ରତ୍ନପ୍ରଭା ଦେବୀ
ରତ୍ନପ୍ରଭା ଦେବୀ | |
|---|---|
| ବିଧାୟକ: ୩ୟ, ୪ର୍ଥ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୬୧ – ୧୯୭୧ | |
| ପୂର୍ବ ଅଧିକାରୀ | କାଳିଆ ଦେହୁରୀ, ଶଙ୍କର ପ୍ରତାପ ସିଂହ ଦେଓ |
| ପର ଅଧିକାରୀ | ସୁରେନ୍ଦ୍ର ମୋହନ ପଟ୍ଟନାୟକ |
| ନିର୍ବାଚନ ମଣ୍ଡଳୀ | ଢେଙ୍କାନାଳ |
| ୨ୟ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୫୭ – ୧୯୬୧ | |
| ନିର୍ବାଚନ ମଣ୍ଡଳୀ | କିଶୋର ନଗର |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧୧ ଡିସେମ୍ବର ୧୯୦୯ |
| ମୃତ୍ୟୁ | ୨୭ ଅପ୍ରେଲ ୨୦୦୧ (ବୟସ ୯୧) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ସ୍ୱତନ୍ତ୍ର ପାର୍ଟି |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦ |
| ଜୀବନ ସାଥୀ | ଶଙ୍କର ପ୍ରତାପ ସିଂହ ଦେଓ |
| ସନ୍ତାନ | କାମାକ୍ଷା ପ୍ରସାଦ ସିଂହ ଦେଓ |
| ବାପା/ବୋଉ | ଆଦିତ୍ୟ ପ୍ରତାପ ସିଂହ ଦେଓ (ବାପା) |
| ସମ୍ପର୍କୀୟ | ରାଜେନ୍ଦ୍ର ନାରାୟଣ ସିଂହଦେଓ (ଭାଇ) |
| ବୃତ୍ତି | ରାଜନୀତିଜ୍ଞ |
ରତ୍ନପ୍ରଭା ଦେବୀ (୧୧ ଡିସେମ୍ବର ୧୯୦୯ - ୨୭ ଅପ୍ରେଲ ୨୦୦୧) ଜଣେ ଓଡ଼ିଆ ରାଜନୀତିଜ୍ଞା ଥିଲେ । ସେ ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦ ଓ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ରତ୍ନପ୍ରଭା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୫୭, ୧୯୬୧ ଓ ୧୯୬୭ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ କିଶୋର ନଗର ଓ ଢେଙ୍କାନାଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ, ୩ୟ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ଶିକ୍ଷା ଓ ପରିବାର
[ସମ୍ପାଦନା]ରତ୍ନପ୍ରଭା ୧୯୦୯ ମସିହାର ଡିସେମ୍ବର ମାସ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଆଦିତ୍ୟ ପ୍ରତାପ ସିଂହ ଦେଓ ଓ ପତିଙ୍କ ନାମ ଶଙ୍କର ପ୍ରତାପ ସିଂହ ଦେଓ ।[୧] ତାଙ୍କ ପତି ଶଙ୍କର ପ୍ରତାପ ସିଂହ ଦେଓ, ପୁଅ କାମାକ୍ଷା ପ୍ରସାଦ ସିଂହ ଦେଓ ଓ ଭାଇ ରାଜେନ୍ଦ୍ର ନାରାୟଣ ସିଂହଦେଓ ଓଡ଼ିଶା ରାଜନୀତିରେ ଜଣାଶୁଣା ରାଜନେତା ।[୨]
ରାଜନୈତିକ ଜୀବନ
[ସମ୍ପାଦନା]ରତ୍ନପ୍ରଭା ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦ ଓ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ ।
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]| ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
|---|---|---|---|---|
| ୧୯୫୭ | ୧୯୬୧ | ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା | କିଶୋର ନଗର | ଗଣତନ୍ତ୍ର ପରିଷଦ |
| ୧୯୬୧ | ୧୯୬୭ | ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା | ଢେଙ୍କାନାଳ | ସ୍ୱତନ୍ତ୍ର ପାର୍ଟି |
| ୧୯୬୭ | ୧୯୭୧ | ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା | ଢେଙ୍କାନାଳ | ସ୍ୱତନ୍ତ୍ର ପାର୍ଟି |
ମୃତ୍ୟୁ
[ସମ୍ପାଦନା]ରତ୍ନପ୍ରଭା ୨୦୦୧ ମସିହାର ଅପ୍ରେଲ ମାସ ୨୭ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Ratnaprava Devi". odishaassembly.nic.in. Odisha Assembly. Retrieved 10 August 2020.
- ↑ "Brother-sister duo in Odisha Assembly for long 15 years | Sambad English". Sambad English. 26 April 2019. Retrieved 10 August 2020.