Jump to content

ମନୋରମା ମହାନ୍ତି

ଉଇକିପିଡ଼ିଆ‌ରୁ
ମନୋରମା ମହାନ୍ତି
ବିଧାୟକ: ୧୭ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୫ ଜୁନ ୨୦୨୪ – ଏବେଯାଏଁ
ପୂର୍ବ ଅଧିକାରୀଭୂପିନ୍ଦର ସିଂହ
ନିର୍ବାଚନ ମଣ୍ଡଳୀନର୍ଲା
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୯୮୦
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ବୃତ୍ତିରାଜନୀତିଜ୍ଞ

ମନୋରମା ମହାନ୍ତି (ଜନ୍ମ: ୧୯୮୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ମନୋରମା ୧୯୮୦ ମସିହାରେ କଳାହାଣ୍ଡି ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ନର୍ଲାର ବାସିନ୍ଦା । ସେ ଦୁର୍ଗା ପ୍ରସାଦ ମହାନ୍ତିଙ୍କୁ ବିବାହ କରିଛନ୍ତି । ସେ ପାଟଣା ସ୍ଥିତ 'ବିହାର ବୋର୍ଡ଼ ଅଫ ଓପନ୍ ସ୍କୁଲିଂ ଆଣ୍ଡ ଏକ୍ସାମିନେସନ୍' ଜରିଆରେ ତାଙ୍କର ଉଚ୍ଚଶିକ୍ଷା ଶେଷ କରିଥିଲେ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ମନୋରମା ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ ସକ୍ରିୟ ଅଛନ୍ତି ।[୩] ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରେ, ସେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନର୍ଲା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।[୪] ଏହି ନିର୍ବାଚନରେ, ସେ ସମୁଦାୟ ୬୭,୫୩୨ ଖଣ୍ଡ ଭୋଟ୍ ପାଇଥିଲେ[୫] ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପାର୍ଥୀ ଭକ୍ତ ଚରଣ ଦାସଙ୍କୁ ୫,୨୦୫ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୬][୭]

ଆଧାର[ସମ୍ପାଦନା]

  1. "Odisha Assembly Election Result 2024: Full list of winners". Financialexpress (in ଇଂରାଜୀ). 2024-06-05. Retrieved 2024-06-05.
  2. "Manorama Mohanty(BJD):Constituency- NARLA(KALAHANDI) - Affidavit Information of Candidate:". www.myneta.info. Retrieved 2024-06-05.
  3. "Manorama Mohanty , BJD Election Results LIVE: Latest Updates On Manorama Mohanty , Lok Sabha Constituency Seat - NDTV.com". www.ndtv.com. Retrieved 2024-06-05.
  4. "Full list of Odisha Assembly elections 2024 winners". The Indian Express (in ଇଂରାଜୀ). 2024-06-05. Retrieved 2024-06-05.
  5. "Narla, Odisha Assembly Election Results 2024 Highlights: BJD's MANORAMA MOHANTY wins Narla with 67532 votes". India Today (in ଇଂରାଜୀ). 2024-06-04. Retrieved 2024-06-05.
  6. "General Election to Assembly Constituencies 2024: Bhadrak (Odisha)". Election Commission of India. Retrieved 11 June 2024.
  7. "Narla Election Result 2024 LIVE Updates Highlights: Assembly Winner, Loser, Leading, Trailing, MLA, Margin". News18 (in ଇଂରାଜୀ). 2024-06-04. Retrieved 2024-06-05.