ଭିନବ୍ଲାସ୍ଟିନ
Clinical data | |
---|---|
Trade names | Velban, others |
Synonyms | vincaleukoblastine |
AHFS/Drugs.com | monograph |
MedlinePlus | a682848 |
Pregnancy category | |
Routes of administration | intravenous |
ATC code | |
Legal status | |
Legal status | |
Pharmacokinetic data | |
Bioavailability | n/a |
Metabolism | Liver (CYP3A4-mediated) |
Elimination half-life | 24.8 hours (terminal) |
Excretion | Biliary and kidney |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
NIAID ChemDB | |
ECHA InfoCard | 100.011.577 |
Chemical and physical data | |
Formula | C46H58N4O9 |
Molar mass | 810.975 g/mol |
3D model (JSmol) | |
| |
| |
(what is this?) (verify) |
ଭିନବ୍ଲାସ୍ଟିନ (ଇଂରାଜୀ ଭାଷାରେ 'Vinblastine')ଏକ କେମୋଥେରାପି ଔଷଧ (chemotherapy medication) ଯାହା ଅନ୍ୟାନ୍ୟ ଔଷଧମାନଙ୍କ ସହିତ ଅନେକ ପ୍ରକାରର କର୍କଟ ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ । ଏହି ରୋଗଗୁଡ଼ିକର ନାମ ହଜକିନ୍ସ ଲିମ୍ଫୋମା, ନନ ସ୍ମଲ ସେଲ ଫୁସଫୁସ କର୍କଟ, ମୂତ୍ରାଶୟ କର୍କଟ (bladder cancer), ମସ୍ତିଷ୍କ କର୍କଟ, ମେଲାନୋମା ଓ ଟେସ୍ଟିକୁଲାର କର୍କଟ (testicular cancer) । ଏହା ଶିରାଭ୍ୟନ୍ତର ଇଞ୍ଜେକସନ injection into a vein ଆକାରରେ ଦିଆଯାଏ ।[୧]
ଅଧିକାଂଶ ଲୋକଙ୍କର ଏହି ଔଷଧଦ୍ୱାରା ପାର୍ଶ୍ୱ ପ୍ରତିକ୍ରିୟା ହୁଏ । ସାଧାରଣତଃ ସ୍ପର୍ଶଶକ୍ତିର ପରିବର୍ତ୍ତନ, କୋଷ୍ଠକାଠିନ୍ୟ, ଦୁର୍ବଳତା, ଅରୁଚି ଓ ମୁଣ୍ଡବଥା ଇତ୍ୟାଦି ପ୍ରତିକ୍ରିୟା ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ରକ୍ତ କଣିକା (low blood cell counts) ଓ ଅଣନିଶ୍ୱାସୀ (shortness of breath) ଲାଗେ । କୌଣସି ଜୀବାଣୁ ସଂକ୍ରମଣ bacterial infection ଭୋଗୁଥିଲେ ଏହା ଦିଆଯାଏନାହିଁ । ଗର୍ଭାବସ୍ଥାରେ ଏହା ଶିଶୁର ହାନୀ କରିବା ସମ୍ଭାବନା ଥାଏ । [୧] ଏହା ଜୀବକୋଷର ବିଭକ୍ତିକରଣକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧]
ସନ ୧୯୫୮ରେ ଭିନବ୍ଲାସ୍ଟିନ ପୃଥକ୍ କରାଯାଇଥିଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ସନ ୨୦୧୪ରେ ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଡୋଜର କ୍ରୟ ମୂଲ୍ୟ ୭.୭୦ରୁ ୩୧.୭୦ ଆମେରିକୀୟ ଡଲାର ଥିଲା । [୪] ଇଂଲଣ୍ଡରେ ଏକ ୧୦ମିଗ୍ରା ଭାଏଲର ମୂଲ୍ୟ ୧୩.୦୯ ପାଉଣ୍ଡ ।[୫] ପ୍ରଥମେ ମାଡାଗାସ୍କର ପେରିଉଇଙ୍କ୍ଲରୁ Madagascar periwinkle ମିଳିଥିଲା ।[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Vinblastine Sulfate". The American Society of Health-System Pharmacists. Retrieved Jan 2, 2015.
- ↑ Ravina, Enrique (2011). The evolution of drug discovery : from traditional medicines to modern drugs (1. Aufl. ed.). Weinheim: Wiley-VCH. p. 157. ISBN 9783527326693.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Vinblastine". Archived from the original on 22 April 2020. Retrieved 28 November 2015.
- ↑ British national formulary : BNF 69 (69 ed.). British Medical Association. 2015. p. 593. ISBN 9780857111562.
- ↑ Liljefors, Tommy; Krogsgaard-Larsen, Povl; Madsen, Ulf (2002). Textbook of Drug Design and Discovery, Third Edition (in ଇଂରାଜୀ) (3 ed.). CRC Press. p. 550. ISBN 9780415282888.