Jump to content

ମେଟ୍ରୋନିଡାଜୋଲ

ଉଇକିପିଡ଼ିଆ‌ରୁ
ମେଟ୍ରୋନିଡାଜୋଲ
Clinical data
Pronunciation/mɛtrəˈndəzl/
Trade namesFlagyl,
AHFS/Drugs.commonograph
Pregnancy
category
  • AU: B2
  • US: B (No risk in non-human studies)
    Routes of
    administration
    oral, topical, rectal, IV, vaginal
    ATC code
    Legal status
    Legal status
    Identifiers
    • 2-(2-methyl-5-nitro-1H-imidazol-1-yl)ethanol
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    NIAID ChemDB
    ECHA InfoCard100.006.489 Edit this at Wikidata
    Chemical and physical data
    FormulaC6H9N3O3
    Molar mass୧୭୧.୧୬ g·mol−1
    Melting point159 to 163 °C (318 to 325 °F)
    • InChI=1S/C6H9N3O3/c1-5-7-4-6(9(11)12)8(5)2-3-10/h4,10H,2-3H2,1H3 ☒N
    • Key:VAOCPAMSLUNLGC-UHFFFAOYSA-N ☒N
     ☒NcheckY (what is this?)  (verify)

    ମେଟ୍ରୋନିଡାଜୋଲ (ଏମଏନ‌ଜେଡ) ଔଷଧ ବଜାରରେ ଫ୍ଲାଜିଲ ନାମରେ ବିକ୍ରୟ ହୁଏ; ଏହା ଏକ ଆଣ୍ଟିବାୟୋଟିକ ଓ ଏକ‌କୋଷୀ ଜୀବ ସମ୍ବନ୍ଧୀୟ ଔଷଧ । [] ଏହାକୁ ଏକ‌କ ବା ଏକତ୍ର ଭାବେ ଅନ୍ୟ ଆଣ୍ଟିବାୟୋଟିକ ସ‌ହିତ ମିଶେଇ ପେଲଭିକ ପ୍ରଦାହ ରୋଗ, ଏଣ୍ଡୋକାର୍ଡ଼ାଇଟିସଜୀବାଣୁ ଭାଜିନୋସିସ ଚିକିତ୍ସା ନିମନ୍ତେ ବ୍ୟ‌ବ‌ହାର ହୁଏ । ଡ୍ରାକୁନ‌କୁଲିଆସିସ, ଜିଆଡିଆସିସ, ଟ୍ରାଇକୋମୋନିଆସିସଆମିବିଆସିସ ରୋଗମାନଙ୍କରେ କାର୍ଯ୍ୟକାରୀ ହୁଏ । []ସାମାନ୍ୟ ଓ ମଧ୍ୟମ ଧରଣର କ୍ଲସ୍ଟ୍ରିଡିଅମ ଡିଫିସିଲ କୋଲାଇଟିସ ରୋଗର ପ୍ରଥମ ଘଟଣା ନିମନ୍ତେ ଏହା ପସନ୍ଦୀୟ ଔଷଧ । [] ଖାଇବା ନିମନ୍ତେ, କ୍ରିମ ଆକାରରେ ଓ ଶୀରା ମାଧମ ବ୍ୟବ‌ହାର ନିମନ୍ତେ ଏହି ଔଷଧ ମିଳେ । []

    ଅଇ, ଏକ ଧାତବ ସ୍ୱାଦ, ଅରୁଚି ଓ ମୁଣ୍ଡବଥା ଇତ୍ୟାଦି ଲକ୍ଷଣ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଦର୍ଶାଏ । ବେଳେବେଳେ ବାତ (seizure) ଓ ଆଲର୍ଜି ହୁଏ । ଗର୍ଭର ପ୍ରଥମାବସ୍ଥାରେ ମେଟ୍ରୋନିଡାଜୋଲ ଦେବା ଉଚିତ ନୁହେଁ କିନ୍ତୁ ପରେ ଏହା ଅସୁବିଧା କରେ ନାହିଁ । ସ୍ତନ୍ୟପାନ କରାଉଥିଲେ ଏହା ବ୍ୟବ‌ହାର କରାଯାଏ ନାହିଁ । []

    ଫ୍ରାନ୍‌ସରେ ସନ ୧୯୬୦ରେ ମେଟ୍ରୋନିଡାଜୋଲ ପ୍ରଥମେ ବଜାରରେ ବିକ୍ରି ହେଲା । [] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [] ପୃଥିବୀର ଅଧିକାଂଶ ସ୍ଥାନରେ ଏହା ମିଳେ । [] ଏହା ଅତି ମୂଲ୍ୟବାନ ନୁହେଁ ଓ ଗୋଟିକୁ 0.0୧ରୁ 0.୧0 ଆମେରିକୀୟ ଡଲାର ମୂଲ୍ୟରେ ମିଳେ । [][] ଦଶ ଦିନର ଚିକିତ୍ସା ନିମନ୍ତେ ଏହାର ଖର୍ଚ୍ଚ ୨୬ ଅମେରିକୀୟ ଡଲାର । []

    1. 1 2 3 4 5 "Metronidazole". The American Society of Health-System Pharmacists. Retrieved Jul 31,15. {{cite web}}: Check date values in: |accessdate= (help)
    2. Cohen, Stuart H.; Gerding, Dale N.; Johnson, Stuart; Kelly, Ciaran P.; Loo, Vivian G.; McDonald, L. Clifford; Pepin, Jacques; Wilcox, Mark H. (May 2010). "Clinical Practice Guidelines for Infection in Adults: 2010 Update by the Society for Healthcare Epidemiology of America (SHEA) and the Infectious Diseases Society of America (IDSA)". Infection Control and Hospital Epidemiology. 31 (5): 431–455. doi:10.1086/651706. PMID 20307191.
    3. Corey, E.J. (2013). Drug discovery practices, processes, and perspectives. Hoboken, N.J.: John Wiley & Sons. p. 27. ISBN 9781118354469.
    4. "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
    5. Schmid G (28 July 2003). "Trichomoniasis treatment in women". Retrieved 1 August 2015.
    6. "Sources and Prices of Selected Medicines and Diagnostics for People Living with HIV/AIDS". World Health Organization. 2005. Retrieved 1 August 2015.
    7. Mandell, Douglas, and Bennett's Principles and Practice of Infectious Diseases (8 ed.). Elsevier Health Sciences. 2014. p. 2753. ISBN 9780323263733.