ରାଜକିଶୋର ମିଶ୍ର

ଉଇକିପିଡ଼ିଆ‌ରୁ
ରାଜକିଶୋର ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ(1942-01-15)୧୫ ଜାନୁଆରୀ ୧୯୪୨
ଆଳି ପିଙ୍ଗଳ,ଜଗତସିଂହପୁର
ମୃତ୍ୟୁ୧ ଅକ୍ଟୋବର ୨୦୨୧(2021-10-01) (ବୟସ ୭୯)
ବୃତ୍ତିଶିକ୍ଷାବିତ
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ
ସଙ୍ଗୀରେଣୁକା ଆଚାର୍ଯ୍ୟ
ପିତାମାତାଗୌରସୁନ୍ଦର ମିଶ୍ର(କବିରାଜ), ଅନ୍ନପୂର୍ଣ୍ଣା ଦେବୀ

ରାଜକିଶୋର ମିଶ୍ର (୧୫ ଜାନୁଆରୀ ୧୯୪୨ - ୦୧ ଅକ୍ଟୋବର ୨୦୨୧) ଜଣେ ଓଡ଼ିଆ ସାହିତ୍ୟିକ ଓ ଶିକ୍ଷାବିତ ଥିଲେ ।[୧] ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଭାବରେ କାର୍ଯ୍ୟକରିବା ସହ ଓଡ଼ିଶା ରିଭ୍ୟୁ, ଉତ୍କଳ ପ୍ରସଙ୍ଗ ଆଦି ପତ୍ରିକାର ସମ୍ପାଦନା କରିଥିଲେ । ସେ ଶାରଳା ପୁରସ୍କାର ଚୟନ କମିଟିର ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । [୨] ନବୀନ ପଟ୍ଟନାୟକ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାର ଆଦ୍ୟବର୍ଷମାନଙ୍କରେ ରାଜକିଶୋର ତାଙ୍କର ଓଡ଼ିଆ ଶିକ୍ଷକ ଥିଲେ । ଇଂରାଜୀ ଲିପିରେ ଓଡ଼ିଆ ଲେଖା ପଢିବାର କୌଶଳ ନବୀନବାବୁଙ୍କୁ ରାଜକିଶୋର ହିଁ ଶିଖାଇଥିଲେ । ରେଭେନ୍ସା ମହାବିଦ୍ୟାଳୟ ଆଦି କଲେଜରେ ଜଣେ ଇଂରାଜୀ ଅଧ୍ୟାପକ ଭାବରେ କାର୍ଯ୍ୟକରି ସେବାନିବୃତ ହୋଇଥିଲେ । ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ତାଙ୍କର ରୁଚି ଥିଲା ।

ରାଜକିଶୋର, ୧୯୪୨ମସିହାରେ ଜଗତସିଂହପୁର ଜିଲ୍ଲାର ଆଳି ପିଙ୍ଗଳଠାରେ ଜନ୍ମଗ୍ରହଣ କରିଥିଲେ । ଜେଜେବାପା ଥିଲେ ଜଣେ ଜ୍ୟୋତିର୍ବିଦ । ତାଙ୍କଠାରୁ ଉତ୍ତରାଧିକାରୀ ସୁତ୍ରରେ ଏହି ବିଦ୍ୟା ରାଜକିଶୋରଙ୍କ ପାଖକୁ ଆସିଥିଲା । ପିତା ଥିଲେ କବିରାଜ ଗୌରସୁନ୍ଦର ମିଶ୍ର ଓ ମାତାଙ୍କ ନାମ ଅନ୍ନପୂର୍ଣ୍ଣା ଦେବୀ ଥିଲା । ସେ ରେଣୁକା ଆଚାର୍ଯ୍ୟଙ୍କୁ ବିବାହ କରିଛନ୍ତି ଓ ତାଙ୍କର ୨ଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି ।

ରଚନାବଳୀ[ସମ୍ପାଦନା]

  • ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସର ମରମ କଥା
  • ବ୍ୟାସକବି ଫକୀରମୋହନ- ପ୍ରୀକର୍ସର ଅଫ ଏ ନ୍ୟୁ ଏରା
  • ୧୮୦୪-ଚାର୍ଲସ ଗୋମସ ରିପୋର୍ଟ
  • ୧୮୦୭ ଜର୍ଜ ୱେବଙ୍କ ରିପୋର୍ଟ
  • ସିଫ୍ଟିଂ ଅଫ କ୍ୟାପିଟାଲ ଟୁ ଭୁବନେଶ୍ୱର
  • ନବକଳେବର - ୨୦୧୫
  • ୧୮୬୬ ଗ୍ରେଟ ଫେମିନ
  • ଭାଷାଭିତ୍ତିକ ଉତ୍କଳ ପ୍ରଦେଶ
  • ଶ୍ରୀଜଗନ୍ନାଥ ଭଜନ ସାର ସଂଗ୍ରହ
  • ମଧୁବାବୁ
  • ନେତାଜୀ ସୁଭାଷ ଚନ୍ଦ୍ର ବୋଷ
  • ଜିଲ୍ଲା ଗେଜେଟିୟର
  • ଓଡ଼ିଆ ଭାଷାକୋଷ(ଆର୍ଯ୍ୟ ପ୍ରକାଶନ)[୩]

ମୃତ୍ୟୁ[ସମ୍ପାଦନା]

୨୦୨୧ ମସିହା ଅକ୍ଟୋବର ୧ ତାରିଖରେ ରାଜକିଶୋରଙ୍କର ଭୁବନେଶ୍ୱରଠାରେ ପରଲୋକ ଘଟିଥିଲା ।[୪]

ଆଧାର[ସମ୍ପାଦନା]

  1. Janaki Ballabha Mohanty (1988). An Approach to Oriya Literature: An Historical Study. Panchashila.
  2. http://www.newindianexpress.com/states/odisha/2017/oct/27/sarala-puraskar-conferred-on-writer-banaja-devi-1684269.html
  3. "ବ୍ୟକ୍ତିତ୍ୱ". ନିତିଦିନ ୨୫/୦୩/୨୦୧୭ ପୃଷ୍ଠା ୯. Retrieved 19 December 2017.[permanent dead link]
  4. "Rajkishore Mishra, who taught Odia to Naveen Patnaik, passes away". www.updateodisha.com. updateodisha.com. Archived from the original on 1 October 2021. Retrieved 1 October 2021.