ଭରତେଶ୍ୱର ମନ୍ଦିର
| ଭରତେଶ୍ୱର ଶିବ ମନ୍ଦିର | |||||
|---|---|---|---|---|---|
| Religion | |||||
| ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ | ||||
| ଦେବାଦେବୀ | ଶିବ | ||||
| Location | |||||
| ସ୍ଥାନ | ଭୁବନେଶ୍ୱର | ||||
| State | ଓଡ଼ିଶା | ||||
| Country | ଭାରତ | ||||
Location in ଓଡ଼ିଶା | |||||
| ଭୌଗଳିକ ଅବସ୍ଥିତି | 20°14′N 85°49′E / 20.233°N 85.817°E | ||||
| Architecture | |||||
| Type | କଳିଙ୍ଗ ସ୍ଥାପତ୍ୟ | ||||
| Completed | 6th century A.D. | ||||
| Website | |||||
| www.ignca.nic.in/ | |||||
ଭରତେଶ୍ୱର ଶିବ ମନ୍ଦିର ଭୁବନେଶ୍ୱରରେ ଥିବା ୬ଷ୍ଠ ଶତାବ୍ଦୀର ଏକ ହିନ୍ଦୁ ମନ୍ଦିର ଅଟେ । ଏହା ମୁଖ୍ୟତଃ ଭାଗବାନ ଶିବଙ୍କୁ ସମର୍ପିତ । ଏହି ମନ୍ଦିରରେ ୟୋନିପୀଠ ମଧ୍ୟରେ ଅବସ୍ଥାପିତ ଶିବଲିଙ୍ଗ ପୂଜା ପାଆନ୍ତି । ଶିବରାତ୍ରି ଆଦି ପର୍ବ ଏଠାରେ ପାଳନ କରାଯାଏ । କଳ୍ପନା ଛକରୁ ଲିଙ୍ଗରାଜ ମନ୍ଦିର ଆଡକୁ ଯାଇଥିବା ସଡକର ବାମ ପଟକୁ, ରାମେଶ୍ୱର ମନ୍ଦିରର ବିପରିତ ପାର୍ଶ୍ୱରେ ଏହି ମନ୍ଦିର ଅବସ୍ଥିତ ।[୧] ମନ୍ଦିରରେ କଳିଙ୍ଗ ସ୍ଥାପତ୍ୟ କଳାର ରେଖା ବିମାନ ଶୈଳିରେ ନିର୍ମିତ । ଏହା ଓଡ଼ିଶାର ପୁରୁଣା ମନ୍ଦିରମାନଙ୍କ ମଧ୍ୟରୁ ଗୋଟିଏ ଅଟେ ।[୨][୩]
ଇତିହାସ
[ସମ୍ପାଦନା]ମନ୍ଦିରର ନିର୍ମାଣ ୬ଷ୍ଠ ଶତାବ୍ଦୀରେ ଶୈଳଦଭବ ଶାସନ ବେଳକୁ ହୋଇଥିଲା । ବର୍ତ୍ତମାନ ରାଜ୍ୟ ପୁରାତତ୍ତ୍ୱ ବିଭାଗ ଏହି ମନ୍ଦିରର ରକ୍ଷଣାବେକ୍ଷଣା କରୁଛନ୍ତି ।[୪]
ବାସ୍ତୁକଳା
[ସମ୍ପାଦନା]ବାଲିପଥରରେ ବ୍ୟବହାର କରି ଏହି ମନ୍ଦିର କଳିଙ୍ଗ ସ୍ଥାପତ୍ୟ କଳାର ରେଖା ବିମାନ ଶୈଳିରେ ନିର୍ମାଣ କରାଯାଇଥିଲା । ସ୍ଥାପତ୍ୟ ଯୋଜନା ଆଧାରରେ ଏବଂ ନିକଟସ୍ଥ ଲକ୍ଷ୍ମଣେଶ୍ୱର ମନ୍ଦିରର ଶିଳାଲେଖ ଅନୁଯାୟୀ ଏହି ମନ୍ଦିରର ନିର୍ମାଣ ୬ଷ୍ଠ ଶତାବ୍ଦୀର ବୋଲି ଅନୁମାନ କରାଯାଏ । [୫]
ଆଧାର
[ସମ୍ପାଦନା]- ↑ "Bharatesvara Siva Temple, Old Town, Bhubaneswar, Dist.-Khurda" (PDF). www.ignca.nic.in. Retrieved 17 October 2017.
- ↑ Odissi dance. Orissa Sangeet Natak Adademi, 1990.
- ↑ "Temples to hog the limelight - Eight important shrines across capital to be lit up with new age energy-efficient floodlights". www.telegraphindia.com. Retrieved 17 October 2017.
- ↑ "Bharatesvara Siva Temple, Old Town, Bhubaneswar, Dist.-Khurda" (PDF). www.ignca.nic.in. Retrieved 17 October 2017.
- ↑ "ODISHA (ORISSA) TEMPLES". www.heritagetoursorissa.com. Archived from the original on 17 October 2017. Retrieved 17 October 2017.