ରାଜକିଶୋର ପ୍ରଧାନ

ଉଇକିପିଡ଼ିଆ‌ରୁ
ରାଜକିଶୋର ପ୍ରଧାନ
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୩
ପୂର୍ବ ଅଧିକାରୀସୁରେନ୍ଦ୍ର ପ୍ରଧାନ
ପର ଅଧିକାରୀଭଜମନ ବେହେରା
ନିର୍ବାଚନ ମଣ୍ଡଳୀଆଠମଲ୍ଲିକ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1934-01-20)ଜାନୁଆରୀ ୨୦, ୧୯୩୪
ମୃତ୍ୟୁ୯ ଡିସେମ୍ବର ୨୦୧୮(2018-12-09) (ବୟସ ୮୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଉତ୍କଳ କଂଗ୍ରେସ
ବାପା/ବୋଉଦୈତାରୀ ପ୍ରଧାନ (ବାପା)
ବୃତ୍ତିରାଜନୀତିଜ୍ଞ

ରାଜକିଶୋର ପ୍ରଧାନ (୨୦ ଜାନୁଆରୀ ୧୯୩୪ - ୯ ଡିସେମ୍ବର ୨୦୧୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଉତ୍କଳ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ରାଜକିଶୋର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ୨୦୧୮ ମସିହାରେ ଟ୍ରେନ୍‌ରୁ ଖସିପଡ଼ି ମୃତ୍ୟୁବରଣ କରିଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ରାଜକିଶୋର ପ୍ରଧାନ ୧୯୩୪ ମସିହାର ଜାନୁଆରୀ ମାସ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦୈତାରୀ ପ୍ରଧାନ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ରାଜକିଶୋର ଓଡ଼ିଶା ରାଜନୀତିରେ ଉତ୍କଳ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ରାଜକିଶୋର ପ୍ରଧାନ ୨୦୧୮ ମସିହାର ଡିସେମ୍ବର ମାସ ୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ସେ ଟ୍ରେନ୍‌ରୁ ଖସିପଡ଼ି ମୃତ୍ୟୁବରଣ କରିଥିବା ଅନୁମାନ କରାଯାଏ ।[୩] ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Rajkishore Pradhan". odishaassembly.nic.in. Odisha Assembly. Retrieved 4 July 2020.
  2. "Former MLA Rajkishore Pradhan found dead on railway track - OrissaPOST". orissapost. 10 December 2018. Retrieved 4 July 2020.
  3. "ଟ୍ରେନ୍‌ରୁ ଖସିପଡ଼ି ଆଠମଲ୍ଲିକର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନ ମୃତ | Sambad". ସମ୍ବାଦ. sambad.in. 10 December 2018. Retrieved 4 July 2020.