ମୟୂର ଚୂଳିଆ

ଉଇକିପିଡ଼ିଆ‌ରୁ

ମୟୂର ଚୂଳିଆ
Celosia cristata
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Core eudicots
ଗଣ: Caryophyllales
କୁଳ: Amaranthaceae
ପ୍ରଜାତି: Celosia
ଜାତି: C. cristata
ବାଇନୋମିଆଲ ନାମ
Celosia cristata
Carolus Linnaeus

ମୟୂର ଚୂଳିଆ ଗଛ ଏକ ମଧ୍ୟମ ଆକାରର ଗଛ। ଫୁଲ ଗୁଡ଼ିକ ମୟୂର ଚୂଳ ପରି ଦିଶେ। ପତ୍ରରେ ମୟୂର ଚନ୍ଦ୍ରିକାର ଚିହ୍ନ ରହିଥାଏ। ଏହା ଏକ ଦୁର୍ଲଭ ଜଡ଼ିବୁଟି।

ବିବିଧ ଭାରତୀୟ ପ୍ରାଦେଶିକ ନାମ[ସମ୍ପାଦନା]

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ମୟୂର ଚୂଳିଆ, ମୟୂର ଚୂଡ଼ିଆ ଓ ମୟୂର ଶିଖା ଗଛ
ସଂସ୍କୃତ ମୟୂରଶିଖା, ମୟୂରଚୂଡ଼ା, ମଧୂଛନ୍ଦା, ବହିର୍ଶିଖା, ବଖାବଳା, ଶିଖିନୀ, ସୁଶିଖା
ହିନ୍ଦୀ ମୋର ଶିଖା
ତେଲୁଗୁ ମାଇରକ୍ଷିପା
ବଙ୍ଗଳା ଲାଲ୍ ମୋରଗ

ଶାସ୍ତ୍ରୋକ୍ତ ଗୁଣ[ସମ୍ପାଦନା]

ଅଳ୍ପ ମଧୁର ରସ, ନିଦ୍ରାକର, ଲଘୁପାକ, ଶାନ୍ତିପ୍ରଦ

ବ୍ୟବହାର[ସମ୍ପାଦନା]

ଏହାର ସର୍ବାଙ୍ଗ ଔଷଧ ରୂପେ ବ୍ୟବହାର କରାଯାଏ। ଏହା ବାୟୁ ଶୂଳ, ପିତ୍ତଦୋଷ, ଶ୍ଳେଷ୍ମ, ଝାଡ଼ା, ବାନ୍ତି, ମୂତ୍ରରୋଧ, ପେଟବ୍ୟଥା, ଅନିଦ୍ରା ଓ ଯାବତୀୟ ଶିଶୁରୋଗର ନିବାରକ ଅଟେ। ପିଲାମାନଙ୍କର କାଶରେ ସର୍ବାଙ୍ଗର ଚୂର୍ଣ୍ଣକୁ ମହୁ ସହିତ,ଝାଡ଼ା ବାନ୍ତିରେ ମୂଳକୁ ମହୁ ସହିତ, ମୂତ୍ରକୃଚ୍ଛ୍ର, ଅଶ୍ମରୀ ଓ ମୂତ୍ରାଘାତରେ ପତ୍ରର ରସକୁ ଜଳ ସହିତ, ପେଟ ଫମ୍ପାରେ ଗୋଲ ମରିଚ ସହିତ ବ୍ୟବହାର କରାଯାଏ। କଣ୍ଠ ସ୍ୱର ମଧୁର କରିବାପାଇଁ ପିପ୍ପଳୀଯାଷ୍ଠିମଧୁ ସହିତ ପ୍ରୟୋଗ କରାଯାଏ।

ବାହାର ଆଧାର[ସମ୍ପାଦନା]

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ