ମନମୋହନ ଟୁଡୁ

ଉଇକିପିଡ଼ିଆ‌ରୁ
ମନମୋହନ ଟୁଡୁ
ବିଧାୟକ: ୨ୟ, ୩ୟ, ୪ର୍ଥ, ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୭୩
ପର ଅଧିକାରୀରାବଣେଶ୍ୱର ମଢ଼େଇ
ନିର୍ବାଚନ ମଣ୍ଡଳୀଉଦଳା
ସାଂସଦ: ୫ମ ଲୋକ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୭
ନିର୍ବାଚନ ମଣ୍ଡଳୀମୟୂରଭଞ୍ଜ
ସାଂସଦ: ୭ମ ଲୋକ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୪
ନିର୍ବାଚନ ମଣ୍ଡଳୀମୟୂରଭଞ୍ଜ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1918-01-14)ଜାନୁଆରୀ ୧୪, ୧୯୧୮
ମୃତ୍ୟୁ୯ ଜାନୁଆରୀ ୨୦୦୭(2007-01-09) (ବୟସ ୮୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନ କଂଗ୍ରେସ
ଜୀବନ ସାଥୀସୀତା ଦେବୀ
ବାପା/ବୋଉଫୁଦାମ ମାଝୀ (ବାପା)
ବୃତ୍ତିରାଜନୀତିଜ୍ଞ

ମନମୋହନ ଟୁଡୁ (୧୪ ଜାନୁଆରୀ ୧୯୧୮ - ୯ ଜାନୁଆରୀ ୨୦୦୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ମନମୋହନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ ଜନ କଂଗ୍ରେସ କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଚାରିଥର ବିଧାୟକ ଭାବରେ ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଦୁଇଥର ସାଂସଦ ଭାବରେ କାର୍ଯ୍ୟ କରିଥିଲେ । ୧୯୫୭, ୧୯୬୧, ୧୯୬୭ ଓ ୧୯୭୧ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଉଦଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ, ୩ୟ, ୪ର୍ଥ, ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ସେ ୧୯୭୧ ଓ ୧୯୮୦ ମସିହାରେ ମୟୂଭଞ୍ଜ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ୭ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ମନମୋହନ ଟୁଡୁ ୧୯୧୮ ମସିହାର ଜାନୁଆରୀ ମାସ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଫୁଦାମ ମାଝୀ ।[୧] ତାଙ୍କ ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ । ତାଙ୍କ ପତ୍ନୀଙ୍କ ନାମ ସୀତା ଦେବୀ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ମନମୋହନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ ଜନ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବଂ ଲୋକ ସଭାରେ ଜଣେ ସାଂସଦ ଭାବରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ[ସମ୍ପାଦନା]

ମନମୋହନ ଟୁଡୁ ୨୦୦୭ ମସିହାର ଜାନୁଆରୀ ମାସ ୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Manmohan Tudu". odishaassembly.nic.in. Odisha Assembly. Retrieved 27 August 2019.
  2. "MLA Manmohan Tudu Profile - UDALA Constituency". naveenpatnaik.com. Archived from the original on 2017-10-29. Retrieved 2019-08-30.