ମୟୂର ଚୂଳିଆ
ଦେଖଣା
| ମୟୂର ଚୂଳିଆ | |
|---|---|
| Celosia cristata | |
| Scientific classification | |
| Kingdom: | |
| (unranked): | |
| (unranked): | |
| (unranked): | |
| Order: | |
| Family: | |
| Genus: | |
| Species: | C. cristata
|
| Binomial name | |
| Celosia cristata Carolus Linnaeus
| |
ମୟୂର ଚୂଳିଆ ଗଛ ଏକ ମଧ୍ୟମ ଆକାରର ଗଛ। ଫୁଲ ଗୁଡ଼ିକ ମୟୂର ଚୂଳ ପରି ଦିଶେ। ପତ୍ରରେ ମୟୂର ଚନ୍ଦ୍ରିକାର ଚିହ୍ନ ରହିଥାଏ। ଏହା ଏକ ଦୁର୍ଲଭ ଜଡ଼ିବୁଟି।
ବିବିଧ ଭାରତୀୟ ପ୍ରାଦେଶିକ ନାମ
[ସମ୍ପାଦନା]| ପ୍ରାଦେଶିକ ଭାଷା | ନାମ |
|---|---|
| ଓଡ଼ିଆ | ମୟୂର ଚୂଳିଆ, ମୟୂର ଚୂଡ଼ିଆ ଓ ମୟୂର ଶିଖା ଗଛ |
| ସଂସ୍କୃତ | ମୟୂରଶିଖା, ମୟୂରଚୂଡ଼ା, ମଧୂଛନ୍ଦା, ବହିର୍ଶିଖା, ବଖାବଳା, ଶିଖିନୀ, ସୁଶିଖା |
| ହିନ୍ଦୀ | ମୋର ଶିଖା |
| ତେଲୁଗୁ | ମାଇରକ୍ଷିପା |
| ବଙ୍ଗଳା | ଲାଲ୍ ମୋରଗ |
ଶାସ୍ତ୍ରୋକ୍ତ ଗୁଣ
[ସମ୍ପାଦନା]ଅଳ୍ପ ମଧୁର ରସ, ନିଦ୍ରାକର, ଲଘୁପାକ, ଶାନ୍ତିପ୍ରଦ
ବ୍ୟବହାର
[ସମ୍ପାଦନା]ଏହାର ସର୍ବାଙ୍ଗ ଔଷଧ ରୂପେ ବ୍ୟବହାର କରାଯାଏ। ଏହା ବାୟୁ ଶୂଳ, ପିତ୍ତଦୋଷ, ଶ୍ଳେଷ୍ମ, ଝାଡ଼ା, ବାନ୍ତି, ମୂତ୍ରରୋଧ, ପେଟବ୍ୟଥା, ଅନିଦ୍ରା ଓ ଯାବତୀୟ ଶିଶୁରୋଗର ନିବାରକ ଅଟେ। ପିଲାମାନଙ୍କର କାଶରେ ସର୍ବାଙ୍ଗର ଚୂର୍ଣ୍ଣକୁ ମହୁ ସହିତ,ଝାଡ଼ା ବାନ୍ତିରେ ମୂଳକୁ ମହୁ ସହିତ, ମୂତ୍ରକୃଚ୍ଛ୍ର, ଅଶ୍ମରୀ ଓ ମୂତ୍ରାଘାତରେ ପତ୍ରର ରସକୁ ଜଳ ସହିତ, ପେଟ ଫମ୍ପାରେ ଗୋଲ ମରିଚ ସହିତ ବ୍ୟବହାର କରାଯାଏ। କଣ୍ଠ ସ୍ୱର ମଧୁର କରିବାପାଇଁ ପିପ୍ପଳୀ ଓ ଯାଷ୍ଠିମଧୁ ସହିତ ପ୍ରୟୋଗ କରାଯାଏ।
ବାହାର ଆଧାର
[ସମ୍ପାଦନା]- ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ