.