ରୀତା ସାହୁ

ଉଇକିପିଡ଼ିଆ ରୁ
Jump to navigation Jump to search
ରୀତା ସାହୁ
ବିଧାୟିକା: ୧୫ଶ ଓଡ଼ିଶା ବିଧାନ ସଭା
ଅଫିସରେ
୨୦୧୮ – ୨୦୧୯
ପୂର୍ବ ଅଧିକାରୀସୁବଳ ସାହୁ
ନିର୍ବାଚନ ମଣ୍ଡଳୀବିଜେପୁର ଉପ ନିର୍ବାଚନ
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୬ ଜୁନ ୧୯୭୧ (1971-06-16) (୪୮ ବର୍ଷ)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀସୁବଳ ସାହୁ
ସନ୍ତାନ୨ ପୁଅ
ବାପା/ମା'ଲକ୍ଷ୍ମୀ ନାରାୟଣ ମହାରଣା (ବାପା)
ବୃତ୍ତିରାଜନୀତିଜ୍ଞ
ଧର୍ମହିନ୍ଦୁ

ରୀତା ସାହୁ (ଜନ୍ମ: ୧୬ ଜୁନ ୧୯୭୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ୨୦୧୮ ମସିହାର ବିଜେପୁର ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଓଡ଼ିଶା ବିଧାନ ସଭାର ୧୫ଶ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨] ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ବିଜେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଥିବା ତାଙ୍କ ପତି ସୁବଳ ସାହୁଙ୍କର ମୃତ୍ୟୁ ପରେ ସେଠାରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଏହି ନିର୍ବାଚନରେ ସେ ବିଜୁ ଜନତା ଦଳର ପାର୍ଥୀ ଭାବରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ।[୩]

ଜନ୍ମ ଓ ପରିବାର[ସମ୍ପାଦନା]

ରୀତା ସାହୁ ୧୯୭୧ ମସିହାର ଜୁନ ମାସ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୪] ତାଙ୍କ ବାପାଙ୍କ ନାମ ଲକ୍ଷ୍ମୀ ନାରାୟଣ ମହାରାଣ । ସେ ସୁବଳ ସାହୁଙ୍କୁ ବିବାହ କରିଥିଲେ ।[୫] ସୁବଳ ଭାରତୀୟ ଜାତୀୟ କଂଗ୍ରେସର ଜଣେ ସକ୍ରିୟ ନେତା ଭାବରେ ଓଡ଼ିଶା ରାଜନୀତିରେ ଥିଲେ । ସେ ୧୩ଶ, ୧୪ଶ୧୫ଶ ଓଡ଼ିଶା ବିଧାନ ସଭାକୁ ବିଜେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[୫]

ରାଜନୈତିକ ଜୀବନ[ସମ୍ପାଦନା]

ରୀତା ସାହୁଙ୍କର ପତି ସୁବଳ ସାହୁ ୨୦୧୭ ମସିହା ଅଗଷ୍ଟ ମାସ ୨୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୬] ତାଙ୍କ ପତି ସୁବଳଙ୍କର ମୃତ୍ୟୁ ହେବାପରେ ବିଜେପୁର ବିଧାନ ସଭା ମଣ୍ଡଳୀର ବିଧାୟକ ଆସନ ଖାଲି ପଡ଼ିଥିଲା, ଫଳରେ ୨୦୧୮ ମସିହାରେ ସେଠାରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।[୭]

ଏହି ଉପ ନିର୍ବାଚନ ଜରିଆରେ ରୀତା ରାଜନୀତିରେ ଯୋଗ ଦେଲେ ଏବଂ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ସେ ଏହି ନିର୍ବାଚନ ଲଢ଼ିଥିଲେ ।[୮] ଏହି ନିର୍ବାଚନ ପାଇଁ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ମଧ୍ୟରେ ବଡ଼ ଧରଣର ଲଢ଼େଇ ହୋଇଥିଲା । ନିର୍ବାଚନ ପ୍ରଚାରରେ ଥିବା ବିଜୁ ଜନତା ଦଳର ପ୍ରତିଷ୍ଠାତା ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଜୋତା ମାଡ଼ କରାଯାଇଥିଲା ।[୯][୧୦] ନିର୍ବାଚନ ପାଇଁ ବାହାର ରାଜ୍ୟରୁ ଟଙ୍କା ଆସିବା କଥା ମଧ୍ୟ ଅଭିଯୋଗ ହୋଇଥିଲା ଏବଂ କଳାଧନ ଆକାରରେ କିଛି ଗାଡ଼ିରୁ ମଧ୍ୟ ଟଙ୍କା ଜବଦ କରାଯାଇଥିଲା ।[୧୧] ପ୍ରାୟ ସବୁ ପ୍ରଚାର ସଭାରେ ରାଜନୈତିକ ଦଳମାନେ ଅନ୍ୟକୁ ଦୋଷାରପ କରାଇଥିଲେ ଏବଂ ୨୮୧ଟି ନିର୍ବାଚନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯାଇଥିଲା, ଯେଉଁଥିରୁ ୧୫୧ଟି କେନ୍ଦ୍ରରେ ଅଧିକ ସତର୍କତା ଅବଲମ୍ବନ କରାଯାଇଥିଲା ।[୧୨] ଏହି ନିର୍ବାଚନରେ ସମୁଦାୟ ୧୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ ।[୧୨][୧୩]

ଏହି ନିର୍ବାଚନରେ ସମୁଦାୟ ୮୨.୧୭ ପ୍ରତିଶତ ମତଦାନ ହୋଇଥିଲା,[୧୪][୧୫] ଯେଉଁଥିରୁ ରୀତା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଅଶୋକ ପାଣିଗ୍ରାହୀଙ୍କୁ ୪୧,୯୩୩ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୧୬][୧୭] ଏହି ନିର୍ବାଚନରେ ବିଜୁ ଜନତା ଦଳ ସମୁଦାୟ ୧,୦୨,୮୭୧ ଖଣ୍ଡ ଭୋଟ ପାଇଥିଲା ଏବଂ ଭାରତୀୟ ଜନତା ପାର୍ଟି ଓ ଭାରତୀୟ ଜାତୀୟ କଂଗ୍ରେସ ଯଥାକ୍ରମେ ୬୯,୯୩୮ ଖଣ୍ଡ ଓ ୧୦,୨୭୪ ଖଣ୍ଡ ଭୋଟ ପାଇଥିଲେ ।[୧୮][୧୯] ଏହି ନିର୍ବାଚନ ଫଳାଫଳ ୨୦୧୯ ଓଡ଼ିଶା ସାଧାରଣ ନିର୍ବାଚନ ଉପରେ ପ୍ରଭାବ ପକାଇବା ବୋଲି ରାଜନୈତିକ ସମୀକ୍ଷକ ଏବଂ ନବୀନ ପଟ୍ଟନାୟକ ମତ ଦେଇଥିଲେ ।[୨୦][୨୧][୨୨]

ଆଧାର[ସମ୍ପାଦନା]

  1. "Live Blog: BJD wins Odisha's Bijepur bypoll by nearly 42,000 votesIn Odisha's Bijepur, BJD's Rita Sahu wins by a margin of 41,933 votes. She defeated her nearest BJP candidate Ashok Panigrahi. he by-poll for Bijepur Assembly seat was held on February 24. The by-poll was necessitated due to the death of Congress MLA Subal Sahu in August, 2017". NDTV.com. Retrieved 2019-02-23.
  2. "By-poll win would impact 2019 elections: Naveen Patnaik". The Economic Times. 2018-02-28. Retrieved 2019-02-23.
  3. "BJD Wins Big in Bijepur Bypoll, Naveen Patnaik Says Sign of Things to Come in 2019". News18. Retrieved 2019-02-23.
  4. "Smt. Rita Sahu". odishaassembly.nic.in. Retrieved 2019-02-23.
  5. ୫.୦ ୫.୧ "Late Subal Sahu". odishaassembly.nic.in. Retrieved 2019-02-23.
  6. "Live Blog: BJD candidate Rita Sahu is the widow of Congress MLA Subal Sahu who died in August 2017, necessitating by-polls in Bijepur". NDTV.com. Retrieved 2019-02-23.
  7. Desk, India com News (2018-02-28). "Bijepur Bye-Election 2018 Result Updates: BJD Candidate Rita Sahu Wins Against BJP, Congress". India.com (in ଇଂରାଜୀ). Retrieved 2019-02-23.
  8. "Odisha's Bijepur Bypoll: Voting On February 24, Security Beefed Up". NDTV.com. Retrieved 2019-02-23.
  9. "Shoes hurled at CM Naveen Patnaik" (in ଇଂରାଜୀ). 2018-02-20. Retrieved 2019-02-23.
  10. "Shoes hurled at Odisha CM Naveen Patnaik during Bijepur bypoll campaign". www.hindustantimes.com/ (in ଇଂରାଜୀ). 2018-02-20. Retrieved 2019-02-23.
  11. February 18, P. T. I.; February 18, 2018UPDATED:; Ist, 2018 22:25. "2 held for carrying cash in poll-bound Bijepur". India Today (in ଇଂରାଜୀ). Retrieved 2019-02-23.
  12. ୧୨.୦ ୧୨.୧ February 22, P. T. I.; February 22, 2018UPDATED:; Ist, 2018 22:50. "Campaigning ends for by-poll in Bijepur Assembly seat". India Today (in ଇଂରାଜୀ). Retrieved 2019-02-23.
  13. "Following Bargarh cash seizure, BJP, BJD accuse each other of luring voters for Odisha's Bijepur bypoll". Firstpost. Retrieved 2019-02-23.
  14. "Bijepur by-election result Highlights: BJD's Rita Sahu wins with huge margin, BJP second, Congress bites dust". The Financial Express. 2018-02-27. Retrieved 2019-02-23.
  15. "BJD wins crucial Bijepur bypoll, CM Patnaik says result would impact 2019 polls". www.hindustantimes.com/ (in ଇଂରାଜୀ). 2018-02-28. Retrieved 2019-02-23.
  16. "Bijepur bypoll 2018 result: LIVE UPDATES! 19 Rounds Vote Count Complete" (in ଇଂରାଜୀ). 2018-02-28. Retrieved 2019-02-23.
  17. "Bypoll win would impact 2019 elections: Naveen Patnaik - Times of India". The Times of India. Retrieved 2019-02-23.
  18. "ବିକାଶ ତରାଜୁରେ ବିଜେପୁର". ସମ୍ବାଦ. Archived from the original on 8 March 2019. Retrieved 8 March 2019.
  19. "Live Blog: In Odisha's Bijepur bypolls BJD's Rita Sahu got 1,02,871 votes while BJP candidate got 60,938 votes. Congress' Pranay Sahu bagged only 10,274. The seat was earlier held Congress". NDTV.com. Retrieved 2019-02-23.
  20. "BJD defeats BJP in Bijepur Assembly bypoll; Odisha CM Patnaik says results will impact 2019 Lok Sabha polls | India News". www.timesnownews.com (in ଇଂରାଜୀ). Retrieved 2019-02-23.
  21. "In 2019, Will Naveen Patnaik Be Able to Stop the BJP in Odisha?". The Wire. Retrieved 2019-02-23.
  22. "Bijepur bypolls: BJD secures landslide victory, Patnaik says verdict will impact 2019 Odisha elections". The Indian Express (in ଇଂରାଜୀ). 2018-02-28. Retrieved 2019-02-23.