ରାଜେନ ଏକ୍କା
ଦେଖଣା
ରାଜେନ ଏକ୍କା | |
---|---|
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୯ – ଏବେଯାଏଁ | |
ପୂର୍ବ ଅଧିକାରୀ | ମଙ୍ଗଳା କିଶାନ |
ନିର୍ବାଚନ ମଣ୍ଡଳୀ | ରାଜଗାଙ୍ଗପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୬ ଅପ୍ରେଲ ୧୯୭୨ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ସରିତା କୁଜୁର୍ |
ବାପା/ବୋଉ | ଖ୍ରୀଷ୍ଟୋଫର ଏକ୍କା (ବାପା) ସେବସ୍ତିଆନା ଏକ୍କା (ମାଆ) |
ବୃତ୍ତି | ରାଜନୀତିଜ୍ଞ |
ରାଜେନ ଏକ୍କା (ଜନ୍ମ: ୬ ଅପ୍ରେଲ ୧୯୭୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାଜଗାଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ରାଜେନ ଏକ୍କା ୧୯୭୨ ମସିହାର ଅପ୍ରେଲ ମାସ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଖ୍ରୀଷ୍ଟୋଫର ଏକ୍କା ଓ ମାଆଙ୍କ ନାମ ସେବସ୍ତିଆନା ଏକ୍କା ତାଙ୍କ ପତ୍ନୀଙ୍କ ନାମ ସରିତା କୁଜୁର୍ ।[୧] ତାଙ୍କ ବାପା ଜଣେ ରାଜନୀତିଜ୍ଞ ଭାବରେ ଓଡ଼ିଶା ବିଧାନ ସଭାକୁ ଏବଂ ଲୋକ ସଭାକୁ ପୂର୍ବରୁ ନିର୍ବାଚିତ ହୋଇଥିଲେ ।[୨]
ରାଜନୈତିକ ଜୀବନ
[ସମ୍ପାଦନା]ରାଜେନ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Raazen Ekka". odishaassembly.nic.in. Odisha Assembly. Retrieved 26 October 2020.
- ↑ "ରାଜଗାଙ୍ଗପୁର ବିଧାନ ସଭା ମଣ୍ଡଳୀ; ସବୁ ଦଳରେ ଆଶାୟୀଙ୍କ ଲମ୍ବା ତାଲିକା". Samaja Live. 14 March 2019. Retrieved 26 October 2020.
ବାହାର ଆଧାର
[ସମ୍ପାଦନା]- ଉଇକିମିଡ଼ିଆ କମନ୍ସରେ Raazen Ekka-ସମ୍ପର୍କିତ ମିଡ଼ିଆ