ବିଜେପୁର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ବିଜେପୁର
Town
Country India
Stateଓଡ଼ିଶା
Districtବରଗଡ଼
Elevation
189 m (620 ft)
Population
 (N/A)
 • TotalApproximate population for ୭ km radius: ୩୧,୨୫୩
Languages
Time zoneUTC+5:30 (IST)
PIN
768032
ଯାନବାହାନ ପଞ୍ଚୀକରଣOD
Websiteodisha.gov.in

ବିଜେପୁର, ଭାରତୀୟ ରାଜ୍ୟ ଓଡ଼ିଶାର ବରଗଡ଼ ଜିଲ୍ଲାର ଏକ ସହର ଓ ବ୍ଲକ ଅଞ୍ଚଳ । ଏଠାରେ ବହୁ ସଂଖ୍ୟାରେ ଅନୁସୂଚିତ ଜାତି ଓ ଉପଜାତିର ଆଦିବାସୀଙ୍କ ସହ ଅନ୍ୟ ପଛୁଆ ଶ୍ରେଣୀର ଲୋକ ବସବାସ କରନ୍ତି ଓ ସେମାନଙ୍କ ମୁଖ୍ୟ ଜୀବିକା କୃଷି । 


ଭୌଗୋଳିକ ଅବସ୍ଥିତି [ସମ୍ପାଦନା]

ବିଜେପୁରର ଭୌଗୋଳିକ ଅବସ୍ଥିତି 21.12°N 83.28°Eଠାରେ । ଏହା ସମୁଦ୍ରପତ୍ତାନଠାରୁ ୧୮୯ମିଟର ଉପରେ ରହିଛି । ଜିଲ୍ଲା ମୁଖ୍ୟାଳୟଠାରୁ ଏହାର ଦୁରତ୍ୱ ୨୬ କିଲୋମିଟର ହେଇଥିବାବେଳେ ଏହାର ଜନଘନତ୍ୱ ସାଧାରଣ ଭାବେ ଅଧିକ ରହିଥାଏ । ଜଳସେଚନର ସୁବିଧା ପର୍ଯ୍ୟାପ୍ତ ଭାବରେ ନଥିବା ଏହି ଅଞ୍ଚଳ ମରୁଡି ପ୍ରବଣ । ଏଠାରେ ପୃଷ୍ଟିକର ଖାଦ୍ୟ ଅଭାବରୁ ଶିଶୁ ମୃତ୍ୟୁ ହାର ପ୍ରତି ୧,୦୦୦ରେ ୧୧୮ ହେଇଥାଏ । 

ଇତିହାସ[ସମ୍ପାଦନା]

ବିଜେପୁର ଜମିଦାର ଭାବନା 

ବିଜେପୁର ସ୍ୱାଧୀନତା ପୂର୍ବରୁ ଏକ ଜମିଦାରୀ ରାଜ୍ୟ ଥିଲା । ଏହାକୁ ଉତ୍ତର ବାଇଶି କୁହାଯାଉଥିଲା । ଏଠାରେ ଶାଲ, ପୋଷାକ ଓ ହତତନ୍ତ୍ର ଲୁଗାର ଉତ୍ପାଦନ ବହୁ ପରିମାଣରେ ହଉଥିଲା । ଏହା ଆଗରୁ ଗୋଣ୍ଡ ଜାତିର ଶାସକମାନଙ୍କ ଅଧୀନରେ ଥିଲା । ପରେ ସମ୍ବଲପୁରର ରାଜା ଜଣେ କୁଳିତା ଜାତିର ବ୍ୟକ୍ତିଙ୍କୁ ଏହାର ଜମିଦାରୀ ପ୍ରଦାନ କରିଥିଲେ । ପରେ ବ୍ରିଟିଶ ଅମଳରେ ତାଙ୍କୁ ତାହା ୧୮୬୩ ମସିହାରେ "ଗଡ଼ତିଆ" ଉପାଧି ସହ ପ୍ରଦାନ କରାଯାଇଥିଲା । 

ପ୍ରକୃତି [ସମ୍ପାଦନା]

ବିଜେପୁର ରାପତା 

ବିଜେପୁରର ଜଳବାୟୁ ଆର୍ଦ୍ର ଓ ସେଠାରେ ଅଧିକାଂଶ ଜମି ଚାଷ ଅଞ୍ଚଳ । ସେଠାରେ କିଛି ପରିମାଣରେ ଆର୍ଦ୍ର ଜଙ୍ଗଲ ରହିଛି । 

ପ୍ରକୃତିକ ବିପର୍ଯ୍ୟୟ [ସମ୍ପାଦନା]

ବିଜେପୁର ଅଞ୍ଚଳ ଭୂମିକମ୍ପ ପ୍ରବଣ ଅଞ୍ଚଳ ସମୂହ ଭିତରେ ରହିଛି । ଏଠାରେ ବନ୍ୟାର ସମ୍ଭାବନା କମ ରହିଥିବା ବେଳେ ବାତ୍ୟାର ସମ୍ଭାବନା ମଧ୍ୟ କମ । 

ଜନ  ସଂଖ୍ୟା [ସମ୍ପାଦନା]

୨୦୧୧ ମସିହା ଜନଗଣନାରେ ବିଜେପୁରର ଜନସଂଖ୍ୟା ୬,୯୨୨  ଥିଲା । ଏଥି ମଧ୍ୟରୁ ପୁରୁଷ ସଂଖ୍ୟା ୩୪୩୭ ଥିଲା ବେଳେ ମହିଳା ସଂଖ୍ୟା ୩୪୮୫  ଥିଲା  । ଏଠାର ସାକ୍ଷରତା ହାର ୭୨.୮୭% ଯାହା ଜାତୀୟ ହାରଠାରୁ ଅଧିକ । ୬ ବର୍ଷରୁ କମ ସଂଖ୍ୟା ୧୦.୨୭%ରହିଥିଲା । ଏଠାରେ ବିଶେଷ ସଂଖ୍ୟାରେ ଆଗ୍ରିଆ ଜାତିର ଲୋକ ରହିଥାନ୍ତି । ସେମାନେ ବହୁ ପୁରାତନ କାଳରୁ ମୋଗଲ ସମୟରେ ଆଗ୍ରାରୁ ଆସିଥିଲେ । ମୁଖ୍ଯତଃ ଲୋକମାନେ ଚାଷ କାମରେ ଥିବା ବେଳେ କିଛି ଲୋକ ବିଭିନ୍ନ ବ୍ୟବସାୟରେ ଲିପ୍ତ ରହନ୍ତି । ଏଠାରେ କଥିତ ଭାଷା ସମ୍ବଲପୁରୀ । 

ସଂସ୍କୃତି[ସମ୍ପାଦନା]

Kalas Yatra

ନୂଆଖାଇ ଏଠାର ମୁଖ୍ୟ ପର୍ବ । ରାମଲିଳା ଓ ଧନୁଯାତ୍ରା ମଧ୍ୟ ଏଠାରେ ପାଳନ କରାଯାଏ । 

ଅର୍ଥନୈତିକ ଅବସ୍ଥା [ସମ୍ପାଦନା]

କୃଷି ଏଠାରେ ମୁଖ୍ୟ ଜୀବିକା ହେଇଥିବାରୁ ଫସଲ ଅମଳ ଉପରେ ଲୋକଙ୍କ ସ୍ଥିତି ନିର୍ଭରଶୀଳ । ତେବେ ଏଠାରେ ସମ୍ବଲପୁରୀ ବସ୍ତ୍ରର ବୟନ ଓ ବ୍ୟବସାୟ ମଧ୍ୟ ବହୁଳ ପରିମାଣରେ ହେଇ ଅନେକ ଲୋକଙ୍କୁ ଜୀବିକା ଦେଇ ଥାଏ । ଉଲ୍ଲେଖ ଯୋଗ୍ୟ କଥା ଏହା ଯେ ବହୁ ପ୍ରାଚୀନ କାଳରୁ ସମ୍ବଲପୁରୀ ହସ୍ତତନ୍ତ୍ର ବସ୍ତ୍ରର ବୟନ ପ୍ରଣାଳୀ ଏହି ବିଜେପୁରରୁ ଆରମ୍ଭ ହେଇଥିଲା । 

ଶିକ୍ଷାନୁଷ୍ଠାନ[ସମ୍ପାଦନା]

Govt. High School, Bijepur

ବିଜେପୁରଠାରେ ପର୍ଯ୍ୟାପ୍ତ ସଂଖ୍ୟାରେ ସ୍କୁଲ ତଥା ଏକ ପ୍ରତିଷ୍ଠିତ ଡିଗ୍ରୀ କଲେଜ ରହିଛି । ଏହା ସହ ଏଠାରେ ଆନନ୍ଦ ମାର୍ଗ  ଦ୍ୱାରା ପରିଚାଳିତ ସ୍କୁଲ ମଧ୍ୟ ରହିଛି ।

Bijepur College, Bijepur

ସ୍ୱାଧୀନତା ସଂଗ୍ରାମରେ ବିଜେପୁରର ଅବଦାନ [ସମ୍ପାଦନା]

ପଶ୍ଚିମ ଓଡ଼ିଶାର ମଦର ଟେରେସା କୁହାଯାଉଥିବା ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବିକା ପାର୍ବତୀ ଗିରି, ଏଠାରେ ସ୍ୱାଧୀନତା ସଂଗ୍ରାମ ସମୟରେ ଉଲ୍ଲେଖନୀୟ ଅବଦାନ ଦେବା ସହ ସାରା ପଶ୍ଚିମ ଓଡ଼ିଶାରେ ଦିନ ଦରିଦ୍ର ଓ ଅସହାୟମାନଙ୍କ ସେବା ପାଇଁ କାର୍ଯ୍ୟ କରିଥିଲେ । ସେ ମହାତ୍ମା ଗାନ୍ଧୀଙ୍କ ସହ ମିଶି ଏହି ଅଞ୍ଚଳରେ ଅସହଯୋଗ ଆନ୍ଦୋଳନକୁ ଆଗେଇ ନେଇ କାରାବରଣ କରିଥିଲେ । ପାଇକମାଳାଞ୍ଚଳରେ ତାଙ୍କ ପ୍ରତିଷ୍ଠିତ ଅନାଥାଶ୍ରମ ଏହି ଅଞ୍ଚଳର ଅନାଥ ଶିଶୁଙ୍କୁ ନିଜ ଗୋଦାରେ ଠିଆ ହେବାକୁ ପ୍ରସ୍ତୁତ କରିଥାଏ । 

ବିଜେପୁର ତହସିଲ [ସମ୍ପାଦନା]

List Of Villages in Bijepur[ସମ୍ପାଦନା]

Badbausen Badbramahani Bairakhapali Beniachal Bhatigaon Bijepur Budapali Baramunda
Charpali Ganthiapali Jaring Jokhipali Kharmunda Laumunda M.srigida Pada
Pahandi Patharala Saipali Samaleipadar Sanbausen Surubali T.gendapali Talapadar
Baunspola

List of sub villages in Bijepur[ସମ୍ପାଦନା]

Ailpur Aimal Arda B Nuapali Badipali Balanda Bandupali Banjidungri
Barangabahal Barguda Barkani Barmunda Baunsanpola Bhalubahal Bhalupali Bhatibahali
Bhetiapadar Bhoipali Bhoiropur Billeipali Brahmanipali Budhadhara Cherangamunda Darlipali
Deheripali Dhumapali Gudimunda J Sirigida Jalpali Jampali Jhirlipali K Gandpali
K Nuapali Kalangadera Kalangapali Kandhara Kandihi Kanpuri Karle Karnapa
Katapali Keseipali Keutipali Khaliapali Khanda Khuntpali Kurkuta Kurlamunda
Lemdhar Litipali Luhurapali M Gandpali Mahaberna Mahulpali Majhipali Manikchoura
Manoharpali Manpur Masanabahal Muindomahul P Gandapali Phulerpali Pipilipali Pradhanmal
Purna Putka Putkigrinjel Rangamatia Ranimal Rengalipali Sadhupali Saledamki
Sandibahal Sargipali Satbandh Tangrupadar Tengra Tuhilamal/Bhulargoth

As per census (Bijepur Block)[ସମ୍ପାଦନା]

1991[ସମ୍ପାଦନା]

Block Population Education Medical Facility Drinking water Post & Telegraph Market Approach road Pucca road Power supply
Bijepur 84568 84084 54021 84568 33056 22014 27409 18368 75194

2001[ସମ୍ପାଦନା]

BLOCK Geog Area (km2) No of House holds No of Villages Population SC population ST population
BIJEPUR 323.94 23135 110 95843 18918 12841

ରାଜନୀତି [ସମ୍ପାଦନା]

Year Category Name Party Votes
1961 Mohan Nag Congress 7965
1967 Mohan Nag Congress 9169
1971 Tribikram Mallik Congress Rama 7797
1974 General Gananath Pradhan Utkal Congress 19755
1977 General Nityanand Gartia Janata Party 26498
1980 General Rajib Lochan Hota Congress E 23656
1985 General NIkunja Bihari singh Janata Party 33691
1990 General NIkunja Bihari singh J D 48934
1991 Kishorimani Singh J D 44756
1995 General Ripunath Seth Congress 40813
2000 General Ashok Kumar Panigrahi BJD 57298
2004 Subal Sahu Congress 66407
2009 General Subal Sahu Congress 56862


ଆଧାର [ସମ୍ପାଦନା]

  1. http://www.maplandia.com/india/orissa/sambalpur/bijepur/
  2. http://www.onefivenine.com/india/villag/Bargarh/Bijepur
  3. http://www.naveenpatnaik.com/Bijepur-Block-nac-municipality-27.html Archived 2017-06-23 at the Wayback Machine.
  4. http://www.fallingrain.com/world/IN/21/Bijepur.html
  5. http://www.census2011.co.in/data/town/380419-bijepur-orissa.html