ରାଜକିଶୋର ପ୍ରଧାନ
ରାଜକିଶୋର ପ୍ରଧାନ | |
---|---|
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୭୩ | |
ପୂର୍ବ ଅଧିକାରୀ | ସୁରେନ୍ଦ୍ର ପ୍ରଧାନ |
ପର ଅଧିକାରୀ | ଭଜମନ ବେହେରା |
ନିର୍ବାଚନ ମଣ୍ଡଳୀ | ଆଠମଲ୍ଲିକ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଜାନୁଆରୀ ୨୦, ୧୯୩୪ |
ମୃତ୍ୟୁ | ୯ ଡିସେମ୍ବର ୨୦୧୮ | (ବୟସ ୮୪)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଉତ୍କଳ କଂଗ୍ରେସ |
ବାପା/ବୋଉ | ଦୈତାରୀ ପ୍ରଧାନ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ରାଜକିଶୋର ପ୍ରଧାନ (୨୦ ଜାନୁଆରୀ ୧୯୩୪ - ୯ ଡିସେମ୍ବର ୨୦୧୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଉତ୍କଳ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ରାଜକିଶୋର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ୨୦୧୮ ମସିହାରେ ଟ୍ରେନ୍ରୁ ଖସିପଡ଼ି ମୃତ୍ୟୁବରଣ କରିଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ରାଜକିଶୋର ପ୍ରଧାନ ୧୯୩୪ ମସିହାର ଜାନୁଆରୀ ମାସ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦୈତାରୀ ପ୍ରଧାନ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ରାଜକିଶୋର ଓଡ଼ିଶା ରାଜନୀତିରେ ଉତ୍କଳ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ରାଜକିଶୋର ପ୍ରଧାନ ୨୦୧୮ ମସିହାର ଡିସେମ୍ବର ମାସ ୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ସେ ଟ୍ରେନ୍ରୁ ଖସିପଡ଼ି ମୃତ୍ୟୁବରଣ କରିଥିବା ଅନୁମାନ କରାଯାଏ ।[୩] ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Rajkishore Pradhan". odishaassembly.nic.in. Odisha Assembly. Retrieved 4 July 2020.
- ↑ "Former MLA Rajkishore Pradhan found dead on railway track - OrissaPOST". orissapost. 10 December 2018. Retrieved 4 July 2020.
- ↑ "ଟ୍ରେନ୍ରୁ ଖସିପଡ଼ି ଆଠମଲ୍ଲିକର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନ ମୃତ | Sambad". ସମ୍ବାଦ. sambad.in. 10 December 2018. Retrieved 4 July 2020.