ରତ୍ନପ୍ରଭା ଦେବୀ

ଉଇକିପିଡ଼ିଆ‌ରୁ
ରତ୍ନପ୍ରଭା ଦେବୀ
ବିଧାୟକ: ୩ୟ, ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୭୧
ପୂର୍ବ ଅଧିକାରୀକାଳିଆ ଦେହୁରୀ, ଶଙ୍କର ପ୍ରତାପ ସିଂହ ଦେଓ
ପର ଅଧିକାରୀସୁରେନ୍ଦ୍ର ମୋହନ ପଟ୍ଟନାୟକ
ନିର୍ବାଚନ ମଣ୍ଡଳୀଢେଙ୍କାନାଳ
୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ନିର୍ବାଚନ ମଣ୍ଡଳୀକିଶୋର ନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1909-12-11)୧୧ ଡିସେମ୍ବର ୧୯୦୯
ମୃତ୍ୟୁ୨୭ ଅପ୍ରେଲ ୨୦୦୧(2001-04-27) (ବୟସ ୯୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦ
ଜୀବନ ସାଥୀଶଙ୍କର ପ୍ରତାପ ସିଂହ ଦେଓ
ସନ୍ତାନକାମାକ୍ଷା ପ୍ରସାଦ ସିଂହ ଦେଓ
ବାପା/ବୋଉଆଦିତ୍ୟ ପ୍ରତାପ ସିଂହ ଦେଓ (ବାପା)
ସମ୍ପର୍କୀୟରାଜେନ୍ଦ୍ର ନାରାୟଣ ସିଂହଦେଓ (ଭାଇ)
ବୃତ୍ତିରାଜନୀତିଜ୍ଞ

ରତ୍ନପ୍ରଭା ଦେବୀ (୧୧ ଡିସେମ୍ବର ୧୯୦୯ - ୨୭ ଅପ୍ରେଲ ୨୦୦୧) ଜଣେ ଓଡ଼ିଆ ରାଜନୀତିଜ୍ଞା ଥିଲେ । ସେ ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦ ଓ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ରତ୍ନପ୍ରଭା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୫୭, ୧୯୬୧ ଓ ୧୯୬୭ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ କିଶୋର ନଗର ଓ ଢେଙ୍କାନାଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ, ୩ୟ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ରତ୍ନପ୍ରଭା ୧୯୦୯ ମସିହାର ଡିସେମ୍ବର ମାସ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଆଦିତ୍ୟ ପ୍ରତାପ ସିଂହ ଦେଓ ଓ ପତିଙ୍କ ନାମ ଶଙ୍କର ପ୍ରତାପ ସିଂହ ଦେଓ ।[୧] ତାଙ୍କ ପତି ଶଙ୍କର ପ୍ରତାପ ସିଂହ ଦେଓ, ପୁଅ କାମାକ୍ଷା ପ୍ରସାଦ ସିଂହ ଦେଓ ଓ ଭାଇ ରାଜେନ୍ଦ୍ର ନାରାୟଣ ସିଂହଦେଓ ଓଡ଼ିଶା ରାଜନୀତିରେ ଜଣାଶୁଣା ରାଜନେତା ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ରତ୍ନପ୍ରଭା ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦ ଓ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ ।

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୫୭ ୧୯୬୧ ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା କିଶୋର ନଗର ଗଣତନ୍ତ୍ର ପରିଷଦ
୧୯୬୧ ୧୯୬୭ ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା ଢେଙ୍କାନାଳ ସ୍ୱତନ୍ତ୍ର ପାର୍ଟି
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା ଢେଙ୍କାନାଳ ସ୍ୱତନ୍ତ୍ର ପାର୍ଟି

ମୃତ୍ୟୁ[ସମ୍ପାଦନା]

ରତ୍ନପ୍ରଭା ୨୦୦୧ ମସିହାର ଅପ୍ରେଲ ମାସ ୨୭ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Ratnaprava Devi". odishaassembly.nic.in. Odisha Assembly. Retrieved 10 August 2020.
  2. "Brother-sister duo in Odisha Assembly for long 15 years | Sambad English". Sambad English. 26 April 2019. Retrieved 10 August 2020.