ସୁରେନ୍ଦ୍ର ପ୍ରଧାନ
ସୁରେନ୍ଦ୍ର ପ୍ରଧାନ | |
---|---|
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୮୦ | |
ପୂର୍ବ ଅଧିକାରୀ | ହୃଷିକେଶ ହୋତା |
ପର ଅଧିକାରୀ | ହୃଷିକେଶ ହୋତା |
ନିର୍ବାଚନ ମଣ୍ଡଳୀ | ବୀରମହାରାଜପୁର |
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୧ | |
ପୂର୍ବ ଅଧିକାରୀ | କ୍ଷେତ୍ର ମୋହନ ପାଣିଗ୍ରାହୀ |
ପର ଅଧିକାରୀ | ରାଜକିଶୋର ପ୍ରଧାନ |
ନିର୍ବାଚନ ମଣ୍ଡଳୀ | ଆଠମଲ୍ଲିକ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨ ଅଗଷ୍ଟ ୧୯୩୦ |
ମୃତ୍ୟୁ | ୧୨ ଅପ୍ରେଲ ୨୦୧୮ | (ବୟସ ୮୭)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟି |
ଜୀବନ ସାଥୀ | ଅକ୍ଷରା ପ୍ରଧାନ |
ବାପା/ବୋଉ | ପାଇକିରା ପ୍ରଧାନ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ସୁରେନ୍ଦ୍ର ପ୍ରଧାନ (୨ ଅଗଷ୍ଟ ୧୯୩୦ - ୧୨ ଅପ୍ରେଲ ୨୦୧୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଜନତା ପାର୍ଟି ଓ ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସୁରେନ୍ଦ୍ର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୬୭ ଓ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆଠମଲ୍ଲିକ ଓ ବୀରମହାରାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ ଓ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ସୁରେନ୍ଦ୍ର ପ୍ରଧାନ ୧୯୩୦ ମସିହାର ଅଗଷ୍ଟ ମାସ ୨ ତାରିଖରେ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡର କିଶୋରନଗର ବ୍ଲକ ନିକଟସ୍ଥ ଷଣ୍ଢପାଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପାଇକିରା ପ୍ରଧାନ ଓ ପତ୍ନୀଙ୍କ ନାମ ଅକ୍ଷରା ପ୍ରଧାନ । ସେ ତାଙ୍କର ପ୍ରାଥମିକ ଶିକ୍ଷା ଦୋହଲି ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରିଥିଲେ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ହାସଲ କରିଥିଲେ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ସେ ପ୍ରଥମେ ଶିକ୍ଷକତା କରୁଥିଲେ ।ସେ କିଶୋରନର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ । ପରେ ସେ ଶିକ୍ଷକତାରୁ ରାଜନୀିରେ ପାଦ ଦେଇଥିଲେ । ସୁରେନ୍ଦ୍ର ଓଡ଼ିଶା ରାଜନୀତିରେ ଜନତା ପାର୍ଟି ଓ ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ସୁରେନ୍ଦ୍ର ପ୍ରଧାନ ୨୦୧୮ ମସିହାର ଅପ୍ରେଲ ମାସ ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Surendra Pradhan". odishaassembly.nic.in. Odisha Assembly. Retrieved 2 July 2020.
- ↑ "ପୂର୍ବତନ ବିଧାୟକ ସୁରେନ୍ଦ୍ର ପ୍ରଧାନଙ୍କ ପରଲୋକ". dharitri.com/e-Paper/Angul. ୧୩ ଅପ୍ରେଲ ୨୦୧୮. p. ୭. Retrieved 7 April 2021.
{{cite web}}
: Check date values in:|date=
(help)