ଲିଚେନ ସ୍କ୍ଲେରୋସସ

ଉଇକିପିଡ଼ିଆ‌ରୁ
(Lichen sclerosusରୁ ଲେଉଟି ଆସିଛି)
Lichen sclerosus
Balanitis xerotica obliterans, lichen sclerosus et atrophicus, kraurosis vulvae[୧]
Lichen sclerosus of the perineum
ବିଭାଗGynaecology
ଲକ୍ଷଣTypically genital skin: shiny slightly wrinkled pale-white patches surrounded by a purplish area, itchy, skin thinning, scarring[୧]
ଆକ୍ରାନ୍ତ ସମୟBefore puberty, after menopause[୧]
ଅବଧିLong-term[୧]
କାରଣUnknown[୧]
ବିପଦ କାରକBone marrow transplantation[୧]
ରୋଗ ନିର୍ଣ୍ଣୟ ପଦ୍ଧତିExamination, skin biopsy[୧]
ସଠିକ ରୋଗ ନିର୍ଣ୍ଣୟGuttate morphea, lichen planus, lichen simplex chronicus[୧]
ଔଷଧOintments: clobetasol, tacrolimus, pimecrolimus[୧]
ଚିକିତ୍ସାTopical steroids[୧]
ପୁନଃପୌନିକ1.7% of adult females[୧]

ଲିଚେନ ସ୍କ୍ଲେରୋସସ ( Lichen sclerosus/ LS ) ଏକ ଦୀର୍ଘକାଳୀନ ଚର୍ମ ପ୍ରଦାହ ରୋଗ ଯାହା ମୁଖ୍ୟତଃ ଯୌନାଙ୍ଗକୁ ପ୍ରଭାବିତ କରିଥାଏ ।[୧] ଏହା ଅନିୟମିତ ଛୋଟ ଛୋତ ଚେପା ଫୁଲା ଭଳି ଆରମ୍ଭ ହେବାକୁ ଲାଗେ ଯାହା ଚକଚକିଆ, ସାମାନ୍ୟ କୁଞ୍ଚିତ, ଫିକା-ଧଳା ରଙ୍ଗର ଦାଗ ଥାଏ ଯାହା ଚାରିପାଖରେ ଚମ ବାଇଗଣୀ ରଙ୍ଗର ହୋଇଥାଏ ।[୧] ଏଥିରେ ବ‌ହୁତ ଗଲୁ କରେ ଏବଂ କୁଣ୍ଡେଇବାଦ୍ୱାରା ଛୋଟ କଟାଦାଗ ସହିତ ଶୁଖା ଘାଆ ଦାଗ ଦେଖାଯାଏ ଓ ଚର୍ମ ପତଳା ହୋଇପାରେ । [୧] ଯୌନାଙ୍ଗରେ ଛୋଟ ରକ୍ତନଳୀ ଦେଖାଯାଇପାରେ ।[୨] ଲିଙ୍ଗର ରଙ୍ଗ କମିଯାଏ । [୧] ଏହା କ୍ୱଚିତ୍ ଅନ୍ୟ ସ୍ଥାନରେ ଘଟିଥାଏ, ଯଦିଓ ଉପର ପିଠି କିମ୍ବା ସ୍ତନରେ ହୋଇପାରେ ।[୧] ବେଳେବେଳେ କୌଣସି ଲକ୍ଷଣ ଦେଖାଯାଏ ନାହିଁ ।[୧] ଏହା ପରିସ୍ରା କଲାବେଳେ କଷ୍ଟ ହୋଇପାରେ, ଯୋନୀ ସ୍ରାବ,ମଳ ତ୍ୟାଗ କରିବାକୁ ଅନିଚ୍ଛା, ଯୌନ ସମ୍ବନ୍ଧୀୟ ସମସ୍ୟା ଏବଂ ଚର୍ମ କର୍କଟ ରୋଗର ଆଶଙ୍କା ରହିପାରେ ।[୨]

ଏହାର କାରଣ ଜଣା ପଡିନାହିଁ। [୨] ସଂକ୍ରମଣ, ଆଘାତ ଏବଂ ଯୌନାଙ୍ଗର ଆର୍ଦ୍ର ହେବାର ପ୍ରବୃତ୍ତି ଯୋଗୁ ଏହା ସମ୍ଭବତଃ ସୃଷ୍ଟି ହୋଇଥାଏ । [୨] ଅସ୍ଥି ମଜ୍ଜା ପ୍ରତିରୋପଣ ଯୋଗୁ ଏହା ଟ୍ରିଗର ହୋଇପାରେ ।[୧] ଟ୍ରାନ୍ସଜେଣ୍ଡର ଲୋକଙ୍କ କ୍ଷେତ୍ରରେ ଏହା ଅସ୍ତ୍ରୋପଚାର ସ୍ଥାନରେ ହୋଇପାରେ । [୧]

ଶାରୀରିକ ପରୀକ୍ଷାଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ । [୨] ଚର୍ମ ବାୟୋପ୍ସିରେ ଏହା ନିଶ୍ଚିତ ହୋଇପାରିବ, ଯେଉଁଥିରେ ଡର୍ମାଲ୍ କୋଲାଜେନ୍ ଏବଂ ପତଳା ଏପିଡର୍ମିସ୍ ଦେଖାଏ । [୨] ଗୁଟ୍ଟେଟ୍ ମୋର୍ଫିଆ, ଲାଇଚେନ ପ୍ଲାନସ୍ ଏବଂ ଲାଇଚେନ ସିମ୍ପାଲେକ୍ସ କ୍ରୋନିକସ୍ ରୋଗ ପରି ଅନେକ ସମୟରେ ଏହି ରୋଗ ଦେଖାଯାଏ ।[୧] ଚିକିତ୍ସାରେ ଶକ୍ତିଶାଳୀ ଟପିକାଲ୍ ଷ୍ଟେରଏଡ୍ ଦିଆଯାଏ ।[୨] ବିଶେଷକରି ପିଲାମାନଙ୍କଠାରେ ବେଳେବେଳେ, ଅଧିକ ଚିକିତ୍ସା ନକଲେ ମଧ୍ୟ ଏହା ଭଲ ହୋଇଯାଏ ।[୨]

ଲିଚେନ ସ୍କ୍ଲେରୋସସ ପ୍ରାୟ ୧.୭% ବୟସ୍କ ମହିଳାଙ୍କୁ ପ୍ରଭାବିତ କରିଥାଏ ।[୧] ଏହା ସାଧାରଣତ ଯୌବନାବସ୍ଥା ପୂର୍ବରୁ ଏବଂ ମେନୋପଜ ପରେ ହୋଇଥାଏ ।[୨] ପୁରୁଷମାନଙ୍କ କ୍ଷେତ୍ରରେ ଏହା ଯେ କୌଣସି ବୟସରେ ହୋଇପାରେ ।[୨] ଆଫ୍ରିକୀୟ ଆମେରିକୀୟମାନେ କମ୍ ପ୍ରଭାବି ତ ହୁଅନ୍ତି। [୧] ଏକ ତୃତୀୟାଂଶ ମହିଳାଙ୍କର ଅନ୍ୟ ଏକ ଅଟୋମ୍ୟୁମ୍ୟୁନ ରୋଗ ଥାଏ । [୧] ୧୭% ଲୋକଙ୍କର ସୋରିୟାସିସ୍ ଥାଏ । [୧] ଲିଚେନ ସ୍କ୍ଲେରୋସସ୍ ଏଟ ଆଟ୍ରୋଫିକସ୍ ରୋଗ ପ୍ରଥମେ ୧୮୮୭ ମସିହାରେ ଡକ୍ଟର ହାଲୋପୋଙ୍କଦ୍ୱାରା ବର୍ଣ୍ଣନା କରାଯାଇଥିଲା ।[୩]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ ୧.୨୨ ୧.୨୩ James, William D.; Elston, Dirk; Treat, James R.; Rosenbach, Misha A.; Neuhaus, Isaac (2020). "11. Pityriasis rosea, pityriasis rubra pilares, and other papulosquamous and hyperkeratotic diseases". Andrews' Diseases of the Skin: Clinical Dermatology (in ଇଂରାଜୀ) (13th ed.). Edinburgh: Elsevier. pp. 227–229. ISBN 978-0-323-54753-6. Archived from the original on 2021-12-15. Retrieved 2021-12-15.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ Wakelin, Sarah H. (2020). "22. Dermatology". In Feather, Adam; Randall, David; Waterhouse, Mona (eds.). Kumar and Clark's Clinical Medicine (in ଇଂରାଜୀ) (10th ed.). Elsevier. pp. 667–668. ISBN 978-0-7020-7870-5. Archived from the original on 2021-12-11. Retrieved 2021-12-11.
  3. Hallopeau, H (1887). "Du lichen plan et particulièrement de sa forme atrophique: lichen plan scléreux". Ann Dermatol Syphiligr (Paris) (8): 790–791.