ରାଜେନ ଏକ୍କା

ଉଇକିପିଡ଼ିଆ‌ରୁ
ରାଜେନ ଏକ୍କା
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀମଙ୍ଗଳା କିଶାନ
ନିର୍ବାଚନ ମଣ୍ଡଳୀରାଜଗାଙ୍ଗପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1972-04-06) ୬ ଅପ୍ରେଲ ୧୯୭୨ (ବୟସ ୫୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସରିତା କୁଜୁର୍
ବାପା/ବୋଉଖ୍ରୀଷ୍ଟୋଫର ଏକ୍କା (ବାପା)
ସେବସ୍ତିଆନା ଏକ୍କା (ମାଆ)
ବୃତ୍ତିରାଜନୀତିଜ୍ଞ

ରାଜେନ ଏକ୍କା (ଜନ୍ମ: ୬ ଅପ୍ରେଲ ୧୯୭୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାଜଗାଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ରାଜେନ ଏକ୍କା ୧୯୭୨ ମସିହାର ଅପ୍ରେଲ ମାସ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଖ୍ରୀଷ୍ଟୋଫର ଏକ୍କା ଓ ମାଆଙ୍କ ନାମ ସେବସ୍ତିଆନା ଏକ୍କା ତାଙ୍କ ପତ୍ନୀଙ୍କ ନାମ ସରିତା କୁଜୁର୍ ।[୧] ତାଙ୍କ ବାପା ଜଣେ ରାଜନୀତିଜ୍ଞ ଭାବରେ ଓଡ଼ିଶା ବିଧାନ ସଭାକୁ ଏବଂ ଲୋକ ସଭାକୁ ପୂର୍ବରୁ ନିର୍ବାଚିତ ହୋଇଥିଲେ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ରାଜେନ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Raazen Ekka". odishaassembly.nic.in. Odisha Assembly. Retrieved 26 October 2020.
  2. "ରାଜଗାଙ୍ଗପୁର ବିଧାନ ସଭା ମଣ୍ଡଳୀ; ସବୁ ଦଳରେ ଆଶାୟୀଙ୍କ ଲମ୍ବା ତାଲିକା". Samaja Live. 14 March 2019. Retrieved 26 October 2020.

ବାହାର ଆଧାର[ସମ୍ପାଦନା]

  • ଉଇକିମିଡ଼ିଆ କମନ୍ସରେ Raazen Ekka-ସମ୍ପର୍କିତ ମିଡ଼ିଆ